୧ ହଜାରରୁ ଅଧିକ ଫିଲ୍ମରେ ଅଭିନୟ କରି ରେକର୍ଡ କରିଛନ୍ତି ଏହି କମେଡିଆନ୍‌; ନିଅନ୍ତି ବଲିଉଡ୍‌ କଳାକାରଙ୍କଠାରୁ ବି ଅଧିକ ପାଉଣା

ହ୍ରାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମରେ ଦୁଇଟି ଜିନିଷ ନିଶ୍ଚିତ ଭାବେ ମିଳିବ। ତାହା ହେଲା ଆକ୍ସନ ଏବଂ କମେଡି। ରଜନୀକାନ୍ତ, ମହେଶ ବାବୁ, ରାଣା ଦୁଗ୍ଗୁବତୀ, ବିଜୟଙ୍କ ଭଳି ଅଭିନେତାମାନେ ଆକ୍ସନ ପାଇଁ ଜଣାଶୁଣା ହୋଇଥିବାବେଳେ କମେଡି କଥା ପଡ଼ିଲେ ପ୍ରତ୍ୟେକ ଚଳଚ୍ଚିତ୍ରରେ ଜଣେ ଲୋକପ୍ରିୟ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ସେ ହେଲେ ହାସ୍ୟ ଅଭିନେତା ତଥା କମେଡିଆନ୍‌ ବ୍ରହ୍ମାନନ୍ଦମ୍‌। ତାଙ୍କ ଲୋକପ୍ରିୟତା ଅଧିକ ହୋଇଥିବାରୁ ଲୋକମାନେ ତାଙ୍କୁ ସୁପରଷ୍ଟାରଙ୍କ ଭଳି ଭଲପାଇଥାନ୍ତି। ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ବ୍ରହ୍ମାନନ୍ଦମ୍‌ ସିନେମାରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। ଏବେ ସେ ଗୋଟିଏ ଫିଲ୍ମ ପାଇଁ ମୋଟା ଅଙ୍କର ପାଉଣା ନେଉଛନ୍ତି। ଦେଖିବାକୁ ଗଲେ ବଲିଉଡ୍‌ର ଅନେକ କଳାକାରଙ୍କ ପାଉଣା ମଧ୍ୟ ସେତେ ନୁହେଁ।

ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ବ୍ରହ୍ମାନନ୍ଦମ୍‌ଙ୍କ ନାମ ଗିନିଜ ବୁକ୍‌ ଅଫ୍‌ ଓ୍ବାଲ୍ଡ ରେକର୍ଡରେ ଲିପିବଦ୍ଧ ହୋଛି। କାରଣ ସେ ଦକ୍ଷିଣ ଭାରତର ୧୦୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ଏହି ରେକର୍ଡ କେବଳ ତାଙ୍କ ନାମରେ ହିଁ ରହିଛି। ଏହି କମେଡିଆନଙ୍କୁ ଚଳଚ୍ଚିତ୍ରଜଗତକୁ ଆଣିବାର ଶ୍ରେୟ ଚଳଚ୍ଚିତ୍ର ନିର୍ମାତା ଜାନ୍ଧ୍ୟାଲାଙ୍କୁ ଦିଆଯାଇଛି। ସେ ହିଁ ତାଙ୍କୁ ୧୯୮୬ ମସିହାରେ ଚଳଚ୍ଚିତ୍ରକୁ ଆଣିଥିଲେ। ସେ ଫିଲ୍ମ ‘ଚାଣ୍ଟାବାଇ’ରୁ ଡେବ୍ୟୁ କରିଥିଲେ। ୩୫ ବର୍ଷର କ୍ୟାରିୟର ପୂରଣ କରିଥିବା ବ୍ରହ୍ମାନନ୍ଦମ କିଛି ଦିନ ପୂର୍ବେ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଉପରେ କମେଣ୍ଟ କରି ଚର୍ଚ୍ଚାକୁ ଆସିଥିଲେ।

ରିପୋର୍ଟ ମୁତାବକ, ବ୍ରହ୍ମାନନ୍ଦମ ଗୋଟିଏ ଚଳଚ୍ଚିତ୍ର ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପାଉଣା ନିଅନ୍ତି। ତାଙ୍କୁ ଦକ୍ଷିଣ ଭାରତୀୟ ଦାମୀ ତାରକାଙ୍କ ତାଲିକାରେ ଗଣାଯାଏ। ସେ ଅତି ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିଥାନ୍ତି। କାର୍‌ର ସଉକ ମଧ୍ୟ ତାଙ୍କର ରହିଛି। ସୋସିଆଲ ମିଡିଆରେ ସେ ସକ୍ରିୟ ଥିବା ବେଳେ ୟୁଟ୍ୟୁବ୍‌ରେ ତାଙ୍କର ଭିଡିଓ ପ୍ରତିଦିନ ଭାଇରାଲ ହେଉଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri