ଛତ୍ରପୁର ପୌରପାଲିକାରେ ମିଶ୍ରଣକୁ ବିରୋଧ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ଛତ୍ରପୁର,୨୦।୨(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନକୁ ନେଇ ଅସନ୍ତୋଷ ଲାଗିରହିଛି। ଗୋଟିଏ ପଟେ ଛତ୍ରପୁର ପୌରପାଳିକାରେ ଆର୍ଯ୍ୟପଲ୍ଲୀ, କଣମଣା, ପୋ ଅଗସ୍ତିନୂଆଗାଁ ଓ ଚିକଲଖଣ୍ଡି ଆଦି ୫ଟି ପଞ୍ଚାୟତକୁ ମିଶ୍ରଣ କରିବା ପାଇଁ ରାଜ୍ୟ ସରକାର ତଥା ଜିଲା ପ୍ରଶାସନର ମନମୁଖୀ କାର୍ଯ୍ୟକୁ ପଞ୍ଚାୟତବାସୀ ଘୋର ବିରୋଧ କରୁଥିବାବେଳେ ୫ଟି ପଞ୍ଚାୟତ ଅନ୍ୟ ଜନସାଧାରଣମାନେ ଏହି ପଦକ୍ଷେପକୁ ସ୍ବାଗତ ଜଣାଇଛନ୍ତି। ଛତ୍ରପୁର ପୌରପାଳିକାରେ ପଞ୍ଚାୟତଗୁଡିକ ମିଶ୍ରଣକୁ ବିରୋଧ କରି ଆଜିକୁ ମିଶାଇ ୩ ଥର ଶହଶହ ପଞ୍ଚାୟତବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ଜିଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି ।
ଆଜି ଛତ୍ରପୁର ପୌରପାଳିକାରେ ୫ଟି ପଞ୍ଚାୟତ ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ପଞ୍ଚାୟତବାସୀ । ଏଦିଗରେ ଜିଲା ପ୍ରଶାସନ ତଥା ସରକାର ୭ ଦିନ ମଧ୍ୟରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଗୋପାଳପୁର ପୋର୍ଟ, ଆଇଆରଇଏଲ କମ୍ପାନି ବନ୍ଦ କରାଯିବା ସହ ଡୁବୁଲି ଛକ ରାସ୍ତାଘାଟ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ପକ୍ଷରୁ ପଞ୍ଚାୟତଗୁଡିକରେ ବିନା ପଲ୍ଲୀସଭା କିମ୍ବା ପୌରପାଳିକାରେ ଗ୍ରାମ ଗୁଡିକ ମିଶ୍ରଣ ହେଉଥିବା ନେଇ କୌଣସି ସୂଚନା ନ ଦେଇ ସିଧାସଳଖରେ ପୌରପାଳିକାରେ ୫ଟି ପଞ୍ଚାୟତକୁ ମିଶ୍ରଣ କରାଯାଇ ୱାର୍ଡ ଏବଂ ସଂରକ୍ଷଣ ତାଲିକା ପ୍ରକାଶ କରାଯାଇଥିବା ପ୍ରସଙ୍ଗକୁ ଆନ୍ଦୋଳନକାରୀ ତଥା ପଞ୍ଚାୟତବାସୀ ସରକାରଙ୍କ ମନମୁଖୀ ନୀତିକୁ ତୀବ୍ର ବିରୋଧ କରିଛନ୍ତି । ଏଣୁ ଛତ୍ରପୁର ପୌରପାଳିକା ତାଲିକାରୁ ଏହି ପଞ୍ଚାୟତ ଗୁଡିକୁ ତୁରନ୍ତ ବାଦ ଦିଆଯାଉ। ପୌରପାଳିକା ଗଠନ ପ୍ରକ୍ରିୟାକୁ ସ୍ବଚ୍ଛତା ସହ କରି ପ୍ରତି ପଞ୍ଚାୟତରେ ପଲ୍ଲୀସଭା ମାଧ୍ୟମରେ ଜନସାଧାରଣଙ୍କ ସହମତିକୁ ପ୍ରାଧାନ୍ୟ ଦେଇ ପୌରପାଳିକାରେ ସ୍ଥାନିତ କରାଯାଉସ୍‌। ଅଯଥାରେ ଚଞ୍ଚକତା ମଧ୍ୟରେ ତରବରିଆ ଭାବେ ପୌରପାଳିକାରେ ୫ଟି ପଞ୍ଚାୟତକୁ ମିଶ୍ରଣ କରାଯିବା ହୀନ ଚକ୍ରାନ୍ତ ବୋଲି ଶହ ଶହ ମହିଳା ଓ ପୁରୁଷ ପଞ୍ଚାୟତବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାର ତଥା ଜିଲା ପ୍ରଶାସନର କାର୍ଯ୍ୟ ସମାଲୋଚନା କରିଥିଲେ। ଆନ୍ଦୋଳନକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧଶେଇ ପସିଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ପରେ ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଆନ୍ଦୋଳନକାରୀମାନେ ଜିଲାପାଳଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ଏକା ଜିଦ୍‌ରେ ଅଟଳ ରହିଥିଲେ । ଶେଷରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ସହ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବିକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ଓହରିଥିଲେ ।
ଏହି ଆନ୍ଦୋଳନରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ,ଶ୍ରମିକ ନେତା ଏସ.ଚକ୍ରପାଣି ରେଡ୍ଡୀ, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଭାଗିରଥି ବେହେରା, ନୀଳକଣ୍ଠ ଦାଶ, ଡି.ଆଦିନାରାୟଣ ରେଡ୍ଡୀ, ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ପୂର୍ବତନ ସରପଂଚ ଡି.ରାମସୱାମୀ ରେଡ୍ଡୀ ଓ ଟି.କ୍ରିଷ୍ଣା ରେଡ୍ଡୀ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଉତ୍କଳ ମହିଳା ସମିତିର ରାଜ୍ୟ ଉପସଭାନେତ୍ରୀ ଏନ.ଭାନୁମତି ରେଡ୍ଡୀ, ଓ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟିର ସଂପାଦକ ଏମ.ଦିଲ୍ଲୀପ, ସରପଞ୍ଚ ତ୍ରିଲୋଚନ ବେହେରା, କଣମଣା ସରପଂଚ ବି.ଦମୟନ୍ତୀ, ପୂର୍ବତନ ସମିତିସଭ୍ୟ ବି.ଭୀମସେନ, ଆର୍‌.ଗୋବିନ୍ଦ. ଟିକିନା ଗୌଡଓ କାଁହୁ ବେହେରାଙ୍କ ସମେତ ୫ ଟି ପଞ୍ଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ସ୍ୱାମପାଟଣା ଅଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରଗରମ: ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ, ୨୧ ପ୍ରାର୍ଥିପତ୍ର କାଏମ

ପାଟଣା,୧୦।୧୦ (ବୀର କିଶୋର ଦାଶ): ସ୍ୱାମପାଟଣା ସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଯାଞ୍ଚ ପରେ ମୋଟ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?