ରାଲିରେ ଅପରାଜିତାଙ୍କୁ ସହଯୋଗ କରିବୁ ନାହିଁ: ପୁରୀ ବିଧାୟକ

ପୁରୀ ଅଫିସ,୨୬।୪: ଗୋଟିଏ ପଟେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପୁରୀ ଐତିହ୍ୟ କରିଡର ପ୍ରକଳ୍ପକୁ ବିରୋଧ କରୁଥିବା ବେଳେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏହାକୁ ସମର୍ଥନ କରିଛନ୍ତି। ଏପରିକି ସେ ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ନେତୃତ୍ୱରେ ହେବାକୁ ଥିବା ପଦଯାତ୍ରାକୁ ବିରୋଧ ମଧ୍ୟ କରିଛନ୍ତି।

ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ଓ ଶହେ ମିଟର ପରିଧି ମଧ୍ୟରେ ବ୍ୟାପକ ଖନନକୁ ବିରୋଧ କରି ବୁଧବାର ଅପରାଜିତା ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ନେତୃତ୍ୱରେ ହେବାକୁ ଥିବା ପଦଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଅପରାଜିତାଙ୍କୁ ଦଳୀୟ ନେତା ଭାବେ ପୁରୀରେ ସ୍ବାଗତ କରାଯିବ, ମାତ୍ର ରାଲି କିମ୍ବା ପଦଯାତ୍ରାରେ ସହଯୋଗ କରାଯିବ ନାହିଁ ବୋଲି ଜୟନ୍ତ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ପଦଯାତ୍ରାରେ ପୁରୀର ଅନେକ ଭାଜପା କର୍ମୀ ଓ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଏବେ ପୁରୀ ବିଧାୟକ ସିଧାସଳଖ ଭାବେ ପଦଯାତ୍ରାକୁ ବିରୋଧ କରିବା ପରେ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବାଧରେ ଚାଲିଛି ଗଛକଟା

କେନ୍ଦୁଝର, ୧୩।୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଗୁମୁରା ପଞ୍ଚାୟତ ଟୋଲଙ୍କବାହାଳ ଗ୍ରାମ ଜଙ୍ଗଲରେ ଅବାଧ ଗଛ କାଟି ଜଙ୍ଗଲ ପଦା କରିବାରେ...

ବୁଧବାର ବନକଲାଗି: ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ, ୨୩ା୭: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି...

ଆସନ୍ତା ଦୁଇଦିନ ଝଡ଼ବର୍ଷା, ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୩ା୩(ବ୍ୟୁରୋ): ଗତ କିଛିଦିନ ହେବ କାଳବୈଶାଖୀ ଯୋଗୁ ତାତି ନିୟନ୍ତ୍ରଣରେ ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୦ରୁ ୩୮ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଛି। ଆସନ୍ତା...

ଏଟିଏମ୍‌କୁ ଭାଙ୍ଗି ନେଇଗଲେ ୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା

ପୁରୁଷୋତ୍ତମପୁର,୧୭।୨(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌କୁ ଭାଙ୍ଗି ୯ ଲକ୍ଷ ୨ହଜାର ଟଙ୍କା ଲୁଟି ନେଇଛନ୍ତି...

ବଡ଼ଭାଇଙ୍କ ଜୀବନ ନେଲେ ସାନ

ବାରିପଦା ଅଫିସ,୨୬ା୬: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ବଡ଼...

ଗାଳ୍ପିକ ଚନ୍ଦ୍ରଶେଖରଙ୍କ ପରଲୋକ

ଭୁବନେଶ୍ୱର, ୧୭।୫ (ବ୍ୟୁରୋ): ସାହିତି୍ୟକ, ଅନୁବାଦକ ଓ ଗାଳ୍ପିକ ଚନ୍ଦ୍ରଶେଖର ଦାସବର୍ମାଙ୍କ ପରଲୋକ ହୋଇଛି। ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ...

୨୪ ଘଣ୍ଟାରେ ବଦଳିଲା ସ୍ବର: ଛୁଟିରେ ଯିବାକୁ ଆବେଦନ,ନିଜକୁ ମାନସିକ ରୋଗୀ କହିଲେ

ପୁରୀ ଅଫିସ,୭।୬: ପୁରୀ ଜିଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଉଭୟ ପୁରୀ ପୋଲିସ ଏବଂ ଜିଲା ଅବକାରୀ ଅଧୀକ୍ଷକଙ୍କ...

ଫସଲ ଖାଇଦେବାରୁ ଦଣ୍ଡଦେଲେ ଜମି ମାଲିକ: ଖାଇବାକୁ ନ ଦେଇ ଷଣ୍ଢକୁ ୨୦ ଦିନ ବାନ୍ଧି ରଖିଲେ

ଉମରକୋଟ,୫ା୯(ସ୍ବ.ପ୍ର.):ଜମିରେ ଧାନ ଫସଲ ଦେଖି ଭୋକିଲା ଷଣ୍ଢଟି ଖାଇ ଦେଇଥିଲା। ଦିନେ ନୁହେଁ ଏକାଧିକ ଥର ଜମିରେ ପଶି ଫସଲ ଖାଇଥିଲା। ହେଲେ ଏହାର ପରିଣାମ...

Advertisement
Archives

Model This Week