ଆମକୁ କାମରେ ଲଗାଅ

ନୂଆଦିଲ୍ଲୀ, ୨୦।୫: ରୁଷିଆ, ଚାଇନା ଏବଂ ୟୁକ୍ରେନ୍‌ରେ ମେଡିକାଲ ଡିଗ୍ରୀ ହାସଲ କରିଥିବା ପ୍ରାୟ ୯୦,୦୦୦ ଭାରତୀୟ ଡାକ୍ତର ସ୍ଥାନୀୟ ଲାଇସେନ୍ସ ଅପେକ୍ଷାରେ ବସି ରହିଥିବାବେଳେ କରୋନାରେ ଚିକିତ୍ସାରେ ସେମାନଙ୍କୁ ନିଯୁକ୍ତ କରିବା ଲାଗି ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ମହାମାରୀ ଦ୍ୱାରା ଭାରତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଦୈନିକ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହେବା ସହ ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଉଛି। ବାଂଲାଦେଶ, ଫିଲିପାଇନ୍ସ, ନେପାଳ ଓ କିର୍‌ଗିଜସ୍ତାନରେ ମେଡିକାଲ ଶିକ୍ଷାପ୍ରାପ୍ତ କରିଥିବା ଛାତ୍ରୀଛାତ୍ର ଭାରତରେ କାମ କରିବା ପାଇଁ ଅନୁମତି ପାଇବା ପୂର୍ବରୁ ସ୍ଥାନୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି। ଅଧିକାଂଶ ପରୀକ୍ଷାରେ ପାସ୍‌ କରିଥିବାବେଳେ ଲାଇସେନ୍ସ ଅପେକ୍ଷାରେ ରହିଛନ୍ତି। ଅନ୍ୟମାନେ ଆସନ୍ତା ମାସରେ ହେବାକୁ ଥିବା ପରୀକ୍ଷାରେ ଭାଗନେବେ। ବିଦେଶୀ ଛାତ୍ରୀଛାତ୍ରଙ୍କୁ ଅସ୍ତ୍ରୋପଚାର ପାଇଁ ଅନୁମତି ଦେବାକୁ ଆମେ କହୁନାହୁଁ, ମହାମାରୀ ସମୟରେ ସେମାନଙ୍କୁ ଆଗଧାଡ଼ିର କର୍ମଚାରୀ ଭାବେ କାର୍ଯ୍ୟ କରିବା ଲାଗି ଅନୁମତି ମିଳୁବୋଲି ଅଲ୍‌ ଇଣ୍ଡିଆ ଫରେନ୍‌ ମେଡିକାଲ ଗ୍ରାଜୁଏଟ୍‌ ଆସୋସିଏଶନର ସଭାପତି ନଜିରୁଲ୍‌ ଅମିନ୍‌ କହିଛନ୍ତି। ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ୁଥିବାରୁ ଆଗାମୀ ଦିନରେ କ୍ରିଟିକାଲ କେୟାର ୟୁନିଟ୍‌ଗୁଡ଼ିକରେ ମେଡିକାଲ ଷ୍ଟାଫ୍‌ ଅଭାବ ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି। ଚିକିତ୍ସା ଓ ଯତ୍ନ ନେବା ପାଇଁ ଡାକ୍ତର ଓ ନର୍ସ ନ ଥିବାରୁ ଗତ କିଛି ସପ୍ତାହ ମଧ୍ୟରେ ଆଇସିୟୁରେ ଅନେକ ରୋଗୀଙ୍କ ମୃତ୍ୟୁ ଘଟିଲାଣି। ଆଗକୁ ଏଭଳି ଘଟଣା ଜାରି ରହିବ ବୋଲି ବିଶିଷ୍ଟ କାର୍ଡିଓଲୋଜିଷ୍ଟ ଡ. ଦେବୀ ସେଟ୍ଟୀ କହିଛନ୍ତି। କାମ ଚାପ ବଢ଼ୁଥିବାରୁ ଗୁଜରାଟର ନର୍ସ ଓ ପାରାମେଡିକ୍‌ କର୍ମଚାରୀମାନେ ବେତନ ବୃଦ୍ଧି ଓ ବୀମା ଦାବିରେ ଧର୍ମଘଟ କରିଥିଲେ। ବିଦେଶରେ ଡାକ୍ତରୀ ପାଠପଢ଼ା ଶେଷ କରି ହଜାର ହଜାର ଗ୍ରାଜୁଏଟ୍‌ ବେକାର ବସିଥିବାରୁ ସେମାନଙ୍କୁ କାର୍ଯ୍ୟରେ ସାମିଲ କରିବା ଲାଗି ସରକାରଙ୍କୁ ଅନୁରୋଧ କରିଛନ୍ତି। ତେବେ ସେମାନେ ଭାରତରେ ଶିକ୍ଷାଲାଭ କରି ନ ଥିବାରୁ ଏଠାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରୀ ବୋଲି ଜାତୀୟ ଶିକ୍ଷା ବୋର୍ଡ (ଏନ୍‌ବିଇ)ର ଅଧିକାରୀମାନେ କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

‘କେନ୍ଦ୍ରକୁ କେବଳ ଭାବମୂର୍ତ୍ତି ଚିନ୍ତା’
ଏସବୁ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଟୁଇଟ୍‌କୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। କୋଭିଡ୍‌-୧୯ର ସିଙ୍ଗାପୁର ଭାରିଆଣ୍ଟ ଭାରତକୁ ତୃତୀୟ ଲହର ଆଣିପାରେ। ଏହା ଶିଶୁମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ ବୋଲି କେଜ୍‌ରିଓ୍ବାଲ ମଙ୍ଗଳବାର ଆଶଙ୍କା ବ୍ୟକ୍ତି କରିଥିଲେ। ଏହାସହ ସିଙ୍ଗାପୁର ସହ ବିମାନ ଚଳାଚଳ ବନ୍ଦ କରିବା ଏବଂ ଶିଶୁଙ୍କୁ ଭାକ୍ସିନ ଦେବା ବିକଳ୍ପ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି କେଜ୍‌ରିଓ୍ବାଲ ଦାବି କରିଥିଲେ। ଏନେଇ ସିଙ୍ଗାପୁର ବହିର୍ବ୍ୟାପାର ମନ୍ତ୍ରଣାଳୟ ସେଠାରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ନିକଟରେ ଆପତ୍ତି ଉଠାଇଛି। ସିଙ୍ଗାପୁର ବହିର୍ବ୍ୟାପାର ମନ୍ତ୍ରୀ ଭିଭିଆନ୍‌ ବାଲାକ୍ରିଷ୍ଣନ୍‌ କହିଛନ୍ତି, କେଜ୍‌ରିଓ୍ବାଲଙ୍କ ମନ୍ତବ୍ୟରେ ସତ୍ୟତା ନାହିଁ। ସିଙ୍ଗାପୁର ଭାରିଆଣ୍ଟ ନାମରେ କିଛି ନାହିଁ। ରାଜନେତାମାନେ ତଥ୍ୟ ଆଧାରରେ କଥା କହିବା ଉଚିତ। ତେବେ ସବୁଠୁ ବିସ୍ମିତ କରିଛି ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ପ୍ରତିକ୍ରିୟା। ଜୟଶଙ୍କର ଟୁଇଟ୍‌ କରି ଲେଖିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାରତ ପାଇଁ ସତ କହୁନାହାନ୍ତି। ତାଙ୍କ ଦାୟିତ୍ୱହୀନ ମନ୍ତବ୍ୟ ସିଙ୍ଗାପୁର ସହ ଭାରତର ଦୀର୍ଘଦିନର ସୁସମ୍ପର୍କକୁ ବିଗାଡ଼ିଦେଇଛି। ଏହାର ଜବାବରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଟୁଇଟ୍‌ କରିଛନ୍ତି, କେନ୍ଦ୍ର ସରକାର ଓ ଭାଜପା କେବଳ ନିଜ ଭାବମୂର୍ତ୍ତିକୁ ନେଇ ଚିନ୍ତିତ। କିନ୍ତୁ ଆମେ ଆମ ପିଲାଙ୍କ ପାଇଁ ଚିନ୍ତିତ। ଆମ ବହିର୍ବ୍ୟାପାର ମନ୍ତ୍ରଣାଳୟ କେଜ୍‌ରିଓ୍ବାଲଙ୍କ ମନ୍ତବ୍ୟକୁ ନେଇ ଯେତେ ପ୍ରତିକ୍ରିୟା ପ୍ରକାଶରେ ଯେତିକି ସକ୍ରିୟତା ଦେଖାଇଛି, ବିଶ୍ୱର ଅନ୍ୟ ଦେଶଗୁଡ଼ିକରୁ ଭାକ୍ସିନ ଆଣିବାରେ ସେତିକି ତତ୍ପରତା ପ୍ରକାଶ କରିଥିଲେ ଆଜି ଭାରତରେ ବଡ଼ଙ୍କ ସହ ପିଲାମାନଙ୍କୁ ମଧ୍ୟ ଭାକ୍ସିନ ଦିଆଯାଇ ସାରନ୍ତାଣି ବୋଲି ସିସୋଡିଆ କହିଛନ୍ତି। ଭାଜପା ଏହି ପ୍ରସଙ୍ଗରେ ନିମ୍ନସ୍ତରର ରାଜନୀତି କରୁଥିବା ସେ ଅଭିଯୋଗ ଆଣିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri