ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ,୧୭ା୧୧: ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ପୂର୍ବାହ୍ନ ୧୧ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବ। ମୁଖ୍ୟତଃ ଏଥିରେ ଶ୍ରୀମନ୍ଦିରର ୨୦୧୯-୨୦ ଆର୍ଥିକ ବର୍ଷର ସଂଶୋଧିତ ଅଟକଳ ଏବଂ ୨୦୨୦-୨୧ ବର୍ଷ ବଜେଟ ଅଟକଳ ଅନୁମୋଦନ କରାଯିବ। ପ୍ରତିବର୍ଷ ପ୍ରାୟ ମାର୍ଚ୍ଚ ମାସରେ ଶ୍ରୀମନ୍ଦିର ବଜେଟ୍‌ ଉପସ୍ଥାପନ କରାଯାଇଥାଏ। ମାତ୍ର ଚଳିତବର୍ଷ କରୋନା ମହାମାରୀ ପାଇଁ ବଜେଟ୍‌ ବହୁ ବିଳମ୍ବ ହୋଇଛି। ଗତ ମାର୍ଚ୍ଚ ୩୦ ତାରିଖରେ ଅର୍ଥ ସବ୍‌ କମିଟି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଅନ୍ତରୀଣ ବଜେଟ୍‌ ଆଗତ କରାଯାଇଥିଲା। ଏହି ବୈଠକରେ ୨୦୨୦-୨୧ ବର୍ଷ ବଜେଟ ଅଟକଳ ଅନୁମୋଦନ କରାଯିବ। ଏତଦ୍‌ବ୍ୟତୀତ ଶ୍ରୀମନ୍ଦିରରେ କାର୍ତ୍ତିକ ମାସର ନୀତି ଏବଂ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହେବ। ସେହିପରି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧।୩: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଡ଼ରା ଜଙ୍ଗଲରେ ଗୁଳି ବିନିମୟ...

ବିଚାରପତିଙ୍କ ମୃତ୍ୟୁର ଭିନ୍ନ ମୋଡ଼

କଟକ ଅଫିସ, ୩।୯: କଟକ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ମାମଲା ନୂଆ ମୋଡ଼ ନେଇଛି। ସୁବାସଙ୍କ ପରିବାର ମା’...

ଦୁର୍ଘଟଣାଗ୍ରସ୍ତ କାରରୁ ମୃତ ମୟୂର ଜବତ

ଦାରିଙ୍ଗବାଡି,୧୫ା୨(ଡି.ଏନ୍‌.ଏ.) ଦାରିଙ୍ଗବାଡି ଥାନା ଗଦଡି ନିକଟରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଯାତ୍ରା କରୁଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ସେମାନଙ୍କୁ...

ଏକାଧିକ କ୍ରଶର ଉପରେ ଆୟକର ବିଭାଗର ଚଢ଼ାଉ

ଚଢ଼େଇଧରା, ୪।୪(ଡି.ଏନ.ଏ.): ଧର୍ମଶାଳା ବ୍ଲକର ବରଡା, ଲୁଣିବେର, ବିଛାଖଣ୍ଡି ଓ ରାହାଡପୁରଠାରେ ଥିବା ଏକାଧିକ କ୍ରସର ଉପରେ ସୋମବାର ଆୟକର ବିଭାଗ ତରଫରୁ ଚଢାଉ କରାଯାଇଛି।...

ଗଳାକାଟି ବୃଦ୍ଧଙ୍କୁ ହତ୍ୟା

ଦଶପଲ୍ଲା,୨୧।୧୧(ଡି.ଏନ.ଏ.): ନୟାଗଡ ଜିଲା ଦଶପଲ୍ଲା ଏନ୍‌ଏସିର କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଗଳାକାଟି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ହତ୍ୟା କରିବା ପରେ...

ସମ୍ପର୍କୀୟଙ୍କୁ ଭେଟିବାକୁ ଯାଉଥିଲେ, ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିଲା କାର୍‌

ଫୁଲନଖରା,୨୧।୪(ଡି.ଏନ୍‌.ଏ.): କଟକ-ଭୁବନେଶ୍ୱର ୧୬ ନଂ ଜାତୀୟ ରାଜପଥର ବମ୍ଫକୁଦ ଛକ ନିକଟରେ ଗୁରୁବାର ଭୋର ସମୟରେ ଏକ କାର ବ୍ରିଜ଼ ତଳକୁ ଖସିପଡିଛି। କାରରେ ୪ଜଣ...

ପରଲୋକରେ ଅଭିନେତ୍ରୀ ଝରଣା ଦାସ

କଟକ ଅଫିସ,୨ା୧୨: ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। କିଛିଦିନ ଧରି ସେ...

୨ ଭାଲୁ ଆକ୍ରମଣରେ ୬ ଗୁରୁତର

ସଜନାଗଡ଼, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ବାଉଁଶବଣିଆ ଏବଂ ଟଣକା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ୨ଟି ଭାଲୁ ଆକ୍ରମଣରେ ୬ଜଣ ଗୁରୁତର ହୋଇଛନ୍ତି।...

Advertisement
Archives

Model This Week