ପଞ୍ଚାୟତ ନିର୍ବାଚନକୁ ସ୍କୁଲ ମିଶ୍ରଣ ଅଡୁଆ

କେନ୍ଦ୍ରାପଡ଼ା ଅଫିସ, ୪ା୧୦: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ କେନ୍ଦ୍ରାପଡ଼ା ଜିଲାର ୨୧୭ଟି ସ୍କୁଲରେ କମ୍‌ ଶିକ୍ଷାର୍ଥୀ ଥିବା ଦର୍ଶାଇ ନିକଟସ୍ଥ ଅନ୍ୟ ସ୍କୁଲରେ ଏହାକୁ ମିଶ୍ରଣ କରାଯାଇଛି। ଏହି ମିଶ୍ରଣକୁ ବିରୋଧ କରି ଜିଲାର ଅଭିଭାବକମାନେ ବହୁବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ମିଶ୍ରଣ ପ୍ରକ୍ରିୟାକୁ ରୋକିବାକୁ ସ୍ଥାନୀୟ ସରପଞ୍ଚ ଓ ବିଧାୟକଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ଏହାସତ୍ତ୍ୱେ ସରକାରୀ ନିଷ୍ପତ୍ତିକୁ ବଦଳାଇବାରେ ଲୋକ ପ୍ରତିନିଧି ସକ୍ଷମ ହୋଇ ପାରି ନ ଥିଲେ। କୋମଳମତି ପିଲାଙ୍କୁ ଘରଠାରୁ ଦୂର ସ୍କୁଲକୁ ଛାଡିବାକୁ ଏଯାଏ ଅଭିଭାବକମାନେ ରାଜି ହୋଇନାହାନ୍ତି। ଏପରି କି ବାଳକମାନେ ସ୍କୁଲ ମିଶ୍ରଣର ପ୍ରକ୍ରିୟା ଫଳରେ ବାଳିକା ସ୍କୁଲରେ ପଢ଼ୁଥିବା ସାର୍ଟିଫିକେଟ ପାଇବେ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ପ୍ରଭାବ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଲୋକଙ୍କ କଥାକୁ ରଖି ପାରି ନ ଥିବା ଜନ ପ୍ରତିନିଧିମାନେ ଏବେ ସେମାନଙ୍କୁ ସମ୍ମୁଖୀନ ହେବାକୁ ଡରୁଛନ୍ତି।
କଂସାର ଗାଁର ନିରଞ୍ଜନ ପରିଡା କହିଛନ୍ତି, ପ୍ରଥମରୁ ହାଇସ୍କୁଲ ଯାଏ ପିଲାଙ୍କର ବାହାର ଦୁନିଆ ସହ ସେତେଟା ସମ୍ପର୍କ ନ ଥାଏ। ଗ୍ରାମ ନିକଟ ସ୍କୁଲରେ ପାଠ ପଢ଼ିଥାନ୍ତି। ତେବେ କମ୍‌ ପିଲା ଦର୍ଶାଇ କେନ୍ଦ୍ରାପଡ଼ା ଜିଲାର ୨୧୭ଟି ବିଦ୍ୟାଳୟକୁ ୨ରୁ ୫ କି.ମି. ଦୂରରେ ଥିବା ସ୍କୁଲରେ ମିଶାଇ ଦିଆଯାଇଛି। ଏଥିରେ ସର୍ବାଧିକ କୋମଳମତି ପିଲାମାନେ ଶିକାର ହୋଇଛନ୍ତି। ଜିଲାର ୩ ହାଇସ୍କୁଲ, ୪ ଉଚ୍ଚ ପ୍ରାଥମିକ ସ୍କୁଲ ଏହି ମିଶ୍ରଣରେ ଥିବା ବେଳେ ୨୧୦ଟି ପ୍ରାଥମିକ ବିଦ୍ୟାଳୟ ଅଛି। ୧୦ବର୍ଷର ଶିକ୍ଷାର୍ଥୀମାନଙ୍କ ପାଖରେ ଚପଳତା ଦେଖିବାକୁ ମିଳିଥାଏ। ରାସ୍ତାରେ ଗାଡିମୋଟର ଯାତାୟାତ ସହ ବୁଲା ପ୍ରାଣୀଙ୍କ ଶିକାର ହେବା କୌଣସି ଅପ୍ରାସଙ୍ଗିକ ନୁହେଁ। ସେହିପରି ଏହି ଜିଲା ନଦୀ ନାଳ ଭରା ହୋଇଥିବା ବେଳେ ଗମନାଗମନର ବିଶେଷ ସୁବିଧା ନାହିଁ। କେଉଁ ଅଭିଭାବକ ନିଜର ପିଲାଙ୍କ ଶିକ୍ଷା ପାଇଁ ଦୁର୍ଘଟଣାରେ ଜୀବନ ନଷ୍ଟ କରିବାକୁ ଦେବ। ମାର୍ଶାଘାଇର ପ୍ରମୋଦ କୁମାର ଦାସ କହିଛନ୍ତି, ସ୍କୁଲ ମିଶ୍ରଣର ପ୍ରଭାବ ମାର୍ଶାଘାଇ ସରକାରୀ ବାଳିକା ବିଦ୍ୟାଳୟରେ ଦେଖିବାକୁ ମିଳିଛି। ପୂର୍ବରୁ ଏଠାରେ କେବଳ ବାଳିକାମାନେ ପଢୁଥିଲେ। ଏବେ ଏହି ସ୍କୁଲରେ ବାଳକମାନେ ପାଠ ପଢୁଛନ୍ତି। ଦଶମ ଶ୍ରେଣୀ ପାସ୍‌ ପରେ ଏମାନଙ୍କ ସାର୍ଟିଫିକେଟରେ ବାଳିକା ସ୍କୁଲରେ ପଢୁଥିବା ଉଲ୍ଲେଖ କରାଯାଉଛି। ଯାହା ଛାତ୍ରଙ୍କ କୋମଳ ମନ ଉପରେ ଗଭୀର ପ୍ରଭାବ ପକାଉଛି। ବାଳକମାନେ ଏହି ସ୍କୁଲରେ ପଢ଼ିବା ପରେ ଅନୂ୍ୟନ ବିଦ୍ୟାଳୟ ନାମରୁ ବାଳିକା ଶବ୍ଦ ହଟାଇବା କଥା। ଯାହା ଅଦ୍ୟାବଧି ସଂଶୋଧନ ହୋଇନାହିଁ। ଦେପୁର ଗାଁର ଜଗଦୀଶ ପତି କହିଛନ୍ତି, ରାଜ୍ୟ ସରକାର ବିଦ୍ୟାଳୟ ମିଶ୍ରଣ ନେଇ ବିଜ୍ଞପ୍ତିରେ ୨୫ଜଣ ଶିକ୍ଷାର୍ଥୀରୁ କମ୍‌ ଥିଲେ ନିକଟସ୍ଥ ସ୍କୁଲରେ ମିଶ୍ରଣ କରିଛନ୍ତି। ଏହାକୁ ନେଇ ସେହି ସମୟରେ ବହୁ ରାସ୍ତାରୋକୋ ହୋଇଛି। ସରପଞ୍ଚ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଅଭିଭାବକମାନେ ଦ୍ୱାରସ୍ଥ ହୋଇଥିଲେ। ଏଥିରୁ ସୁଫଳ ନ ମିଳିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟକୁ ଯାଇଥିଲେ। ତେବେ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ କୋର୍ଟ ସମର୍ଥନ ଦେବାରୁ ଅଭିଭାବକମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅସନ୍ତୋଷ ଆସନ୍ତା ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବାର ସମ୍ଭାବନା ଅଛି। ବୁଦ୍ଧିଜୀବୀ ସ୍ବରାଜ କୁମାର ଦାସ କହିଛନ୍ତି, ସରକାରଙ୍କ ମାନଦଣ୍ଡଠାରୁ ଅଧିକ ପିଲା ଥିଲେ ମଧ୍ୟ ସ୍କୁଲ ମିଶ୍ରଣ ପ୍ରକ୍ରିୟାରେ ସାମିଲ ହୋଇଛି। ଆସନ୍ତା ପୂଜା ଛୁଟି ପରେ ସ୍କୁଲ ଖୋଲିବ ବୋଲି କୁହାଯାଉଛି। ଏଥିସହ ପଞ୍ଚାୟତ ନିର୍ବାଚନ ପାଇଁ ରାଜନେତାମାନେ ସଙ୍ଗଠନକୁ ଦୃଢ କରିବା ଚେଷ୍ଟାରେ ଅଛନ୍ତି। ତେବେ ସ୍କୁଲ ମିଶ୍ରଣର ଅସନ୍ତୋଷ ଏବେ ସାଙ୍ଗଠନିକ ପ୍ରସ୍ତୁତି ବୈଠକରେ ଦେଖିବାକୁ ମିଳୁଛି। ଏପରିକି ଏହି ଅସନ୍ତୋଷକୁ ସମ୍ମୁଖୀନ ପାଇଁ ଲୋକ ପ୍ରତିନିଧି ଡରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?