୨୪ ଘଣ୍ଟାରେ ବଦଳିଲା ସ୍ବର: ଛୁଟିରେ ଯିବାକୁ ଆବେଦନ,ନିଜକୁ ମାନସିକ ରୋଗୀ କହିଲେ

ପୁରୀ ଅଫିସ,୭।୬: ପୁରୀ ଜିଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଉଭୟ ପୁରୀ ପୋଲିସ ଏବଂ ଜିଲା ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଅବକାରୀ କମିଶନରଙ୍କୁ ଚିଠି ଲେଖିଥିଲେ। ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଘଟଣା ନୂଆ ମୋଡ ନେଇଛି। ପ୍ରଥମେ ଅବକାରୀ ଅଧିକ୍ଷକ ନିଜ ଉପରୁ ଦୋଷ ଛଡ଼ାଇବାକୁ ସଞ୍ଜୟଙ୍କ ମୁଣ୍ଡ ଦୋଷ ଥିବା କହିଥିଲେ। ଏବେ ସଞ୍ଜୟ ନିଜେ ବ୍ୟକ୍ତିଗତ ଅସୁସ୍ଥତା ଦର୍ଶାଇ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଛୁଟି ଆବେଦନ କରିଛନ୍ତି। ସେ ଅସୁସ୍ଥ ଥିବାରୁ ୧୫ ଦିନ ଛୁଟିରେ ଯିବା ପାଇଁ ଚିଠି କରିଛନ୍ତି। ଏଥିସହ ସେ ଏକ ଭିଡିଓରେ ନିଜର ମାନସିକ ସ୍ଥିତି ଠିକ୍‌ ନ ଥିବା ନେଇ କହି ବୟାନ ବଦଳାଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।

ସୋସିଆଲ ମିଡିଆରେ ସଞ୍ଜୟ ଭିଡିଓ ପୋଷ୍ଟ କରି କହିଛନ୍ତି, ‘ପୁରୀ ଏସ୍‌ପି ବହୁତ ଭଲ। ସବୁ କ୍ଷେତ୍ରରେ ଅବକାରୀ ବିଭାଗକୁ ସହଯୋଗ କରୁଛନ୍ତି। ଗତକାଲି ମୁଁ ଯାହା କହିଥିଲି ତାହା ଭୁଲ। ସେହି ମନ୍ତବ୍ୟ ପାଇଁ ମୋତେ କ୍ଷମା କରି ଦିଅନ୍ତୁ। ମାନସିକ ସନ୍ତୁଳନ ଠିକ ନ ଥିବାରୁ ମୁଁ କାଲି ଏପରି ମନ୍ତବ୍ୟ ଦେଇଥିଲି। ୨୦୨୦ ଅକ୍ଟୋବର ମାସରେ ମୋତେ କରୋନା ହୋଇଥିଲା। କରୋନା ପରେ ମାନସିକ ଓ ଶାରୀରିକ ଭାବେ ଅସୁସ୍ଥ ହୋଇପଡ଼ିଥିଲି। ମାନସିକ ରୋଗ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସିତ ହେଉଥିଲି। ନିୟମିତ ଔଷଧ ଖାଉଥିଲି। ମାସେ ହେଲାଣି ମୁଁ ମେଡିସିନ ଖାଉ ନ ଥିଲି। ଫଳରେ ମୋର ମାନସିକ ସନ୍ତୁଳନ ଠିକ ନ ଥିଲା। ଏଥିଯୋଗୁ ଗତକାଲି ଯେଉଁ ମନ୍ତବ୍ୟ ଦେଇଥିଲି, ତାହା ଆଦୌ ଠିକ ନୁହେଁ। ଏହାଛଡ଼ା ମୁଁ ବହୁତ ଭଲ ପିଲା। ପୋଲିସକୁ ବହୁତ ସମ୍ମାନ ଦିଏ । ପୋଲିସ ବହୁତ ଭଲ। ପୋଲିସ ବହୁତ କଷ୍ଟ କାମ କରୁଛି। ମୁଁ ଗୋଟିଏ ମାନସିକ ରୋଗୀ। ମୋ ପାଟିରୁ ଭୁଲରେ କ’ଣ ଗୋଟେ ବାହାରିଯାଇଛି। ମୋତେ କ୍ଷମା କରାଯାଉ। ମୁଁ ମୋର ଭୁଲ ସ୍ବୀକାର କରୁଛି। ମୁଁ ପୁରୀ ସୁପରିଣ୍ଟେଣ୍ଡେଣ୍ଟ ଓ ସରକାରଙ୍କୁ ସପୋର୍ଟ କରେ। ମୁଁ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ସମ୍ମାନ ଦିଏ। ମୁଁ ତାଙ୍କ ମୁହଁରେ କେବେ ହେଲେ ଉତ୍ତର ଦେଇ ନାହିଁ। ପୁରୀ ଏସ୍‌ପି ଓ ଜିଲାପାଳ ବହୁତ ଭଲ କାମ କରିଛନ୍ତି। ସେମାନେ ଅବକାରୀ ବିଭାଗକୁ ସବୁ କାମରେ ସହଯୋଗ କରିଛନ୍ତି। ମୁଁ ଭୁଲ ମାଗୁଛି। ମୋତେ ଦୟା କରି କ୍ଷମା କରି ଦେବେ’ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୪ ତାରିଖରେ ରାଜ୍ୟ ଅବକାରୀ କମିଶନରଙ୍କୁ ଇନ୍ସପେକ୍ଟର ପଣ୍ଡା ଏକ ଚିଠି ଲେଖିଥିଲେ। ଏହି ଚିଠିରେ ସେ ଅଭିଯୋଗ କରିଥିଲେ ଯେ, ଅବକାରୀ ବିଭାଗ ଚଢ଼ାଉ କରୁଛି, ମାତ୍ର ପୁରୀ ପୋଲିସ ଟଙ୍କା ନେଇ ସେମାନଙ୍କୁ ଛାଡ଼ି ଦେଉଛି। ଫଳରେ ସେମାନେ ଅବକାରୀ ବିଭାଗକୁ ଡରୁନାହାନ୍ତି। ଅବକାରୀ ବିଭାଗପରେ ପୋଲିସ ବିଭାଗର ହସ୍ତକ୍ଷେପ ବଢ଼ୁଛି। ସେହିଭଳି ସୀମିତ ସଂଖ୍ୟକ କର୍ମଚାରୀ, କମ୍‌ ଦରମା ସାଙ୍ଗକୁ କ୍ୱାର୍ଟର୍ସ, ଗାଡ଼ି, ସରକାରୀ ପୋତ୍ସାହନ କିମ୍ବା ମେଡାଲ କିଛି ନାହିଁ। ପୁରୀ ଅବକାରୀ ଅଧୀକ୍ଷକ ମଧ୍ୟ କୌଣସି କଥାକୁ ଗୁରୁତ୍ୱର ସହ ନେଉନାହାନ୍ତି ଏବଂ ପୋଲିସର ହସ୍ତକ୍ଷେପକୁ ବିରୋଧ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ। ତେବେ ୨୪ ଘଣ୍ଟାରେ ପୁରୀ ଅବକାରୀ ଇନ୍ସପେକ୍ଟରଙ୍କ ଏଭଳି ୟୁ ଟର୍ଣ୍ଣ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଥିବା କଥା ସ୍ବଇଚ୍ଛାରେ କହିଛନ୍ତି ନା ତାଙ୍କ ଉପରେ ଚାପ ପକା ଯାଇଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?