ପଞ୍ଚାୟତ ନିର୍ବାଚନକୁ ସ୍କୁଲ ମିଶ୍ରଣ ଅଡୁଆ

କେନ୍ଦ୍ରାପଡ଼ା ଅଫିସ, ୪ା୧୦: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ କେନ୍ଦ୍ରାପଡ଼ା ଜିଲାର ୨୧୭ଟି ସ୍କୁଲରେ କମ୍‌ ଶିକ୍ଷାର୍ଥୀ ଥିବା ଦର୍ଶାଇ ନିକଟସ୍ଥ ଅନ୍ୟ ସ୍କୁଲରେ ଏହାକୁ ମିଶ୍ରଣ କରାଯାଇଛି। ଏହି ମିଶ୍ରଣକୁ ବିରୋଧ କରି ଜିଲାର ଅଭିଭାବକମାନେ ବହୁବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ମିଶ୍ରଣ ପ୍ରକ୍ରିୟାକୁ ରୋକିବାକୁ ସ୍ଥାନୀୟ ସରପଞ୍ଚ ଓ ବିଧାୟକଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ଏହାସତ୍ତ୍ୱେ ସରକାରୀ ନିଷ୍ପତ୍ତିକୁ ବଦଳାଇବାରେ ଲୋକ ପ୍ରତିନିଧି ସକ୍ଷମ ହୋଇ ପାରି ନ ଥିଲେ। କୋମଳମତି ପିଲାଙ୍କୁ ଘରଠାରୁ ଦୂର ସ୍କୁଲକୁ ଛାଡିବାକୁ ଏଯାଏ ଅଭିଭାବକମାନେ ରାଜି ହୋଇନାହାନ୍ତି। ଏପରି କି ବାଳକମାନେ ସ୍କୁଲ ମିଶ୍ରଣର ପ୍ରକ୍ରିୟା ଫଳରେ ବାଳିକା ସ୍କୁଲରେ ପଢ଼ୁଥିବା ସାର୍ଟିଫିକେଟ ପାଇବେ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ପ୍ରଭାବ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଲୋକଙ୍କ କଥାକୁ ରଖି ପାରି ନ ଥିବା ଜନ ପ୍ରତିନିଧିମାନେ ଏବେ ସେମାନଙ୍କୁ ସମ୍ମୁଖୀନ ହେବାକୁ ଡରୁଛନ୍ତି।
କଂସାର ଗାଁର ନିରଞ୍ଜନ ପରିଡା କହିଛନ୍ତି, ପ୍ରଥମରୁ ହାଇସ୍କୁଲ ଯାଏ ପିଲାଙ୍କର ବାହାର ଦୁନିଆ ସହ ସେତେଟା ସମ୍ପର୍କ ନ ଥାଏ। ଗ୍ରାମ ନିକଟ ସ୍କୁଲରେ ପାଠ ପଢ଼ିଥାନ୍ତି। ତେବେ କମ୍‌ ପିଲା ଦର୍ଶାଇ କେନ୍ଦ୍ରାପଡ଼ା ଜିଲାର ୨୧୭ଟି ବିଦ୍ୟାଳୟକୁ ୨ରୁ ୫ କି.ମି. ଦୂରରେ ଥିବା ସ୍କୁଲରେ ମିଶାଇ ଦିଆଯାଇଛି। ଏଥିରେ ସର୍ବାଧିକ କୋମଳମତି ପିଲାମାନେ ଶିକାର ହୋଇଛନ୍ତି। ଜିଲାର ୩ ହାଇସ୍କୁଲ, ୪ ଉଚ୍ଚ ପ୍ରାଥମିକ ସ୍କୁଲ ଏହି ମିଶ୍ରଣରେ ଥିବା ବେଳେ ୨୧୦ଟି ପ୍ରାଥମିକ ବିଦ୍ୟାଳୟ ଅଛି। ୧୦ବର୍ଷର ଶିକ୍ଷାର୍ଥୀମାନଙ୍କ ପାଖରେ ଚପଳତା ଦେଖିବାକୁ ମିଳିଥାଏ। ରାସ୍ତାରେ ଗାଡିମୋଟର ଯାତାୟାତ ସହ ବୁଲା ପ୍ରାଣୀଙ୍କ ଶିକାର ହେବା କୌଣସି ଅପ୍ରାସଙ୍ଗିକ ନୁହେଁ। ସେହିପରି ଏହି ଜିଲା ନଦୀ ନାଳ ଭରା ହୋଇଥିବା ବେଳେ ଗମନାଗମନର ବିଶେଷ ସୁବିଧା ନାହିଁ। କେଉଁ ଅଭିଭାବକ ନିଜର ପିଲାଙ୍କ ଶିକ୍ଷା ପାଇଁ ଦୁର୍ଘଟଣାରେ ଜୀବନ ନଷ୍ଟ କରିବାକୁ ଦେବ। ମାର୍ଶାଘାଇର ପ୍ରମୋଦ କୁମାର ଦାସ କହିଛନ୍ତି, ସ୍କୁଲ ମିଶ୍ରଣର ପ୍ରଭାବ ମାର୍ଶାଘାଇ ସରକାରୀ ବାଳିକା ବିଦ୍ୟାଳୟରେ ଦେଖିବାକୁ ମିଳିଛି। ପୂର୍ବରୁ ଏଠାରେ କେବଳ ବାଳିକାମାନେ ପଢୁଥିଲେ। ଏବେ ଏହି ସ୍କୁଲରେ ବାଳକମାନେ ପାଠ ପଢୁଛନ୍ତି। ଦଶମ ଶ୍ରେଣୀ ପାସ୍‌ ପରେ ଏମାନଙ୍କ ସାର୍ଟିଫିକେଟରେ ବାଳିକା ସ୍କୁଲରେ ପଢୁଥିବା ଉଲ୍ଲେଖ କରାଯାଉଛି। ଯାହା ଛାତ୍ରଙ୍କ କୋମଳ ମନ ଉପରେ ଗଭୀର ପ୍ରଭାବ ପକାଉଛି। ବାଳକମାନେ ଏହି ସ୍କୁଲରେ ପଢ଼ିବା ପରେ ଅନୂ୍ୟନ ବିଦ୍ୟାଳୟ ନାମରୁ ବାଳିକା ଶବ୍ଦ ହଟାଇବା କଥା। ଯାହା ଅଦ୍ୟାବଧି ସଂଶୋଧନ ହୋଇନାହିଁ। ଦେପୁର ଗାଁର ଜଗଦୀଶ ପତି କହିଛନ୍ତି, ରାଜ୍ୟ ସରକାର ବିଦ୍ୟାଳୟ ମିଶ୍ରଣ ନେଇ ବିଜ୍ଞପ୍ତିରେ ୨୫ଜଣ ଶିକ୍ଷାର୍ଥୀରୁ କମ୍‌ ଥିଲେ ନିକଟସ୍ଥ ସ୍କୁଲରେ ମିଶ୍ରଣ କରିଛନ୍ତି। ଏହାକୁ ନେଇ ସେହି ସମୟରେ ବହୁ ରାସ୍ତାରୋକୋ ହୋଇଛି। ସରପଞ୍ଚ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଅଭିଭାବକମାନେ ଦ୍ୱାରସ୍ଥ ହୋଇଥିଲେ। ଏଥିରୁ ସୁଫଳ ନ ମିଳିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟକୁ ଯାଇଥିଲେ। ତେବେ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ କୋର୍ଟ ସମର୍ଥନ ଦେବାରୁ ଅଭିଭାବକମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅସନ୍ତୋଷ ଆସନ୍ତା ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବାର ସମ୍ଭାବନା ଅଛି। ବୁଦ୍ଧିଜୀବୀ ସ୍ବରାଜ କୁମାର ଦାସ କହିଛନ୍ତି, ସରକାରଙ୍କ ମାନଦଣ୍ଡଠାରୁ ଅଧିକ ପିଲା ଥିଲେ ମଧ୍ୟ ସ୍କୁଲ ମିଶ୍ରଣ ପ୍ରକ୍ରିୟାରେ ସାମିଲ ହୋଇଛି। ଆସନ୍ତା ପୂଜା ଛୁଟି ପରେ ସ୍କୁଲ ଖୋଲିବ ବୋଲି କୁହାଯାଉଛି। ଏଥିସହ ପଞ୍ଚାୟତ ନିର୍ବାଚନ ପାଇଁ ରାଜନେତାମାନେ ସଙ୍ଗଠନକୁ ଦୃଢ କରିବା ଚେଷ୍ଟାରେ ଅଛନ୍ତି। ତେବେ ସ୍କୁଲ ମିଶ୍ରଣର ଅସନ୍ତୋଷ ଏବେ ସାଙ୍ଗଠନିକ ପ୍ରସ୍ତୁତି ବୈଠକରେ ଦେଖିବାକୁ ମିଳୁଛି। ଏପରିକି ଏହି ଅସନ୍ତୋଷକୁ ସମ୍ମୁଖୀନ ପାଇଁ ଲୋକ ପ୍ରତିନିଧି ଡରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ହାତୀପଲକୁ ଘଉଡ଼ାଇବା ପାଇଁ ଯାଇ ଆଉ ଫେରିଲେନି , ଚାଲିଗଲା ଜୀବନ

ପାଟଣା, ୩।୮ (ବୀର କିଶୋର ଦାଶ): ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri