ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ: ଆଇଏମ୍‌ଏ କଟକ ଶାଖା ପକ୍ଷରୁ ଧାରଣା

କଟକ ଅଫିସ, ୧୯।୬: କରୋନା ସମୟରେ ଡାକ୍ତରମାନେ କୋଭିଡ୍‌ ଯୋଦ୍ଧା ଭାବେ ରୋଗୀଙ୍କ ସେବା ଜାରି ରଖିଛନ୍ତି। ମାତ୍ର ଏଭଳି ସ୍ଥିତିରେ ଡାକ୍ତରମାନଙ୍କ ପ୍ରତି ହିଂସାତ୍ମକ ବ୍ୟବହାର କରାଯାଉଛି। ଏପରି ଅଶୋଭନୀୟ କାର୍ଯ୍ୟ ରୋକିବା ପାଇଁ ଦୃଢ଼ ନିୟମ ପ୍ରଣୟନ ଦାବିରେ ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ଶୁକ୍ରବାର ଦେଶବ୍ୟାପୀ ଜାତୀୟ ପ୍ରତିବାଦ ଦିବସ ପାଳନ କରିଛି। ଏହାକୁ ସମର୍ଥନ ଜଣାଇ ଆଇଏମ୍‌ଏର କଟକ ଶାଖା ପକ୍ଷରୁ ଡାକ୍ତରମାନେ ରାଣୀହାଟସ୍ଥିତ ଆଇଏମ୍‌ଏ ହାଉସ୍‌ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ଦେଇଥିଲେ। ଏହି ଧାରଣାରେ ରାଜ୍ୟ ସଭାପତି ଡା. ନିବେଦିତା ପାଣି, ରାଜ୍ୟ ସମ୍ପାଦକ ଡା. ବ୍ରଜକିଶୋର ଦାଶ, ଅର୍ଥ ସମ୍ପାଦକ ଡା. ମୃତ୍ୟୁଞ୍ଜୟ ମହାପାତ୍ର, ଯୁଗ୍ମ ସମ୍ପାଦକ ଦେବ ପ୍ରସାଦ ମହାନ୍ତି, ଡା. ସମ୍ରାଟ କର, ଡା. କିଶୋର ମହାପାତ୍ର, ଡା. ସୁମିତା ମହାନ୍ତି, ଡା. ଅଭିଷେକ ବିଶ୍ୱାଳ, ଶିଶୁ ସୁରକ୍ଷା କମିଟି ସଦସ୍ୟ ଜନ୍ମେଜୟ ମହାପାତ୍ର, କଟକ ଆଇଏମ୍‌ଏ ଶାଖା ସମ୍ପାଦକ ଡା. ଶକ୍ତିପ୍ରସାଦ ଦାସ ପ୍ରମୁଖ ସାମିଲ ଥିଲେ। ତେବେ ରୋଗୀଙ୍କ ଚିକିତ୍ସାରେ କୌଣସି ବ୍ୟାଘାତ ସୃଷ୍ଟି ନ କରି ଡାକ୍ତରମାନେ କଳା ବ୍ୟାଜ୍‌ ପିନ୍ଧି ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ମଧ୍ୟରେ କେତେକ ରାଜ୍ୟରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ହୋଇଛି।

ଏସ୍‌ସିବି ଜୁନିୟର ଡାକ୍ତର ସଂଘର ନିନ୍ଦା

ଡାକ୍ତରଙ୍କ ଉପରେ ଆକ୍ରମଣକୁ ଏସ୍‌ସିବି ଜୁନିୟର ଡାକ୍ତର ସଂଘ ନିନ୍ଦା କରିଛି। ଆକ୍ରମଣ ଏବଂ ଏଭଳି ଅଶୋଭନୀୟ ବ୍ୟବହାରରୁ ଡାକ୍ତରଙ୍କୁ ସୁରକ୍ଷା ଦେବା ପାଇଁ କଡ଼ା ପଦକ୍ଷେପ ନିଆଯିବାକୁ ଦାବି କରାଯାଇଛି। ଶୁକ୍ରବାର ଏ ନେଇ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘର ସଭାପତି ଡା. ରାମଚନ୍ଦ୍ର ସାହୁ, ଉପସଭାପତି ଚୁନ୍ନୁରାମ ସୋରେନ ଏବଂ ସାଧାରଣ ସମ୍ପାଦକ ଡା. କ୍ଷୀତିଶ ରଞ୍ଜନ ଦାସ କହିଛନ୍ତି, କୋଭିଡ୍‌ ସମୟରେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଦେଉଛନ୍ତି। ଏହାସତ୍ତ୍ୱେ ଡାକ୍ତରମାନଙ୍କ ପ୍ରତି ହିଂସାତ୍ମକ ବ୍ୟବହାର କରାଯାଉଛି। ଗତ ଦୁଇ ସପ୍ତାହ ମଧ୍ୟରେ ଆସାମ, ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ କର୍ନାଟକରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ହୋଇଛି। ଏହା ଅତି ନିନ୍ଦନୀୟ। ଆଗାମୀ ଦିନରେ ଆକ୍ରମଣ ଓ ଅଶୋଭନୀୟ ବ୍ୟବହାରରୁ ଡାକ୍ତରଙ୍କୁ ସୁରକ୍ଷା ଦେବା ପାଇଁ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ଏଥିସହ ଆକ୍ରମଣ ପ୍ରତିବାଦରେ ଶୁକ୍ରବାର ଡାକ୍ତରମାନେ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ ସମ୍ପାଦନ କରିଥିବା ସଂଘ ପକ୍ଷରୁ କୁହାଯାଇଛି। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡା. ପାର୍ଥ ସିଂ, ଡା. ପାର୍ଥସାରଥି ସାହୁ, ଡା. ବ୍ରହ୍ମଜ୍ୟୋତି ଦାସ, ଡା. ସଞ୍ଜୟ ପାଣିଗ୍ରାହୀ, ଡା. ସୁଚିତ୍ରା ସାମଲ, ଡା. ରବିନ୍‌ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ବିପଦସଙ୍କୁଳ କୋଠରୀରେ ପିଲାଙ୍କ ବିଷ୍ୟତ: ବାରଣ୍ଡାରେ ଚାଲିଛି ପାଠପଢ଼ା

ଜମନକିରା, ୨୧/୮ (ରବୀନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ଉନ୍ନତିକରଣ ନେଇ ସରକାରୀ ସ୍ତରରେ ବ୍ୟାପକ ପ୍ରଚାର ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ ବିଦ୍ୟାଳୟ ଗୃହ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

୪୯ ଦିନ ପରେ ଶନିଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ; ଦଶହରା ପୂର୍ବରୁ ୬ ରାଶି ହେବେ ମାଲାମାଲ୍‌!

୯ ଅକ୍ଟୋବର ୨୦୨୬ରେ ଶନି ନକ୍ଷତ୍ର ପରିବର୍ତ୍ତନ କରିବେ। ଦଶହରା ପୂର୍ବରୁ ଶନିଙ୍କର ଏହି ଚାଲ୍ ୬ଟି ରାଶି ପାଇଁ ଶୁଭ ବୋଲି ଧରାଯାଉଛି। ଜାଣନ୍ତୁ କେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri