ଜଳବାୟୁ ପଦକ୍ଷେପରେ ଜନ ଭାଗୀଦାରି

ପ୍ରାୟ ଦଶବର୍ଷ ପୂର୍ବେ ପ୍ୟାରିସ୍‌ରେ ଦେଶମାନେ ଏକାଠି ହୋଇ ଜଳବାୟୁ ବିପର୍ଯ୍ୟୟ ହ୍ରାସ ପାଇଁ ପଦକ୍ଷେପ ନେବାକୁ ଏକମତ ହୋଇଥିଲେ। କିନ୍ତୁ ଶକ୍ତି, ପରିବହନ ଏବଂ କୃଷି ପରି କ୍ଷେତ୍ରକୁ ସବୁଜ କ୍ଷେତ୍ରରେ ରୂପାନ୍ତର କରିବା ପାଇଁ ଆବଶ୍ୟକ ଗଠନମୂଳକ ଅର୍ଥନୈତିକ ସଂସ୍କାର ଉପରେ ଏକ ସ୍ପଷ୍ଟ ସହମତି ରହିଥିଲେ ମଧ୍ୟ ଆବଶ୍ୟକୀୟ ପୁଞ୍ଜି ବିନିଯୋଗ ଶୀଘ୍ର କରାଯାଉନାହିଁ। ଏହା ପରିବର୍ତ୍ତେ, ଆମର ଶାସନ ବ୍ୟବସ୍ଥାଗୁଡ଼ିକ ଅଧିକ ସ୍ପଷ୍ଟ ତଥା ଗମ୍ଭୀର ଜଳବାୟୁ ଏବଂ ପରିବେଶ ସଙ୍କଟ ଉପରେ ପର୍ଯ୍ୟାପ୍ତ ପ୍ରତିକ୍ରିୟା ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଅନେକ ସରକାର ଦୃଢ଼ ଜଳବାୟୁ ପଦକ୍ଷେପ ପାଇଁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଏହା ପ୍ରାୟତଃ ଏକ ସାମାଜିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ, କାରଣ ସେଗୁଡ଼ିକୁ ଅନ୍ୟାୟ ଏବଂ ଅସମାନ ଭାବରେ ବିବେଚନା କରାଯାଏ। ନୂଆନୀତିଗୁଡ଼ିକ ବିରୋଧରେ ପୁରୁଣା ନୀତି, ଜାତୀୟ ନୀତି ବିରୋଧରେ ସହରାଞ୍ଚଳ ନୀତି କିମ୍ବା ଗରିବ ଦେଶଗୁଡ଼ିକର ନୀତି ବିରୋଧରେ ଧନୀ ଦେଶଗୁଡ଼ିକ ନୀତି ରହୁଥିବା ଲକ୍ଷ୍ୟ କରାଯାଉଛି। ସୋସିଆଲ ମିଡିଆରେ ଏହିପରି ବିବାଦଗୁଡ଼ିକ ପ୍ରସ୍ତୁତ କରାଯାଉଛି, ଯେଉଁଠାରେ ସେଗୁଡ଼ିକ ଭୁଲ୍‌ ତଥ୍ୟ, ଉତ୍ତେଜନାମୂଳକ ମନ୍ତବ୍ୟ ଏବଂ ଧ୍ରୁବୀକରଣର କେନ୍ଦ୍ର ପାଲଟିଯାଉଛି।
ଯଦିଓ ପ୍ରମୁଖ ସଂସ୍କାରର ଆବଶ୍ୟକତା ପାଇଁ ଯୁକ୍ତିକୁ ଗ୍ରହଣ କରାଯାଇଛି, ତେବେ ଏହାକୁ କିଭଳି ନିଷ୍ପକ୍ଷଭାବେ କରିବାକୁ ହେବ, ତାହା ସ୍ଥିର କରାଯାଇ ନାହିଁ। ତେବେ ଶୂନ୍ୟ କାର୍ବନ ନିର୍ଗମନ ସ୍ତରକୁ ପରିବର୍ତ୍ତନ କରିବାବେଳେ ଏହି ଆହ୍ବାନ ଆହୁରି ଜଟିଳ ହୋଇଯିବ। ଅଧିକାଂଶ ଲୋକ ଜଳବାୟୁ ସଙ୍କଟର ସମାଧାନ କରିବା ଲାଗି ଅଧିକ ଗୁରୁତ୍ୱ ଦେଉଛନ୍ତି। ଜି ୨୦ର ୧୮ଟି ଦେଶରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି, ସର୍ଭେରେ ଭାଗ ନେଇଥିବା ୭୧% ଲୋକ କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ବଡ଼ ପଦକ୍ଷେପ ଦରକାର ବୋଲି ଏକମତ ହୋଇଥିଲେ। କିନ୍ତୁ ସରକାରଙ୍କ ପଦକ୍ଷେପ ଉପରେ ସେମାନଙ୍କ ଭରସା ରହୁନାହିଁ। ସର୍ଭେରେ କେବଳ ୩୦% ବିଶ୍ୱାସ କରନ୍ତି ଯେ ସେମାନଙ୍କ ସରକାର ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିପାରିବେ। ତେବେ ଏହି ପାର୍ଥକ୍ୟକୁ ଦୂର କରିବାର ଗୋଟିଏ ଉପାୟ ହେଉଛି ଜଳବାୟୁ ନୀତି ଏବଂ ସରକାରଙ୍କ ଦ୍ୱାରା ପରିକଳ୍ପିତ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ତଥା କାର୍ଯ୍ୟାନ୍ବୟନରେ ନାଗରିକମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ଦେବା। ଟେକ୍ନୋକ୍ରାଟଙ୍କ ଦ୍ୱାରା ଜଳବାୟୁ ନୀତି ଲାଗୁ କରିବା ପରିବର୍ତ୍ତେ, ସରକାରଗୁଡ଼ିକ ସବୁ ସହଯୋଗୀଙ୍କ ନିଷ୍ପତ୍ତି ଓ ସବୁ ସ୍ତରର ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାର ଦୃଷ୍ଟିକୋଣ ଆପଣାଇବା ଦରକାର, ଯାହା ପରବର୍ତ୍ତୀ ସମୟରେ ସାଧାରଣ ଲୋକଙ୍କୁ ଏକତ୍ରିତ କରିବା ସହ ଭବିଷ୍ୟତର ଏକ ସହଭାଗୀ ଦୃଷ୍ଟିକୋଣ ଗଠନ କରିପାରିବ।
ଭାଗୀଦାରି ପଦ୍ଧତିଗୁଡ଼ିକର ସଫଳ ଉଦାହରଣ ପୂର୍ବରୁ ଦେଖାଯାଇଛି। ଫ୍ରାନ୍ସରେ ସିଟିଜେନ୍ସ ଆସେମ୍ବ୍ଲି ବା ନାଗରିକ ସଭାଗୁଡ଼ିକ ହେଉଛି ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା। ଏହା ମନୋନୀତ ଜନ ପ୍ରତିନିଧି ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ, ଯେଉଁମାନେ ଜନସାଧାରଣଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ବିଚାର ବିମର୍ଶ କରନ୍ତି ଏବଂ ନୀତିଗତ ସୁପାରିସ କରିଥାନ୍ତି। ବିଭାଜନକାରୀ ପ୍ରସଙ୍ଗ ଦୂରେଇ ସହମତି ବଢ଼ାଇବା ସହିତ ନାଗରିକ ସଭାଗୁଡ଼ିକ ଜନସାଧାରଣଙ୍କୁ ଜଟିଳ ନୀତି ବିଷୟରେ ଶିକ୍ଷା ଏବଂ ନିଷ୍ପତ୍ତି ନେବା ଉପରେ ସିଧାସଳଖ ସୁଯୋଗ ଦିଅନ୍ତି। ଶୂନ୍ୟ କାର୍ବନ ନିର୍ଗମନ ସ୍ତର ହାସଲ କରିବାରେ ଥିବା ସମସ୍ୟାଗୁଡ଼ିକ ପାଇଁ ଏହିସବୁ ବିଷୟ ବିଶେଷ ଗୁରୁତ୍ୱପୂର୍ଣ୍ଣ, ଯାହା ପ୍ରମୁଖ ଅର୍ଥନୈତିକ ପରିବର୍ତ୍ତନକୁ ଅନ୍ତର୍ଭୁକ୍ତ କରିଥାଏ ଓ ଗୋଷ୍ଠୀଗୁଡ଼ିକ ମଧ୍ୟରେ ଥିବା ବିଭେଦକୁ ଦୂର କରିପାରେ। ନାଗରିକ ସଭାର ସଦସ୍ୟମାନେ ନିର୍ବାଚନ ଚାପ ଏବଂ ଲବିରୁ ମୁକ୍ତ ହୋଇ ନିଷ୍ପତ୍ତି ନିଅନ୍ତି। ଉଲ୍ଲେଖନୀୟ ଉଦାହରଣ ମଧ୍ୟରେ ବିବାହ ସମାନତା ଏବଂ ଗର୍ଭପାତ ଉପରେ ଆୟର୍ଲାଣ୍ଡର ଆସେମ୍ବ୍ଲିଗୁଡ଼ିକ ଅନ୍ତର୍ଭୁକ୍ତ, ଯାହା ଜାତୀୟ ଜନମତ ସଂଗ୍ରହ କରିବା ସହ ନୂଆ ଆଇନ ଆଣିଥିଲା। ଏହାସହ ଫ୍ରାନ୍ସର କ୍ଲାଇମେଟ ଆସେମ୍ବ୍ଲି ବା ଜଳବାୟୁ ସଭା ଏହାର ଉଚ୍ଚାଭିଳାଷୀ ଜଳବାୟୁ ବିଲ୍‌ ଗଠନ କରିବାରେ ସାହାଯ୍ୟ କରିଛି। ନୀତି ନିର୍ଦ୍ଧାରଣରେ ବ୍ରାଜିଲର ଦୀର୍ଘମିଆଦୀ ଭାଗୀଦାରି ଆଭିମୁଖ୍ୟ ମଧ୍ୟ ସଫଳ ହୋଇଛି। ଉଦାହରଣ ସ୍ବରୂପ, ଏହାର ଜଳବାୟୁ ଯୋଜନା ଏକ ଶାସକୀୟ ଢାଞ୍ଚା ମାଧ୍ୟମରେ ବିକଶିତ ହେଉଛି; ଯେଉଁଥିରେ ବୈଜ୍ଞାନିକ ଗୋଷ୍ଠୀର ସଦସ୍ୟଙ୍କ ସମେତ ସଂଘୀୟ ସରକାରର ଅନେକ ମନ୍ତ୍ରଣାଳୟ, ରାଜ୍ୟ ସରକାର, ବେସରକାରୀ କ୍ଷେତ୍ର ଏବଂ ନାଗରିକ ସମାଜର ପ୍ରତିନିଧି ଅନ୍ତର୍ଭୁକ୍ତ।
ଏହି ସବୁ ପଦ୍ଧତି ଜଳବାୟୁ ନୀତି ପ୍ରସ୍ତାବଗୁଡ଼ିକୁ ଧ୍ରୁବୀକରଣ ଉତ୍ସରୁ ଦୂରେଇ ନେଇ ସହଯୋଗ ଓ ବିଚାର ବିମର୍ଶର ସୁଯୋଗୁଡ଼ିକ ପାଇଁ ପଥ ଦେଖାଇପାରେ। ଜି ୨୦ ଦେଶଗୁଡ଼ିକ ମଧ୍ୟରେ ୬୨% ନୀତି ନିର୍ଦ୍ଧାରଣ ପାଇଁ ନାଗରିକ ସଭାର ଉପଯୋଗକୁ ସମର୍ଥନ କରନ୍ତି। ଏହି ସମର୍ଥନକାରୀଙ୍କ ସଂଖ୍ୟା ବ୍ରାଜିଲ, ଭାରତ, ଇଣ୍ଡୋନେସିଆ, ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶଗୁଡ଼ିକରେ ବୃଦ୍ଧି ପାଇ ୭୦ ପ୍ରତିଶତକୁ ଟପିଯାଇଛି । କେନିଆରେ ଏହା ୮୦%ରୁ ଅଧିକ। ୩୦ଟିରୁ ଅଧିକ ଦେଶରେ ୧୭୦ରୁ ଅଧିକ ନାଗରିକ ସଭା ଗଠନ କରାଯାଇଛି ଏବଂ ଏକ ବୈଧ ତଥା ସ୍ବଚ୍ଛ ସବୁଜ କ୍ଷେତ୍ରକୁ ପରିବର୍ତ୍ତନକୁ ସମର୍ଥନ କରୁଥିବା ଜଳବାୟୁ ପଦକ୍ଷେପକୁ ଗତିଶୀଳ କରିବା ପ୍ରତ୍ୟେକ ନାଗରିକ ସଭାର ଲକ୍ଷ୍ୟ।
ଓ୍ବାଲର୍‌ଡ ସୋସିଆଲ ଫୋରମ୍‌ର ମଡେଲ କାମ କରୁଥିଲେ ବି ଏବକାର ସ୍ଥିତିରେ ପୃଥିବୀ ଓ ଲୋକଙ୍କ ସୁରକ୍ଷା ସକାଶେ ଆମପାଇଁ ଏକ ଗ୍ଲୋବାଲ ସୋସିଆଲ-ଜଳବାୟୁ ଫୋରମ କିମ୍ବା ଗ୍ଲୋବାଲ ସିଟିଜେନ୍ସ ଆସେମ୍ବ୍ଲି ଦରକାର। ପ୍ରତ୍ୟେକ ଦେଶରୁ ନାଗରିକମାନଙ୍କୁ ଏକାଠି କରିବା ଲାଗି ଏଗୁଡ଼ିକ ଆବଶ୍ୟକ। ଏକ ସାମୂହିକ ପଥ ନିମନ୍ତେ ଯୋଜନା କରିବା ସହ ଆମ ରାଜନୀତିର ପୁନର୍ବିଚାର କରିବା ତଥା ଏକ ବିଶ୍ୱସ୍ତରୀୟ ନୈତିକ ମୂୂଲ୍ୟାୟନକୁ ଉତ୍ସାହିତ କରିବା ପାଇଁ ଏସବୁ ଦରକାର। ଏକତ୍ରିତ ହେବା, ପରସ୍ପରର ଆଶା ଓ ଆବେଗକୁ ବଝିବା ଏବଂ ସମାନ ଭାବେ ଏକ ସବୁଜ ପରିବର୍ତ୍ତନକୁ ଉତ୍ସାହିତ କରିବା ପାଇଁ ଏହା ଏକ ସୁଯୋଗ ହେବ; ଯାହା ସମସ୍ତଙ୍କ ପାଇଁ ଲାଭଦାୟକ। ଆମେ କାହାକୁ ପଛରେ ନ ଛାଡ଼ି ଏକତା, ସମାନତା ଏବଂ ନ୍ୟାୟ ଭିତ୍ତିରେ ଏକ ନୂତନ ସାମାଜିକ ଚୁକ୍ତି କରିପାରିବା।
୨୦୧୫ରେ ଫ୍ରାନ୍ସ ଏବଂ ପେରୁ ଏକ ନୂତନ ପଦ୍ଧତି ‘ଆକ୍ସନ ଏଜେଣ୍ଡା’ ପ୍ରତିଷ୍ଠା କରିଥିଲେ। କାରଣ ସେମାନେ ସ୍ବୀକାର କଲେ ଯେ, ଜଳବାୟୁ ସଙ୍କଟକୁ ମୁକାବିଲା କରିବା ସକାଶେ ସରକାରୀ ପଦକ୍ଷେପ ତୁଳନାରେ ଆବଶ୍ୟକ ପରିମାଣର ପରିବର୍ତ୍ତନ ଦରକାର। ଏହା ମଧ୍ୟ ନାଗରିକ ସମାଜ ସମେତ ବ୍ୟବସାୟ, ସହର ଏବଂ ସମ୍ପ୍ରଦାୟର ଅତ୍ୟଧିକ ସିଦ୍ଧାନ୍ତ ଉପରେ ନିର୍ଭରଶୀଳ। ୨୦୨୫ରେ ଦେଶଗୁଡ଼ିକ ସେମାନଙ୍କର ପରବର୍ତ୍ତୀ ଜଳବାୟୁ ପ୍ରତିଶ୍ରୁତି ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଜଳବାୟୁ ସଙ୍କଟ ଦୂର କରିବା ପାଇଁ ସାଧାରଣ ନାଗରିକ ଉଭୟ ବ୍ୟକ୍ତିଗତ ତଥା ସାମୂହିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ହେବ। କପ୍‌ ୩୦ ଏବଂ ତା’ପରେ ପ୍ରତ୍ୟେକଙ୍କ ସ୍ବର ଶୁଣିବା ପାଇଁ ଏକ ଉତ୍ସର୍ଗୀକୃତ ସୁଯୋଗ ପ୍ରଦାନ କରିବାକୁ ପଡ଼ିବ। ସବୁଜ କ୍ଷେତ୍ରକୁ ପରିବର୍ତ୍ତନ ଦ୍ରୁତ ନୁହେଁ ତଥା ନ୍ୟାୟଯୁକ୍ତ ହେବ ବୋଲି ନିଶ୍ଚିତ କରିବାକୁ ପଡ଼ିବ। ଏଥିରେ ବିଫଳ ହେଲେ, ଆମେ ଆମର ସାଧାରଣ ଲକ୍ଷ୍ୟ ହାସଲ କରିପାରିବୁ ନାହିଁ। ସେଥିପାଇଁ ବ୍ରାଜିଲ କପ୍‌ ୩୦ (ନଭେମ୍ବର ୨୦୨୫ରେ)କୁ ଲୋକଙ୍କର କପ୍‌ ଭାବେ ପ୍ରତିପାଦିତ କରିବାକୁ ଏବଂ ପୃଥିବୀର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆମର ଭବିଷ୍ୟତ ଗଠନରେ ଅଂଶଗ୍ରହଣ କରିବାର ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri