ସୁରକ୍ଷା ମନ୍ତ୍ର…

କେତେବେଳେ ପ୍ରବଳ ଗରମ ତ କେତେବେଳେ ଲାଗି ରହୁଛି ପ୍ରବଳ ବର୍ଷା। ଆଉ ପୁଣି କେତେବେଳେ ହଠାତ୍‌ ଝଡ଼ ତୋଫାନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା। ତେବେ ପାଣିପାଗର ଏଭଳି ଅସ୍ବାଭାବିକ ପରିବର୍ତ୍ତନ କେବେ ସୃଷ୍ଟି କରୁଛି ସ୍ବାସ୍ଥ୍ୟ ସମସ୍ୟା ତ କେବେ ସାଜୁଛି ଅନେକ ଧନଜୀବନ ହାନିର କାରଣ। ତା’ଛଡ଼ା ପୁଣିଥରେ ବଢ଼ୁଥିବା କରୋନା ରୋଗୀଙ୍କ ସଂଖ୍ୟା ଖେଳାଇଦେଉଛି ଭୟର ବାତାବରଣ। ଏମିତିରେ ସତର୍କତା ଓ ସଚେତନତା ହିଁ ସଭିଙ୍କ ପାଇଁ ସୁରକ୍ଷା ମନ୍ତ୍ର …

କିଛିଦିନ ହେବ ଅତ୍ୟଧିକ ଗରମ ସାଙ୍ଗକୁ ହଠାତ୍‌ ଅଦିନିଆ ବର୍ଷା ଲାଗିରହୁଛି। ପାଣିପାଗର ଏଭଳି ଅସ୍ବାଭାବିକ ପରିବର୍ତ୍ତନ ଅଧିକାଂଶଙ୍କଠାରେ ଝାଡ଼ା, ଥଣ୍ଡା, କାଶ, ଜ୍ୱର ଆଦି ଭଳି ସ୍ବାସ୍ଥ୍ୟ ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି। କେବଳ ଏତିକି ନୁହେଁ, ବେଳେବେଳେ ପ୍ରବଳ ଝଡ଼ ତୋଫାନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ଯୋଗୁ ମଧ୍ୟ ଅନେକ ଧନ ଜୀବନ ହାନି ହେଉଛି। ଏଭଳି ବିଷମ ପରିସ୍ଥିତିରେ ଯଦିଓ ଏହି ପ୍ରାକୃତିକ ବିପତ୍ତିକୁ ରୋକିବା ମଣିଷପକ୍ଷେ ସହଜ ନୁହେଁ, ହେଲେ ଏକ୍ଷେତ୍ରରେ ଶରୀରକୁ ସୁସ୍ଥ ରଖିବା ଲାଗି ବିଭିନ୍ନ ସଚେତନ ରହିବା ସହ ସତର୍କ ରହିବା ବୁଦ୍ଧିମତ୍ତାର କାମ…
ବାହାରକୁ ନ ଯିବା ଭଲ: ହଠାତ୍‌ ପ୍ରବଳ ବର୍ଷା ହେଲେ ବାହାରକୁ ନ ଯିବା ଭଲ। ନିହାତି ଆବଶ୍ୟକ ଥିଲେ ଯଦି ବାହାରକୁ ଯାଉଛନ୍ତି ସାଙ୍ଗରେ ଛତା, ରେନିକୋଟ୍‌ ଆଦି ରଖନ୍ତୁ। ଗାଡ଼ି ଚଲାଇବା ବେଳେ ବର୍ଷା, ଘଡ଼ଘଡ଼ି କିମ୍ବା ବିଜୁଳି ମାରିଲେ ବାହାରେ ଆଦୌ ନ ରହି ତତ୍‌କ୍ଷଣାତ୍‌ ନିକଟରେ ଥିବା କୌଣସି ଘର, ହୋଟେଲ୍‌ ଆଦିକୁ ଚାଲି ଯାଆନ୍ତୁ। ବର୍ତ୍ତମାନ କାଶ, ଥଣ୍ଡା ଭଳି ଭାଇରାଲ୍‌ ଫ୍ଲୁ ବ୍ୟାପୁଥିବାରୁ ଠିଆ ହେବା ବେଳେ ଉପସ୍ଥିତ ଅନ୍ୟମାନଙ୍କଠାରୁ ଯଥାସମ୍ଭବ ସାମାଜିକ ଦୂରତା ରକ୍ଷା କରନ୍ତୁ।
ପାଣିପାଗ ସୂଚନା ଦେଖନ୍ତୁ: ମନେରଖନ୍ତୁ ବର୍ତ୍ତମାନର ସମ୍ବେଦନ ସମୟରେ ସର୍ବଦା ବାହାରକୁ ଯିବା ପୂର୍ବରୂ ରେଡିଓ, ଟିଭି, ଇଣ୍ଟରନେଟ୍‌ ଆଦିରୁ ପାଣିପାଗ ସୂଚନା ଦେଖିନେବା ଭଲ। ଏହାଦ୍ୱାରା ଆପଣ ଆରମ୍ଭରୁ ସତର୍କ ହୋଇପାରିବେ।
ପାଖରେ ରଖନ୍ତୁ ଏକ୍ସଟ୍ରା ଡ୍ରେସ୍‌: ଏଦିନେ ଥଣ୍ଡା, ଜ୍ୱର ନୁହେଁ ବରଂ ଭାଇରସ୍‌ ସଂକ୍ରମଣ ଏବଂ ଫଙ୍ଗାଲ୍‌ ଇନ୍‌ଫେକ୍‌ଶନର ଭୟ ବେଶିଥିବାରୁ ଓଦା ପୋଷାକରେ ଅଧିକ ସମୟ ରହିବା ଠିକ୍‌ ନୁହେଁ। ତେଣୁ ବର୍ଷା ପାଗରେ ବାହାରକୁ ଯାଉଥିଲେ ପାଖରେ ଏକ ସେଟ୍‌ ଡ୍ରେସ୍‌, ଟାଓ୍ବେଲ୍‌, ମାସ୍କ ଆଦି ରଖନ୍ତୁ। ଯଦି କୌଣସି କାରଣରୁ ଓଦା ହୋଇଯା’ନ୍ତି, ତେବେ ତୁରନ୍ତ ଭଲ ଭାବେ ପୋଛି ହୋଇ ଶୁଖିଲା ପୋଷାକ ପିନ୍ଧି ଦିଅନ୍ତୁ।
ବିଜୁଳି, ଘଡ଼ଘଡ଼ିରେ ରୁହନ୍ତୁ ସତର୍କ: ଯଦି ବାହାରେ ଥିବାବେଳେ ବର୍ଷା ସହ ହଠାତ୍‌ ବିଜୁଳି ମାରେ, ତେବେ ପାଣି ସ୍ଥାନରେ ଆଦୌ ରୁହନ୍ତୁ ନାହିଁ। କାରଣ ପାଣି ବିଦ୍ୟୁତ୍‌ ସୁପରିବାହୀ ହୋଇଥିବାରୁ କରେଣ୍ଟ ଲାଗିବାର ଆଶଙ୍କାଥାଏ। ସେହିପରି ବିଜୁଳି, ଘଡ଼ଘଡ଼ି ମାରୁଥିବା ସମୟରେ ମୋବାଇଲ୍‌ ଫୋନ୍‌ରେ ଆଦୌ କଥା ହୁଅନ୍ତୁ ନାହିଁ। ନଚେତ୍‌ ଏହା ବ୍ଲାଷ୍ଟ ହେବା ଯୋଗୁ କାନ ନଷ୍ଟ ହେବା କିମ୍ବା ଜୀବନଯିବାର ବି ଆଶଙ୍କା ରହିଛି।
ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସଜାଗ: ହଠାତ୍‌ ପାଣିପାଗ ପରିବର୍ତ୍ତନ ଯୋଗୁ ଅନେକଙ୍କଠାରେ ସ୍ବାସ୍ଥ୍ୟ ସମସ୍ୟା ବା ସିଜନାଲ୍‌ ଇଫେକ୍ଟିଭ୍‌ ଡିସ୍‌ଅର୍ଡର ଦେଖାଦିଏ। ତା’ଛଡ଼ା ପୁଣି ବଢ଼ୁଥିବା କରୋନା ସମସ୍ୟା ଖେଳାଇଛି ଆତଙ୍କ। ଏମିତିରେ ନୀରୋଗ ରହିବା ଲାଗି ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଥଣ୍ଡା, କାଶ ହେଲେ ଅଦାରସ, ମହୁ କିମ୍ବା ତୁଳସୀ ରସ, ମହୁ ମିଶାଇ ଖାଆନ୍ତୁ। ରସୁଣ ମଧ୍ୟ ଖାଇବା ଏଦିନେ ବେଶ୍‌ ଉପକାରୀ। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ପ୍ରୋଟିନ୍‌, ଆଇରନ୍‌, ଜିଙ୍କ୍‌, ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ସହିତ ଋତୁଭିତ୍ତିକ ସବୁଜ ପନିପରିବା, ଫଳ ଓ ଶାଗ ଭଳି ଆଣ୍ଟିଅକ୍ସିଡାଣ୍ଟଯୁକ୍ତ ଖାଦ୍ୟ ଖାଆନ୍ତୁ। ଖାଦ୍ୟ ତାଲିକାରେ ଗାଈଘିଅକୁ ସାମିଲ କରନ୍ତୁ। ପ୍ରଚୁର ପରିମାଣରେ ଭିଟାମିନ୍‌ ଡି’ର ତତ୍ତ୍ବ ଏବଂ ଓମେଗା-୩ ଫ୍ୟାଟି ଏସିଡ୍‌ ଏଦିନେ ଶରୀର ପାଇଁ ବେଶ୍‌ ଜରୁରୀ। ଏଥିପାଇଁ ମାଛ ଖାଆନ୍ତୁ। ତେଲ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଏବଂ ରାସ୍ତାକଡ଼ରେ ମିଳୁଥିବା ଅସ୍ବାସ୍ଥ୍ୟକର ଖାଦ୍ୟ ପରିବର୍ତ୍ତେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ସୁଷମ ଆହାର ଗ୍ରହଣ କରନ୍ତୁ।

ଏମାନେ କ’ଣ କୁହନ୍ତି

ଚିରସ୍ମିତା ନାୟକ (ଛାତ୍ରୀ, ଛତିଆ)- କିଛିଦିନ ହେବ ଘରେ ଘରେ ଥଣ୍ଡା, କାଶ, ଜ୍ୱର ଭଳି ସମସ୍ୟା ଦେଖିବାକୁ ମିଳୁଛି। ଏମିତିରେ କିଛିଦିନ ହେବ ବର୍ଷା ହେଉଥିବାରୁ ଏଭଳି ସମସ୍ୟା ବଢ଼ିବାର ଆଶଙ୍କା ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ବର୍ଷା ବେଳେ ଓଦା ନ ହେବା ଲାଗି ଯଥାସମ୍ଭବ ଘରେ ରହୁଛି। ଆଇସ୍‌କ୍ରିମ୍‌ କିମ୍ବା ଅନ୍ୟ ଥଣ୍ଡାଜାତୀୟ ଖାଦ୍ୟ ଏବଂ ବଜାରରେ ମିଳୁଥିବା ଖାଦ୍ୟଠୁ ଦୂରେଇ ରହୁଛି। ଏହା ବ୍ୟତୀତ ବର୍ଷାରେ ବିଜୁଳି କିମ୍ବା ଘଡ଼ଘଡ଼ି ହେବା ମାତ୍ରେ ମୋବାଇଲ୍‌ ବ୍ୟବହାର ନ କରି ସ୍ବିଚ୍‌ଅଫ୍‌ କରି ରଖୁଛି।

ରାଜେଶ ପଟ୍ଟନାୟକ (କର୍ମଜୀବୀ, ଭୁବନେଶ୍ୱର)- ବର୍ତ୍ତମାନ ପାଣିପାଗର ଅସ୍ବାଭାବିକ ପରିବର୍ତ୍ତନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି। କୌଣସି କାମରେ ବାହାରକୁ ଯିବାକୁ ଥିଲେ ବର୍ଷା ପାଇଁ ଖୁବ୍‌ ହଇରାଣ ହେବାକୁ ପଡୁଛି। ତା’ଛଡା ହଠାତ୍‌ ଓଦା ହୋଇଗଲେ ଥଣ୍ଡା, କାଶ ଆଦି ଫ୍ଲୁ ସମସ୍ୟା ଟେନ୍‌ଶନ୍‌ ବଢ଼ାଉଛି। ଏସବୁରୁ ଦୂରେଇ ରହିବା ଲାଗି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ସନ୍ତୁଳିତ ଖାଦ୍ୟ ଖାଇବା ପ୍ରତି ଗୁରୁତ୍ୱ ଦେଉଛି। ସେହିପରି ବାହାରକୁ ଯିବା ପୂର୍ବରୁ ପାଣିପାଗ ବିଷୟରେ ନ୍ୟୁଜ୍‌ ଦେଖିବା ସହ ସୁରକ୍ଷା ଦୃଷ୍ଟିରୁ ରେନ୍‌କୋଟ୍‌ ପାଖରେ ରଖୁଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri