ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି। ଏପ୍ରିଲ ୧ ପର୍ଯ୍ୟନ୍ତ PUCC କୋହଳ କରାଯାଇଥିଲା। PUCC ନଥିଲେ ୧୦ ହଜାର ଟଙ୍କାର ଜରିମାନା ଲଗାଯିବ। ପ୍ରାୟ ୧୮ ଲକ୍ଷ ଗାଡ଼ିର PUCC ଏବେ ବି ବାକି ରହିଛି।
ପୂର୍ବରୁ ପଲ୍ୟୁଶନ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏ କୋହଳ ଥିଲା। ତେବେ ୨ ତାରିଖ ଅର୍ଥାତ୍ ଆଜିଠାରୁ ଯାଞ୍ଚ ଜୋରାଦାର ହେବ । ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଉଛି । ପେଟ୍ରୋଲ ପମ୍ପଗୁଡ଼ିକରେ ପଲ୍ୟୁଶନ ସାର୍ଟିଫିକେଟ ଦେଖାଇବା ପରେ ହିଁ ଗାଡ଼ିରେ ତେଲ ପକାଇବା ପାଇଁ ନିର୍ଦ୍ଦେଶ ରହିଛି । ପରିବହନ ବିଭାଗ ପକ୍ଷରୁ ମାଗଣାରେ ଗ୍ରୀନ ଷ୍ଟିକର୍ ଦିଆଯାଉଛି, ଯାହା ଗାଡ଼ିର କାଚରେ ଲଗାଇବାକୁ ପରାମର୍ଶ ଦିଆଯାଇଛି ।

