ସିସିଟିଭି ଜଗିବ ପୂଜାମଣ୍ଡପ

ଖୋର୍ଦ୍ଧା ଅଫିସ,୧୮।୯:  ଆଉ ଦିନ କେଇଟା ପରେ ଧରାପୃଷ୍ଠରେ ପୂଜା ପାଇବେ ଜଗତ୍‌ଜନନୀ ମା’ଦୁର୍ଗା ଓ ଧନଲକ୍ଷ୍ମୀ। ଦୁଇବର୍ଷ ପରେ ବିନା କଟକଣାରେ ମା’ଙ୍କ ପୂଜାର୍ଚ୍ଚନା ସହ ସମୂହ ଭସାଣି ଅନୁଷ୍ଠିତ ହେବ। ଫଳରେ ଖୋର୍ଦ୍ଧାରେ ପ୍ରବଳ ଜନସମାଗମ ହେବା ସମ୍ଭାବନା ରହିଛି। ଜିଲା ପ୍ରଶାସନ ଏବଂ ପୂଜା କମିଟି ସଦସ୍ୟ, ବ୍ୟବସାୟୀ ମହାସଂଘକୁ ନେଇ ଏକ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଶାନ୍ତିଶୃଙ୍ଖଳାରେ ଶାରଦୀୟ ପୂଜା ଆୟୋଜନ ସହ ମୂର୍ତ୍ତି ବିସର୍ଜନ ଏବଂ ରାବଣ ପୋଡ଼ି କାର୍ଯ୍ୟକ୍ରମ, ରାସ୍ତା, ଡ୍ରେନ୍‌, ପରିମଳ, ସର୍ବସାଧାରଣ ଶୌଚାଳୟ ଭିତ୍ତିଭୂମି ସ୍ଥିତି ସହ ଖାଦ୍ୟ ନିରାପତ୍ତା ଏବଂ ଭିଡ଼ ନିୟନ୍ତ୍ରଣ ଉପରେ ଆଲୋଚନା କରାଯାଇଥିଲା। ସହରର ରାସ୍ତା ମରାମତି, ଡ୍ରେନ୍‌ରେ ସ୍ଲାବ୍‌ ପକାଇବା, ଷ୍ଟ୍ରିଟ୍‌ ଲାଇଟ ମରାମତି, ଅନାବଶ୍ୟକ ଗଛ କାଟିବା ପାଇଁ ଜିଲାପାଳ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୂର୍ତ୍ତି ବିସର୍ଜନ ଲାଗି ପୌର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ଅସ୍ଥାୟୀ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବା ଲାଗି ଜିଲାପାଳ କମିଟିଗୁଡ଼ିକୁ ପରାମର୍ଶ ଦେଇଥିଲେ। କୌଣସି ପୂଜାମଣ୍ଡପରେ ଯେପରି କିଛି ଅଘଟଣ କିମ୍ବା ସର୍ଟସର୍କିଟଜନିତ ସମସ୍ୟା ନ ଉପୁଜିବ ତାହା ଉପରେ ଗୁରୁତ୍ୱ ଦିଆଯିବ। ପୂଜା ସମୟରେ ବାସିଖାଦ୍ୟ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, ଜଳଖିଆ ଦୋକାନରେ ବିକ୍ରି ହୋଇଥାଏ। ତେଣୁ ଖାଦ୍ୟର ନିରାପତ୍ତା ଯାଞ୍ଚ ଲାଗି ଫୁଡ୍‌ ଇନ୍ସପେକ୍ଟରଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଖାଦ୍ୟଷ୍ଟଲ୍‌, ଦୋକାନ ବୁଲି ଖାଦ୍ୟର ମାନ ଯାଞ୍ଚ କରିବେ। ସେହିଭଳି ପୂଜା ମଣ୍ଡପରେ ଯେଭଳି କୌଣସି ଦୁର୍ଘଟଣା ନ ଘଟିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ। ସୁରକ୍ଷା ଦୃଷ୍ଟିରୁ ସମସ୍ତ ପୂଜା ମଣ୍ଡପରେ ସିସିଟିଭି ଲଗାଇବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ଆୟୋଜନ ଲାଗି କମିଟିମାନେ ସିଙ୍ଗଲ ୱିଣ୍ଡୋରେ ପୂଜା, ଲାଇଟ ଆଣ୍ଡ ସାଉଣ୍ଡ, ଭସାଣି, ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଉପଜିଲାପାଳଙ୍କ ନିକଟରେ ଆବେଦନ କରିବେ। ରାବଣପୋଡ଼ି ଏବଂ ଭସାଣି ସ୍ଥାନରେ ଆର୍‌ ଆଣ୍ଡ ବି ପକ୍ଷରୁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବ। ଅଗ୍ନିଶମ ସେବାକେନ୍ଦ୍ର ଉଭୟ ସ୍ଥାନ ତଦାରଖ କରିବ। ଏଥିସହିତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍‌ ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟଜଳ ବ୍ୟବସ୍ଥା କରାଯିବ। ବିଦ୍ୟୁତ୍‌ ବିଭାଗ ରାସ୍ତାରେ ଓହଳି ରହିଥିବା ତାର ସଜାଡ଼ିବା ସହ ଆବଶ୍ୟକ ମରାମତି କରିବ। ନିର୍ଦ୍ଧାରିତ ସମୟରେ ଭସାଣି ସ୍ଥଳରେ ପହଞ୍ଚିବା, ଶୃଙ୍ଖଳିତ ପୂଜାମଣ୍ଡପ, ସାଜସଜ୍ଜା, ଆକର୍ଷଣୀୟ ପ୍ରତିମୂର୍ତ୍ତି ଆଦିକୁ ଦୃଷ୍ଟିରେ ରଖି ପୂଜା କମିଟିକୁ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯିବ। ଚଳିତ ବର୍ଷ ୫ ହରପାର୍ବତୀ, ୪ ଦୁର୍ଗାପୂଜା ଏବଂ ୩୧ ମଣ୍ଡପରେ ପୂଜା ପାଇବେ ଗଜଲକ୍ଷ୍ମୀ। ଅକ୍ଟୋବର ୧ରୁ ୪ ଦୁର୍ଗା ଓ ହରପାର୍ବତୀ ପୂଜା, ୫ରେ ରାବଣପୋଡ଼ି, ୯ରୁ ୧୫ ଗଜଲକ୍ଷ୍ମୀ ପୂଜା ଏବଂ ୧୬ ତାରିଖରେ ସାମୂହିକ ଭସାଣି ଉତ୍ସବ ଏବଂ ୧୭ ତାରିଖରେ ଟାଉନ ହଲ୍‌ଠାରେ ପୂଜା କମିଟି ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଲାଗି ସ୍ଥିର ହୋଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବେଗୁନିଆ ବିଧାୟକ ତଥା ବ୍ୟବସାୟୀ ମହାସଂଘ ସଭାପତି ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ, ଉପଜିଲାପାଳ ଦେବବ୍ରତ ସାହୁ, ପୌର କାର୍ଯ୍ୟନିର୍ବାହୀ ତଥା ତହସିଲଦାର ଈପ୍‌ସିତ ସାହୁ, ସଦର ଡିଏସ୍‌ପି ଦିଲୀପ କୁମାର ଦାସ, ଇଲେକ୍ଟ୍ରି ଏସ୍‌ଡିଓ ମାନସ ରଞ୍ଜନ ନାୟକ, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା, ବ୍ୟବସାୟୀ ମହାସଂଘ ସମ୍ପାଦକ ଜୟନ୍ତ ରାୟଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ପୂଜା କମିଟି ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri