Posted inଜାତୀୟ

ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ,୩ ।୭: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି । ଡେରାଡୁନରେ ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ଦଳ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହି ପଦ ପାଇଁ ଅନେକଙ୍କ ନାଁ ଆଲୋଚନାକୁ ଆସିଥିଲା । ହେଲେ ଶେଷରେ ବାଜି ମାରିଲେ ପୁଷ୍କର ସିଂ ଧାମି ଶନିବାର ସନ୍ଧ୍ୟାରେ ହିଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏଥିପାଇଁ ରାଜଭବନରେ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଧାମି ଇତିମଧ୍ୟରେ ରାଜଭବନ ପହଞ୍ଚି ଯାଇଛନ୍ତି । ଧାମି ହେବେ ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ । ଆର୍‌ଏସ୍‌ର ଅତି ନିକଟତର କୁହାଯାଉଥିବା ଧାମି ଭାଜପା ଯୁବ ମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ବି ରହି ସାରିଛନ୍ତି । ଦୁଇଥର ବିଧାୟକ ମଧ୍ୟ ରହିଛନ୍ତି । ଧାମିଙ୍କ ଜନ୍ମ ୧୬ ସେପ୍ଟେମ୍ବର ୧୯୭୫ରେ ପିଥୌରାଗଡରେ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୧।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଭାଜପା ୨ କୋଟି ଟଙ୍କାରେ ଟିଏମସି ବିଧାୟକଙ୍କୁ କିଣିବାକୁ ଚାହୁଁଛି: ମମତା

କୋଲକାତା, ୨୧।୭: ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ୨୦୧୯ ଲୋକ ସଭା ନିର୍ବାଚନ ପରେ ପ୍ରଥମଥର ପାଇଁ ଏକ...

ପିସି ଜର୍ଜଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା…

ଥିରୁଭାନନ୍ତପୁରମ, ୨।୭ : କେରଳର ପୂର୍ବତନ ବିଧାୟକ ପିସି ଜର୍ଜଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ନିର୍ଯାତନା ମାମଲା ରୁଜୁ ହୋଇଛି। ପୂର୍ବତନ ବିଧାୟକଙ୍କ ବିରୋଧରେ...

ସକ୍ରିୟ ମାମଲା ଉପର ମୁହାଁ…

ନୂଆଦିଲ୍ଲୀ, ୨୭।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଏହି ନେତାଙ୍କୁ ଏନସିପିର କାର୍ଯ୍ୟନିର୍ବାହୀ କମିଟିରୁ ହଟାଇଲେ ଶରଦ

ମୁମ୍ବାଇ,୮।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଦଳର ବରିଷ୍ଠ ନେତା ତଥା ବିଧାୟକ ଥୋମାସ କେ ଥୋମାସଙ୍କୁ ନିଜର କାର୍ଯ୍ୟନିର୍ବାହୀ...

ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬ ।୧: ସାରା ଦେଶ ଉତ୍ସାହ ଓ ଉଦ୍ଦିପନା ସହ ପାଳନ କରୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ...

୫ରୁ ବିଦେଶ ଗସ୍ତ କରିବେ ଜୟଶଙ୍କର

ନୂଆଦିଲ୍ଲୀ,୩।୧୦: ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଅକ୍ଟୋବର ୫ରୁ ୧୧ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତ କରିବେ। ବର୍ହିବ୍ୟାପାର ମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ପ୍ରଥମ ଗସ୍ତ...

ମର୍ସିଡିଜ କାରରେ ଲୁଚାଇ ରଖିଥିଲେ ବିସ୍ଫୋରକ ଭର୍ତ୍ତି ଗାଡିର ନମ୍ବର ପ୍ଲେଟ

ନୂଆଦିଲ୍ଲୀ୧୭।୩: ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଏକ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ଘଟଣାରେ ନିଲମ୍ବିତ ହୋଇଥିବା ପୋଲିସ ଅଧିକାରୀ ସଚିନ ବାଜେଙ୍କ ଅଡୁଆ ଦିନକୁ...

Advertisement
Archives

Model This Week