ଟାଣଖରାରେ ଉଚ୍ଛେଦକୁ ବିରୋଧ: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଛି। ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ କରାଯାଉଛି। ତେବେ ଟାଣଖରା, ଗୁଳୁଗୁଳି ଯୋଗୁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁ ଥିବାବେଳେ ସହରର ୱାର୍ଡ ନଂ-୧୪ ଅଧୀନ ଗଙ୍ଗାଧର ନଗର କେନାଲପଡ଼ା ବସ୍ତିକୁ ବର୍ତ୍ତମାନ ପ୍ରଶାସନର ଉଚ୍ଛେଦ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ ଗୁରୁବାର ବହୁଜନ ସମାଜ ପାର୍ଟି ନେତୃତ୍ୱରେ ପଡ଼ାର ପ୍ରଭାବିତ ଲୋକେ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ସହିତ ଆଲୋଚନା କରି ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଲାଗି ରହିଥିବାରୁ ଏଭଳି ସ୍ଥିତିରେ ଉଚ୍ଛେଦ ନ କରିବାକୁ ସେମାନେ ନିବେଦନ କରିଥିଲେ। ଏହା ସହିତ ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ଗୃହ ନିର୍ମାଣ ପାଇଁ ବାସୋପଯୋଗୀ ଘରଡ଼ିହ ପ୍ରଦାନ ଏବଂ ସେହି ଜାଗା ଚିହ୍ନଟ କରିବାକୁ ପଡ଼ାବାସୀ ଦାବି କରିଥିଲେ। ଅନ୍ୟଥା ସେମାନେ ଘର ଖାଲି କରିବେ ନାହିଁ କିମ୍ବା ସେଠାରୁ ଆଉ ହଟିବେ ନାହିଁ ବୋଲି ଚେତାବନୀ ଦେଇଥିଲେ।
ଗତମାସ ଉକ୍ତ ପଡ଼ାକୁ ଉଚ୍ଛେଦ କରିବା ପାଇଁ ପୌର ପ୍ରଶାସନ ଅଣ୍ଟା ଭିଡ଼ିଥିଲା। ତେବେ ପଡ଼ାବାସୀଙ୍କ ବିରୋଧ ପରେ ଅଧାରୁ ଉଚ୍ଛେଦ ଅଟକି ରହିଥିଲା। ସେତେବେଳେ ମଧ୍ୟ ବହୁଜନ ସମାଜ ପାର୍ଟି ଜିଲାପାଳଙ୍କୁ ଫେରାଦ ହୋଇ ଉଚ୍ଛେଦ ପୂର୍ବରୁ ପ୍ରଭାବିତ ଲୋକଙ୍କୁ ଥଇଥାନ କରିବାକୁ ଦାବି କରିଥିଲା। ଅନ୍ୟପଟେ ଏପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରାଯାଇ ନ ଥିବାବେଳେ ବୁଧବାର ପୌର ପ୍ରଶାସନର କର୍ମଚାରୀମାନେ ଉକ୍ତ ପଡ଼ାକୁ ଆସି ଶୁକ୍ରବାର ସୁଦ୍ଧା ଘର ଖାଲି କରିବାକୁ ସୂଚନା ଦେଇଥିଲେ। ଏହାପରେ ପଡ଼ାବାସୀଙ୍କ ମଧ୍ୟରେ ପୁଣି ଅସନ୍ତୋଷର ତାତି ବୃଦ୍ଧି ପାଇଥିବାବେଳେ ବିହିତ ପଦକ୍ଷେପ ସକାଶେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତା ନାରାୟଣ ଭେସ୍ରା, ଜୟରାମ ବାଘଙ୍କ ନେତୃତ୍ୱରେ ପଡ଼ାବାସୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଏତେ ଟାଣଖରା ସତ୍ତ୍ୱେ ଥଇଥାନ ନ କରି ପଡ଼ାବାସୀଙ୍କୁ ଉଚ୍ଛେଦ କରାଗଲେ ଆଗକୁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତା ଭେସ୍ରା ଚେତାବନୀ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟରାତ୍ରିରେ ଲାଗୁହେଲା ମହିଳା ସଂରକ୍ଷଣ ଆଇନ ୨୦୨୩

ନୂଆଦିଲ୍ଲୀ,୧୭।୪(ପି.ଟି.)ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ୨୦୨୩ର ୧୦୬ତମ ସମ୍ବିଧାନ ସଂଶୋଧନ ଆଇନ ସେକ୍ସନ-୧ର ସବ୍‌ସେକ୍ସନ-୨ ଦ୍ୱାରା ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି…

ଓଏଏସ୍‌ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୧୭।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ସାଇକେଲ୍‌ରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ, କ୍ଷତିପୂରଣ ଦାବିରେ ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତାରୋକୋ

ଖୋର୍ଦ୍ଧା/ନିରାକାରପୁର,୧୭।୪(ପ୍ରଭାତ ପାଣିଗ୍ରାହୀ/ମାନସ ଚନ୍ଦ୍ର ପଟ୍ଟନାୟକ) : ଟାଙ୍ଗୀ ରେଞ୍ଜ ନିଧିପୁର ଗାଁରେ ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…

ପଲଟି ମାରିଲେ ନବୀନ: ଦିନକ ଭିତରେ ବଦଳିଗଲା ମତ, ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର):କେନ୍ଦ୍ର ସରକାର ଦେଶରେ ଲାଗୁ କରାଇବାକୁ ଚାହୁଁଥିବା ଜାତୀୟ ମହିଳା ସଂରକ୍ଷଣ ବିଲ୍‌ ଏବଂ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ୨୦୨୬କୁ ନେଇ ଓଡ଼ିଶାର ବିରୋଧୀ…

କିଟ ବିନା ଜନଗଣନା କରୁଛନ୍ତି ଶିକ୍ଷକ: ପ୍ରଥମ ଡିଜିଟାଲ ଅଭିଯାନକୁ ଉପହାସ!

ଲୋଇସିଂହା,୧୭।୪(ସୁଶାନ୍ତ ବାରିକ): ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ଡିଜିଟାଲ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ହେଲେ ବିନା ଉପକରଣରେ ଶିକ୍ଷକ ଜନଗଣନାକୁ ଓହ୍ଲାଇ ଥିବାରୁ ସାଧାରଣରେ ଚିନ୍ତା…

ସମ୍ପର୍କରେ କଳଙ୍କ, ଝିଆରୀଙ୍କୁ ବଳାତ୍କାର କରି କାକା ଗିରଫ

ଦେବଗଡ,୧୭।୪(ଶଶାଙ୍କ ଶେଖର ଝାଙ୍କର): ଝିଆରୀକୁ ବଳାତ୍କାର ଅଭିଯୋଗରେ କାକା ଗିରଫ । ଏଭଳି ଏକ ଅଭାବନୀୟ ତଥା କୁତ୍ସିତ ଘଟଣା ଘଟିଛି ଦେବଗଡ ଜିଲାର ବାରକୋଟ ଥାନା…

କଳାହାଣ୍ଡିରେ ଚମକିଲେ ଲକ୍ଷ୍ମୀ ବିକାଶ ଛାତ୍ରୀଛାତ୍ର: ଶତପ୍ରତିଶତ ସଫଳତା, ଆବିର୍ଭାବ ଟପ୍ପର

ଭବାନୀପାଟଣା,୧୭ା୪(ଉତ୍ତମ କୁମାର ଦାଶ):ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ର ଶତପ୍ରତିଶତ ସଫଳତା ହାସଲ କରି ଜିଲାରେ ଚମକିଛନ୍ତି। ମୋଟ ୨୧୨ ଜଣ…

ଏମଜିଏନଆରଇଜିଏସରେ ଦୁର୍ନୀତି ଗନ୍ଧ: ଶିବିର ଅଧାରୁ ପଳାଇଲେ ବ୍ଲକ ଅଧ୍ୟକ୍ଷ, ଏବିଡିଓ

ଲୋଇସିଂହା,୧୭।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ପୁରୁଣା ସଭାଗୃହରେ ଏମଜିଏନଆରଇଜିଏସ ଲୋଇସିଂହା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ହାତଗଣତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri