Posted inଫୁରସତ

ବୟସ ଛାପ ରୋକିବ ପ୍ରୋଟିନ୍‌

ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ମଣିଷ ଜନ୍ମରୁ ମୃତ୍ୟୁ ଆଡ଼କୁ ବିଭିନ୍ନ ଅବସ୍ଥା ଦେଇ ଗତିକରେ। ହେଲେ ବୟସ ବଢ଼ିଲେ ଶରୀରରେ ବାରି ହୋଇପଡ଼େ ଛାପ । ଏହାକୁ ଅଟକାଇବା ପାଇଁ ଗବେଷଣା ଜାରି ରହିଥିବାବେଳେ ଏଯାଏ ଶତ ପ୍ରତିଶତ ସଫଳତା ମିଳିନାହିଁ। ତେବେ ମୂଷାଙ୍କ ଉପରେ ହୋଇଥିବା ପ୍ରୟୋଗରୁ ଶରୀରରେ ବୟସର ଛାପ କମାଇବା ଭଳି ଏକ ଚମତ୍କାରୀ ପ୍ରୋଟିନ୍‌ର ସନ୍ଧାନ ମିଳିଛି। ମଣିଷ ଦେହରେ ଏହାର ସଫଳ ପ୍ରୟୋଗ ଚିକିତ୍ସା ବିଜ୍ଞାନର ମୋଡ଼ ବଦଳାଇଦେବ ବୋଲି ଆଶାବ୍ୟକ୍ତ କରିଛନ୍ତି ବୈଜ୍ଞାନିକ।

ଜାପାନ ସ୍ପେସ୍‌ ଏଜେନ୍ସି ‘ଜାକ୍ସା’ ପକ୍ଷରୁ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)କୁ ଦୁଇବର୍ଷ ତଳେ ପଠାଯାଇଥିଲା ମୂଷା। ସେମାନଙ୍କ ଉପରେ କରାଯାଇଥିବା ପ୍ରୟୋଗରୁ ବୈଜ୍ଞାନିକମାନେ ଏକ ସ୍ବତନ୍ତ୍ର ଧରଣର ପ୍ରୋଟିନ୍‌ର ସନ୍ଧାନ ପାଇଛନ୍ତି, ଯାହା ମଣିଷ ଶରୀରର ବୟସର ଛାପ ହ୍ରାସ କରିବାରେ ସହାୟକ ହେବ। କେବଳ ଏତିକି ନୁହେଁ, ଏହା ମହାକାଶ ବିଜ୍ଞାନୀଙ୍କଠାରେ ଦେଖାଦେଉଥିବା ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ କରିପାରିବ ବୋଲି ଅଧ୍ୟୟନକାରୀମାନେ ଦାବି କରିଛନ୍ତି।
ମହାକାଶରେ ରହଣି ମହାକାଶଚାରୀଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆଣିଥାଏ। ମହାକାଶ ଯାତ୍ରା ମଣିଷର ବୟସ ବୃଦ୍ଧି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। କେଉଁ ସବୁ ପ୍ରତିକ୍ରିୟା ଏଥିଲାଗି ଦାୟୀ ତାହାକୁ ଜାଣିବାକୁ ‘ଜାକ୍ସା’ ଏବଂ ‘ତୋହୋକୁ’ ବିଶ୍ୱବିଦ୍ୟାଳୟ ବିଶେଷଜ୍ଞ ଦଳ ଗବେଷଣା ଜାରି ରଖିଛନ୍ତି। ଏଥିପାଇଁ ‘ସ୍ପେସ୍‌ ଏକ୍ସ’ର ରକେଟ୍‌ରେ ୧୨ ମୂଷାକୁ ୨୦୧୮ରେ ଆଇଏସ୍‌ଏସ୍‌ ପଠାଯାଇଥିଲା। ମହାକାଶରେ ମୂଷାଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ, ପ୍ରତିକ୍ରିୟାକୁ ନିରୀକ୍ଷଣ କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଆଇଏସ୍‌ଏସ୍‌ରେ ଅଧାମୂଷାଙ୍କୁ ‘ଏନ୍‌ଆର୍‌ଏଫ୍‌-୨ ପ୍ରୋଟିନ୍‌ ଦିଆଯାଇ ଥିଲା। ସେମାନଙ୍କ ଶରୀରରେ ରକ୍ତପ୍ରବାହରେ ପରିବର୍ତ୍ତନ ହୋଇଥିଲା। ସାଧାରଣତଃ ଆଣ୍ଟି ଏଜିଂକୁ ସୁହାଉଥିବା ରକ୍ତପ୍ରବାହ ସହ ଏହା ସମ୍ପର୍କିତ। ତେବେ‘ଏନ୍‌ଆର୍‌ଏଫ୍‌-୨ ପ୍ରୋଟିନ୍‌ ଦିଆଯାଇ ନ ଥିବା ଅନ୍ୟ ମୂଷାଙ୍କ ନିକଟରେ ଏଭଳି କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଇ ନ ଥିଲା।
‘ଏନ୍‌ଆର୍‌ଏଫ୍‌-୨’ ପ୍ରୋଟିନ୍‌ ଆଣ୍ଟି ଅକ୍ସିଡ଼ାଣ୍ଟ ରେସ୍ପନ୍ସ ମାଷ୍ଟର ରେଗୁଲେଟର ନାମରେ ପରିଚିତ। ମାନସିକ ଚାପ ହ୍ରାସ କରିବାରେ ଏହା ରାମବାଣ ଭଳି କାର୍ଯ୍ୟ କରିଥାଏ। ଏହି ପ୍ରୋଟିନ୍‌ ମୂଷାଙ୍କ ପ୍ରାକୃତିକ ବିକାଶ ପ୍ରକ୍ରିୟାକୁ ଅଟକାଇବାରେ ସକ୍ଷମ ହୋଇଥିଲା। ମହାକାଶର ଲମ୍ବା ଅବଧିର ରହଣିରେ ମହାକାଶଚାରୀମାନେ ବିକିରଣର ସମ୍ମୁଖୀନ ହୋଇଥାନ୍ତି। ଏଥିରୁ କ୍ୟାନସର ରୋଗ ଏବଂ ସ୍ନାୟୁ ତନ୍ତ୍ରିକାକୁ କ୍ଷତି ପହଞ୍ଚତ୍ବା ଆଶଙ୍କା ଥାଏ। ଏସବୁ ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ଶରୀରରେ ବୟସର ଛାପ ସୃଷ୍ଟି କରିଥାଏ। ‘ଏନ୍‌ଆର୍‌ଏଫ୍‌-୨’ ନିକଟରେ ଏହାର ମୁକାବିଲା କରିବାର କ୍ଷମତା ରହିଛି। ଏହି ପ୍ରୋଟିନ୍‌ର ପ୍ରୟୋଗ ବାର୍ଦ୍ଧକ୍ୟଜନିତ ଦୁରାରୋଗ୍ୟ ବ୍ୟାଧି, ଡାଇବେଟିସ, ଆଲ୍‌ଝିମର ଭଳି ଜଟିଳ ରୋଗର ଚିକିତ୍ସା ଲାଗି ବରଦାନ ସାବ୍ୟସ୍ତ ହୋଇପାରେ ବୋଲି ଗବେଷଣାକାରୀ ଟିମ୍‌ର ପ୍ରଫେସର ନାସାୟୁକି ୟାମାମୋତେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri