ଆର୍ଟିଫିସିଆଲ୍‌ ଜୁଏଲେରି ପିନ୍ଧୁଥିଲେ

ଦିନକୁ ଦିନ ବଢୁଥିବା ସୁନା ଦରକୁ ଅଖିଆଗରେ ରଖି ବର୍ତ୍ତମାନ ଆର୍ଟିଫିସିଆଲ୍‌ ଜୁଏଲେରିର ଡିମାଣ୍ଡ ବଢୁଥିବା ଦେଖିବାକୁ ମିଳୁଛି। ବଜେଟକୁ ସୁହାଇଲା ଭଳି ଦାମ୍‌ରେ ଭଳିକି ଭଳି ଡିଜାଇନ୍‌ ମାର୍କେଟ୍‌ରେ ଉପଲବ୍ଧ ହେଉଥିବାରୁ ଏହା ଏବେ ଟ୍ରେଣ୍ଡ୍‌ରେ ରହିଛି । ହେଲେ ଏସବୁ ଗରମରେ ଝାଳ କିମ୍ବା ପାଣି ସଂସ୍ପର୍ଶରେ ଆସି ଶୀଘ୍ର ଖରାପ ହୋଇଯିବାର ଆଶଙ୍କା ରହିଛି । ତେଣୁ ଏଭଳି ଜୁଏଲେରିର କିପରି ଯତ୍ନ ନେବେ ଜାଣି ରଖନ୍ତୁ ଟିପ୍ସ…
ଯଦିଓ ଆର୍ଟିଫିସିଆଲ୍‌ ଜୁଏଲେରି ଦେଖିବାକୁ ଖୁବ୍‌ ଆକର୍ଷଣୀୟ। ହେଲେ ଏହା ଓ୍ବାଟରପ୍ରୁଫ୍‌ ହୋଇ ନ ଥିବାରୁ ପାଣି ସଂସ୍ପର୍ଶରେ ଆସିଲେ ଜଙ୍କ ହେବା କିମ୍ବା ରଙ୍ଗ ଛାଡିଯିବାର ଆଶଙ୍କା ରହିଛି। ତେଣୁ ଖରାରେ କେଉଁଆଡେ ଯାଉଥିଲେ ଏହାକୁ ନ ପିନ୍ଧିବା ଭଲ। ତଥାପି ଯଦି ଖରାରେ କୌଣସି ଫଙ୍କ୍‌ଶନରେ ଏହାକୁ ବ୍ୟବହାର କରୁଛନ୍ତି ତେବେ ଝାଳ ଲାଗିଥିଲେ ଭଲ ଭାବେ ପୋଛି ଜିପ୍‌ ଲକ୍‌ ପ୍ଲାଷ୍ଟିକ୍‌ ପାଉଚ୍‌ରେ ରଖନ୍ତୁ। ଧ୍ୟାନ ରଖନ୍ତୁ ପାଉଚ୍‌ରେ କୌଣସି ଜାଗା ଯେମିତି ଖୋଲା ନ ରହେ।
ପିନ୍ଧିବା ବେଳେ ଓଦା ହୋଇଗଲେ ତୁରନ୍ତ ଏହାକୁ ଶୁଖିଲା କଟନ୍‌ କପଡାରେ ପୋଛି ଦିଅନ୍ତୁ।
ଏଭଳି ଜୁଏଲେରି ପରଫ୍ୟୁମ ସଂସ୍ପର୍ଶରେ ଆସି ଖରାପ ହୋଇଯାଏ। ତେଣୁ ଆପଣ ଯେତେବେଳେ ମେଟାଲିକ୍‌ ଅର୍ନାମେଣ୍ଟ ପିନ୍ଧୁଛନ୍ତି ଏହାକୁ ଯଥା ସମ୍ଭବ ଫରଫ୍ୟୁମ୍‌ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ।
ଏଭଳି ଜୁଏଲେରିକୁ ସଫା କରିବା ଲାଗି ଟୁଥ୍‌ ପାଉଡର ବ୍ୟବହାର କରନ୍ତୁ। ଏହାକୁ ଲଗାଇ ଧୀରେ ଧୀରେ ବ୍ରଶ୍‌ ସାହାଯ୍ୟରେ ଘଷି ସଫା କରି ନରମ କପଡାରେ ପୋଛି ଦିଅନ୍ତୁ।
ଅଧିକ ମେଟାଲିକ୍‌ ଜୁଏଲେରିକୁ ଏକାଠି ରଖିବା ଦ୍ୱାରା ତାହା ପରସ୍ପର ସହ ଘଷି ହୋଇ ରଙ୍ଗ ଛାଡିଯାଏ। ତେଣୁ ଏହାକୁ ଅଲଗା କରି ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର...

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଛାଉଣୀ ନଥିବାରୁ ପ୍ରତିବାଦ: ପେଟ୍ରୋଲ ପମ୍ପକୁ ବନ୍ଦ କଲା ନାଗରିକ ମଞ୍ଚ

ବରଗଡ଼, ୨୨।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ତାତି ବଢି ଚାଲିଛି। ଏଥିରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବରଗଡ଼ ସହରର...

ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ

ମେଲବୋର୍ନ,୨୨ା୪: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ମାଇକେଲ ସ୍ଲାଟରଙ୍କୁ ୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ ପୋଲିସ ହେପାଜତରେ ଏକ ବର୍ଷରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri