ଆଶାୟୀ ପ୍ରାର୍ଥୀଙ୍କ ପୋଷ୍ଟର ଯୁଦ୍ଧ

ଯାଜପୁରରୋଡ୍‌,୮ା୧(ପବିତ୍ର ରଞ୍ଜନ ମହାନ୍ତି): ଆଗକୁ ବିଧାନସଭା ନିର୍ବାଚନ। ଏହାକୁ ନେଇ ପ୍ରମୁଖ ରାଜନୈତିକ ଦଳର ଆଶାୟୀମାନଙ୍କ ମଧ୍ୟରେ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପାଇଁ ପୋଷ୍ଟର ଯୁଦ୍ଧ ଦେଖିବାକୁ ମିଳୁଛି। କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀର ସହରଠୁ ଗାଁ ଯାଏ ବିଭିନ୍ନ ଛକରେ ବଡ଼ବଡ଼ ହୋର୍ଡିଂମାନ ଛାଇ ହୋଇଯାଇଛି। ବିଶେଷକରି ଶାସକ ବିଜେଡିର ବିଧାୟକ ଟିକେଟ ପାଇବା ପାଇଁ ହୋର୍ଡିଂ ମାଧ୍ୟମରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଏଥିରୁ ଭାଜପା ମଧ୍ୟ ବାଦ୍‌ ପଡ଼ିନାହିଁ। ଅନ୍ୟପଟେ ଏହି ଦୌଡ଼ରେ କଂଗ୍ରେସ ଦଳ ବହୁ ପଛରେ ପଡ଼ିଛି।
ସ୍ଥାନରେ ଏହି ହୋର୍ଡିଂମରାକୁ ନେଇ ଦଳୀୟ ସମର୍ଥକମାନଙ୍କ ମଧ୍ୟରେ ହାତାହାତି ହେବାର ଦେଖାଯାଉଛି। ବିଜେଡି ବିଧାୟକ ଅଶୋକ କୁମାର ବଳ ଓ ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କ ସମର୍ଥକମାନେ ହୋର୍ଡିଂ ମାରିବା କୋରେଇବାସୀଙ୍କୁ ଦ୍ବନ୍ଦ୍ୱରେ ପକାଇଛି। ସେହିପରି ଭାଜପା ପକ୍ଷରୁ ବିଶ୍ୱଜିତ୍‌ ନାୟକ ଓ ଯୁବନେତା ଆଲେକଜାଣ୍ଡର ଦାସଙ୍କ ପୃଥକ୍‌ ଭାବେ କର୍ମୀ ସମ୍ମିଳନୀ ଓ ହୋର୍ଡିଂମରାକୁ ନେଇ ଦଳର ଅନ୍ତଃକନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ତେବେ କୋରେଇ ତଥା ରାଜ୍ୟ କଂଗ୍ରେସର ନେତ୍ରୀ ବନ୍ଦିତା ପରିଡ଼ାଙ୍କ ହୋର୍ଡିଂ କାଁଭାଁ ଦେଖିବାକୁ ମିଳୁଛି। କାରଣ ତାଙ୍କର ବିଜେଡି ଓ ଭାଜପାର ପ୍ରମୁଖ ନେତାଙ୍କ ସହ ଯୋଗସୂତ୍ର ରଖିଥିବା ଚର୍ଚ୍ଚା ଜୋର ଧରିଛି। ଶୁଣିବାକୁ ମିଳୁଛି ବିଜେଡି କୁଆଡ଼େ ଏହି ଆସନରେ ମହିଳା କାର୍ଡ ଖେଳିପାରେ।
ଆଲୋଚନା ହେଉଛି ଯେଉଁ ଦଳ ଯୋଗ୍ୟତମ ପ୍ରାର୍ଥୀ ଚୟନ କରିବ କୋରେଇବାସୀ ସେହି ଦଳ ଉପରେ ଆସ୍ଥାପ୍ରକଟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri