ନିମ୍ନମାନର ରାସ୍ତା କାମକୁ ବିରୋଧ

ବାରିପଦା ଅଫିସ,୩ା୩: ବାରିପଦା-ଲୁଲୁଙ୍ଗ ରାସ୍ତା ମରାମତି କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ପୋଡାଅସ୍ତିଆଠାରେ ଗୁରୁବାର ସାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବରପାଇ ପୋଲିସ ଓ ପୂର୍ତ୍ତ ବିଭାଗ ଯନ୍ତ୍ରୀ ପହଞ୍ଚତ୍ ସମାଧାନ ପାଇଁ ଗ୍ରାମବାସୀମାନଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦୁଇ ଦିନ ମଧ୍ୟରେ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ପୂର୍ତ୍ତ ବିଭାଗ ଯନ୍ତ୍ରୀ ନୟାଧର ପୋଢ଼ିଆଳ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।
ସୂଚନା ଅନୁଯାୟୀ, ବାରିପଦା ଟାଉନ ଥାନା ଅନ୍ତର୍ଗତ ପୋଡାଅସ୍ତିଆଠାରୁ ଲୁଲୁଙ୍ଗ ପର୍ଯ୍ୟନ୍ତ ରାସ୍ତାକୁ ମରାମତି କାର୍ଯ୍ୟ ପାଇଁ ଦୀର୍ଘ ଦିନ ହେବ ଗ୍ରାମବାସୀମାନେ ଦାବି କରୁଥିଲେ। ଦାବି ପ୍ରତି ପୂର୍ତ୍ତ ବିଭାଗ ପକ୍ଷରୁ କର୍ଣ୍ଣପାତ କରା ଯାଉ ନ ଥିଲା। ତେବେ ଶୁକ୍ରବାର ୫-ଟି ସଚିବ ଭି କେ ପଣ୍ଡିୟାନଙ୍କ ବାରିପଦା ଗସ୍ତକୁ ନେଇ ତରବରିଆ ଭାବେ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଉତ୍ତେଜିତ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରୁ ଚାନ୍ଦିପୁର ଚାଲିଲା ‘କ୍ରୁଜ୍‌’

ବାଲେଶ୍ୱର ଅଫିସ, ୧୪।୩: ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀର ବାଲିଘାଟ ନିକଟରେ ଏକ ସୁସଜ୍ଜିତ ଓ ବିଳାସପୂର୍ଣ୍ଣ ଲଞ୍ଚ ‘କ୍ରୁଜ୍‌’ର ଶୁଭ ଉଦ୍‌ଘାଟନ ହୋଇଛି। ଏହି ଲଞ୍ଚ...

ଡାକ୍ତରଖାନାରେ ୪୦ଘଣ୍ଟା ପଡ଼ିରହିଲା ମୃତଦେହ

ରାଜନଗର,୧୨।୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୀୟ ବହୁଳ ତାଳଚୁଆ ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସନ୍ଦେହନକ ମୃତ୍ୟୁ ଘଟିଛି। ଇତିମଧ୍ୟରେ ୪୦ ଘଣ୍ଟା ବିତିଥିଲେ ମଧ୍ୟ...

ପୁରାତନ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ

ଶଙ୍କରାଖୋଲ,୫ା୧(ଡି.ଏନ୍‌.ଏ.)-ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ଶାଳବଣଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ୧୯୯୦ ମାଟ୍ରିକ ବ୍ୟାଚର ଛାତ୍ରୀଛତ୍ରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।...

ଜୁଏଲାରି ମାଲିକଙ୍କ ଘରେ ପଶିଲେ ଦୁର୍ବୃତ୍ତ: ୧୦ ରାଉଣ୍ଡ ଗୁଳି ଚାଳନା, ୩ ଗୁରୁତର ୩ ଆହତ

ବାହାନଗା, ୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ଗ୍ରାମର ଜଣେ ଜୁଏଲାରି ମାଲିକଙ୍କ ଘରୁ ଚୋରି ହୋଇଛି। ୬ ଜଣ ଦୁର୍ବୃତ୍ତ ଘର ଭିତରେ...

ମହିଳାଙ୍କଠାରୁ ୫୨ ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କେନ୍ଦୁଝର,୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ନରଣପୁରସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରୁ ଟଙ୍କା ନେଇ ଆସୁଥିବା ଜଣେ ମହିଳାଙ୍କଠାରୁ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି।...

ନାଥୁରାମଙ୍କୁ ନେଇ ପୁଣି କଂଗ୍ରେସ-ଭାଜପା ମୁହାଁମୁହିଁ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ସୋମବାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ନେଇ ଉଭୟ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ହୋଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ନିଖୋଜ ଥିଲେ ବୃଦ୍ଧ, ଆଜି କୂଅରେ ଭାସୁଛି ମୃତଦେହ

ପାଟଣା,୨୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ କାଶୀପୁର ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରୁ ଗୁରୁବାର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ...

ଅଳିଆ ଗଦାରୁ ଶିଶୁପୁତ୍ରର ମୃତଦେହ ଠାବ

ଜୟପୁର,୨୯।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଏକ ଶପିଂ ମଲ ସମ୍ମୁଖରେ ଥିବା ଅଳିଆ ଗଦାରୁ ବୁଧବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଠାବ କରାଯାଇଛି। ଶିଶୁଟିକୁ...

Advertisement
Archives

Model This Week