Posted inଫୁରସତ

ବୟସ ଛାପ ରୋକିବ ପ୍ରୋଟିନ୍‌

ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ମଣିଷ ଜନ୍ମରୁ ମୃତ୍ୟୁ ଆଡ଼କୁ ବିଭିନ୍ନ ଅବସ୍ଥା ଦେଇ ଗତିକରେ। ହେଲେ ବୟସ ବଢ଼ିଲେ ଶରୀରରେ ବାରି ହୋଇପଡ଼େ ଛାପ । ଏହାକୁ ଅଟକାଇବା ପାଇଁ ଗବେଷଣା ଜାରି ରହିଥିବାବେଳେ ଏଯାଏ ଶତ ପ୍ରତିଶତ ସଫଳତା ମିଳିନାହିଁ। ତେବେ ମୂଷାଙ୍କ ଉପରେ ହୋଇଥିବା ପ୍ରୟୋଗରୁ ଶରୀରରେ ବୟସର ଛାପ କମାଇବା ଭଳି ଏକ ଚମତ୍କାରୀ ପ୍ରୋଟିନ୍‌ର ସନ୍ଧାନ ମିଳିଛି। ମଣିଷ ଦେହରେ ଏହାର ସଫଳ ପ୍ରୟୋଗ ଚିକିତ୍ସା ବିଜ୍ଞାନର ମୋଡ଼ ବଦଳାଇଦେବ ବୋଲି ଆଶାବ୍ୟକ୍ତ କରିଛନ୍ତି ବୈଜ୍ଞାନିକ।

ଜାପାନ ସ୍ପେସ୍‌ ଏଜେନ୍ସି ‘ଜାକ୍ସା’ ପକ୍ଷରୁ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)କୁ ଦୁଇବର୍ଷ ତଳେ ପଠାଯାଇଥିଲା ମୂଷା। ସେମାନଙ୍କ ଉପରେ କରାଯାଇଥିବା ପ୍ରୟୋଗରୁ ବୈଜ୍ଞାନିକମାନେ ଏକ ସ୍ବତନ୍ତ୍ର ଧରଣର ପ୍ରୋଟିନ୍‌ର ସନ୍ଧାନ ପାଇଛନ୍ତି, ଯାହା ମଣିଷ ଶରୀରର ବୟସର ଛାପ ହ୍ରାସ କରିବାରେ ସହାୟକ ହେବ। କେବଳ ଏତିକି ନୁହେଁ, ଏହା ମହାକାଶ ବିଜ୍ଞାନୀଙ୍କଠାରେ ଦେଖାଦେଉଥିବା ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ କରିପାରିବ ବୋଲି ଅଧ୍ୟୟନକାରୀମାନେ ଦାବି କରିଛନ୍ତି।
ମହାକାଶରେ ରହଣି ମହାକାଶଚାରୀଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆଣିଥାଏ। ମହାକାଶ ଯାତ୍ରା ମଣିଷର ବୟସ ବୃଦ୍ଧି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। କେଉଁ ସବୁ ପ୍ରତିକ୍ରିୟା ଏଥିଲାଗି ଦାୟୀ ତାହାକୁ ଜାଣିବାକୁ ‘ଜାକ୍ସା’ ଏବଂ ‘ତୋହୋକୁ’ ବିଶ୍ୱବିଦ୍ୟାଳୟ ବିଶେଷଜ୍ଞ ଦଳ ଗବେଷଣା ଜାରି ରଖିଛନ୍ତି। ଏଥିପାଇଁ ‘ସ୍ପେସ୍‌ ଏକ୍ସ’ର ରକେଟ୍‌ରେ ୧୨ ମୂଷାକୁ ୨୦୧୮ରେ ଆଇଏସ୍‌ଏସ୍‌ ପଠାଯାଇଥିଲା। ମହାକାଶରେ ମୂଷାଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ, ପ୍ରତିକ୍ରିୟାକୁ ନିରୀକ୍ଷଣ କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଆଇଏସ୍‌ଏସ୍‌ରେ ଅଧାମୂଷାଙ୍କୁ ‘ଏନ୍‌ଆର୍‌ଏଫ୍‌-୨ ପ୍ରୋଟିନ୍‌ ଦିଆଯାଇ ଥିଲା। ସେମାନଙ୍କ ଶରୀରରେ ରକ୍ତପ୍ରବାହରେ ପରିବର୍ତ୍ତନ ହୋଇଥିଲା। ସାଧାରଣତଃ ଆଣ୍ଟି ଏଜିଂକୁ ସୁହାଉଥିବା ରକ୍ତପ୍ରବାହ ସହ ଏହା ସମ୍ପର୍କିତ। ତେବେ‘ଏନ୍‌ଆର୍‌ଏଫ୍‌-୨ ପ୍ରୋଟିନ୍‌ ଦିଆଯାଇ ନ ଥିବା ଅନ୍ୟ ମୂଷାଙ୍କ ନିକଟରେ ଏଭଳି କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଇ ନ ଥିଲା।
‘ଏନ୍‌ଆର୍‌ଏଫ୍‌-୨’ ପ୍ରୋଟିନ୍‌ ଆଣ୍ଟି ଅକ୍ସିଡ଼ାଣ୍ଟ ରେସ୍ପନ୍ସ ମାଷ୍ଟର ରେଗୁଲେଟର ନାମରେ ପରିଚିତ। ମାନସିକ ଚାପ ହ୍ରାସ କରିବାରେ ଏହା ରାମବାଣ ଭଳି କାର୍ଯ୍ୟ କରିଥାଏ। ଏହି ପ୍ରୋଟିନ୍‌ ମୂଷାଙ୍କ ପ୍ରାକୃତିକ ବିକାଶ ପ୍ରକ୍ରିୟାକୁ ଅଟକାଇବାରେ ସକ୍ଷମ ହୋଇଥିଲା। ମହାକାଶର ଲମ୍ବା ଅବଧିର ରହଣିରେ ମହାକାଶଚାରୀମାନେ ବିକିରଣର ସମ୍ମୁଖୀନ ହୋଇଥାନ୍ତି। ଏଥିରୁ କ୍ୟାନସର ରୋଗ ଏବଂ ସ୍ନାୟୁ ତନ୍ତ୍ରିକାକୁ କ୍ଷତି ପହଞ୍ଚତ୍ବା ଆଶଙ୍କା ଥାଏ। ଏସବୁ ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ଶରୀରରେ ବୟସର ଛାପ ସୃଷ୍ଟି କରିଥାଏ। ‘ଏନ୍‌ଆର୍‌ଏଫ୍‌-୨’ ନିକଟରେ ଏହାର ମୁକାବିଲା କରିବାର କ୍ଷମତା ରହିଛି। ଏହି ପ୍ରୋଟିନ୍‌ର ପ୍ରୟୋଗ ବାର୍ଦ୍ଧକ୍ୟଜନିତ ଦୁରାରୋଗ୍ୟ ବ୍ୟାଧି, ଡାଇବେଟିସ, ଆଲ୍‌ଝିମର ଭଳି ଜଟିଳ ରୋଗର ଚିକିତ୍ସା ଲାଗି ବରଦାନ ସାବ୍ୟସ୍ତ ହୋଇପାରେ ବୋଲି ଗବେଷଣାକାରୀ ଟିମ୍‌ର ପ୍ରଫେସର ନାସାୟୁକି ୟାମାମୋତେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?