ସୁରକ୍ଷା ମନ୍ତ୍ର…

କେତେବେଳେ ପ୍ରବଳ ଗରମ ତ କେତେବେଳେ ଲାଗି ରହୁଛି ପ୍ରବଳ ବର୍ଷା। ଆଉ ପୁଣି କେତେବେଳେ ହଠାତ୍‌ ଝଡ଼ ତୋଫାନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା। ତେବେ ପାଣିପାଗର ଏଭଳି ଅସ୍ବାଭାବିକ ପରିବର୍ତ୍ତନ କେବେ ସୃଷ୍ଟି କରୁଛି ସ୍ବାସ୍ଥ୍ୟ ସମସ୍ୟା ତ କେବେ ସାଜୁଛି ଅନେକ ଧନଜୀବନ ହାନିର କାରଣ। ତା’ଛଡ଼ା ପୁଣିଥରେ ବଢ଼ୁଥିବା କରୋନା ରୋଗୀଙ୍କ ସଂଖ୍ୟା ଖେଳାଇଦେଉଛି ଭୟର ବାତାବରଣ। ଏମିତିରେ ସତର୍କତା ଓ ସଚେତନତା ହିଁ ସଭିଙ୍କ ପାଇଁ ସୁରକ୍ଷା ମନ୍ତ୍ର …

କିଛିଦିନ ହେବ ଅତ୍ୟଧିକ ଗରମ ସାଙ୍ଗକୁ ହଠାତ୍‌ ଅଦିନିଆ ବର୍ଷା ଲାଗିରହୁଛି। ପାଣିପାଗର ଏଭଳି ଅସ୍ବାଭାବିକ ପରିବର୍ତ୍ତନ ଅଧିକାଂଶଙ୍କଠାରେ ଝାଡ଼ା, ଥଣ୍ଡା, କାଶ, ଜ୍ୱର ଆଦି ଭଳି ସ୍ବାସ୍ଥ୍ୟ ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି। କେବଳ ଏତିକି ନୁହେଁ, ବେଳେବେଳେ ପ୍ରବଳ ଝଡ଼ ତୋଫାନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ଯୋଗୁ ମଧ୍ୟ ଅନେକ ଧନ ଜୀବନ ହାନି ହେଉଛି। ଏଭଳି ବିଷମ ପରିସ୍ଥିତିରେ ଯଦିଓ ଏହି ପ୍ରାକୃତିକ ବିପତ୍ତିକୁ ରୋକିବା ମଣିଷପକ୍ଷେ ସହଜ ନୁହେଁ, ହେଲେ ଏକ୍ଷେତ୍ରରେ ଶରୀରକୁ ସୁସ୍ଥ ରଖିବା ଲାଗି ବିଭିନ୍ନ ସଚେତନ ରହିବା ସହ ସତର୍କ ରହିବା ବୁଦ୍ଧିମତ୍ତାର କାମ…
ବାହାରକୁ ନ ଯିବା ଭଲ: ହଠାତ୍‌ ପ୍ରବଳ ବର୍ଷା ହେଲେ ବାହାରକୁ ନ ଯିବା ଭଲ। ନିହାତି ଆବଶ୍ୟକ ଥିଲେ ଯଦି ବାହାରକୁ ଯାଉଛନ୍ତି ସାଙ୍ଗରେ ଛତା, ରେନିକୋଟ୍‌ ଆଦି ରଖନ୍ତୁ। ଗାଡ଼ି ଚଲାଇବା ବେଳେ ବର୍ଷା, ଘଡ଼ଘଡ଼ି କିମ୍ବା ବିଜୁଳି ମାରିଲେ ବାହାରେ ଆଦୌ ନ ରହି ତତ୍‌କ୍ଷଣାତ୍‌ ନିକଟରେ ଥିବା କୌଣସି ଘର, ହୋଟେଲ୍‌ ଆଦିକୁ ଚାଲି ଯାଆନ୍ତୁ। ବର୍ତ୍ତମାନ କାଶ, ଥଣ୍ଡା ଭଳି ଭାଇରାଲ୍‌ ଫ୍ଲୁ ବ୍ୟାପୁଥିବାରୁ ଠିଆ ହେବା ବେଳେ ଉପସ୍ଥିତ ଅନ୍ୟମାନଙ୍କଠାରୁ ଯଥାସମ୍ଭବ ସାମାଜିକ ଦୂରତା ରକ୍ଷା କରନ୍ତୁ।
ପାଣିପାଗ ସୂଚନା ଦେଖନ୍ତୁ: ମନେରଖନ୍ତୁ ବର୍ତ୍ତମାନର ସମ୍ବେଦନ ସମୟରେ ସର୍ବଦା ବାହାରକୁ ଯିବା ପୂର୍ବରୂ ରେଡିଓ, ଟିଭି, ଇଣ୍ଟରନେଟ୍‌ ଆଦିରୁ ପାଣିପାଗ ସୂଚନା ଦେଖିନେବା ଭଲ। ଏହାଦ୍ୱାରା ଆପଣ ଆରମ୍ଭରୁ ସତର୍କ ହୋଇପାରିବେ।
ପାଖରେ ରଖନ୍ତୁ ଏକ୍ସଟ୍ରା ଡ୍ରେସ୍‌: ଏଦିନେ ଥଣ୍ଡା, ଜ୍ୱର ନୁହେଁ ବରଂ ଭାଇରସ୍‌ ସଂକ୍ରମଣ ଏବଂ ଫଙ୍ଗାଲ୍‌ ଇନ୍‌ଫେକ୍‌ଶନର ଭୟ ବେଶିଥିବାରୁ ଓଦା ପୋଷାକରେ ଅଧିକ ସମୟ ରହିବା ଠିକ୍‌ ନୁହେଁ। ତେଣୁ ବର୍ଷା ପାଗରେ ବାହାରକୁ ଯାଉଥିଲେ ପାଖରେ ଏକ ସେଟ୍‌ ଡ୍ରେସ୍‌, ଟାଓ୍ବେଲ୍‌, ମାସ୍କ ଆଦି ରଖନ୍ତୁ। ଯଦି କୌଣସି କାରଣରୁ ଓଦା ହୋଇଯା’ନ୍ତି, ତେବେ ତୁରନ୍ତ ଭଲ ଭାବେ ପୋଛି ହୋଇ ଶୁଖିଲା ପୋଷାକ ପିନ୍ଧି ଦିଅନ୍ତୁ।
ବିଜୁଳି, ଘଡ଼ଘଡ଼ିରେ ରୁହନ୍ତୁ ସତର୍କ: ଯଦି ବାହାରେ ଥିବାବେଳେ ବର୍ଷା ସହ ହଠାତ୍‌ ବିଜୁଳି ମାରେ, ତେବେ ପାଣି ସ୍ଥାନରେ ଆଦୌ ରୁହନ୍ତୁ ନାହିଁ। କାରଣ ପାଣି ବିଦ୍ୟୁତ୍‌ ସୁପରିବାହୀ ହୋଇଥିବାରୁ କରେଣ୍ଟ ଲାଗିବାର ଆଶଙ୍କାଥାଏ। ସେହିପରି ବିଜୁଳି, ଘଡ଼ଘଡ଼ି ମାରୁଥିବା ସମୟରେ ମୋବାଇଲ୍‌ ଫୋନ୍‌ରେ ଆଦୌ କଥା ହୁଅନ୍ତୁ ନାହିଁ। ନଚେତ୍‌ ଏହା ବ୍ଲାଷ୍ଟ ହେବା ଯୋଗୁ କାନ ନଷ୍ଟ ହେବା କିମ୍ବା ଜୀବନଯିବାର ବି ଆଶଙ୍କା ରହିଛି।
ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସଜାଗ: ହଠାତ୍‌ ପାଣିପାଗ ପରିବର୍ତ୍ତନ ଯୋଗୁ ଅନେକଙ୍କଠାରେ ସ୍ବାସ୍ଥ୍ୟ ସମସ୍ୟା ବା ସିଜନାଲ୍‌ ଇଫେକ୍ଟିଭ୍‌ ଡିସ୍‌ଅର୍ଡର ଦେଖାଦିଏ। ତା’ଛଡ଼ା ପୁଣି ବଢ଼ୁଥିବା କରୋନା ସମସ୍ୟା ଖେଳାଇଛି ଆତଙ୍କ। ଏମିତିରେ ନୀରୋଗ ରହିବା ଲାଗି ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଥଣ୍ଡା, କାଶ ହେଲେ ଅଦାରସ, ମହୁ କିମ୍ବା ତୁଳସୀ ରସ, ମହୁ ମିଶାଇ ଖାଆନ୍ତୁ ା ରସୁଣ ମଧ୍ୟ ଖାଇବା ଏଦିନେ ବେଶ୍‌ ଉପକାରୀ। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ପ୍ରୋଟିନ୍‌, ଆଇରନ୍‌, ଜିଙ୍କ୍‌, ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ସହିତ ଋତୁଭିତ୍ତିକ ସବୁଜ ପନିପରିବା, ଫଳ ଓ ଶାଗ ଭଳି ଆଣ୍ଟିଅକ୍ସିଡାଣ୍ଟଯୁକ୍ତ ଖାଦ୍ୟ ଖାଆନ୍ତୁ। ଖାଦ୍ୟ ତାଲିକାରେ ଗାଈଘିଅକୁ ସାମିଲ କରନ୍ତୁ। ପ୍ରଚୁର ପରିମାଣରେ ଭିଟାମିନ୍‌ ଡି’ର ତତ୍ତ୍ବ ଏବଂ ଓମେଗା-୩ ଫ୍ୟାଟି ଏସିଡ୍‌ ଏଦିନେ ଶରୀର ପାଇଁ ବେଶ୍‌ ଜରୁରୀ। ଏଥିପାଇଁ ମାଛ ଖାଆନ୍ତୁ। ତେଲ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଏବଂ ରାସ୍ତାକଡ଼ରେ ମିଳୁଥିବା ଅସ୍ବାସ୍ଥ୍ୟକର ଖାଦ୍ୟ ପରିବର୍ତ୍ତେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ସୁଷମ ଆହାର ଗ୍ରହଣ କରନ୍ତୁ।

 

ଚିରସ୍ମିତା ନାୟକ (ଛାତ୍ରୀ, ଛତିଆ)- କିଛିଦିନ ହେବ ଘରେ ଘରେ ଥଣ୍ଡା, କାଶ, ଜ୍ୱର ଭଳି ସମସ୍ୟା ଦେଖିବାକୁ ମିଳୁଛି। ଏମିତିରେ କିଛିଦିନ ହେବ ବର୍ଷା ହେଉଥିବାରୁ ଏଭଳି ସମସ୍ୟା ବଢ଼ିବାର ଆଶଙ୍କା ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ବର୍ଷା ବେଳେ ଓଦା ନ ହେବା ଲାଗି ଯଥାସମ୍ଭବ ଘରେ ରହୁଛି। ଆଇସ୍‌କ୍ରିମ୍‌ କିମ୍ବା ଅନ୍ୟ ଥଣ୍ଡାଜାତୀୟ ଖାଦ୍ୟ ଏବଂ ବଜାରରେ ମିଳୁଥିବା ଖାଦ୍ୟଠୁ ଦୂରେଇ ରହୁଛି। ଏହା ବ୍ୟତୀତ ବର୍ଷାରେ ବିଜୁଳି କିମ୍ବା ଘଡ଼ଘଡ଼ି ହେବା ମାତ୍ରେ ମୋବାଇଲ୍‌ ବ୍ୟବହାର ନ କରି ସ୍ବିଚ୍‌ଅଫ୍‌ କରି ରଖୁଛି।
ରାଜେଶ ପଟ୍ଟନାୟକ (କର୍ମଜୀବୀ, ଭୁବନେଶ୍ୱର)- ବର୍ତ୍ତମାନ ପାଣିପାଗର ଅସ୍ବାଭାବିକ ପରିବର୍ତ୍ତନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି। କୌଣସି କାମରେ ବାହାରକୁ ଯିବାକୁ ଥିଲେ ବର୍ଷା ପାଇଁ ଖୁବ୍‌ ହଇରାଣ ହେବାକୁ ପଡୁଛି। ତା’ଛଡା ହଠାତ୍‌ ଓଦା ହୋଇଗଲେ ଥଣ୍ଡା, କାଶ ଆଦି ଫ୍ଲୁ ସମସ୍ୟା ଟେନ୍‌ଶନ୍‌ ବଢ଼ାଉଛି। ଏସବୁରୁ ଦୂରେଇ ରହିବା ଲାଗି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ସନ୍ତୁଳିତ ଖାଦ୍ୟ ଖାଇବା ପ୍ରତି ଗୁରୁତ୍ୱ ଦେଉଛି। ସେହିପରି ବାହାରକୁ ଯିବା ପୂର୍ବରୁ ପାଣିପାଗ ବିଷୟରେ ନ୍ୟୁଜ୍‌ ଦେଖିବା ସହ ସୁରକ୍ଷା ଦୃଷ୍ଟିରୁ ରେନ୍‌କୋଟ୍‌ ପାଖରେ ରଖୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?