ଓରାଙ୍ଗ୍‌ଉଟାନଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍; ୩ ରକ୍ତହୀନତାରେ ପୀଡ଼ିତ

ଭୁବନେଶ୍ୱର/ବାରଙ୍ଗ,୧୭।୯(ବନ୍ଦନା ସେଠୀ/ଲିଙ୍ଗରାଜ ରାଉତ): ଓଡ଼ିଶାରୁ ଉଦ୍ଧାର କରାଯାଇଥିବା ୫ଟି ଶାବକ ଓରାଙ୍ଗ୍‌ଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (ଆନେମିଆ) ରୋଗରେ ପୀଡ଼ିତ ଥିବା ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷଙ୍କ ସୂଚନାରୁ ଜଣାପଡ଼ିଛି । ଉଦ୍ଧାର ହୋଇଥିବା ଗୋଟିଏ ଶାବକ ଓରାଙ୍ଗ୍‌ଉଟାନ ଜ୍ୱରରେ ଆକ୍ରାନ୍ତ ହେବା ପରେ ସମସ୍ତ ୫ଟି ଯାକ ପ୍ରାଣୀଙ୍କର ଏକ୍ସ-ରେ ଏବଂ ରକ୍ତ ପରୀକ୍ଷା ସହ ବ୍ୟାପକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ଜାରି ସ୍ବାସ୍ଥ୍ୟ ବୁଲେଟିନ ଅନୁଯାୟୀ, କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ୫ ଓରାଙ୍ଗ୍‌ଉଟାନଙ୍କ ରକ୍ତ ନମୁନା ପରୀକ୍ଷାରୁ ଜଣଙ୍କଠାରେ ଗୁରୁତର ରକ୍ତହୀନତା ଏବଂ ଅନ୍ୟ ୨ ଜଣଙ୍କଠାରେ ମୃଦୁ ରକ୍ତହୀନତା ଚିହ୍ନଟ ହୋଇଛି। ବୈଷୟିକ କମିଟିର ପରାମର୍ଶ ଅନୁଯାୟୀ ସେମାନଙ୍କୁ ଆବଶ୍ୟକ ପୋଷକ ତତ୍ତ୍ୱ ଓ ଔଷଧ ଯୋଗାଇଦେବା ଆରମ୍ଭ ହୋଇଛି। ନନ୍ଦନକାନନ ନିର୍ଦ୍ଦେଶକ ସନତ ନାରାୟଣ କହିଛନ୍ତି, ଓରାଙ୍ଗ୍‌ଉଟାନ୍‌ଙ୍କ ସମଗ୍ର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗୋଟିଏ ଅଣ୍ଡିରା ଓରାଙ୍ଗ୍‌ଉଟାନର ଶରୀରର ତାପମାତ୍ରା ୯୯ ଡିଗ୍ରୀ ଫାରେନହାଇଟ ରହିଥିବା ବେଳେ ଅନ୍ୟ ୪ଟିର ତାପମାତ୍ରା ୯୮.୪ ଡିଗ୍ରୀ ରହିଛି।
ଗତ ସେପ୍ଟେମ୍ବର ୮ରେ ବାଲେଶ୍ୱର ଜିଲାର ଏକ ଜଙ୍ଗଲରୁ ଏହି ୫ଟି ଓରାଙ୍ଗ୍‌ଉଟାନଙ୍କୁୁ ଉଦ୍ଧାର କରାଯାଇଥିଲା। ଏହି ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରାଚାଲାଣର ଚେର ଖୋଜିବା ପାଇଁ ସେମାନଙ୍କର ଡିଏନଏ ପରୀକ୍ଷା କରାଯିବ, ଯାହାଦ୍ୱାରା ସେମାନଙ୍କର ମୂଳ ଉତ୍ପତ୍ତି ସ୍ଥଳ ସମ୍ପର୍କରେ ସୂଚନା ମିଳିପାରିବ। ସୂଚନାଯୋଗ୍ୟ, ଓରାଙ୍ଗ୍‌ଉଟାନ ଭାରତୀୟ ପ୍ରାଣୀ ନୁହନ୍ତି, ଏଗୁଡ଼ିକ ମୁଖ୍ୟତଃ ବୋର୍ନିଓ ଏବଂ ସୁମାତ୍ରାର ବର୍ଷାଅରଣ୍ୟରେ ଦେଖାଯାଆନ୍ତି।
ଅନ୍ୟପଟେ ଓଡ଼ିଶା ପୋଲିସର ଏସ୍‌ଟିଏଫ ଏବଂ ୱାଇଲ୍ଡଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି) ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତର ଧିମା ଗତିକୁ ନେଇ ଭୋଗରାଇ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଉଦ୍‌ବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାକୁ ସିବିଆଇ କିମ୍ବା ଏନ୍‌ଆଇଏକୁ ହସ୍ତାନ୍ତର କରନ୍ତୁ ବୋଲି ଦାବି କରିଛନ୍ତି। ତେବେ ଭାଜପା ପ୍ରବକ୍ତା ଅନିଲ ବିଶ୍ୱାଳ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଓଡ଼ିଶା ପୋଲିସ ଏସ୍‌ଟିଏଫ ଏହି ମାମଲାର ପର୍ଦ୍ଦାଫାଶ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ ଏବଂ ବିଜେଡି ଏହାକୁ ନେଇ ଅଯଥା ରାଜନୀତି କରୁଛି।
ନିର୍ଦ୍ଦେଶକ ସନତ ନାରାୟଣଙ୍କ ସୂଚନା ଅନୁଯାୟୀ, ପାଖାପାଖି ୩୦ ଦିନ ପର୍ଯ୍ୟନ୍ତ ଓରାଙ୍ଗ୍‌ଉଟାନ ଛୁଆମାନେ କ୍ୱାରେଣ୍ଟାଇନ୍‌ରେ ରହିବେ। ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇଛି। ପରବର୍ତ୍ତୀ ସମୟରେ କମିଟି ନିଷ୍ପତ୍ତି ପରେ ସେମାନଙ୍କୁ ଖୋଲା ଖୁଆଡ଼କୁ ଛଡ଼ାଯିବା କଥା ଚିନ୍ତା କରାଯିବ। ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଟେକ୍ନିକାଲ୍‌ କମିଟି ସଦସ୍ୟ ତଥା ମହୀଶୂର ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଡାକ୍ତର ମଦନ କୋମପାଲଙ୍କ କହିବା ଅନୁଯାୟୀ, ଓରାଙ୍ଗଉଟାନ ସୁସ୍ଥ ଅଛନ୍ତି ଓ ଠିକ୍‌ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି। ତେବେ ଏମାନେ କେଉଁ ପରିବେଶରୁ ଆସିଛନ୍ତି କେବଳ ସେମାନଙ୍କ ଶାରୀରିକ ଲକ୍ଷଣ ଦେଖି ନିର୍ଣ୍ଣୟ କରିବା କଷ୍ଟକର। ଏହାସହ ସେମାନଙ୍କ ବୟସ ବହୁତ୍ କମ୍‌ ଥିବାରୁ ଜାଣିବା ଚ୍ୟାଲେଞ୍ଜିଂ ହୋଇଛି। ଡିଏନ୍‌ଏ ପରୀକ୍ଷାର ଆବଶ୍ୟକ ରହିଛି। ଏହାଦ୍ୱାରା ସେମାନଙ୍କ ପରିଚୟ ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅଡବା ପୋଲିସ, ବ୍ୟାଗରୁ ମିଳିଲା

ମୋହନା,୧୭।୯(ମନ୍ମଥ ମିଶ୍ର): ସ୍କୁଟିରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ । ପୋଲିସ ଚେକିଂ ବେଳେ ଧରାପଡ଼ିଲା ଚାଲାଣକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଏବେଠୁ ସତର୍କ ରୁହନ୍ତୁ ୩ ରାଶି: ଡିସେମ୍ବର ଯାଏ କଲବଲ କରିବେ ରାହୁ-କେତୁ, ହାତରୁ ଯିବ ଚାକିରି! ସହିବେ ବଡ଼ କ୍ଷତି

ବୈଦିକ ଜ୍ୟୋତିଷରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମତ ଅନୁସାରେ ଏହି ଦୁଇ ଗ୍ରହଙ୍କ ପ୍ରଭାବରେ ଜୀବନରେ ହଠାତ୍‌ ଲାଭ,…

ସେମିକନ୍ ଇଣ୍ଡିଆରେ ବଡ଼ କଥା କହିଦେଲେ ମୋଦି, ଭାରତ ଉପରେ ସାରା ବିଶ୍ବର…

ନୂଆଦିଲ୍ଲୀ,୧୭।୯: ଭାରତର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ପାରାଦୀପ ଚଳଚଞ୍ଚଳ: ଆଜିଠାରୁ ୨୩ ପର୍ଯ୍ୟନ୍ତ ପୂଜା ପାଇବେ ପ୍ରଭୁ ବିଶ୍ୱକର୍ମା

ପାରାଦୀପ,୧୭।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆୟୋଜକମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ…

ଅଜବ ପ୍ରେମ…୧୯ ବର୍ଷୀୟ ଜ୍ୱାଇଁ ପ୍ରେମରେ ୫ ସନ୍ତାନର ମା’! ଝିଅର ସ୍ୱାମୀଙ୍କୁ ନେଇ ଶାଶୁ ଫେରାର

ଲକ୍ଷ୍ନୌ,୧୭।୯: ଉତ୍ତରପ୍ରଦେଶର ମୈନପୁରୀରୁ ଶାଶୁ-ଜ୍ବାଇଁଙ୍କ ସମ୍ପର୍କକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ଜଣେ ମହିଳା ନିଜ ଜ୍ବାଇଁଙ୍କ ସହ ଫେରାର…

ସ୍ବାମୀଙ୍କୁ ପିଟିଦେଲା ବାଇକ୍‌, ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଖବର ଶୁଣି ସ୍ତ୍ରୀଙ୍କୁ ହେଲା…

କଲ୍ୟାଣସିଂହପୁର,୧୭ା୯(ଦୀପକ କୁମାର ପରିଡ଼ା): ଦ୍ରୁତଗତିରେ ଆସୁଥିବା ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା…

ପ୍ରଶଂସା ସାଉଁଟିଛନ୍ତି ପୁରୁଷୋତ୍ତମପୁର ସବ୍‌ଇନ୍ସପେକ୍ଟର , ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ଆଜି…

ପୁରୁଷୋତ୍ତମପୁର,୧୭ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପକ୍ଷରୁ ସିନିୟର ସବଇନ୍ସପେକ୍ଟର ସୁଶାନ୍ତ କୁମାର ମିଶ୍ରଙ୍କ ବଦଳି ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଆଇ…

ପୁରୀର ଖଜା ଦୋକାନରେ ଚଢ଼ାଉ, ଗୁଣବତ୍ତା ସହ ଲାଇସେନ୍ସ ଯାଞ୍ଚ

ପୁରୀ, ୧୭।୯( ଅଜିତ୍ କୁମାର ମହାନ୍ତି ): ନିମ୍ନମାନର ଓ ଭେଜାଲ ଖଜା ବିକ୍ରି ନେଇ ଆସୁଥିବା ଅଭିଯୋଗକୁ ଆଧାର କରି ପୁରୀ ସହରର ବିଭିନ୍ନ ଖଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?