‘ସରକାରୀ’, ‘ବେସରକାରୀ’ ତଥ୍ୟ

ଜାପାନକୁ ଅତିକ୍ରମ କରି ଭାରତ ବିଶ୍ୱର ୪ର୍ଥ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଛି ବୋଲି ଗତ ମେ’ ୨୪ ତାରିଖରେ ନୀତି ଆୟୋଗର ୧୦ମ ଗଭର୍ନିଂ କାଉନସିଲ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଏହା କହିଥିଲେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି.ଭି.ଆର୍‌. ସୁବ୍ରମଣ୍ୟମ୍‌ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ର ଅନୁମାନ ଆଧାରରେ ସେ ଏଭଳି କହିବା ପରେ ଦେଶପ୍ରେମୀ ଉତ୍‌ଫୁଲ୍ଲିତ ହୋଇଥିଲେ। ଦେଖିବାକୁ ଗଲେ ୨୦୨୪ରେ ଆଇଏମ୍‌ଏଫ୍‌ ପକ୍ଷରୁ ବିଭିନ୍ନ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ନେଇ ଏକ ଆକଳନ କରାଯାଇଥିଲା। ସେହି ଅନୁଯାୟୀ କୁହାଯାଇଥିଲା ଯେ, ଭାରତର ଜିଡିପି ୨୦୨୫ ସୁଦ୍ଧା ୪,୧୮୭.୦୩ ବିଲିୟନ ଆମେରିକୀୟ ଡଲାର ହୋଇପାରେ, ଯାହା ଜାପାନର ଜିଡିପି ୪,୧୮୬.୪୩ ବିଲିୟନ ଆମେରିକୀୟ ଡଲାରଠାରୁ ସାମାନ୍ୟ ଅଧିକ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜାପାନର ଜନସଂଖ୍ୟା ୨୦୨୩ ସୁଦ୍ଧା ୧୨ କୋଟି ୪୫ ଲକ୍ଷ ହୋଇଥିବା ବେଳେ ମୋଟ କ୍ଷେତ୍ର ୩,୭୭,୯୯୭ ବର୍ଗ କିଲୋମିଟର। ତା’ ତୁଳନାରେ ଭାରତର ଜନସଂଖ୍ୟା ୧୨ ଗୁଣାରୁ ଅଧିକ ହେଇଥିବା ବେଳେ ସମୁଦାୟ କ୍ଷେତ୍ର ୩,୨୮୭,୨୬୩ ବର୍ଗ କିଲୋମିଟର। ଗୋଟେ ଆକଳନକୁ ସତ ଭାବେ ଧରି ନିଆଯାଇ ଉପରଲିଖିତ ସରକାରୀ ଅଧିକାରୀ କହିଦେଲେ ଯେ, ଭାରତ ବିଶ୍ୱର ୪ର୍ଥ ବୃହତ୍‌ ଅର୍ଥନୀତି ହୋଇଗଲା। ପରବର୍ତ୍ତୀ ସମୟରେ ଏହାର ସତ୍ୟାସତ୍ୟ ଜଣାପଡ଼ିଲା। ଅନେକେ କହିବା ଆରମ୍ଭ କଲେ ଯେ, ବିଶ୍ୱର ୪ର୍ଥ ସର୍ବବୃହତ୍‌ ଅର୍ଥନୀତି ବୋଲି ଭାରତ ସରକାର ଡିଣ୍ଡିମ ପିଟୁଥିବା ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ୮୧ କୋଟି ୩୫ ଲକ୍ଷ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବା ବିରୋଧାଭାସ ସୃଷ୍ଟି କରୁଛି। ଦେଖିବାକୁ ଗଲେ ଯେତେବେଳେ ଗୋଟେ ଦେଶରେ ଅର୍ଦ୍ଧାଧିକ ଲୋକଙ୍କୁ ଗରିବ ଦର୍ଶାଯାଇ ସେମାନଙ୍କୁ ସର୍ବନିମ୍ନ ଖାଦ୍ୟଶସ୍ୟ ଦିଆଯାଉଛି, ସେତେବେଳେ ବିଶ୍ୱସ୍ତରରେ ଏହାର ଅର୍ଥନୀତି ସୁଦୃଢ଼ କହିବା ହାସ୍ୟାସ୍ପଦ। ଏହା କହିଲା ବେଳେ ଆମେ ସଚେତନ ଯେ, ଗଣତନ୍ତ୍ରରେ ଲୋକଙ୍କୁ ଖାଦ୍ୟ ଭଳି ମୌଳିକ ଆବଶ୍ୟକତା ପୂରଣ କରିବା ସରକାରଙ୍କ ଦାୟିତ୍ୱ। ତେବେ ଏହି ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ସ୍ବଚ୍ଛତା ବଜାୟ ରଖି ହେଉନାହିଁ। ତଥାପି ବି.ଭି.ଆର୍‌. ସୁବ୍ରମଣ୍ୟମ୍‌ଙ୍କ ମନ୍ତବ୍ୟ ପରେ ଦେଶବ୍ୟାପୀ ଭାରତୀୟ ଅର୍ଥନୀତିର ପ୍ରକୃତ ସ୍ଥିତି ଉପରେ ଗୋଟେ ଆଲୋଚନା ଓ ଚର୍ଚ୍ଚା ହୋଇଗଲା।
ଏବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ନିଜ ଅଞ୍ଚଳ ନାଗପୁରରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଦେଶରେ ଗରିବଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହାତଗଣତିଙ୍କ ପାଖରେ ପର୍ଯ୍ୟାପ୍ତ ଧନ ଠୁଳ ହୋଇ ରହିଛି। ଧନ ବିକେନ୍ଦ୍ରୀକରଣ ନ ହେଲେ ଅର୍ଥନୀତିରେ ଉନ୍ନତି ଆସିପାରିବ ନାହିଁ। ନିଯୁକ୍ତି ସୃଷ୍ଟି ସହ ଗ୍ରାମାଞ୍ଚଳର ବିକାଶ ହେଲେ ଯାଇ ଅର୍ଥନୀତି ସୁଦୃଢ଼ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଏବଂ ମନମୋହନ ସିଂଙ୍କ ମୁକ୍ତ ଅର୍ଥନୀତିକୁ ପ୍ରଶଂସା କରିଥିଲେ। ଭାରତୀୟ ଅର୍ଥନୈତିକ ଢାଞ୍ଚାରେ ଜିଡିପିକୁ କ୍ଷେତ୍ରସ୍ତରୀୟ ଯୋଗଦାନରେ ଅସନ୍ତୁଳନ ବଢ଼ୁଥିବା ବିଷୟକୁ ସେ ଦର୍ଶାଇବାକୁ ଯାଇ କିଛି ଉଦାହରଣ ଦେଇଛନ୍ତି। ଜିଡିପି ଅଭିବୃଦ୍ଧିରେ ନିର୍ମାଣ କ୍ଷେତ୍ରର ଯୋଗଦାନ ୨୨ରୁ ୨୪ ପ୍ରତିଶତ, ସେବା କ୍ଷେତ୍ରର ୫୨ରୁ ୫୪ ପ୍ରତିଶତ ରହୁଥିବା ବେଳେ ଗ୍ରାମାଞ୍ଚଳର ପ୍ରାୟ ୬୫ରୁ ୭୦ ପ୍ରତିଶତ କୃଷିରେ ନିୟୋଜିତ ହୋଇଥିଲେ ମଧ୍ୟ ସେମାନଙ୍କ ଅବଦାନ ମାତ୍ର ୧୨ ପ୍ରତିଶତ ରହୁଥିବାରୁ ଗଡକରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।
କୃଷିପ୍ରଧାନ ଦେଶ ଭାରତରେ ଏହି କ୍ଷେତ୍ର ଅଣଦେଖା ରହିବା ଓ ସାମଗ୍ରିକ ଭାବେ ନିଯୁକ୍ତି ହାର ବୃଦ୍ଧି ପାଉ ନ ଥିବା ଦେଖାଯାଉଛି। କିନ୍ତୁ ସେହି ଦିଗରେ ବିଧିବଦ୍ଧ ପଦକ୍ଷେପ ନିଆଯାଇପାରୁ ନ ଥିବାରୁ ଭାରତୀୟ ଅର୍ଥନୀତିରେ ଉନ୍ନତି ଆସିପାରୁ ନାହିଁ। ଓଡ଼ିଶାରେ ମଧ୍ୟ ଜଳସେଚନ ଓ ଶୀତଳଭଣ୍ଡାର ଭଳି ଭିତ୍ତିଭୂମି ଅଭାବ ପରିଲକ୍ଷିତ ହେଉଛି। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଅଧିକ ଲୋକ ନିୟୋଜିତ ହେଉଥିବା କୃଷି କ୍ଷେତ୍ରକୁ ଆକର୍ଷଣୀୟ କରାଯାଇପାରିଲେ ତାହା ଅର୍ଥନୀତି ଅଭିବୃଦ୍ଧିରେ ବିଶେଷ ସହାୟକ ହୋଇପାରନ୍ତା। ଏଥିସହ କୃଷି କ୍ଷେତ୍ର ଯେହେତୁ ବେଶି ଲୋକଙ୍କୁ ନିୟୋଜିତ କରୁଛି, ସେଥିରେ ସବୁଠାରୁ ଅଧିକ ସରକାରୀ କଳ, କୌଶଳ ଓ ଅର୍ଥ ବିନିଯୋଗ ହେବା ଆବଶ୍ୟକ। ଭାରତୀୟ ଅର୍ଥନୀତିର ସ୍ଥିତି ଓ ଗରିବଙ୍କ ସଂଖ୍ୟା ବୃଦ୍ଧି ନେଇ ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଭାବେ ଗଡ଼କରୀ ଶଙ୍କା ବ୍ୟକ୍ତ କରିବା ସୂଚାଉଛି ଯେ ଅର୍ଥନୀତି ବ୍ୟବସ୍ଥାରେ କେଉଁଠି ଗଡ଼ବଡ଼ ରହିଯାଉଛି। ମନେହେଉଛି ଯେପରି ଭାରତରେ ଅର୍ଥ ବ୍ୟବସ୍ଥା ସମ୍ପର୍କରେ କୌଣସି ଦୃଢ଼ ନୀତି ସୃଷ୍ଟି କରାଯାଇପାରୁ ନାହିଁ। କାରଣ ରାଜନୈତିକ ସ୍ତରରେ ସେଭଳି ଦିଗ ପ୍ରତି ଜ୍ଞାନ ନାହିଁ ଏବଂ ଭାରତରେ ଥିବା ତଥାକଥିତ ଅର୍ଥନୀତିଜ୍ଞମାନେ ବାସ୍ତବତା ଜାଣିନାହାନ୍ତି। ସେମାନେ କେବଳ ସରକାରୀ ଚାକିରିଆ ଭାବେ ଅର୍ଥନୀତିଜ୍ଞ ବୋଲାଉଛନ୍ତି। ଆଜି ନୁହେଁ, ଅନେକ ବର୍ଷ ହେବ ଭାରତରେ ସରକାରୀ ପରିସଂଖ୍ୟାନକୁ ଲୋକଙ୍କ ଅବିଶ୍ୱାସ ରହିଆସିଛି। ସେହି କାରଣରୁ ଅଧିକାଂଶ କ୍ଷେତ୍ରରେ ତଥ୍ୟ ଦର୍ଶାଇଲା ବେଳକୁ ବିଶେଷକରି ଲେଖାଯାଏ ‘ସରକାରୀ ସୂତ୍ରରୁ ଓ ବେସରକାରୀ ସୂତ୍ରରୁ’ ଆକଳନ। ସରକାର ଗରିବଙ୍କ ସଂଖ୍ୟା କମୁଛି ବୋଲି କହିଲା ବେଳକୁ ଗଡକରୀଙ୍କ ବିପରୀତ ଦିଗ ଉପରେ ଚିନ୍ତା ପ୍ରକଟ କରିବା ସେହି ବିରୋଧାଭାସକୁ ସ୍ପଷ୍ଟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳ ବୈଶାଖୀର ପ୍ରଭାବରେ ଆଜବେଷ୍ଟସ ଉଡିବା ଘଟଣା: ରାଜସୱ ନିରୀକ୍ଷକ କଲେ କ୍ଷୟକ୍ଷତି ଆକଳନ

ଦାରିଙ୍ଗବାଡି,୧୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡି ଗ୍ରାମରେ ଶନିବାର ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ଗୋଷ୍ଠୀ ଗୃହ ସମେତ…

ତୈଳ ସଙ୍କଟ ମଧ୍ୟରେ ବିଶ୍ୱକୁ ଏମିତି ନିବେଦନ କଲେ ଟ୍ରମ୍ପ, କହିଲେ ହର୍ମୁଜ ପ୍ରଣାଳୀକୁ…

ଓ୍ବାଶିଂଟନ,୧୫ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ଅନ୍ୟ ଦେଶମାନଙ୍କୁ ଜାହାଜ ପଠାଇବାକୁ ଅନୁରୋଧ କରିଛନ୍ତି। ସେ ପୂର୍ବରୁ କହିଥିଲେ ଯେ,…

ହୋର୍ମୁଜରେ ଫସିଗଲା ଭାରତର ୨୨ ଜାହାଜ, ୬ LPG ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୧୫।୩; ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଛି। ବିଶେଷକରି, ହରମୁଜ…

LPG ପରେ ଏବେ ଇଲେକ୍ଟ୍ରିକୁ ନେଇ ସରକାରଙ୍କ ବଡ଼ ଘୋଷଣା, ପଡିବ ବଡ଼ ପ୍ରଭାବ

ନୂଆଦିଲ୍‌ଲୀ,୧୫।୩: LPG ଏବଂ PNG ନିୟମରେ ପରିବର୍ତ୍ତନ ପରେ, କେନ୍ଦ୍ର ସରକାର ବର୍ତ୍ତମାନ ବିଦ୍ୟୁତ ନିୟନ୍ତ୍ରଣ ନିୟମରେ ପ୍ରମୁଖ ସଂଶୋଧନ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ ବ୍ୟକ୍ତି,…

ଯୁଦ୍ଧ ହେଲା ଭୟଙ୍କର: ସରକାରୀ କର୍ମଚାରୀଙ୍କ କଟିବ ଦରମା, ସରକାର ନେଲେ ବଡ଼ ନିଷ୍ପତ୍ତି

ଇସଲାମବାଦ,୧୫।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ କେବଳ ଗୋଟିଏ ଦେଶରେ ନୁହେଁ ସାରା ବିଶ୍ୱରେ ପଡିଛି ବଡ଼ ପ୍ରଭାବ । ଏବେ ଖବର ଆସିଛି ଯେ ଯୁଦ୍ଧ ଯୋଗୁ କେବଳ…

ରାଜ୍ୟ ସଭା ନିର୍ବାଚନ: ଘୋଡାବେପାର ପରେ ଚର୍ଚ୍ଚା ଏଜେଣ୍ଟ ହେବ କିଏ?

ଭୁବନେଶ୍ୱର, ୧୫।୩(ସୁନିତ୍‌ ମିଶ୍ର): ବିଜେଡିର ଅଧିକାଂଶ ନେତାଙ୍କ ଭିତରେ ବର୍ତ୍ତମାନ ଆଲୋଚନା ରାଜ୍ୟ ସଭା ନିର୍ବାଚନ ଲାଗି ଦଳର ଏଜେଣ୍ଟ କିଏ ହେବେ। ଏଜେଣ୍ଟଙ୍କ କାମ ହେଉଛି,…

ଆମେରିକା ଉପରେ ଭୟଙ୍କର ଆକ୍ରମଣ କଲା ଇରାନ, ସବୁ ଛାରଖାର…

ତେହରାନ୍‌/ଓ୍ୱାଶିଂଟନ୍‌,୧୫ା୩:(ଏ.ପି./ରଏଟର୍ସ) ମଧ୍ୟପ୍ରାଚ୍ୟ ଯୁଦ୍ଧ ଶନିବାର ତୃତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଇରାନ୍‌ର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପରେ ଆମେରିକା ଆକ୍ରମଣ କରିଛି। ‘କ୍ରାଉନ୍‌ ଜୁଏଲ୍‌’…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri