Posted inଜାତୀୟ

ଦୋଷୀ ପୁଅ ବଦଳରେ ପିତାଙ୍କୁ ଦଣ୍ଡାଦେଶ: ପୈତୃକ ଦୋକାନ ବିକି ବୋହୂଙ୍କୁ ଭରଣପୋଷଣ ଦେବାକୁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୯।୧୦ : ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ନିଆରା ରାୟ ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୈତୃକ ଦୋକାନ ବିକ୍ରୟ କରିବା ଏବଂ ବୋହୂଙ୍କୁ ଭରଣପୋଷଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ବ୍ୟକ୍ତିଙ୍କ ପୁଅ ତାଙ୍କ ସ୍ତ୍ରୀଙ୍କୁ ଛାଡି ବିବାହ ପରେ ଅଷ୍ଟ୍ରେଲିଆକୁ ପଳାଇ ଯାଇଥିଲେ। ଦ୍ୱିତୀୟ ଥର ସେଠାରେ ସେ ବିବାହ କରିଥିଲେ। ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ମୋହନ ଗୋପାଳ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କର ୬ ଦୋକାନ ବିକ୍ରୟ କରି ବୋହୂଙ୍କୁ ଭରଣପୋଷଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୋହନ ଗୋପାଳ ଏବଂ ତାଙ୍କ ପୁଅ ବରୁଣ ଗୋପାଳ ବାରମ୍ବାର କୋର୍ଟଙ୍କ ଆଦେଶକୁ ଅବମାନନା କରିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଉଭୟଙ୍କୁ ଭରଣପୋଷଣର ସମ୍ପୂର୍ଣ୍ଣ ପରିମାଣ ଦେବାକୁ ପଡିବ।

ମୋହନ ଗୋପାଳଙ୍କ ୬ ପୈତୃକ ଦୋକାନ ବିକ୍ରିରେ ସହାୟତା କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେପର୍ଯ୍ୟନ୍ତ ୧.୨୫ କୋଟି ଟଙ୍କାର ଭରଣପୋଷଣ ନ ମିଳୁଛି ସେ ପର୍ଯ୍ୟନ୍ତ ସମ୍ପତ୍ତିରୁ ମିଳୁଥିବା ଭଡା ଆବେଦନକାରୀ ମହିଳାଙ୍କୁ ଦିଆଯିବ। କୋର୍ଟ ଆଦେଶରେ ସ୍ପଷ୍ଟ ଭାବେ କହିଛନ୍ତି ଯଦି ସମସ୍ତ ସମ୍ପତ୍ତି ୩ମାସ ମଧ୍ୟରେ ବିକ୍ରି ହୋଇ ପାରିବ ନାହିଁ, ତେବେ ଏହାକୁ ମହିଳାଙ୍କ ନାମକୁ ହସ୍ତାନ୍ତର କରାଯାଉ।

ଶୁଣାଣି ସମୟରେ କୋର୍ଟ ମଧ୍ୟ ସେହି ଦଲିଲଗୁଡ଼ିକୁ ଦେଖିଥିଲେ ଯେଉଁଥିରେ ଦାବି କରାଯାଇଥିଲା ବିବାହ ପରେ ତୁରନ୍ତ ବରୁଣ ଗୋପାଳ ଅଷ୍ଟ୍ରେଲିଆକୁ ପଳାଇ ଦ୍ୱିତୀୟ ଥର ସେଠାରେ ବିବାହ କରିଥିଲେ। ଦ୍ୱିତୀୟ ବିବାହରୁ ତାଙ୍କର ସନ୍ତାନ ମଧ୍ୟ ଅଛନ୍ତି। ଅଦାଲତ ବ୍ୟାଙ୍କ ବିବୃତ୍ତି ମଧ୍ୟ ଦେଖିଥିଲେ, ଯେଉଁଥିରେ ଦର୍ଶାଯାଇଥିଲା ବରୁଣଙ୍କୁ ଯଥେଷ୍ଟ ପରିମାଣର ଟଙ୍କା ହସ୍ତାନ୍ତର କରାଯାଇଛି।

୨୦୧୨ମସିହାରେ ବରୁଣ ବିବାହ କରିଥିଲେ। ସେତେବେଳେ ସେ ଅଷ୍ଟ୍ରେଲିଆରେ କାମ କରୁଥିଲେ। ବିବାହ ପରେ ସେ ଅଷ୍ଟ୍ରେଲିଆ ଯାଇ ଆଉ ଫେରି ନ ଥିଲେ। ଏହା ପରେ ତାଙ୍କ ସ୍ତ୍ରୀ ବରୁଣ ଏବଂ ତାଙ୍କ ପିତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ ଏବଂ ଭରଣପୋଷଣ ଦାବି କରିଥିଲେ। ୨୦୧୭ ମସିହାରେ, ବରୁଣ ଅଷ୍ଟ୍ରେଲୀୟ କୋର୍ଟରୁ ଛାଡପତ୍ର ଆଦେଶ ମଧ୍ୟ ପାଇଥିଲେ।

ଅଦାଲତରେ ଶୁଣାଣି ସମୟରେ ବରୁଣଙ୍କ ପିତା ମୋହନ ଗୋପାଳ ଯୁକ୍ତି କରିଥିଲେ ତାଙ୍କ ପୁଅର କାର୍ଯ୍ୟକଳାପ ପାଇଁ ସେ ଦାୟୀ ନୁହଁନ୍ତି, କିନ୍ତୁ କୋର୍ଟ ତାଙ୍କ କଥା ଶୁଣି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେମିକନ୍ ଇଣ୍ଡିଆରେ ବଡ଼ କଥା କହିଦେଲେ ମୋଦି, ଭାରତ ଉପରେ ସାରା ବିଶ୍ବର…

ନୂଆଦିଲ୍ଲୀ,୧୭।୯: ଭାରତର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ପାରାଦୀପ ଚଳଚଞ୍ଚଳ: ଆଜିଠାରୁ ୨୩ ପର୍ଯ୍ୟନ୍ତ ପୂଜା ପାଇବେ ପ୍ରଭୁ ବିଶ୍ୱକର୍ମା

ପାରାଦୀପ,୧୭।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆୟୋଜକମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ…

ଅଜବ ପ୍ରେମ…୧୯ ବର୍ଷୀୟ ଜ୍ୱାଇଁ ପ୍ରେମରେ ୫ ସନ୍ତାନର ମା’! ଝିଅର ସ୍ୱାମୀଙ୍କୁ ନେଇ ଶାଶୁ ଫେରାର

ଲକ୍ଷ୍ନୌ,୧୭।୯: ଉତ୍ତରପ୍ରଦେଶର ମୈନପୁରୀରୁ ଶାଶୁ-ଜ୍ବାଇଁଙ୍କ ସମ୍ପର୍କକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ଜଣେ ମହିଳା ନିଜ ଜ୍ବାଇଁଙ୍କ ସହ ଫେରାର…

ସ୍ବାମୀଙ୍କୁ ପିଟିଦେଲା ବାଇକ୍‌, ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଖବର ଶୁଣି ସ୍ତ୍ରୀଙ୍କୁ ହେଲା…

କଲ୍ୟାଣସିଂହପୁର,୧୭ା୯(ଦୀପକ କୁମାର ପରିଡ଼ା): ଦ୍ରୁତଗତିରେ ଆସୁଥିବା ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା…

ଓରାଙ୍ଗ୍‌ଉଟାନଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍; ୩ ରକ୍ତହୀନତାରେ ପୀଡ଼ିତ

ଭୁବନେଶ୍ୱର/ବାରଙ୍ଗ,୧୭।୯(ବନ୍ଦନା ସେଠୀ/ଲିଙ୍ଗରାଜ ରାଉତ): ଓଡ଼ିଶାରୁ ଉଦ୍ଧାର କରାଯାଇଥିବା ୫ଟି ଶାବକ ଓରାଙ୍ଗ୍‌ଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (ଆନେମିଆ) ରୋଗରେ ପୀଡ଼ିତ ଥିବା ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନ…

ପ୍ରଶଂସା ସାଉଁଟିଛନ୍ତି ପୁରୁଷୋତ୍ତମପୁର ସବ୍‌ଇନ୍ସପେକ୍ଟର , ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ଆଜି…

ପୁରୁଷୋତ୍ତମପୁର,୧୭ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପକ୍ଷରୁ ସିନିୟର ସବଇନ୍ସପେକ୍ଟର ସୁଶାନ୍ତ କୁମାର ମିଶ୍ରଙ୍କ ବଦଳି ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଆଇ…

ପୁରୀର ଖଜା ଦୋକାନରେ ଚଢ଼ାଉ, ଗୁଣବତ୍ତା ସହ ଲାଇସେନ୍ସ ଯାଞ୍ଚ

ପୁରୀ, ୧୭।୯( ଅଜିତ୍ କୁମାର ମହାନ୍ତି ): ନିମ୍ନମାନର ଓ ଭେଜାଲ ଖଜା ବିକ୍ରି ନେଇ ଆସୁଥିବା ଅଭିଯୋଗକୁ ଆଧାର କରି ପୁରୀ ସହରର ବିଭିନ୍ନ ଖଜା…

ପୂଜା ମଣ୍ଡପରେ ପୂର୍ବତନ ବିଧାୟକ, ଯୁବଗୋଷ୍ଠୀଙ୍କୁ ଭେଟି…

ଗଞ୍ଜାମ,୧୭ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସାହିରେ ଧୂମ୍‌ଧାମରେ ଚାଲିଛି ଅଗ୍ର୍ୟ ପୂଜ୍ୟ ଗଜାନନଙ୍କ ପୂଜା। ଆକର୍ଷଣୀୟ ମେଢ଼ ଅତ୍ୟାଧୁନିକ ଆଲୋକ ମାଳାରେ ସହର ଝଲସି ଉଠୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?