୨୪ ଘଣ୍ଟାରେ ବଦଳିଲା ସ୍ବର: ଛୁଟିରେ ଯିବାକୁ ଆବେଦନ,ନିଜକୁ ମାନସିକ ରୋଗୀ କହିଲେ

ପୁରୀ ଅଫିସ,୭।୬: ପୁରୀ ଜିଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଉଭୟ ପୁରୀ ପୋଲିସ ଏବଂ ଜିଲା ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଅବକାରୀ କମିଶନରଙ୍କୁ ଚିଠି ଲେଖିଥିଲେ। ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଘଟଣା ନୂଆ ମୋଡ ନେଇଛି। ପ୍ରଥମେ ଅବକାରୀ ଅଧିକ୍ଷକ ନିଜ ଉପରୁ ଦୋଷ ଛଡ଼ାଇବାକୁ ସଞ୍ଜୟଙ୍କ ମୁଣ୍ଡ ଦୋଷ ଥିବା କହିଥିଲେ। ଏବେ ସଞ୍ଜୟ ନିଜେ ବ୍ୟକ୍ତିଗତ ଅସୁସ୍ଥତା ଦର୍ଶାଇ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଛୁଟି ଆବେଦନ କରିଛନ୍ତି। ସେ ଅସୁସ୍ଥ ଥିବାରୁ ୧୫ ଦିନ ଛୁଟିରେ ଯିବା ପାଇଁ ଚିଠି କରିଛନ୍ତି। ଏଥିସହ ସେ ଏକ ଭିଡିଓରେ ନିଜର ମାନସିକ ସ୍ଥିତି ଠିକ୍‌ ନ ଥିବା ନେଇ କହି ବୟାନ ବଦଳାଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।

ସୋସିଆଲ ମିଡିଆରେ ସଞ୍ଜୟ ଭିଡିଓ ପୋଷ୍ଟ କରି କହିଛନ୍ତି, ‘ପୁରୀ ଏସ୍‌ପି ବହୁତ ଭଲ। ସବୁ କ୍ଷେତ୍ରରେ ଅବକାରୀ ବିଭାଗକୁ ସହଯୋଗ କରୁଛନ୍ତି। ଗତକାଲି ମୁଁ ଯାହା କହିଥିଲି ତାହା ଭୁଲ। ସେହି ମନ୍ତବ୍ୟ ପାଇଁ ମୋତେ କ୍ଷମା କରି ଦିଅନ୍ତୁ। ମାନସିକ ସନ୍ତୁଳନ ଠିକ ନ ଥିବାରୁ ମୁଁ କାଲି ଏପରି ମନ୍ତବ୍ୟ ଦେଇଥିଲି। ୨୦୨୦ ଅକ୍ଟୋବର ମାସରେ ମୋତେ କରୋନା ହୋଇଥିଲା। କରୋନା ପରେ ମାନସିକ ଓ ଶାରୀରିକ ଭାବେ ଅସୁସ୍ଥ ହୋଇପଡ଼ିଥିଲି। ମାନସିକ ରୋଗ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସିତ ହେଉଥିଲି। ନିୟମିତ ଔଷଧ ଖାଉଥିଲି। ମାସେ ହେଲାଣି ମୁଁ ମେଡିସିନ ଖାଉ ନ ଥିଲି। ଫଳରେ ମୋର ମାନସିକ ସନ୍ତୁଳନ ଠିକ ନ ଥିଲା। ଏଥିଯୋଗୁ ଗତକାଲି ଯେଉଁ ମନ୍ତବ୍ୟ ଦେଇଥିଲି, ତାହା ଆଦୌ ଠିକ ନୁହେଁ। ଏହାଛଡ଼ା ମୁଁ ବହୁତ ଭଲ ପିଲା। ପୋଲିସକୁ ବହୁତ ସମ୍ମାନ ଦିଏ । ପୋଲିସ ବହୁତ ଭଲ। ପୋଲିସ ବହୁତ କଷ୍ଟ କାମ କରୁଛି। ମୁଁ ଗୋଟିଏ ମାନସିକ ରୋଗୀ। ମୋ ପାଟିରୁ ଭୁଲରେ କ’ଣ ଗୋଟେ ବାହାରିଯାଇଛି। ମୋତେ କ୍ଷମା କରାଯାଉ। ମୁଁ ମୋର ଭୁଲ ସ୍ବୀକାର କରୁଛି। ମୁଁ ପୁରୀ ସୁପରିଣ୍ଟେଣ୍ଡେଣ୍ଟ ଓ ସରକାରଙ୍କୁ ସପୋର୍ଟ କରେ। ମୁଁ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ସମ୍ମାନ ଦିଏ। ମୁଁ ତାଙ୍କ ମୁହଁରେ କେବେ ହେଲେ ଉତ୍ତର ଦେଇ ନାହିଁ। ପୁରୀ ଏସ୍‌ପି ଓ ଜିଲାପାଳ ବହୁତ ଭଲ କାମ କରିଛନ୍ତି। ସେମାନେ ଅବକାରୀ ବିଭାଗକୁ ସବୁ କାମରେ ସହଯୋଗ କରିଛନ୍ତି। ମୁଁ ଭୁଲ ମାଗୁଛି। ମୋତେ ଦୟା କରି କ୍ଷମା କରି ଦେବେ’ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୪ ତାରିଖରେ ରାଜ୍ୟ ଅବକାରୀ କମିଶନରଙ୍କୁ ଇନ୍ସପେକ୍ଟର ପଣ୍ଡା ଏକ ଚିଠି ଲେଖିଥିଲେ। ଏହି ଚିଠିରେ ସେ ଅଭିଯୋଗ କରିଥିଲେ ଯେ, ଅବକାରୀ ବିଭାଗ ଚଢ଼ାଉ କରୁଛି, ମାତ୍ର ପୁରୀ ପୋଲିସ ଟଙ୍କା ନେଇ ସେମାନଙ୍କୁ ଛାଡ଼ି ଦେଉଛି। ଫଳରେ ସେମାନେ ଅବକାରୀ ବିଭାଗକୁ ଡରୁନାହାନ୍ତି। ଅବକାରୀ ବିଭାଗପରେ ପୋଲିସ ବିଭାଗର ହସ୍ତକ୍ଷେପ ବଢ଼ୁଛି। ସେହିଭଳି ସୀମିତ ସଂଖ୍ୟକ କର୍ମଚାରୀ, କମ୍‌ ଦରମା ସାଙ୍ଗକୁ କ୍ୱାର୍ଟର୍ସ, ଗାଡ଼ି, ସରକାରୀ ପୋତ୍ସାହନ କିମ୍ବା ମେଡାଲ କିଛି ନାହିଁ। ପୁରୀ ଅବକାରୀ ଅଧୀକ୍ଷକ ମଧ୍ୟ କୌଣସି କଥାକୁ ଗୁରୁତ୍ୱର ସହ ନେଉନାହାନ୍ତି ଏବଂ ପୋଲିସର ହସ୍ତକ୍ଷେପକୁ ବିରୋଧ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ। ତେବେ ୨୪ ଘଣ୍ଟାରେ ପୁରୀ ଅବକାରୀ ଇନ୍ସପେକ୍ଟରଙ୍କ ଏଭଳି ୟୁ ଟର୍ଣ୍ଣ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଥିବା କଥା ସ୍ବଇଚ୍ଛାରେ କହିଛନ୍ତି ନା ତାଙ୍କ ଉପରେ ଚାପ ପକା ଯାଇଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

ବାଲିକୁଦା, ୨୯।୨ (ସ୍ବ.ପ୍ର.): ବାଲିକୁଦା ତହସିଲ ଅଧୀନ ଗରାମ ଗ୍ରାମରେ ଶୁକ୍ରବାର ସଂଧ୍ୟାରେ ଅଗ୍ନିକାଣ୍ଡ ଘଟି ପ୍ରଶାନ୍ତ ସାସମଲଙ୍କ ଗୋଟିଏ ଗୁହାଳ ସମେତ ୬ ବଖରା...

୧୨ରୁ ବେଙ୍ଗାଲୁରୁକୁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):କରୋନା କଟକଣା ପାଇଁ ଅଟକି ରହିଥିବା ସେବାଗୁଡ଼ିକୁ ଭାରତୀୟ ରେଳ ପୁନର୍ବାର ଆରମ୍ଭ କରୁଛି। ଏ ପରିପ୍ରେକ୍ଷୀରେ ଗତ ୧ ତାରିଖଠାରୁ ୧୦...

ନକଲି ଡାକ୍ତରଙ୍କ ଭଉଣୀ ଅଟକ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର...

ନକ୍ସା ନ ଥାଇ ମନଇଚ୍ଛା ଚାଲିଛି କୋଠା ନିର୍ମାଣ

ଭଞ୍ଜନଗର, ୨୬।୬(ଡି.ଏନ.ଏ): ଭଞ୍ଜନଗର ସହର ଅଞ୍ଚଳ ଦିନକୁ ଦିନ ବଢୁଛି। ଜନସଂଖ୍ୟା ବୃଦ୍ଧି ଯୋଗୁ ନୂତନ ଘରର ଆବଶ୍ୟକତା ପଡୁଛି। ତେଣୁ ସହରରେ ଘର ସଂଖ୍ୟା...

ବିଶ୍ବସ୍ତରୀୟ ହେବ ପୁରୀ ଷ୍ଟେଶନ: ରଥଯାତ୍ରା ଲାଗି ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ

ପୁରୀ ଅଫିସ,୨୧। ୬: ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ପୁରୀ ବିଶ୍ବସ୍ତରୀୟ ଷ୍ଟେଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୩୬୪ କୋଟି ଟଙ୍କାର...

ବରୁଣେଇ ମନ୍ଦିରରୁ ଚୋରି: ତାଲା ଭାଙ୍ଗି ଟଙ୍କା, ସୁନାଗହଣା ନେଇଗଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ,୪।୧୨: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ପର୍ଯ୍ୟଟନ କ୍ଷେତ୍ର ବରୁଣେଇ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ଦାନ ବାକ୍ସ ଭାଙ୍ଗି...

ପାଟକୁରା ନିର୍ବାଚନ: ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ

ଡେରାବିଶ, ୨୦।୭(ସ୍ବ.ପ୍ର.): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଚାଲୁରହିଛି। ଦିନ ୧୦ଟା ସୁଦ୍ଧା ଡେରାବିଶ ବ୍ଲକରେ ମତଦାନ ଆଖିଦୃଶିଆ ହୋଇ ନାହିଁ।...

ବେଆଇନ ପାର୍କିଂ ବଢ଼ାଉଛି ଦୁର୍ଘଟଣା

ଭୁବନେଶ୍ୱର,୨।୭(ଅନିଲ ଦାସ)ରାସ୍ତାକଡ଼ରେ ବେଆଇନ ପାର୍କିିଂ ଯୋଗୁ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ୯...

Advertisement
Archives

Model This Week