ନନ୍ଦନକାନନରେ ପୂର୍ଣ୍ଣିମା ଜନ୍ମଦେଲା ଶାବକ

ବାରଙ୍ଗ,୧୫।୨(ଡି.ଏନ୍‌.ଏ.): ପ୍ରାଣୀଉଦ୍ୟାନ ନନ୍ଦନକାନନ ପାଇଁ ଖୁସି ଖବର। ସୋମବାର ସକାଳେ ନନ୍ଦନକାନନରେ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷକ ସାଜିଥିବା ସିମ୍ପାଜି ପୂର୍ଣ୍ଣିମା ଗୋଟିଏ ଶାବକକୁ ଜନ୍ମ ଦେଇଛି। ମା ଓ ଛୁଆ ଉଭୟ ସୁସ୍ଥ ଥିବାବେଳେ ଶାବକ ଜନ୍ମ ପରେ ମା କୋଳରେ ଧରି ରଖିଛି ା ଦୀର୍ଘ ବର୍ଷର ବ୍ୟବଧାନ ପରେ ସିମ୍ପାଜି ପରିବାରକୁ ଆସିଛି ନବଜାତକ। ଏହି ଶାବକର ଜନ୍ମ ପରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୭ରେ ପହଞ୍ଚିଛି ା ସେଥିମଧ୍ୟରୁ ଗୋଟିଏ ଅଣ୍ଡିରା, ୬ଟି ମାଈ, ନବଜାତକର ଲିଙ୍ଗନିରୂପଣ ହୋଇପାରି ନଥିବା ଉପନିର୍ଦ୍ଦେଶକ ବିମଳପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ା ତେବେ ୨୦୧୭ ସେପ୍ଟେମ୍ବର ୨୩ ଥିଲା ଏହି ପରିବାରର ଶେଷ ସନ୍ତକ ା ଜୁଲୁ ଓ ପାମ୍ପେଟା ଔରସରୁ ଜନ୍ମ ନେଇଥିଲା ଦୁର୍ଗା ନାମକ ମାଈ ଶାବକ। ଏହାପରେ ଜନ୍ମ ପରିମାଣ ବନ୍ଦ ହୋଇଯାଇଥିଲା। ପୁଣିଥରେ ଚତୁର୍ଥଥର ପାଇଁ ମା’ ହେବାର ସୁଯୋଗ ପାଇଛି ୨୦ ବର୍ଷୀୟା ପୂର୍ଣ୍ଣିମା।

୪ ଘଡ଼ିଆଳ ଓ ୨ ଦେଶୀଭାଲୁ ପ୍ରତିବଦଳରେ ଏମାନଙ୍କୁ ସିଙ୍ଗାପୁର ଚିଡ଼ିଆଖାନାରୁ ୧୬ ମେ ୧୯୯୪ରେ ନନ୍ଦନକାନନକୁ ଅଣାଯାଇ ୬୦ ନଂ ଏନ୍‌କ୍ଲୋଜରରେ ରଖାଯାଇଥିଲା ା ଜୁଲୁ ଓ ପାମ୍ପେଟାର ଓରସର ଦ୍ୱତୀୟ ଗର୍ଭସ୍ଥ ସନ୍ତାନ ପୂର୍ଣ୍ଣିମା ୯ ଜାନୁୟାରୀ ୨୦୨୧ରେ ଜନ୍ମ ଗ୍ରହଣ କରିଥିଲା। ପୂର୍ଣ୍ଣିମା ତିଥିରେ ଜନ୍ମ ହୋଇଥିବାରୁ ତା’ର ଏପରି ନାମକରଣ କରାଯାଇଥିଲା। ଏହି ନବଜାତକକୁ ନେଇ କର୍ମଚାରୀମାନେ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲେ ହାଟଡିହି ବ୍ଲକ ଉପାଧ୍ୟକ୍ଷ, ଅଞ୍ଚଳବାସୀଙ୍କ ପ୍ରଶଂସା

ବଞ୍ଚୋ,୨।୮(ପ୍ରଦୋଷ ବିଶ୍ୱାଳ ): ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଞ୍ଚୋ ଗ୍ରାମପଞ୍ଚାୟତର ୧୧ ଓ…

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ସମୁଦ୍ରରେ ବଡ଼ ଦୁର୍ଘଟଣା! ଜଳିଗଲା ଯାତ୍ରୀବାହୀ ଜାହାଜ, ୪୧ ଯାତ୍ରୀ….

ଜାକାର୍ତ୍ତା,୨।୮:ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଜାହାଜରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri