ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮ କୋଟି ଟନ ଉଚ୍ଚମାନର ବକ୍ସାଇଟ ଗଚ୍ଛିତ ଥିବା ଏହି ସମ୍ପଦବହୁଳ ପାହାଡ଼କୁ କମ୍ପାନୀକୁ ହସ୍ତାନ୍ତର କରିବା ପ୍ରକ୍ରିୟାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଗ୍ରାମ ପଞ୍ଚାୟତର ଅମଠାଗୁଡ଼ା ଧରଣୀ ଭଟାଠାରେ ରବିବାର ‘ଖଣ୍ଡୁଆଳମାଳି ସୁରକ୍ଷା ସମିତି’ ଦ୍ୱାରା ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଉପସ୍ଥିତ ସ୍ଥାନୀୟ ପ୍ରତିନିଧି ଓ ଗ୍ରାମବାସୀ ସରକାରଙ୍କ ନୀତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଯଦି ସରକାର କେବଳ ରାଜସ୍ବ ଆଦାୟ ଉପରେ ଗୁରୁତ୍ୱ ଦେଉଛନ୍ତି, ତେବେ ଖଣ୍ଡୁଆଳମାଳିରେ ଥିବା ପ୍ରାକୃତିକ ଜଳପ୍ରପାତର ସୌନ୍ଦର୍ଯ୍ୟକରଣ କରି ତାହାକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯାଉନାହିଁ କାହିଁକି? କେବଳ ପ୍ରାକୃତିକ ସମ୍ପଦ ନଷ୍ଟ କରି ଖଣିଖନନ କଲେ ହିଁ ରାଜସ୍ବ ଆଦାୟ ହୋଇପାରିବ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେହିପରି କର୍ଲାପାଟ ଅଭୟାରଣ୍ୟରେ ବନ୍ୟପ୍ରାଣୀ କରିଡ଼ର ଓ ପର୍ଯ୍ୟଟନ ମାଧ୍ୟମରେ ରାଜସ୍ବ ପାଇଁ ବିକଳ୍ପ ପନ୍ଥା ଆପଣାଇବା ପରିବର୍ତ୍ତେ, କନ୍ଧ ଆଦିବାସୀ ସମ୍ପ୍ରଦାୟଙ୍କ ପବିତ୍ର ପୀଠ ତଥା ବାବା ‘ଖଣ୍ଡୁଆଳ’ ଦେବତାଙ୍କ ନିବାସସ୍ଥଳୀକୁ କମ୍ପାନୀ ସ୍ବାର୍ଥରେ ନଷ୍ଟ କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ନେଇ ଅଭିଯୋଗ ହୋଇଛି। ପେସା ଆଇନ ଅନୁଯାୟୀ କୌଣସି ପ୍ରକଳ୍ପ ପୂର୍ବରୁ ସ୍ଥାନୀୟ ଗ୍ରାମସଭାର ସମ୍ମତି ବାଧ୍ୟତାମୂଳକ। ତେବେ ଗ୍ରାମସଭାକୁ ଅଣଦେଖା କରି ଆଦିବାସୀଙ୍କୁ ଭିଟାମାଟିରୁ ଉଚ୍ଛେଦ କରିବାର ପ୍ରୟାସ ଚାଲିଥିବା ନେଇ ଅଭିଯୋଗ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସଭା ଖଣ୍ଡୁଆଳମାଳି ସ୍ଥାୟୀ ସମିତି ସଭାପତି କାର୍ତ୍ତିକ ମାଝୀ, ରାମ ମାଝୀ ଓ ରାମକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ସଭାରେ ସଂଗ୍ରାମୀ ସତ୍ୟନାରାୟଣ ମାଝୀ, କର୍ଲାପାଟ ସରପଞ୍ଚ ବିଶ୍ୱନାଥ ମାଝୀ, ପୂର୍ବତନ ସରପଞ୍ଚ ରାମ ମାଝୀ, ରବିନାରାୟଣ ସିଂ, ରଞ୍ଜିତ ମାଝୀ, ଧୋବା ସାହୁ, ଖଣ୍ଡୁଆଳମାଳିର କରୁଣା ମାଝୀ, ଚିକନୁ ମାଝୀ, ଶିବ ନାଏକ, ସୁରେନ୍ଦ୍ର ମାଝୀ, ଇନ୍ଦ୍ର ମାଝୀ, ଅର୍ଜୁନ ମାଝୀ ଏବଂ ରାଜାରାମ ମାଝୀ ଏବଂ ପଞ୍ଚାୟତର ସମସ୍ତ ମେମ୍ବର, ବୁଦ୍ଧିଜୀବୀ, ଆଇନଜୀବୀ ପ୍ରମୁଖ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ। ସରକାର ଓ କମ୍ପାନୀ ତୁରନ୍ତ ଖଣ୍ଡୁଆଳମାଳି ଖଣି ଲିଜ୍‌ ପ୍ରତ୍ୟାହାର ନ କଲେ, ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ କମ୍ପାନୀ ଓ ସରକାରଙ୍କ ବିରୋଧରେ ଜୋରସୋରରେ ଗଣଆନ୍ଦୋଳନ କରାଯିବ ବୋଲି ଖଣ୍ଡୁଆଳମାଳି ସ୍ଥାୟୀ ସଂଗ୍ରାମୀମାନେ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri