ଓଡ଼ିଶା ତଟକୁ ସୁରକ୍ଷା ଦେବ ବନାନୀ

କେନ୍ଦ୍ରାପଡ଼ା ଅଫିସ,୭।୬: ଜାତୀୟ ଉଦ୍ୟାନ ଭିତରକନିକା ନିକଟରେ ମେ’ ୨୬ରେ ହୋଇଥିବା ସାମୁଦ୍ରିକ ଝଡ଼ ୟାସ୍‌ର ବେଗ ଘଣ୍ଟା ପ୍ରତି ୧୪୫ କି.ମି.ରୁ ଅଧିକ ଥିଲା। ଝଡ଼ ପ୍ରଭାବରେ ରଙ୍ଗଣୀ, ତାଳଚୁଆ, ସାତଭାୟା ଅଞ୍ଚଳ ମଧ୍ୟକୁ ସମୁଦ୍ର ଜୁଆର ମାଡ଼ି ଆସିଥିଲା। ଧନ ଜୀବନ ସଙ୍କଟରେ ପଡ଼ିଗଲା। ହାବେଳିଖଟିର ପ୍ରାକୃତିକ ପର୍ଯ୍ୟଟନସ୍ଥଳରେ ଅନୂ୍ୟନ ୧୦୦ ଗଛ ଉପୁଡ଼ିବା ସହ ୬ଟି ପର୍ଯ୍ୟଟକଙ୍କ ରହିବା ଘରର ଆଂଶିକ କ୍ଷତି ହୋଇଥିଲା। ତେବେ ଏହାଠାରୁ ନିମ୍ନରେ ଥିବା ଭିତରକନିକାସ୍ଥ କାଳିଭଞ୍ଜଡିହା ଦ୍ୱୀପାଞ୍ଚଳରେ ପ୍ରବଳ ପବନ ମାଡ଼ ସହ ସମୁଦ୍ର ଜୁଆର ମାଡ଼ି ଯାଇଥିବା ବେଳେ କ୍ଷତିର ପରିମାଣ ନଗଣ୍ୟ ଅଛି। ଏହି ୮.୫ ବର୍ଗ କି.ମି. ଅଞ୍ଚଳରେ ଥିବା ହେନ୍ତାଳବଣ ୟାସ୍‌ ପ୍ରଭାବକୁ ହ୍ରାସ କରିଦେଇଛି। ସାମୁଦ୍ରିକ ଝଡ଼ ପ୍ରଭାବକୁ ହେନ୍ତାଳବଣ ରୋକିପାରିବ ବୋଲି କାଳିଭଞ୍ଜଡିହା ଏହାର ଉଦାହରଣ ପାଲଟିଛି। ଏହା ରାଜ୍ୟ ସରକାର, ସ୍ଥାନୀୟ ଅଧିବାସୀ, ପରିବେଶବିତ୍‌ମାନେ ହୃଦୟଙ୍ଗମ କରିଛନ୍ତି। ଓଡ଼ିଶାର ସମୁଦ୍ର ତଟକ୍ଷୟ, ଧନଜୀବନ ନଷ୍ଟକୁ ବନ୍ୟା, ବାତ୍ୟା ଓ ସୁନାମି ସମୟରେ ରକ୍ଷା ପାଇଁ ୩,୫୦୦ ହେକ୍ଟର ତଟାଞ୍ଚଳରେ ସବୁଜ ବନାନୀ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି ୪୦୦ ହେକ୍ଟର ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି ହେବ ବୋଲି ପଦାଧିକାରୀମାନେ ସୂଚନା ଦେଇଛନ୍ତି।
ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଶ୍ରୀକାନ୍ତ ନାୟକ, ଦୋଳଗୋବିନ୍ଦ ଜେନା, ଆଲୋକ ପରିଡ଼ା ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ସବୁବେଳେ ସାମୁଦ୍ରିକ ଝଡ଼, ବନ୍ୟା ଓ ସୁନାମି ଭୟ ରହିଛି। ୧୯୯୯ ମହାବାତ୍ୟାଠାରୁ ଅଦ୍ୟାବଧି ୬ଟି ପ୍ରଭାବଶାଳୀ ସାମୁଦ୍ରିକ ଝଡ଼ ସହ ପ୍ରତିବର୍ଷ ବନ୍ୟା ହେଉଥିଲେ ମଧ୍ୟ ଭିତରକନିକା ହେନ୍ତାଳବଣ ପାଇଁ କ୍ଷତି ପରିମାଣ ଅନ୍ୟ ସ୍ଥାନଠାରୁ କମ ରହିଛି। ମହାବାତ୍ୟା ସମୟରେ ସୁନାମି ପରି ସମୁଦ୍ର ଜୁଆର କୂଳ ଲଙ୍ଘିଥିଲା। ତେବେ ଏହି ସମୟରେ ୧୦ ହଜାରରୁ ଅଧିକଙ୍କ ଜୀବନ ଯାଇଥିବା ବେଳେ ମାତ୍ର ୩୯୭ଜଣ ଏହି ଜିଲାର ଅଧିବାସୀଙ୍କର ମୃତ୍ୟୁ ହୋଇଥିଲା। ୟାସ୍‌ ଝଡ଼ରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲାର ୧୫୦ଗଁାକୁ ଏହା ପ୍ରଭାବ ପକାଇଛି। ଭିତରକନିକାରେ ମାତ୍ର ୪୮.୩୭ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି। ଅପରପକ୍ଷରେ ଏହା ମଧ୍ୟରେ ଥିବା କାଳିଭଞ୍ଜଡିହା ଦ୍ୱୀପାଞ୍ଚଳ ଆଶ୍ଚର୍ଯ୍ୟଜନକ ଭାବେ ସାମୁଦ୍ରିକ ଝଡ଼କୁ ସମ୍ମୁଖୀନ କରିଛି। ଏହି ୮.୫ ବର୍ଗ କି.ମି. ପରିଧି ମଧ୍ୟରେ ପୃଥିବୀରେ ଦେଖାଯାଉଥିବା ୭୦% ହେନ୍ତାଳ ପ୍ରଜାତିର ଗଛ ଅଛି। ଏହି ଅଞ୍ଚଳରେ ଗୋଟିଏ ହେଲେ ଗଛ ଉପୁଡ଼ିବା ଅଥବା ତଟକ୍ଷୟ ଦେଖାଯାଇନାହିଁ। ଫଳରେ ହେନ୍ତାଳବଣ ହିଁ ବନ୍ୟା, ବାତ୍ୟା ଓ ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷା ପ୍ରାଚୀର ହେବ ବୋଲି ସେମାନେ ମତ ଦେଇଛନ୍ତି। ଓଡ଼ିଶା ରାଜ୍ୟ ବନ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦଙ୍କୁ ପଚାରିବାରେ ରାଜ୍ୟ ସରକାର ଚଳିତବର୍ଷ ସମୁଦ୍ର ତଟାଞ୍ଚଳରେ ୩,୫୦୦ହେକ୍ଟର ଅଞ୍ଚଳରେ ବନୀକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଅଞ୍ଚଳରେ ଝାଉଁ ଓ କାଜୁ ଚାରା ଲଗାଯିବ। ସେହିପରି ଏବେ ରାଜ୍ୟରେ ମୋଟ ୨୨୦ ବର୍ଗ କି.ମି. ହେନ୍ତାଳ ବଣ ଅଛି। ଅଧିକ ୪୦୦ ହେକ୍ଟର ଜମିରେ ହେନ୍ତାଳବଣ ସୃଷ୍ଟି ହୋଇପାରିଲେ ବାତ୍ୟା, ବନ୍ୟା, ସୁନାମି ଭୟ କିଛି ପରିମାଣରେ କମିଯିବ। ସେହିପରି ତଟକ୍ଷୟକୁ ରୋକାଯାଇପାରିବ ବୋଲି ନିର୍ଦ୍ଦେଶକ ନନ୍ଦ କହିଛନ୍ତି। ଡିଏଫ୍‌ଓ ବିକାଶ ଚନ୍ଦ୍ର ଦାଶ କହିଛନ୍ତି, ସମୁଦ୍ର ତଟକ୍ଷୟକୁ ରୋକିବା ଆମର ପ୍ରଥମ କର୍ତ୍ତବ୍ୟ ହୋଇଛି। ଏଥିପାଇଁ ପରିବେଶକୁ ନଷ୍ଟ କରୁଥିବା ଚିଙ୍ଗୁଡ଼ି ଘେରିର ଉଚ୍ଛେଦକୁ ଗୁରୁତ୍ୱ ଦିଆଯାଇଛି। ଏହି ସ୍ଥାନରେ ହେନ୍ତାଳବଣ ସୃଷ୍ଟି ହେବ। ଏଥିପାଇଁ ନୂତନ ଚାରା ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri