ଭାଙ୍ଗିଗଲା ପୁଟିନ୍‌ଙ୍କ ବଡ଼ ଝିଅଙ୍କ ସ୍ବପ୍ନ

ମସ୍କୋ, ୨୪ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବଡ଼ ଝିଅ ଡା. ମାରିଆ ଭୋରୋଣ୍ଟସୋଭା(୩୬) ତାଙ୍କ ଡଚ୍‌ ବ୍ୟବସାୟୀ ସ୍ବାମୀ ଜୋରିଟ୍‌ ଫାସେନ୍‌ଙ୍କଠାରୁ ଅଲଗା ହୋଇଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ପୂର୍ବରୁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଏହାର କାରଣ ଜଣାପଡ଼ିନାହିଁ। ଅନ୍ୟପଟେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଯୋଗୁ ମାରିଆଙ୍କ ହାଇପ୍ରୋଫାଇଲ ସ୍ବପ୍ନ ମଧ୍ୟ ଭାଙ୍ଗିଯାଇଥିବା ଜଣାପଡ଼ିଛି। ପୁଟିନ୍‌ କେଜିବି ସ୍ପାଏ ଭାବେ ରୁଷିଆ ପାଇଁ ଗୁପ୍ତଚରଗିରି କରୁଥିବା ବେଳେ ମାରିଆ ଜନ୍ମ ହୋଇଥିଲେ। ସେ ପୁଟିନ୍‌ଙ୍କ ପୂର୍ବତନ ସ୍ତ୍ରୀ ଲ୍ୟୁଡମିଲାଙ୍କ ଝିଅ। ମାରିଆ ପିଲାମାନଙ୍କଠାରେ ଦେଖାଯାଉଥିବା କେତେକ ବିରଳ ଜିନ୍‌ଗତ ରୋଗର ହେଉଛନ୍ତି ବିଶେଷଜ୍ଞ। ରୁଷିଆରୁ ନିର୍ବାସିତ ହୋଇଥିବା ଖବରଦାତା ସେରଗି କାନେଭ୍‌ ଏକ ରିପୋର୍ଟରେ ପ୍ରକାଶ କରିଛନ୍ତି ଯେ, ମାରିଆ ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଏକ ସୁପର ମଡର୍ନ ମେଡିକାଲ ସେଣ୍ଟର ଖୋଲିବାକୁ ଚାହୁଁଥିଲେ। ଏହି ମେଗା ପ୍ରୋଜେକ୍ଟରେ ମାରିଆଙ୍କ ବଡ଼ ଭାଗ ଥିଲା। ସେଠାରେ ଚିକିତ୍ସା ନିମନ୍ତେ ୟୁରୋପ ଏବଂ ପର୍ସିଆନ୍‌ ଗଲ୍ଫ ଦେଶର ଧନୀ ବ୍ୟକ୍ତିଙ୍କୁ ଆକର୍ଷିତ କରିବାକୁ ମାରିଆଙ୍କ ଯୋଜନା ଥିଲା। ହେଲେ ୟୁକ୍ରେନ୍‌ ଆକ୍ରମଣ ପରେ ୟୁରୋପୀୟ ଦେଶଗୁଡ଼ିକ ସମେତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ରୁଷିଆ ଉପରେ କଠୋର କଟକଣା ଲଗାଇଛନ୍ତି। ଏଥିଯୋଗୁ ମାରିଆଙ୍କ ସ୍ବପ୍ନ ପୂରଣ ହୋଇପାରିନାହିଁ। ସୂଚନାଯୋଗ୍ୟ ମାରିଆଙ୍କ ସ୍ବାମୀ ଫାସେନ୍‌ ପାଶ୍ଚାତ୍ୟ ଦେଶ ନେଦରଲାଣ୍ଡ୍‌ସର ଜଣେ ବିଜ୍‌ନେସମ୍ୟାନ। ତାଙ୍କ ବାପା ଡଚ୍‌ ସଶସ୍ତ୍ର ବଳର କଲୋନେଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri