Posted inଜାତୀୟ

ଭାଜପା କରିଥିଲା ପୁଲଓ୍ବାମା ଆକ୍ରମଣ, ରାମ ମନ୍ଦିର ଉପରେ ମଧ୍ୟ ଏଭଳି କରିବା ଆଶଙ୍କା ରହିଛି: ଉଦ୍ଧବ…

ମୁମ୍ବାଇ,୨୮।୮ : ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରର ହିଙ୍ଗୋଲିରେ ଏକ ରାଲି କରିଥିଲେ ଯେଉଁଠାରେ ସେ ତାଙ୍କ ଦଳର କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ ଉଦ୍ଧବ ଠାକରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଉଦ୍ଧବ ଠାକରେ କହିଥିଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଭାଜପା ଦ୍ୱାରା କରାଯାଇଛି। ଏହି ବିବୃତ୍ତି ଦେବାବେଳେ ସେ ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ସତ୍ୟପାଲ ମଲିକ ଏବଂ ଟିଏମସି ଏମପି ମହୁଆ ମିତ୍ରଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି।

ଉଦ୍ଧବ କହିଛନ୍ତି, ’ମହୁଆ ପଶ୍ଚିବଙ୍ଗର ଏମପି। ସତ୍ୟପାଲ ମଲିକ ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ। ସତ୍ୟପା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ। ଏହା ମୋର ମତ ନୁହେଁ। ସେ ଦୁହେଁ ଏହି କଥା କହିଛନ୍ତି। ସେ ଖୋଲାଖୋଲି ଭାବେ କହିଛନ୍ତି ଭାଜପା ୨୦୧୯ରେ ନିର୍ବାଚନରେ ଜିତିବା ପାଇଁ ପୁଲୱାମା ଷଡଯନ୍ତ୍ର କରିଥିଲା। ଭାଜପା କ୍ଷମତା ହାସଲ ପାଇଁ ସବୁ କିଛି କିଛି କରିପାରିବ।

ଭାଜପା ନିର୍ଦ୍ଦେଶରେ ରାମ ମନ୍ଦିର ଉପରେ ମଧ୍ୟ ଏଭଳି କରିବା ଆଶଙ୍କା ରହିଛି। ଉଦ୍ଧବ ଠାକରେ କହିଛନ୍ତି, ’ଅନ୍ୟ ଏକ ସମ୍ଭାବନା ବିଷୟରେ ଆଲୋଚନା ହେଉଛି ଏବଂ ଦେଶର ସମସ୍ତ ହିନ୍ଦୁ ଏହା ପ୍ରତି ଧ୍ୟାନ ଦେବା ଉଚିିତ। ଏବେ ପ୍ରକାଶ ପାଇଛି ପାକିସ୍ତାନ ଦ୍ୱାରା ହୋଇଥିବା ଆକ୍ରମଣ ଏକ ମିଥ୍ୟା ଥିଲା। ସେମାନେ ଚନ୍ଦ୍ରରେ ଏକ ଘର ତିଆରି ମଧ୍ୟ କରିପାରିବେ। ତା’ପରେ ଆଉ କ’ଣ କରାଯାଇପାରିବ? ଏହା ଅଧିକ ବିପଜ୍ଜନକ ଅଟେ। ଦେଖନ୍ତୁ ରାମ ମନ୍ଦିର ନିର୍ମାଣ ହେଉଛି, ଯେଉଁଥିରେ ଭାଜପାର କୌଣସି ଭୂମିକା ନାହିଁ। କୋର୍ଟ ରାମମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। କିନ୍ତୁ ଭାଜପା ୧ ଜାନୁଆରୀ ୨୦୨୪ ରେ ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ପାଳନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?