ବିଡିଓଙ୍କ ବଦଳି ଦାବି ନେଇ ବ୍ଳକ ସମ୍ମୁଖରେ ବିକ୍ଷୋଭ

ଟେନସା,୧୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ବିଡିଓ ପଲ୍ଲବୀରାଣୀ ରାଜଙ୍କ ବଦଳି ଦାବି ନେଇ ମଙ୍ଗଳବାର ସିଆଇଟିୟୁ ତରଫରୁ କୋଇଡ଼ା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି। ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ଏହି ବିକ୍ଷୋଭ ଓ ଧାରଣା ଚାଲୁରହିବ ବୋଲି ସିଆଇଟିୟୁ ତରଫରୁ ଚେତାବନୀ ଦିଆଯାଇଛି। ବିଡିଓଙ୍କ ବିରୋଧରେ ସିଆଇଟିୟୁ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ଦାବି ନେଇ ବ୍ଲକ ଅଫିସ ଘେରାଉ, ଧାରଣା, ବିକ୍ଷୋଭ କରାଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ଯାହା ଫଳରେ ବିଡିଓଙ୍କ ମନମୁଖି କାର୍ଯ୍ୟ ଯୋଗୁ ୧୫ଟି ଖପଞ୍ଚାୟରେ ଉନ୍ନୟନ ମୂଳକ କିମ୍ବା କୌଣସି ପ୍ରକଳ୍ପ କାର୍ଯ୍ୟ ହୋଇ ପାରୁନାହିଁ। ଏ ନେଇ ଗତ ୧୨ ତାରିଖରେ ସିଆଇଟିୟୁ ତରଫରୁ ଖବରଦାତା ସମ୍ମିଳନୀ କରାଯାଇ ବିଡିଓଙ୍କ ବିଭିନ୍ନ ଦୁର୍ନୀତି ବିଷୟରେ ଅବଗତ କରାଯାଇଥିଲା। ୧୪ତାରିଖରେ କୋଇଡା ବ୍ଳକ ଅଫିସରେ ବିକ୍ଷୋଭ ଓ ଧାରଣା ଦିଆଯିବ ବୋଲି ସିଆଇଟିୟୁ ତରଫରୁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରକାଶ କରିଥିଲେ। ପ୍ରଶାସନଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା । ତେଣୁ ମଙ୍ଗଳବାର ସିଆଇଟିୟୁ ଦଳର ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେଏହି ବିକ୍ଷୋଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାର୍ଟର୍ସ ପାଇଁ ଧାଉଁଛନ୍ତି ଷ୍ଟାଫ ନର୍ସ

ଖୋର୍ଦ୍ଧା ଅଫିସ,୨୮ା୫: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫ ନର୍ସ କ୍ୱାର୍ଟର୍ସ ପାଇପାରୁନାହାନ୍ତି। ଏଥିଲାଗି ସେମାନଙ୍କୁ ସିଡିଏମ୍‌ଓ କାର୍ଯ୍ୟାଳୟ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର...

ଆଚରଣ ବିଧି ଉଲ୍ଲଂଘନ: ପିଇଓ ନିଲମ୍ବିତ

ବରଗଡ଼ ଅଫିସ, ୩୦।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବରଗଡ଼ ଜିଲା ସରଗରମ ହୋଇ ପଡ଼ଛି। ତେବେ ଏହି ସମୟରେ ବରଗଡ଼ ବ୍ଲକ ଖଣ୍ଡହଥା ପଞ୍ଚାୟତ...

ବାଲିଘାଟ ଲିଜ୍‌ ବାତିଲ ଦାବିରେ ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ଭୀମପୁର ଗ୍ରାମର ଋଷିକୁଲ୍ୟା ନଦୀ ବାଲିଘାଟର ଲିଜ୍‌ ଘଟଣା ଏବେ ଅଞ୍ଚଳରେ ଏକ ପ୍ରକାର ବିବାଦୀୟ ପରିସ୍ଥିତି...

ଖବରଦାତାଙ୍କ ଗୋଡ଼ରେ ବେଡ଼ି: ବଦଳିଲେ ନୀଳଗିରି ଥାନା ଆଇଆଇସି

ବାଲେଶ୍ୱର ଅଫିସ,୮।୪: ବାଲେଶ୍ୱର ଜିଲା ନୀଳଗିରିର ଖବରଦାତା ଲୋକନାଥ ଦଳେଇଙ୍କୁ ବେଡ଼ି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନୀଳଗିରି ଥାନା ଆଇଆଇସି ଦ୍ରୋପଦୀ ଦାସଙ୍କ ସହ...

ସଞ୍ଜ ନଇଁଲେ ଶଙ୍କା

ଢେଙ୍କାନାଳ ଅଫିସ, ୨।୧୨(ରତନ ନାୟାର):ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍‌ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀର...

ଜନବସତିରେ ପଶିଲା ବାର୍‌ହା : ଲୋକେ ଆତଙ୍କିତ

ଉଦଳା,୨୮ା୫ (ଡି.ଏନ.ଏ) – ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିିଛି ଜଙ୍ଗଲ। ଯାହାଫଳରେ ବିଭିନ୍ନ ସମୟରେ ସେମାନେ ଜନବସତି ମୁହଁ। ହେଉଛନ୍ତି। ମୟୂରଭଞ୍ଜ ଜିଲା ଉଦଳା ଏନଏସି...

ଡୋକ୍ରା ହସ୍ତଶିଳ୍ପରେ ଜନଜାତି ସଂସ୍କୃତିର କଥା

ଭାଗ୍ୟଶ୍ରୀ ମିଶ୍ର ରାୟଗଡ଼ା: ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ କଳା, ସଂସ୍କୃତି, ପରମ୍ପରା ଏବଂ ଜୀବନଶୈଳୀ ନିଆରା। ସ୍ବତନ୍ତ୍ର...

ହାତୀଛୁଆର ମୃତଦେହ ଉଦ୍ଧାର

ରାଇକିଆ,୧୧ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ବାରବା ରେଞ୍ଜ ଅନ୍ତର୍ଗତ ଖମନଖୋଲ ଗ୍ରାମ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ହାତୀ ଛୁଆର ମୃତ୍ୟୁ ନେଇ...

Advertisement
Archives

Model This Week