ଦୁର୍ନୀତିଖୋର ଅଧିକାରୀଙ୍କୁ ସୁରକ୍ଷା: ୧୫ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୪ା୧୦: ଯାଜପୁର ଜିଲା ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଅଡିଟ୍‌ ରିପୋର୍ଟର ଅନୁପାଳନ କରିବାରେ କୁନ୍ଥକୁନ୍ଥ ହେଉଛନ୍ତି। ବିପୁଳ ପରିମାଣର ସରକାରୀ ଅର୍ଥ ହରିଲୁଟ କରିଥିବା ମିଲର୍ସଙ୍କ ବିରୋଧରେ ସାର୍ଟିଫିକେଟ କେସ୍‌ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟବିଧି ଗ୍ରହଣ କରାଯାଉ ନାହିଁ। ଏପରିକି ଏ ସଂକ୍ରାନ୍ତରେ ରାଜ୍ୟ ଯୋଗାଣ ନିଗମର ଆର୍ଥିକ ପରାମର୍ଶଦାତା ତଥା ଚିଫ୍‌ ଆକାଉଣ୍ଟ ଅଫିସର ଏହା ପୂର୍ବରୁ ୫ ଥର ତଥ୍ୟ ମାଗିଥିଲେ ହେଁ ଯାଜପୁର ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ନୀରବ ରହିଛନ୍ତି। ତେଣୁ ଚିଫ୍‌ ଆକାଉଣ୍ଟ ଅଫିସର ଉଦ୍‌ବେଗ ପ୍ରକାଶ କରିବା ସହ ଆସନ୍ତା ୧୫ ତାରିଖ ସୁଦ୍ଧା ସବିଶେଷ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ନ କଲେ ଏଥିପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସିଏସ୍‌ଓଙ୍କୁ ଚେତାବନୀ ଦେଇଛନ୍ତି।
୨୦୧୫-୧୬ ଆର୍ଥିକ ବର୍ଷରେ ବଡ଼ଚଣା ବ୍ଲକ ଓଲରାସ୍ଥିତ ମେସର୍ସ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ରାଇସ୍‌ ମିଲ୍‌ରେ ୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଅଡିଟ ରିପୋର୍ଟରେ ଧରାପଡ଼ିଥିଲା। ଏହାସହ ୦୩/୨୦୨୦ ନମ୍ବର ଇଣ୍ଟରନାଲ ଅଡିଟ ରିପୋର୍ଟରେ କଷ୍ଟମ ମିଲର୍ସମାନଙ୍କଠାରୁ ୬ କୋଟି ୫୨ ଲକ୍ଷ ୧୫ ହଜାର ୨୫୭ ଟଙ୍କା ଅସୁଲିଯୋଗ୍ୟ ବୋଲି ଦର୍ଶାଯାଇଥିଲା। ସେହିପରି ୨ କୋଟି ୪୫ ଲକ୍ଷ ୮୧ ହଜାର ୭୬୦ ଟଙ୍କାର କାରବାର ସମ୍ପର୍କରେ ରିପୋର୍ଟରେ ପ୍ରଶ୍ନ ଉଠାଯାଇଥିଲା। କିନ୍ତୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏପରିକି ଦାୟୀ ଅଧିକାରୀ କିମ୍ବା କର୍ମଚାରୀଙ୍କ ନାମ ମଧ୍ୟ ବିଭାଗକୁ ସୂଚନା ଦିଆ ନ ଯାଇ ସେମାନଙ୍କୁ ଘଣ୍ଟଘୋଡାଇବାକୁ ଉଦ୍ୟମ କରାଯାଉଛି। ଅନୁମୋଦିତ ଅଡିଟ୍‌ ରିପୋର୍ଟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନୁପାଳନ ଜରୁରୀ। ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଥିବା ଅନିୟମିତତା କିମ୍ବା ହଡ଼ପ ଅର୍ଥ ଅସୁଲି ହୋଇ ନ ପାରିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଓସିଏସ୍‌(ସିସିଏ) ରୁଲ୍ସ ୧୯୬୨/ଓସିଏସ୍‌ (ପେନସନ) ରୁଲ୍ସ ୧୯୯୨ ଅନୁଯାୟୀ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ଗ୍ରହଣ କରାଯିବ। ଅବସର ଗ୍ରହଣ କରିଥିବା ସମ୍ପୃକ୍ତ ଅଧିକାରୀ ପେନସନ ସୁବିଧା ପାଇବାରେ ସମସ୍ୟାର ସମ୍ମୁଖୀନ ହେବେ। ଏହି ମର୍ମରେ ୨୦୧୯ ଅକ୍ଟୋବରରେ ରାଜ୍ୟ ଯୋଗାଣ ନିଗମର ଚିଫ୍‌ ଆକାଉଣ୍ଟ ଅଫିସର ସମସ୍ତ ଯୋଗାଣ ଅଧିକାରୀଙ୍କୁ ଚେତାବନୀ ଦେଇଥିଲେ। ହେଲେ ଏହିସବୁ ଚେତାବନୀ ଫସରଫାଟିଛି।
ସୂଚନାଯୋଗ୍ୟ ଯେ, ସାବିତ୍ରୀ ଇଣ୍ଡଷ୍ଟ୍ରିଜ୍‌ ରାଇସ୍‌ ମିଲକୁ ୬୨୨୩.୯୫୦ ମେଟ୍ରିକ ଟନ ଧାନ ଚାଉଳ କରିବାକୁ ଦିଆଯାଇଥିଲା। ଜିଲାର ପିଡିଏସ୍‌ ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ନିର୍ଦ୍ଧାରିତ ସମୟରେ ୪୨୩୨.୨୮୬ ମେଟ୍ରିକ ଟନ୍‌ ଚାଉଳ ଦାଖଲ କରିବା କଥା। କିନ୍ତୁ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ରାଇସ୍‌ ମିଲ୍‌ ୨୩୬୦.୪୭୦ ମେଟ୍ରିକ ଟନ୍‌ ଚାଉଳ ଦାଖଲ କରି ୧୮୭୧.୮୧୬ ମେଟ୍ରିକ ଟନ୍‌ ବାକି ରଖିଥିଲା, ଯାହାର ସରକାରୀ ମୂଲ୍ୟ ୪ କୋଟି ୨୬ ଲକ୍ଷ ୪୨ ହଜାର ୧୭୭ ଟଙ୍କା ହେବ। ଏହାବାଦ ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୭୫ କୋଟି ଟଙ୍କା ଋଣ ବାକି ରହିଥିଲା। ତେଣୁ ବ୍ୟାଙ୍କ ଏହି ରାଇସ୍‌ ମିଲ ଓ ମାଲିକଙ୍କ ସ୍ଥାବର/ଅସ୍ଥାବର ସମ୍ପତ୍ତି ଦଖଲ କରି ନେଇଥିଲା। ଜିଲା ଯୋଗାଣ ବିଭାଗ ପକ୍ଷରୁ ମିଲ୍‌ ମାଲିକଙ୍କ ନାମରେ ଏକ ସାର୍ଟିଫିକେଟ ମାମଲା ରୁଜୁ ହୋଇଥିଲା। ସାବିତ୍ରୀ ଇଣ୍ଡଷ୍ଟ୍ରିଜ୍‌ ରାଇସ ମିଲ ମାଲିକ ବାକି ଥିବା ନିଗମ ଅର୍ଥ ମଧ୍ୟରୁ ଅର୍ଦ୍ଧାଧିକ ଟଙ୍କା ଦାଖଲ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି କାରବାରରେ ସେତେବେଳେ ସମ୍ପୃକ୍ତି ଥିବା ସରକାରୀ ଅଧିକାରୀଙ୍କୁ କ୍ଷମା କରି ଦିଆଯାଇଛି। ତେଣୁ ଯେତେଥର ବିଭାଗୀୟ ପତ୍ରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତା’ର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହେଉଥିଲେ ହେଁ ତାହା ସମ୍ଭବ ହେଉନାହିଁ। ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସଲାଉଦ୍ଦିନ ଖାନଙ୍କୁ ପଚାରିବା ପାଇଁ ତାଙ୍କ ମୋବାଇଲ ଫୋନକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri