ମନ୍ଦିର ଢାଞ୍ଚାରେ ପୂଜାମଣ୍ଡପ

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଗୋବିନ୍ଦତୋଳା ସାର୍ବଜନୀନ ଦୁର୍ଗାପୂଜା ଚଳିତ ବର୍ଷ ୫୪ବର୍ଷରେ ପଦାର୍ପଣ କରିଛି। ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମନ୍ଦିର ଢ଼ାଞ୍ଚାରେ ପୂଜାମଣ୍ଡପ ତିଆରି ଚାଲିଛି। ଭୁବନେଶ୍ୱରୀ ଦେବୀ ସୁସଜ୍ଜିତ ମଣ୍ଡପରେ ଉପବିଷ୍ଟ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ମୁଖ୍ୟ ତୋରଣ ୪୫ଫୁଟ୍‌ ଉଚ୍ଚତା ଓ ୪୮ଫୁଟ୍‌ ଚଉଡ଼ାର ହେବ। ୪୦ଜଣ କାରୀଗର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ଏଥିସହ ଭୁବନେଶ୍ୱରୀ ଦେବୀଙ୍କ ସକାଶେ ୬କେଜି ରୂପାରେ ଛତ୍ର ତିଆରି କରାଯାଉଛି। ଦେବୀଙ୍କ ରୂପା ମୁକୁଟ ଶୀର୍ଷରେ ଏହି ଛତ୍ର ଲାଗିବ। ଚଳିତବର୍ଷ କମିଟି ୨୫ଲକ୍ଷ ବ୍ୟୟ ଅଟକଳ ସ୍ଥିର କରିଛି। ସାଢ଼େ ୫ଲକ୍ଷ ତୋରଣ, ୪ଲକ୍ଷ ରୂପା ଛତ୍ରୀ, ୫୦ହଜାର ମୂର୍ତ୍ତି, ୬ଲକ୍ଷ ଆଲୋକ ସାଜସଜ୍ଜା ଲାଗି ଖର୍ଚ୍ଚ କରାଯିବ ବୋଲି ସଭାପତି ପ୍ରଦୀପ ପାଢ଼ୀ ସୂଚନା ଦେଇଛନ୍ତି। ପରମ୍ପରା ଅନୁସାରେ ଷଷ୍ଠୀ ତିଥିରେ କଳସ ଯାତ୍ରା ସହ ପୂଜାରମ୍ଭ ହେବ। ଅକ୍ଟୋବର ୬ରେ ଘଟ ବିସର୍ଜନ କରାଯିବ। ବିସର୍ଜନ ଶୋଭାଯାତ୍ରାରେ କଣ୍ଢେଇ ନାଚ, ଦେବୀଦେବ ପରଭା ନାଚ, ଡିଜେ ଓ ଦୁଲଦୁଲି ବାଜା ସାମିଲ ହେବ। କମିଟି ଉପସଭାପତି ସଞ୍ଜୟ ସାହୁ, ସମ୍ପାଦକ ଶୁଭମ ମହାପାତ୍ର, ଲଟେରୀ ଅଧ୍ୟକ୍ଷ ରମାକାନ୍ତ ବେରିହା ଓ କୋଷାଧ୍ୟକ୍ଷ ମନୋଜ ନାୟକଙ୍କ ସମେତ ୫୦ଜଣ ସଭ୍ୟ ଦୁର୍ଗାପୂଜା ପ୍ରସ୍ତୁତିରେ ଲାଗିଛନ୍ତି ବୋଲି ସଭାପତି କହିଛନ୍ତି। କୋଷାଧ୍ୟକ୍ଷ ସୂଚିତ କରିଛନ୍ତି, ଗୋବିନ୍ଦତୋଳା ବ୍ରିଜରୁ ପେଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ଆଲୋକମାଳାରେ ସଜ୍ଜିତ କରାଯିବ। ୫ଟି ସୁଉଚ୍ଚ ତୋରଣ, ୪୨ଟି ପାର୍ଶ୍ୱ ତୋରଣ ଖଞ୍ଜାଯିବ। ଆଲୋକ ସାଜସଜ୍ଜାରେ ବିଭିନ୍ନ ସଚେତନାତ୍ମକ ବାର୍ତ୍ତା ଦିଆଯିବାକୁ ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri