ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ: ଆଇଏମ୍‌ଏ କଟକ ଶାଖା ପକ୍ଷରୁ ଧାରଣା

କଟକ ଅଫିସ, ୧୯।୬: କରୋନା ସମୟରେ ଡାକ୍ତରମାନେ କୋଭିଡ୍‌ ଯୋଦ୍ଧା ଭାବେ ରୋଗୀଙ୍କ ସେବା ଜାରି ରଖିଛନ୍ତି। ମାତ୍ର ଏଭଳି ସ୍ଥିତିରେ ଡାକ୍ତରମାନଙ୍କ ପ୍ରତି ହିଂସାତ୍ମକ ବ୍ୟବହାର କରାଯାଉଛି। ଏପରି ଅଶୋଭନୀୟ କାର୍ଯ୍ୟ ରୋକିବା ପାଇଁ ଦୃଢ଼ ନିୟମ ପ୍ରଣୟନ ଦାବିରେ ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ଶୁକ୍ରବାର ଦେଶବ୍ୟାପୀ ଜାତୀୟ ପ୍ରତିବାଦ ଦିବସ ପାଳନ କରିଛି। ଏହାକୁ ସମର୍ଥନ ଜଣାଇ ଆଇଏମ୍‌ଏର କଟକ ଶାଖା ପକ୍ଷରୁ ଡାକ୍ତରମାନେ ରାଣୀହାଟସ୍ଥିତ ଆଇଏମ୍‌ଏ ହାଉସ୍‌ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ଦେଇଥିଲେ। ଏହି ଧାରଣାରେ ରାଜ୍ୟ ସଭାପତି ଡା. ନିବେଦିତା ପାଣି, ରାଜ୍ୟ ସମ୍ପାଦକ ଡା. ବ୍ରଜକିଶୋର ଦାଶ, ଅର୍ଥ ସମ୍ପାଦକ ଡା. ମୃତ୍ୟୁଞ୍ଜୟ ମହାପାତ୍ର, ଯୁଗ୍ମ ସମ୍ପାଦକ ଦେବ ପ୍ରସାଦ ମହାନ୍ତି, ଡା. ସମ୍ରାଟ କର, ଡା. କିଶୋର ମହାପାତ୍ର, ଡା. ସୁମିତା ମହାନ୍ତି, ଡା. ଅଭିଷେକ ବିଶ୍ୱାଳ, ଶିଶୁ ସୁରକ୍ଷା କମିଟି ସଦସ୍ୟ ଜନ୍ମେଜୟ ମହାପାତ୍ର, କଟକ ଆଇଏମ୍‌ଏ ଶାଖା ସମ୍ପାଦକ ଡା. ଶକ୍ତିପ୍ରସାଦ ଦାସ ପ୍ରମୁଖ ସାମିଲ ଥିଲେ। ତେବେ ରୋଗୀଙ୍କ ଚିକିତ୍ସାରେ କୌଣସି ବ୍ୟାଘାତ ସୃଷ୍ଟି ନ କରି ଡାକ୍ତରମାନେ କଳା ବ୍ୟାଜ୍‌ ପିନ୍ଧି ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ମଧ୍ୟରେ କେତେକ ରାଜ୍ୟରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ହୋଇଛି।

ଏସ୍‌ସିବି ଜୁନିୟର ଡାକ୍ତର ସଂଘର ନିନ୍ଦା

ଡାକ୍ତରଙ୍କ ଉପରେ ଆକ୍ରମଣକୁ ଏସ୍‌ସିବି ଜୁନିୟର ଡାକ୍ତର ସଂଘ ନିନ୍ଦା କରିଛି। ଆକ୍ରମଣ ଏବଂ ଏଭଳି ଅଶୋଭନୀୟ ବ୍ୟବହାରରୁ ଡାକ୍ତରଙ୍କୁ ସୁରକ୍ଷା ଦେବା ପାଇଁ କଡ଼ା ପଦକ୍ଷେପ ନିଆଯିବାକୁ ଦାବି କରାଯାଇଛି। ଶୁକ୍ରବାର ଏ ନେଇ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘର ସଭାପତି ଡା. ରାମଚନ୍ଦ୍ର ସାହୁ, ଉପସଭାପତି ଚୁନ୍ନୁରାମ ସୋରେନ ଏବଂ ସାଧାରଣ ସମ୍ପାଦକ ଡା. କ୍ଷୀତିଶ ରଞ୍ଜନ ଦାସ କହିଛନ୍ତି, କୋଭିଡ୍‌ ସମୟରେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଦେଉଛନ୍ତି। ଏହାସତ୍ତ୍ୱେ ଡାକ୍ତରମାନଙ୍କ ପ୍ରତି ହିଂସାତ୍ମକ ବ୍ୟବହାର କରାଯାଉଛି। ଗତ ଦୁଇ ସପ୍ତାହ ମଧ୍ୟରେ ଆସାମ, ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ କର୍ନାଟକରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ହୋଇଛି। ଏହା ଅତି ନିନ୍ଦନୀୟ। ଆଗାମୀ ଦିନରେ ଆକ୍ରମଣ ଓ ଅଶୋଭନୀୟ ବ୍ୟବହାରରୁ ଡାକ୍ତରଙ୍କୁ ସୁରକ୍ଷା ଦେବା ପାଇଁ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ଏଥିସହ ଆକ୍ରମଣ ପ୍ରତିବାଦରେ ଶୁକ୍ରବାର ଡାକ୍ତରମାନେ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ ସମ୍ପାଦନ କରିଥିବା ସଂଘ ପକ୍ଷରୁ କୁହାଯାଇଛି। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡା. ପାର୍ଥ ସିଂ, ଡା. ପାର୍ଥସାରଥି ସାହୁ, ଡା. ବ୍ରହ୍ମଜ୍ୟୋତି ଦାସ, ଡା. ସଞ୍ଜୟ ପାଣିଗ୍ରାହୀ, ଡା. ସୁଚିତ୍ରା ସାମଲ, ଡା. ରବିନ୍‌ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?