ପୁରୀ ବିଚ୍‌ ସ୍ୟାକ୍ସ ପ୍ରସ୍ତାବ ରଦ୍ଦ

ପୁରୀ ଅଫିସ,୩୧।୭: ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ କାର୍ଯ୍ୟକାରୀ କରିବାକୁ ଥିବା ପ୍ରସ୍ତାବିତ ବିଚ୍‌ ସ୍ୟାକ୍ସ ଯୋଜନାକୁ ରଦ୍ଦ କରାଯାଇଛି। ପୁରୀ ସହରର ସମସ୍ତ ପ୍ରମୁଖ ଅନୁଷ୍ଠାନ ଓ ରାଜନୈତିକ ଦଳର ବିରୋଧ ପରେ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ଖାରଜ କରିବା ସହ ପୁରୀ ବେଳାଭୂମିରେ ମଦ୍ୟପାନ ଓ କୁଟୀର ବ୍ୟବସ୍ଥା ହେବ ନାହିଁ ବୋଲି ଜିଲାପାଳ ସମର୍ଥ ବର୍ମା ଜଣାଇଛନ୍ତି। ଏ ନେଇ ଜିଲାପାଳ ବର୍ମା କହିଛନ୍ତି, ବିଚ୍‌ ସ୍ୟାକ୍ସ ପ୍ରସ୍ତାବକୁ ପ୍ରତ୍ୟାହର କରିନିଆଗଲା। ଏହା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଛି। ପୁରୀ ଏକ ଐତିହ୍ୟ ସହର। ଦେଶ ତଥା ଦେଶ ବାହାରୁ ଲୋକେ ଏଠାକୁ ଭ୍ରମଣ ଉଦ୍ଦେଶ୍ୟରେ ଆସନ୍ତି। ଧାର୍ମିକ ତୀର୍ଥ କ୍ଷେତ୍ର ପୁରୀର ପବିତ୍ରତାକୁ ଧ୍ୟାନ ଦେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ପୁରୀକୁ ଐତିହ୍ୟ ସହର ଭାବେ ଅଧିକ ବିକଶିତ କରିବାର ପ୍ରୟାସ ଜାରି ରହିବ। ଅନ୍ୟପକ୍ଷେ ପୁରୀ ଦେଶର ଏକ ପ୍ରମୁଖ ତୀର୍ଥକ୍ଷେତ୍ର ହୋଇଥିବା ହେତୁ ଏଠାରେ ମଦ ବିକ୍ରି ଉପରେ ସ୍ଥାୟୀ ନିଷିଦ୍ଧାଦେଶ ଜାରି କରିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଦାବି ଉଠିଛି। ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀମାନେ ପୁରୀ ସହରରେ ମଦକୁ ବ୍ୟାନ୍‌ କରିବା ସପକ୍ଷରେ ଥିବାବେଳେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛନ୍ତି। ଏ ସମ୍ପର୍କରେ ଜିଲାପାଳ କହିଛନ୍ତି, ପୁରୀ ସହରବାସୀଙ୍କ ପରାମର୍ଶ ଓ ମତ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ତୁରନ୍ତ ଅବଗତ କରାଯିବ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପୁରୀ ସହରବାସୀ ସ୍ବାଗତ କରିଛନ୍ତି। ସରକାର ପୁରୀ ସହରବାସୀଙ୍କ ଦାବିକୁ ମାନି ନେଇ ଯୋଜନା ରଦ୍ଦ କରିବା ଘଟଣାକୁ ଦଳମତ ନିର୍ବିଶେଷରେ ସ୍ବାଗତ କରାଯାଇଛି।

ଭାଜପା ସମେତ ୨୫ ସଂଗଠନ ବିରୋଧ କରିଥିଲେ

ପୁରୀ ବେଳାଭୂମିରେ ମଦ୍ୟପାନ ବ୍ୟବସ୍ଥାକୁ ବିରୋଧ କରି ଭାଜପା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ପୁରୀ ଏକ ଧାର୍ମିକ ସହର ହୋଇଥିବାରୁ ଏଭଳି ବ୍ୟବସ୍ଥା ଏଠାରେ କରିବା ଅନୁଚିତ। ଏଭଳି ଯୋଜନାକୁ କାର୍ଯ୍ୟକାରୀ ନ କରି ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ଏହି ଶୋଭାଯାତ୍ରାରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଦାବିପତ୍ର ଗ୍ରହଣ କରିବା ପରେ ବିଚ୍‌ ସ୍ୟାକ୍ସ ବ୍ୟବସ୍ଥାକୁ ରାଜ୍ୟ ସରକାର ରଦ୍ଦ କରିଥିବା କଥା ଜିଲାପାଳ କାର୍ଯ୍ୟକର୍ତ୍ତାଙ୍କୁ ଜଣାଇଛନ୍ତି। ସେହିଭଳି ପୁରୀ ବିଚ୍‌ ସ୍ୟାକ୍ସ ବ୍ୟବସ୍ଥାକୁ ବିରୋଧ କରି ୨୫ଟି ସଂଗଠନ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?