୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା: ପୂର୍ତ୍ତ ବିଭାଗର ନୀରବଦ୍ରଷ୍ଟା ନେଇ ବଢିବାରେ ଲାଗିଛି ଜନ ଅସନ୍ତୋଷ

ଲାଞ୍ଜିଗଡ,୨୮।୬(ରମେଶ ଚନ୍ଦ୍ର ନାୟକ) : କଳାହାଣ୍ଡି ଜିଲା ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା । ବିଶେଷ କରି କଦଳି ଘାଟିରୁ କିଡିଙ୍ଗ ପର୍ଯ୍ୟନ୍ତ ଦୀର୍ଘ ଦୁଇ ବର୍ଷ ହେଲା ନିର୍ମାଣ ଚାଲିଛି, ସରିପାରୁନି, କଦଳି ଘାଟିରୁ କିଡିଙ୍ଗ ପର୍ଯ୍ୟନ୍ତ ଚାରି ଲେନ ରାସ୍ତା ଡିଜାଇନିଂ ହୋଇଥିବା ବେଳେ ରାସ୍ତାର ଗୋଟିଏ ପଟେ ପିଚୁ କରି ଛାଡି ଦିଆଯାଇଛି। ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାବେଳେ ରାସ୍ତାରେ ଧୂଳି ଉଡି ଦିନ ତମାମ କୁହୁଡିର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତା ଦେଇ ଯାତାୟତ କରୁଥିବା ବାଇକ ଆରୋହୀ, ସାଇକେଲ ଆରୋହୀ ଓ ପଥଚାରୀମାନେ ଅନେକ ହଇରାଣ ହେଉଥିବା ବେଳେ ଆଲର୍ଜି, ଶ୍ୱାସ, କାଶ, ଟିବି, ଫୁସଫୁସ ସଂକ୍ରମଣ ଭଳି ରୋଗରେ ପଡୁଛନ୍ତି। ସେହିପରି ରାସ୍ତା ଯୋଗୁ ପ୍ରତିଦିନ ଦୁର୍ଘଟଣା ଆଶଙ୍କା ଶତ ପ୍ରତିଶତ ବଢିଯାଇଛି। ବର୍ତ୍ତମାନ ରାସ୍ତାର ଗୋଟିଏ ପଟ ପିଚୁ ହୋଇଥିବା ବେଳେ ଅନ୍ୟ ପଟ ଦୁଇ ଫୁଟ ଗର୍ତ୍ତ ରହୁଛି। ରାସ୍ତା ସାରା ବହୁ ସଂଖ୍ୟାରେ ଖାଲଖମା ଭର୍ତ୍ତି ହୋଇଥିବା ବେଳେ ଏଥିରେ ନାମକୁ ମାତ୍ର କ୍ରସରଗୁଣ୍ଡ ପକାଇ ଦାୟିତ୍ୱ ସାରିଦେଉଛି ପୂର୍ତ୍ତ ବିଭାଗ। ଏପରିକି ଭୁଲ ରାସ୍ତା ଡିଜାଇନିଂ ଯୋଗୁ କିଡିଙ୍ଗ ନିକଟସ୍ଥ ବେହେରା ପୋଲ ବୁଲାଣିରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ପୋଲର ପାର୍ଶ୍ଵରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଲୋକଙ୍କ ଅଭିଯୋଗ ଓ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗର୍ତ୍ତ ପୋତି ଦେଇ ପୋଲକୁ ଓସାରିଆ କରାଯାଇଛି। କିନ୍ତୁ କାମ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। କାଉଗୁଡା- ସିକେରକୁପା ପୋଲ, ଢେପଗୁଡ଼ା ଭିତରେ ଥିବା ଏକ ସଂକୀର୍ଣ୍ଣ ପୋଲ ପ୍ରତି ମୁହୂର୍ତ୍ତରେ ବିପଦକୁ ଆମନ୍ତ୍ରଣ କରୁଛି। ତେବେ କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗର ଉପରିସ୍ଥ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀକୁ ସ୍ଥାନୀୟ ଜନସାଧାରଣ ଏସବୁ ପ୍ରତି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଦୌ ଦୃଷ୍ଟିପାତ କରୁନାହିଁ। ତେଣୁ କଦଳିଘାଟିରୁ କିଡିଙ୍ଗ ଛକ ପର୍ଯ୍ୟନ୍ତ ଚାର ଲେନ ରାସ୍ତା ମରାମତି କରିବା, ସଂକୀର୍ଣ୍ଣ ଓ ବିପଦସଂକୁଳ ପୋଲଗୁଡିକ ବଦଳରେ ନୂତନ ପୋଲ ନିର୍ମାଣ କରିବା, ରାସ୍ତାକୁ କୌଣସି ଦାୟିତ୍ୱବାନ ସଂସ୍ଥାକୁ ହସ୍ତାନ୍ତର କରି ଉନ୍ନତିକରଣ କରିବା ପାଇଁ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ ଯନ୍ତ୍ରୀ ମନୋଜ କୁମାର ସାହୁଙ୍କୁ ପଚାରିବାରୁ ଏହି ରାସ୍ତାର କାମପାଇଁ ଜଙ୍ଗଲ ବିଭାଗର ଅନୁମତି ମିଳିନାହିଁ। ଆବେଦନ କରାଯାଇଛି ଏବଂ ତାହା ଶେଷ ପର୍ଯାୟରେ ଅଛି ଆସନ୍ତା ୧୫ ଦିନ ମଧ୍ୟରେ ଅନୁମତି ମିଳିଯିବ ଏବଂ ମିଳିଲେ କାମ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକନ୍ୟାର ମୁଣ୍ଡ ଉପରେ ଚଢ଼ିଗଲା ମିନିଟ୍ରକ୍‌

ନବରଙ୍ଗପୁର,୨୮ା୬(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ ଖବର। ୪ ବର୍ଷର ଏକ ଶିଶୁକନ୍ୟାଙ୍କ ଉପରେ ଚଢ଼ିଗଲା ମିନିଟ୍ରକ୍‌।…

ଚଳନ୍ତା ବାଇକ୍‌ରେ ଶାଶୁଙ୍କୁ ହତ୍ୟା, ପରିବାର ଲୋକଙ୍କୁ କହିଲେ ହାର୍ଟ ଆଟାକ୍‌, ମାତ୍ର ଏମିତି ରହସ୍ୟ ଖୋଲିଦେଲା ପୋଲିସ…

ହାଇଦ୍ରାବାଦ,୨୮ା୬: ତେଲଙ୍ଗାନାର କରିମନଗର ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଜ୍ୱାଇଁ ତାଙ୍କ ଶାଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।…

ୟୁରୋପରେ ତାତିର ତାଣ୍ଡବ! ୧୦୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ,୨୮।୬: ପଶ୍ଚିମ ୟୁରୋପରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାପମାତ୍ରା ରେକର୍ଡ ଭାଙ୍ଗୁଥିବା ବେଳେ ଲୋକେ ଆଉଟୁପାଉଟୁ ହେଉଥିବା ନେଇ ଖବର ସାମ୍ନାକୁ ଆସିଛି ।…

ମୋଦିଙ୍କୁ ମିଳିଲା ଏହି ଦେଶର ସର୍ବୋଚ୍ଚ ସମ୍ମାନ, ସ୍ଥାୟୀ ଅଭିବୃଦ୍ଧି…

ଭିକ୍ଟୋରିଆ,୨୮।୬: ସେଚେଲ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ସମ୍ମାନରେ ସମ୍ମାନିତ କରାଯାଇଛି। ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ବିକାଶରେ…

ସାନ ଭାଇ, ବାପାଙ୍କୁ କଟୁରିରେ ହାଣିଲେ ବଡ଼ ଭାଇ: ଜମିଜମା ବିବାଦରୁ ଘଟିଲା ରକ୍ତାକ୍ତ…

ଉଦଳା: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିରାଥଳି ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ଜମି ବଣ୍ଟନକୁ ନେଇ ପରିବାର…

୧୦୦-୨୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ଖବର; ଘରେ ଜମା କରିବା ଆରମ୍ଭ କଲେଣି ଲୋକେ, ଜାଣନ୍ତୁ କଣ ରହିଛି କାରଣ…

ନୂଆଦିଲ୍ଲୀ, ୨୮।୬: ନିକଟ ଦିନଗୁଡ଼ିକରେ ୧୦୦ ଏବଂ ୨୦୦ ଟଙ୍କିଆ ନୋଟକୁ ନେଇ ଏକ ନୂଆ ଧାରା ଦେଖିବାକୁ ମିଳୁଛି। ଲୋକମାନେ ପୂର୍ବ ଅପେକ୍ଷା ନିଜ ଘରେ…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ୩ ବର୍ଷ ତଳେ କରିଥିଲେ ପ୍ରେମବିବାହ, ଆଜି ସକାଳୁ…

ଝାରସୁଗୁଡ଼ା,୨୮ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ୍‌. କଣ୍ଟାପାଳି (ଗଣ୍ଠିଆବୁଡ଼) ଗାଁରେ ରବିବାର ସକାଳୁ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପାରିବାରିକ କଳହକୁ କେନ୍ଦ୍ର…

ଗଞ୍ଜେଇ ଚାଲାଣବେଳେ ମାଡ଼ିବସିଲା ପୋଲିସ: ବାଇକ୍‌ ସହ ୨୨ କେଜି ଗଞ୍ଜେଇ ଜବତ କରି…

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): ଗଞ୍ଜେଇ ଚୋରା କାରବାରରେ ଯୁବଗୋଷ୍ଠୀ ବେଶି ସଂଶ୍ଲିଷ୍ଟ ରହୁଥିବା ପୋଲିସର ଗିରଫରୁ ଜଣାପଡ଼ିଛି। ଏଭଳି ଘଟଣା କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ଦେଖାଯାଉଥିବାବେଳେ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri