ପ୍ରଶଂସା ସାଉଁଟିଛନ୍ତି ପୁରୁଷୋତ୍ତମପୁର ସବ୍‌ଇନ୍ସପେକ୍ଟର , ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ଆଜି…

ପୁରୁଷୋତ୍ତମପୁର,୧୭ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପକ୍ଷରୁ ସିନିୟର ସବଇନ୍ସପେକ୍ଟର ସୁଶାନ୍ତ କୁମାର ମିଶ୍ରଙ୍କ ବଦଳି ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଆଇ ଦେବାଶିଷ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଏସ୍‌ପି ପ୍ରଶାନ୍ତ କୁମାର ଦାଶ, ଏସ୍‌ଡିପିଓ ସୁଜିତ କୁମାର ନାୟକ, ଆଇଆଇସି କୁଳମଣି ସେଠୀ ଓ ଏସ୍‌ଆଇ ପ୍ରଭାସିନୀ ସାହୁ ଯୋଗଦେଇଥିଲେ। ଥାନାରେ ଦୀର୍ଘ ୩ ବର୍ଷ ଧରି କାର୍ଯ୍ୟରତ ସୁଶାନ୍ତ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହ ପ୍ରାଥମିକତା ଭାବେ ବିଭିନ୍ନ ବିବାଦର ସମାଧାନରେ ଗୁରୁତ୍ୱ ଦେଇଥିଲେ। ବିଶେଷକରି ପାରିବାରିକ ବିବାଦ, ପଡ଼ୋଶୀଙ୍କ ମଧ୍ୟରେ ଝଗଡ଼ା ଓ ଛୋଟଛୋଟ ଅଭିଯୋଗକୁ ଆପୋସ ଆଲୋଚନା ଓ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିବା ଫଳରେ ଅନେକ ବିବାଦ ବଡ଼ ବଡ ଘଟଣାର ରୂପ ନେବାରୁ ରୋକାଯାଇପାରି ଭାଇଚାରା ସୃଷ୍ଟି ହୋଇପାରୁଥିଲା। ଏହି ଅବସରରେ ଓକିଲ ସଂଘର ସଦସ୍ୟ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ସୁଶାନ୍ତ ମିଶ୍ରଙ୍କ କାର୍ଯ୍ୟଦକ୍ଷତା ଓ ଜନସାଧାରଣଙ୍କ ପ୍ରତି ତାଙ୍କର ଆଚରଣକୁ ପ୍ରଶଂସା କରିଥିଲେ। ଅନ୍ୟ ଅଧିକାରୀମାନେ ମଧ୍ୟ ଥାନାକୁ ଆସୁଥିବା ଅଭିଯୋଗକୁ ଗୁରୁତ୍ୱ ଦେଇ ପ୍ରାଥମିକ ପର୍ଯ୍ୟାୟରେ ଆପୋସ ସମାଧାନ ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେବା ଲାଗି ମତପ୍ରକାଶ ପାଇଥିଲା। ଏହାକୁ ଥାନାର କର୍ମଚାରୀମାନେ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅଡବା ପୋଲିସ, ବ୍ୟାଗରୁ ମିଳିଲା

ମୋହନା,୧୭।୯(ମନ୍ମଥ ମିଶ୍ର): ସ୍କୁଟିରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ । ପୋଲିସ ଚେକିଂ ବେଳେ ଧରାପଡ଼ିଲା ଚାଲାଣକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଏବେଠୁ ସତର୍କ ରୁହନ୍ତୁ ୩ ରାଶି: ଡିସେମ୍ବର ଯାଏ କଲବଲ କରିବେ ରାହୁ-କେତୁ, ହାତରୁ ଯିବ ଚାକିରି! ସହିବେ ବଡ଼ କ୍ଷତି

ବୈଦିକ ଜ୍ୟୋତିଷରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମତ ଅନୁସାରେ ଏହି ଦୁଇ ଗ୍ରହଙ୍କ ପ୍ରଭାବରେ ଜୀବନରେ ହଠାତ୍‌ ଲାଭ,…

ସେମିକନ୍ ଇଣ୍ଡିଆରେ ବଡ଼ କଥା କହିଦେଲେ ମୋଦି, ଭାରତ ଉପରେ ସାରା ବିଶ୍ବର…

ନୂଆଦିଲ୍ଲୀ,୧୭।୯: ଭାରତର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ପାରାଦୀପ ଚଳଚଞ୍ଚଳ: ଆଜିଠାରୁ ୨୩ ପର୍ଯ୍ୟନ୍ତ ପୂଜା ପାଇବେ ପ୍ରଭୁ ବିଶ୍ୱକର୍ମା

ପାରାଦୀପ,୧୭।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆୟୋଜକମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ…

ଅଜବ ପ୍ରେମ…୧୯ ବର୍ଷୀୟ ଜ୍ୱାଇଁ ପ୍ରେମରେ ୫ ସନ୍ତାନର ମା’! ଝିଅର ସ୍ୱାମୀଙ୍କୁ ନେଇ ଶାଶୁ ଫେରାର

ଲକ୍ଷ୍ନୌ,୧୭।୯: ଉତ୍ତରପ୍ରଦେଶର ମୈନପୁରୀରୁ ଶାଶୁ-ଜ୍ବାଇଁଙ୍କ ସମ୍ପର୍କକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ଜଣେ ମହିଳା ନିଜ ଜ୍ବାଇଁଙ୍କ ସହ ଫେରାର…

ସ୍ବାମୀଙ୍କୁ ପିଟିଦେଲା ବାଇକ୍‌, ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଖବର ଶୁଣି ସ୍ତ୍ରୀଙ୍କୁ ହେଲା…

କଲ୍ୟାଣସିଂହପୁର,୧୭ା୯(ଦୀପକ କୁମାର ପରିଡ଼ା): ଦ୍ରୁତଗତିରେ ଆସୁଥିବା ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା…

ଓରାଙ୍ଗ୍‌ଉଟାନଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍; ୩ ରକ୍ତହୀନତାରେ ପୀଡ଼ିତ

ଭୁବନେଶ୍ୱର/ବାରଙ୍ଗ,୧୭।୯(ବନ୍ଦନା ସେଠୀ/ଲିଙ୍ଗରାଜ ରାଉତ): ଓଡ଼ିଶାରୁ ଉଦ୍ଧାର କରାଯାଇଥିବା ୫ଟି ଶାବକ ଓରାଙ୍ଗ୍‌ଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (ଆନେମିଆ) ରୋଗରେ ପୀଡ଼ିତ ଥିବା ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନ…

ପୁରୀର ଖଜା ଦୋକାନରେ ଚଢ଼ାଉ, ଗୁଣବତ୍ତା ସହ ଲାଇସେନ୍ସ ଯାଞ୍ଚ

ପୁରୀ, ୧୭।୯( ଅଜିତ୍ କୁମାର ମହାନ୍ତି ): ନିମ୍ନମାନର ଓ ଭେଜାଲ ଖଜା ବିକ୍ରି ନେଇ ଆସୁଥିବା ଅଭିଯୋଗକୁ ଆଧାର କରି ପୁରୀ ସହରର ବିଭିନ୍ନ ଖଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?