ଆମକୁ କାମରେ ଲଗାଅ

ନୂଆଦିଲ୍ଲୀ, ୨୦।୫: ରୁଷିଆ, ଚାଇନା ଏବଂ ୟୁକ୍ରେନ୍‌ରେ ମେଡିକାଲ ଡିଗ୍ରୀ ହାସଲ କରିଥିବା ପ୍ରାୟ ୯୦,୦୦୦ ଭାରତୀୟ ଡାକ୍ତର ସ୍ଥାନୀୟ ଲାଇସେନ୍ସ ଅପେକ୍ଷାରେ ବସି ରହିଥିବାବେଳେ କରୋନାରେ ଚିକିତ୍ସାରେ ସେମାନଙ୍କୁ ନିଯୁକ୍ତ କରିବା ଲାଗି ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ମହାମାରୀ ଦ୍ୱାରା ଭାରତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଦୈନିକ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହେବା ସହ ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଉଛି। ବାଂଲାଦେଶ, ଫିଲିପାଇନ୍ସ, ନେପାଳ ଓ କିର୍‌ଗିଜସ୍ତାନରେ ମେଡିକାଲ ଶିକ୍ଷାପ୍ରାପ୍ତ କରିଥିବା ଛାତ୍ରୀଛାତ୍ର ଭାରତରେ କାମ କରିବା ପାଇଁ ଅନୁମତି ପାଇବା ପୂର୍ବରୁ ସ୍ଥାନୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି। ଅଧିକାଂଶ ପରୀକ୍ଷାରେ ପାସ୍‌ କରିଥିବାବେଳେ ଲାଇସେନ୍ସ ଅପେକ୍ଷାରେ ରହିଛନ୍ତି। ଅନ୍ୟମାନେ ଆସନ୍ତା ମାସରେ ହେବାକୁ ଥିବା ପରୀକ୍ଷାରେ ଭାଗନେବେ। ବିଦେଶୀ ଛାତ୍ରୀଛାତ୍ରଙ୍କୁ ଅସ୍ତ୍ରୋପଚାର ପାଇଁ ଅନୁମତି ଦେବାକୁ ଆମେ କହୁନାହୁଁ, ମହାମାରୀ ସମୟରେ ସେମାନଙ୍କୁ ଆଗଧାଡ଼ିର କର୍ମଚାରୀ ଭାବେ କାର୍ଯ୍ୟ କରିବା ଲାଗି ଅନୁମତି ମିଳୁବୋଲି ଅଲ୍‌ ଇଣ୍ଡିଆ ଫରେନ୍‌ ମେଡିକାଲ ଗ୍ରାଜୁଏଟ୍‌ ଆସୋସିଏଶନର ସଭାପତି ନଜିରୁଲ୍‌ ଅମିନ୍‌ କହିଛନ୍ତି। ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ୁଥିବାରୁ ଆଗାମୀ ଦିନରେ କ୍ରିଟିକାଲ କେୟାର ୟୁନିଟ୍‌ଗୁଡ଼ିକରେ ମେଡିକାଲ ଷ୍ଟାଫ୍‌ ଅଭାବ ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି। ଚିକିତ୍ସା ଓ ଯତ୍ନ ନେବା ପାଇଁ ଡାକ୍ତର ଓ ନର୍ସ ନ ଥିବାରୁ ଗତ କିଛି ସପ୍ତାହ ମଧ୍ୟରେ ଆଇସିୟୁରେ ଅନେକ ରୋଗୀଙ୍କ ମୃତ୍ୟୁ ଘଟିଲାଣି। ଆଗକୁ ଏଭଳି ଘଟଣା ଜାରି ରହିବ ବୋଲି ବିଶିଷ୍ଟ କାର୍ଡିଓଲୋଜିଷ୍ଟ ଡ. ଦେବୀ ସେଟ୍ଟୀ କହିଛନ୍ତି। କାମ ଚାପ ବଢ଼ୁଥିବାରୁ ଗୁଜରାଟର ନର୍ସ ଓ ପାରାମେଡିକ୍‌ କର୍ମଚାରୀମାନେ ବେତନ ବୃଦ୍ଧି ଓ ବୀମା ଦାବିରେ ଧର୍ମଘଟ କରିଥିଲେ। ବିଦେଶରେ ଡାକ୍ତରୀ ପାଠପଢ଼ା ଶେଷ କରି ହଜାର ହଜାର ଗ୍ରାଜୁଏଟ୍‌ ବେକାର ବସିଥିବାରୁ ସେମାନଙ୍କୁ କାର୍ଯ୍ୟରେ ସାମିଲ କରିବା ଲାଗି ସରକାରଙ୍କୁ ଅନୁରୋଧ କରିଛନ୍ତି। ତେବେ ସେମାନେ ଭାରତରେ ଶିକ୍ଷାଲାଭ କରି ନ ଥିବାରୁ ଏଠାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରୀ ବୋଲି ଜାତୀୟ ଶିକ୍ଷା ବୋର୍ଡ (ଏନ୍‌ବିଇ)ର ଅଧିକାରୀମାନେ କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

‘କେନ୍ଦ୍ରକୁ କେବଳ ଭାବମୂର୍ତ୍ତି ଚିନ୍ତା’
ଏସବୁ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଟୁଇଟ୍‌କୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। କୋଭିଡ୍‌-୧୯ର ସିଙ୍ଗାପୁର ଭାରିଆଣ୍ଟ ଭାରତକୁ ତୃତୀୟ ଲହର ଆଣିପାରେ। ଏହା ଶିଶୁମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ ବୋଲି କେଜ୍‌ରିଓ୍ବାଲ ମଙ୍ଗଳବାର ଆଶଙ୍କା ବ୍ୟକ୍ତି କରିଥିଲେ। ଏହାସହ ସିଙ୍ଗାପୁର ସହ ବିମାନ ଚଳାଚଳ ବନ୍ଦ କରିବା ଏବଂ ଶିଶୁଙ୍କୁ ଭାକ୍ସିନ ଦେବା ବିକଳ୍ପ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି କେଜ୍‌ରିଓ୍ବାଲ ଦାବି କରିଥିଲେ। ଏନେଇ ସିଙ୍ଗାପୁର ବହିର୍ବ୍ୟାପାର ମନ୍ତ୍ରଣାଳୟ ସେଠାରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ନିକଟରେ ଆପତ୍ତି ଉଠାଇଛି। ସିଙ୍ଗାପୁର ବହିର୍ବ୍ୟାପାର ମନ୍ତ୍ରୀ ଭିଭିଆନ୍‌ ବାଲାକ୍ରିଷ୍ଣନ୍‌ କହିଛନ୍ତି, କେଜ୍‌ରିଓ୍ବାଲଙ୍କ ମନ୍ତବ୍ୟରେ ସତ୍ୟତା ନାହିଁ। ସିଙ୍ଗାପୁର ଭାରିଆଣ୍ଟ ନାମରେ କିଛି ନାହିଁ। ରାଜନେତାମାନେ ତଥ୍ୟ ଆଧାରରେ କଥା କହିବା ଉଚିତ। ତେବେ ସବୁଠୁ ବିସ୍ମିତ କରିଛି ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ପ୍ରତିକ୍ରିୟା। ଜୟଶଙ୍କର ଟୁଇଟ୍‌ କରି ଲେଖିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାରତ ପାଇଁ ସତ କହୁନାହାନ୍ତି। ତାଙ୍କ ଦାୟିତ୍ୱହୀନ ମନ୍ତବ୍ୟ ସିଙ୍ଗାପୁର ସହ ଭାରତର ଦୀର୍ଘଦିନର ସୁସମ୍ପର୍କକୁ ବିଗାଡ଼ିଦେଇଛି। ଏହାର ଜବାବରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଟୁଇଟ୍‌ କରିଛନ୍ତି, କେନ୍ଦ୍ର ସରକାର ଓ ଭାଜପା କେବଳ ନିଜ ଭାବମୂର୍ତ୍ତିକୁ ନେଇ ଚିନ୍ତିତ। କିନ୍ତୁ ଆମେ ଆମ ପିଲାଙ୍କ ପାଇଁ ଚିନ୍ତିତ। ଆମ ବହିର୍ବ୍ୟାପାର ମନ୍ତ୍ରଣାଳୟ କେଜ୍‌ରିଓ୍ବାଲଙ୍କ ମନ୍ତବ୍ୟକୁ ନେଇ ଯେତେ ପ୍ରତିକ୍ରିୟା ପ୍ରକାଶରେ ଯେତିକି ସକ୍ରିୟତା ଦେଖାଇଛି, ବିଶ୍ୱର ଅନ୍ୟ ଦେଶଗୁଡ଼ିକରୁ ଭାକ୍ସିନ ଆଣିବାରେ ସେତିକି ତତ୍ପରତା ପ୍ରକାଶ କରିଥିଲେ ଆଜି ଭାରତରେ ବଡ଼ଙ୍କ ସହ ପିଲାମାନଙ୍କୁ ମଧ୍ୟ ଭାକ୍ସିନ ଦିଆଯାଇ ସାରନ୍ତାଣି ବୋଲି ସିସୋଡିଆ କହିଛନ୍ତି। ଭାଜପା ଏହି ପ୍ରସଙ୍ଗରେ ନିମ୍ନସ୍ତରର ରାଜନୀତି କରୁଥିବା ସେ ଅଭିଯୋଗ ଆଣିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri