ପାରାଦୀପ ଚଳଚଞ୍ଚଳ: ଆଜିଠାରୁ ୨୩ ପର୍ଯ୍ୟନ୍ତ ପୂଜା ପାଇବେ ପ୍ରଭୁ ବିଶ୍ୱକର୍ମା

ପାରାଦୀପ,୧୭।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆୟୋଜକମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବିଶେଷକରି ପାରାଦୀପର ସିନେମା ହଲଠାରୁ ଆରମ୍ଭ କରି ବ୍ୟାଙ୍କ ଲେନ୍‌ ଛକ ଓ ନୂଆବଜାର ହୋଟେଲ ଛକ ପର୍ଯ୍ୟନ୍ତ ସୁଉଚ୍ଚ ମଣ୍ଡପ ନିର୍ମିତ ହୋଇଛି। ଉକ୍ତ ଅଞ୍ଚଳରେ ୧୧ଟି ବଡ଼ ମଣ୍ଡପ ହୋଇଛି। ସେଗୁଡିକ ମଧ୍ୟରେ ଉତ୍କଳ ପୋର୍ଟ ଆଣ୍ଡ ଡକ୍‌ ୱାର୍କର୍ସ ୟୁନିୟନ, ପୋର୍ଟ ଆଣ୍ଡ ଡକ୍‌ ମଜଦୁର୍‌ ୟୁନିୟନ, ବନ୍ଦର ଜନସ୍ବାସ୍ଥ୍ୟ ବିଭାଗ, ମେରାଇନ ବିଭାଗ, ବିଦ୍ୟୁତ୍‌ ବିଭାଗ, ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା), ଜଗନ୍ନାଥ ଟ୍ରକ୍‌ ମାଲିକ ସଂଘ, ପାରାଦୀପ ଟ୍ରକ୍‌ ମାଲିକ ସଂଘ, ଡମ୍ପର ମାଲିକ ସଂଘ, ଭାରତୀୟ ମଜଦୁର୍‌ ସଂଘ ଆଦି ମଣ୍ଡପ କରିଛନ୍ତି। ସେଥିମଧ୍ୟରୁ ଦୁଇଟି ବଡ଼ ଆୟୋଜକ ଗତ ୨୦୨୧ ପରଠାରୁ ଆଉ ମଣ୍ଡପ କରୁନାହାଁନ୍ତି। ସେମାନେ ହେଲେ ଜଗତସିଂହପୁର ଜିଲା ଟ୍ରକ୍‌ ମାଲିକ ସଂଘ ଓ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ। ଏଥିସହ ମୀନବଜାର, ଦୋଳି, ବିଭିନ୍ନ ଦୋକାନ, ଖାଇବା ଷ୍ଟଲ ଆଦି ହୋଇଛି। ପ୍ରତ୍ୟେକ ମଣ୍ଡପ ନିକଟରେ ସପ୍ତାହ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି। ପୂଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପାରାଦୀପ ଆଦର୍ଶଥାନା ପୋଲିସ ପକ୍ଷରୁ ୧୫ ପ୍ଲାଟୁନ ଫୋର୍ସ ସହ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ତେବେ ଦୋଛକିଠାରୁ ଅଠରବାଙ୍କି ଓ ବଡ଼ପଡିଆ ପର୍ଯ୍ୟନ୍ତ ରାସ୍ତା ମରାମତି କାର୍ଯ୍ୟ ଚାଲିଥିବାରୁ ଅସୁବିଧା ହେଉଛି। ଫଳରେ ୪ ଲେନ୍‌ ବିଶିଷ୍ଟ ରାସ୍ତା ଗୋଟିଏ ପାଖ ବନ୍ଦ ରହିଛି। ଏଥିଯୋଗୁ ଯାତାୟାତ ସମୟରେ ଭିଡ ହେଉଛି। ପୂଜା ମହୋତ୍ସବ ପାଇଁ ବନ୍ଦରାଞ୍ଚଳର ଅଧିବାସୀମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।
ସୂଚନାଯୋଗ୍ୟ, ଏହି ପୂଜା ମହୋତ୍ସବ ୧୯୬୮ ମସିହାରୁ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଛୋଟ ମଣ୍ଡପ ହେଉଥିଲା। ସମୟ ସହ ମଣ୍ଡପ ସଂଖ୍ୟା ବୃଦ୍ଧି ପାଇବା ସହ ଆକର୍ଷଣୀୟ କରିବା ପାଇଁ ଅଘୋଷିତ ପ୍ରତିଯୋଗିତା ହୋଇଥାଏ। କାରଣ ପଞ୍ଚମ ଦିନରେ ଜିଲା ପ୍ରଶାସନ ଓ ପାରାଦୀପ ପୌରପରିଷଦ ପକ୍ଷରୁ ଆକର୍ଷଣୀୟ ମଣ୍ଡପ, ଆଲୋକୀକରଣ ଆଦି ପାଇଁ ଆୟୋଜକଙ୍କୁ ପୁରସ୍କାର ସହିତ ପଦକ ଦିଆଯିବ। ଗୋଟିଏ ଲେଖା ମଣ୍ଡପ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା କୁହନ୍ତି, ପୂଜା ଏବେ ବ୍ୟୟବହୁଳ ହୋଇଥିଲେ ମଧ୍ୟ ସଂଘର ଓ ପାରାଦୀପର ସମ୍ମାନକୁ ନେଇ କରିବାକୁ ପଡ଼ୁଛି। ଆୟୋଜକମାନଙ୍କୁ ବିଦ୍ୟୁତ୍‌ ଓ ଜାଗା ପାଇଁ ଅର୍ଥ ଛାଡ କରାଗଲେ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ପରିଡ଼ା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗରେ କୁକୁର ଧରି ଅଫିସରେ ପହଞ୍ଚିଲେ ଯୁବନେତା, ଅଫିସରଙ୍କ ଟେବୁଲ ଉପରେ ଛାଡି…

ମୁମ୍ବାଇ,୧୭।୯: ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ…

ପେଟ୍ରୋଲ ଭରାଇବା ପରେ UPIରେ ଦେଇପାରିବେନି ଟଙ୍କା! କାହିଁକି ବିରୋଧ କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୯: ପେଟ୍ରୋଲ କିମ୍ବା ଡିଜେଲ ଭରାଇବା ପରେ UPI ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨,୦୦୦…

ଗ୍ରାମରେ ପଶିଗଲା ଗୋଠଛଡ଼ା ଦନ୍ତା: ଘର ଭାଙ୍ଗି ଚାଉଳ ଖାଇଲା, ଜଙ୍ଗଲରେ ୩ ହାତୀଙ୍କୁ ନେଇ ଆତଙ୍କ!

ବଣାଇଁ,୧୭।୯(ପ୍ରଦୀପ ତ୍ରିପାଠୀ): ବୁଧବାର ସନ୍ଧ୍ୟାରେ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ବଡ଼ପୋଷ ଗ୍ରାମରେ ଏକ ଗୋଠଛଡା ଦନ୍ତା ହଠାତ୍ ଘରେ ପଶି ଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ଘୂରିବୁଲୁଥିବା…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

UPI AutoPay ମାଧ୍ୟମରେ SIP ଏବଂ Insurance ଭରୁଛନ୍ତି କି? ଜାଣନ୍ତୁ ୧୫ ଅକ୍ଟୋବରରୁ କ’ଣ ବଦଳିବ…

ନୂଆଦିଲ୍ଲୀ,୧୭।୯: ଯଦି ଆପଣ ପ୍ରତିମାସରେ Mutual Fund SIP, ଇନ୍ସୁରାନ୍ସ ପ୍ରିମିୟମ୍, OTT ସବସ୍କ୍ରିପସନ୍ କିମ୍ବା ବିଜୁଳି-ମୋବାଇଲ୍ ବିଲ୍ ପରିଶୋଧ ପାଇଁ UPI AutoPay ବ୍ୟବହାର କରୁଛନ୍ତି,…

ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅଡବା ପୋଲିସ, ବ୍ୟାଗରୁ ମିଳିଲା

ମୋହନା,୧୭।୯(ମନ୍ମଥ ମିଶ୍ର): ସ୍କୁଟିରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ । ପୋଲିସ ଚେକିଂ ବେଳେ ଧରାପଡ଼ିଲା ଚାଲାଣକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଏବେଠୁ ସତର୍କ ରୁହନ୍ତୁ ୩ ରାଶି: ଡିସେମ୍ବର ଯାଏ କଲବଲ କରିବେ ରାହୁ-କେତୁ, ହାତରୁ ଯିବ ଚାକିରି! ସହିବେ ବଡ଼ କ୍ଷତି

ବୈଦିକ ଜ୍ୟୋତିଷରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମତ ଅନୁସାରେ ଏହି ଦୁଇ ଗ୍ରହଙ୍କ ପ୍ରଭାବରେ ଜୀବନରେ ହଠାତ୍‌ ଲାଭ,…

ସେମିକନ୍ ଇଣ୍ଡିଆରେ ବଡ଼ କଥା କହିଦେଲେ ମୋଦି, ଭାରତ ଉପରେ ସାରା ବିଶ୍ବର…

ନୂଆଦିଲ୍ଲୀ,୧୭।୯: ଭାରତର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?