Posted inଜାତୀୟ

କୁକୁରଙ୍କ ପାଇଁ ହେବ ଶ୍ମଶାନ: ପୂଜକ କରିବେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୦।୧୨: ଦକ୍ଷିଣ ଦିଲ୍ଲୀ ନଗର ନିଗମ (ଏସ୍‌ଡିଏମ୍‌ସି) କୁକୁରଙ୍କ ପାଇଁ ଏକ ସର୍ବସାଧାରଣ ଶ୍ମଶାନ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଶ୍ମଶାନରେ କୁକୁରଙ୍କ ଅନ୍ତିମ ସଂସ୍କାର ପରେ ୧୫ ଦିନ ପର୍ଯ୍ୟନ୍ତ ଅସ୍ଥି ରଖିବା ପାଇଁ ବ୍ୟବସ୍ଥା ହେବ। ନଗର ନିଗମ ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ଦ୍ୱାରକାଠାରେ ଶ୍ମଶାନ ନିର୍ମାଣ କରାଯିବ ଏବଂ ୭୦୦ ବର୍ଗ ମିଟର ଅଞ୍ଚଳରେ ବିସ୍ତାର ହେବ। କୁକୁରଙ୍କ ମାଲିକମାନେ ଏହି ପ୍ରକଳ୍ପକୁ ସ୍ବାଗତ କରିଛନ୍ତି। ଦିଲ୍ଲୀ ନଗର ନିଗମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନିକଟରେ ଏହି ପ୍ରକଳ୍ପକୁ ଚୂଡ଼ାନ୍ତ ସରକାରୀ ଅନୁମୋଦନ ମିଳିଛି। ଖୁବ୍‌ଶୀଘ୍ର ଟେଣ୍ଡର ଡକାଯିବ। ଏହା ଏକ ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ (ପିପିପି) ପ୍ରକଳ୍ପ ହେବ। ମାନବ-ପଶୁ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ଗୃହପାଳିତ ପଶୁ ପରିବାର ସଦସ୍ୟଙ୍କ ପରି। ତେଣୁ ସେମାନଙ୍କ ମୃତ୍ୟୁ ପରିବାରର ସଦସ୍ୟଙ୍କୁ ହରାଇବା ସହିତ ସମାନ। ସମ୍ମାନଜନକ ଭାବରେ ଏମାନଙ୍କ ଶବଦାହ କରାଯାଇପାରିବ। ତେଣୁ ପାରମ୍ପରିକ ଢଙ୍ଗରେ ଏକ ମୃତ ଗୃହପାଳିତ ପଶୁଙ୍କ ଶେଷ ରୀତିନୀତି କରିବା ପାଇଁ ଶବଦାହରେ ପୂଜକ ରହିବା ପାଇଁ ବ୍ୟବସ୍ଥା ମାଗିଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri