ପୁଷ୍ପା-୨ ଷ୍ଟାଇଲ୍‌ରେ ସିମନବାଡ଼ିରେ କିଚକ ବଧ, ମନ ମୋହିଲା ଭୀମଙ୍କ ଅଭିନୟ

ଦାରିଙ୍ଗବାଡ଼ି,୬ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦଶହରା ଅବସରରେ ରବିବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ ତାହା ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ଅବସରରେ ଗଞ୍ଜାମ ଜିଲା ପୋଲସରା ବ୍ଲକ ଗୋଚ୍ଛାବାଡ଼ି ଗ୍ରାମର କଳାକାରଙ୍କ ଦ୍ୱାରା ରାଜେନ୍ଦ୍ର ବିଶୋଇଙ୍କ ନିର୍ଦ୍ଦେଶନାରେ ‘ଶ୍ରୀକୃଷ୍ଣ ବଳେ ବିଜୟ ପାର୍ଥ’ ତଥା ମହାଭାରତ ନାଟକ ମଞ୍ଚସ୍ଥ ହୋଇଛି।

ଏହି ଅବସରରେ ମୋଟ ୫୫ ଟି ଦୃଶ୍ୟ ରହିଥିବା ବେଳେ ଏହି ନାଟକ ପ୍ରାୟ ୨୦ ଘଣ୍ଟା ଧରି ଚାଲିଛି ଏହାକୁ ଦେଖିବା ପାଇଁ ଶହଶହ ଦର୍ଶକ ରୁଣ୍ଡ ହୋଇଥିଲେ। ତେବେ ଏହି ନାଟକର ସମସ୍ତ ଦୃଶ୍ୟ ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ବେଳେ ପଞ୍ଚୁପାଣ୍ଡବଙ୍କ ଅଜ୍ଞାତ ବାସ ଓ କିଚକ ବଧ, ଅଭିମନ୍ୟୁ ଚକ୍ରବ୍ୟୁହ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ତେବେ ସବୁଠାରୁ ଭୀମଙ୍କ ରୋଷ ଶାଳ ପାଇଁ ବଡ଼ବଡ଼ ହଣ୍ଡା ବୋହିବା ଦୃଶ୍ୟ ସମସ୍ତଙ୍କୁ ପସନ୍ଦ ଆସିଥିଲା। ଭୀମ ଭୂମିକାରେ ସରୋଜ କୁମାର ବାରିକ (ରାଘବ) ଅଭିନୟ କରିଥିବା ବେଳେ କିଚକ ଭୂମିକାରେ ରତ୍ନାକର ସାହୁ ଅତି ସୁନ୍ଦର ଅଭିନୟ କରିଥିଲେ। ତେବେ ଏହା ପୌରାଣିକ ନାଟକ ହୋଇଥିବା ବେଳେ ଯୁବଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ କିଚକ ଭୂମିକାରେ ଅଭିନୟ କରୁଥିବା ରତ୍ନାକର ଅଲୁ ଅର୍ଜୁନଙ୍କ ପୁଷ୍ପା -ଟୁ ଭଳି ବେଶ ଧାରଣ କରିଥିଲେ। ଯାହା ଯୁବ ଦର୍ଶକଙ୍କ ମନ ମୋହିଥିଲା ଏବଂ ସେ ଭୀମଙ୍କ ସହ କିଚକଙ୍କ ଯୁଦ୍ଧ ସମୟର ଦୃଶ୍ୟ ମଧ୍ୟ କିଚକ ଅଲୁ ଅର୍ଜୁନଙ୍କ କପି କରୁଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମକୁ ମା’ ଦୁର୍ଗାପୂଜା କମିଟିର ସଭାପତି ଦିଲୀପ କୁମାର ବେହେରା, ସମ୍ପାଦକ ଗିରିଶ ଚନ୍ଦ୍ର ସାହୁ,ସନ୍ତୋଷ କୁମାର ମିଶ୍ର,ବିନୋଦ ସାହୁ, ସରୋଜ ସାହୁ, ଚିତ୍ତରଞ୍ଜନ ପ୍ରଧାନ, ଅଜିତ କୁମାର ଚୌଧୁରୀ, ଚନ୍ଦନ ସେନାପତି, ବାଥଲମ ନାୟକ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri