Posted inଜାତୀୟ

‘ହିନ୍ଦୁସ୍ଥାନୀ ମୁସଲମାନ ଭାବେ ଗର୍ବିତ’

ନୂଆଦିଲ୍ଲୀ, ୧୦।୨: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ ମଙ୍ଗଳବାର ଉଚ୍ଚ ସଦନରୁ ଅବସର ଗ୍ରହଣ କରିଛନ୍ତି। ହିନ୍ଦୁସ୍ଥାନୀ ମୁସଲମାନ ଭାବେ ଗର୍ବ ଅନୁଭବ କରନ୍ତି। ପାକିସ୍ତାନ ଚାଲିଯାଇ ନ ଥିବା କେତେଜଣ ଭାଗ୍ୟବାନଙ୍କ ମଧ୍ୟରେ ସେ ନିଜକୁ ଗଣିଥାନ୍ତି ଓ ସବୁବେଳେ ଭାରତକୁ ସ୍ବର୍ଗ ଭାବେ ଅନୁଭବ କରିଥାନ୍ତି ବୋଲି ଭାବବିହ୍ବଳ ଆଜାଦ ବିଦାୟୀ ଭାଷଣରେ କହିଥିଲେ।
ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କଥା ମନେ ପକାଇ ଆଜାଦ ଦେଶରୁ ଆତଙ୍କବାଦ ଶେଷ ହେବା ନେଇ ଆଲ୍ଲାଙ୍କ ପାଖରେ ପ୍ରାର୍ଥନା କରିଥିଲେ। ବିଶ୍ୱର ମୁସଲମାନ ସମାଜଗୁଡ଼ିକ ଅନ୍ତର୍ଦ୍ୱନ୍ଦ୍ୱରେ ଲିପ୍ତ ଥିବାବେଳେ ଭାରତୀୟ ମୁସଲମାନ ସେଥିରେ ପ୍ରଭାବିତ ନ ହୋଇ ଏକତ୍ର ବସବାସ କରୁଛନ୍ତି ଓ ଏହା ଜାରି ରହିବା ଉଚିତ ବୋଲି ବରିଷ୍ଠ କଂଗ୍ରେସ ନେତା କହିଥିଲେ। ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ସହକର୍ମୀମାନଙ୍କୁ ଆଜାଦ୍‌ ଧନ୍ୟବାଦ ଜଣାଇଥିଲେ।
ସପ୍ତାହରେ ରାଜ୍ୟ ସଭା କାର୍ଯ୍ୟକାଳ ପୂରଣ ହେଉଥିବା ଆଜାଦଙ୍କୁ ବିଦାୟ ଦେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବବିହ୍ବଳ ହୋଇ କାନ୍ଦିପକାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଗୃହରେ ଆଜାଦଙ୍କ ସ୍ଥାନ ପୂରଣ କଲା ଭଳି ନେତା ମିିଳିବା କଷ୍ଟକର ହେବ। ସେ ନିଜ ଦଳ ଅପେକ୍ଷା ଦେଶ ପାଇଁ ଅଧିକ ଚିନ୍ତା କରୁଥିଲେ। କରୋନା ମହାମାରୀ ସମୟରେ ସର୍ବଦଳୀୟ ବୈଠକ ଡାକିବା ପାଇଁ ସେ ପରାମର୍ଶ ଦେଇଥିଲେ। ଶାସନରେ ଓ ବିରୋଧୀ ଦଳରେ ରହିବାର ୨୮ ବର୍ଷର ଅଭିଜ୍ଞତା ବହୁତ ବଡ଼ କଥା ବୋଲି ମୋଦି କହିଛନ୍ତି।
ଆଜାଦ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଥିବାବେଳେ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ। ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିଲା। ଜମ୍ମୁ-କଶ୍ମୀରରେ ଗୁଜରାଟୀ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୬ ଗୁରୁତର ଆହତ ହୋଇଥିଲେ। ଏ ସମ୍ପର୍କରେ ପ୍ରଥମେ ଆଜାଦ ତାଙ୍କୁ ଫୋନ୍‌ କରି ଜଣାଇଥିଲେ ବୋଲି ମୋଦି କହିଛନ୍ତି। ଏହି ସମୟରେ ଆଜାଦ କାନ୍ଦୁଥିଲେ ବୋଲି କହିବାବେଳେ ମୋଦିଙ୍କ ଆଖିରେ ଲୁହ ଆସିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

ବିହାରରେ ମହାମେଣ୍ଟର ସିଟ୍‌ ଫାଇନାଲ, ଆରଜେଡିକୁ ୨୬, କଂଗ୍ରେସକୁ ୯

ପାଟନା,,୨୯।୩: ବିହାରରେ ୪୦ଟି ଲୋକ ସଭା ଆସନ ବଣ୍ଟନ ନେଇ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଆରଜେଡି,...

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri