ପ୍ରସ୍ତାବିତ ୨ ରେଳପଥ ନିର୍ମାଣ ଦାବି

ବ୍ରହ୍ମପୁର ଅଫିସ,୨୧।୮: ବ୍ରହ୍ମପୁର ମହାନଗର ଉପକଣ୍ଠ ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶୀତଳାପଲ୍ଲୀରେ ପଡ଼ିଆ ପଡ଼ିଛି ଶତାଧିକ ଏକର ସରକାରୀ ଜମି। ସେଠାରେ ରେଳ ୱାଗନ କାରଖାନା କରାଯିବାର ପ୍ରସ୍ତାବ ରଖାଯାଇଥିଲା। ଭାଜପା ନେତୃତ୍ୱାଧିନ କେନ୍ଦ୍ର ଏନଡିଏ ସରକାରଙ୍କ ପ୍ରଥମ ପାଳି ଶାସନରେ ସେହି ଯୋଜନାକୁ ବାତିଲ କରିଦିଆଗଲା। ଅପରପକ୍ଷରେ ଗଞ୍ଜାମ ଜିଲା ପ୍ରତି ରେଳ ମନ୍ତ୍ରଣାଳୟର ଅବହେଳା ଅବ୍ୟାହତ ରହିଛି। କେବଳ ୱାଗନ ଫ୍ୟାକ୍ଟ୍ରି ନୁହେଁ ଗୋପାଳପୁର ରାୟଗଡ଼ା ଏବଂ ରେଢ଼ାଖୋଲ ଓ ଗୋପାଳପୁର ନୂଆ ରେଳପଥ ମଧ୍ୟ ସର୍ଭେରେ ଅଟକି ଯାଇଛି।
ତଥ୍ୟାନୁସାରେ କଂଗ୍ରେସ ନେତୃତ୍ୱାଧିନ ଦ୍ୱିତୀୟ ଉପା ସରକାରରେ ମମତା ବାନାର୍ଜୀ ରେଳ ମନ୍ତ୍ରୀ ଥିଲେ। ସେ ଓଡ଼ିଶା ପାଇଁ ରେଳ ୱାଗନ କାରଖାନା ମଞ୍ଜୁର କରିଥିଲେ। ତାହା ପୁଣି କଳାହାଣ୍ଡି ଜିଲାରେ ସ୍ଥାପନ ହେବା ଦର୍ଶାଇଥିଲେ। ତେବେ ସେଠାରେ ଆବଶ୍ୟକ ସରକାରୀ ଜମି ନଥିବାରୁ ସମସ୍ୟା ଉପୁଜିଥିଲା। ଏହା ସୁଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ପ୍ରକଳ୍ପ ଗଞ୍ଜାମ ଜିଲାରେ ପ୍ରତିଷ୍ଠା ଲାଗି ପ୍ରୟାସ କରି ସଫଳ ହୋଇଥିଲେ। କାରଖାନା ଲାଗି ଶୀତଳାପଲ୍ଲୀରେ ଥିବା ଶତାଧିକ ଏକର ଜମି ରେଲୱେକୁ ହସ୍ତାନ୍ତର କରାଯାଇଥିଲା। ମୋଦୀଙ୍କ ଶାସନର ପ୍ରଥମ ପାଳିରେ ରେଳ ବଜେଟରେ ୱାଗନ ଫ୍ୟାକ୍ଟ୍ରି ପାଇଁ ୨ କୋଟି ବରାଦ କରାଯାଇଥିଲା। ପରବର୍ତ୍ତି ବଜେଟରେ ମାତ୍ର ହଜାରେ ଟଙ୍କା ଟୋକେନ ବରାଦ କରାଗଲା। କାରଖାନା ପାଇଁ ରେଳ ମନ୍ତ୍ରଣାଳୟର ବୈଷୟିକ ପଦାଧିକାରୀମାନେ ଘନ ଘନ ଶୀତଳାପଲ୍ଲୀ ଆସି ସ୍ଥିତି ଅନୁଧ୍ୟାନ କଲେ। ଜଗନ୍ନାଥପୁର ଏବଂ ନରସିଂହପୁର ରେଳ ଷ୍ଟେସନ ମଧ୍ୟ ଭାଗରେ ଫ୍ୟାକ୍ଟ୍ରି ପ୍ରତିଷ୍ଠା ଲାଗି ଚିହ୍ନଟ କରିଥିଲେ। ପରବର୍ତ୍ତି ପର୍ଯ୍ୟାୟରେ ଦେଶରେ ବହୁ ପରିମାଣର ୱାଗନ ମହଜୁଦ ଥିବା ଦର୍ଶାଇ ପ୍ରସ୍ତାବିତ କାରଖାନା ଏନଡିଏ ସରକାର ବାତିଲ କରିଦେଲେ। ଦିଆଯାଇଥିବା ଜମି ମଧ୍ୟ ଜିଲା ପ୍ରଶାସନକୁ ଫେରସ୍ତ କରିଦିଆଗଲା। ତେଣୁ ୱାଗନ କାରଖାନା ସ୍ବପ୍ନ ମଉଳିଗଲା।
ଅପରପକ୍ଷରେ ଓଡ଼ିଶାରୁ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବାରୁ ପୁଣି ୱାଗନ କାରଖାନା ପ୍ରସଙ୍ଗ ଉଠିଲା। ୨୦୨୧ ସେପ୍ଟେମ୍ବର ୨୨ରେ ପୂର୍ବତଟ ରେଲୱେ ମହାପ୍ରବନ୍ଧକ ବ୍ରହ୍ମପୁର ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ଶୀତଳାପଲ୍ଲୀ ପରିଦର୍ଶନରେ ଗଲେ। ସେଠାରେ ପୁଣି ୱାଗନ ଫ୍ୟାକ୍ଟ୍ରି ନଚେତ ରେଳରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଉପତ୍ାଦ କାରଖାନା ପିପିପି ମୋଡ଼ରେ କରାଯିବାର ମତ ଦେଇଥିଲେ। ଜମି ପୁଣି ଫେରସ୍ତ ଆଣିବାରେ ଦର୍ଶାଇଥିଲେ। ଏହାର ମଧ୍ୟ ବର୍ଷେ ପୂରିଛି। ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସନ୍ଦେହ ଘେରକୁ ଆସିଛି। ସୂଚନାଯୋଗ୍ୟ ୱାଗନ କାରଖାନା ହେଲେ ଜିଲାର ଶହ ଶହ ଲୋକଙ୍କ ପାଇଁ ନିଯୁକ୍ତିର ବାଟ ଫିଟିବ ଏବଂ ଆର୍ଥିକ ଉନ୍ନତି ଘଟିବ। ତେଣୁ କାରଖାନା ତୁରନ୍ତ ପ୍ରତିଷ୍ଠା ଲାଗି ବିଭିନ୍ନ ମହଲରୁ ଦାବି ହୋଇଛି।
ସେହିପରି ଗୋପାଳପୁରରୁ ରାୟଗଡ଼ା ନୂଆ ରେଳପଥ ନିର୍ମାଣ ପାଇଁ ୨୦୦୯ରୁ ସର୍ଭେ ଶେଷ ହୋଇଛି। ଏହାର ୧୨ ବର୍ଷ ବିତିବାକୁ ଯାଉଥିବା ବେଳେ ପୂର୍ବ ଉପା ସରକାର ଓ ବର୍ତ୍ତମାନର ଏନଡିଏ ସରକାର ଅମଳରେ ରେଳ ବଜେଟରେ ବ୍ୟୟବରାଦ ହେଉନାହିଁ। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ଦକ୍ଷିଣ ଓଡ଼ିଶାର ଗୋପାଳପୁର ମଧ୍ୟରେ ରେଳପଥ ନିର୍ମାଣ ପାଇଁ ଡ୍ରୋନ ସର୍ଭେ କରାଯାଇଛି। ତାହା ମଧ୍ୟ ପ୍ରସ୍ତାବରେ ରହିଯାଇଛି। ୨୦୨୧ ସେପ୍ଟେମ୍ବର ୧୫ରେ ଜିଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଭଞ୍ଜନଗରରେ ହୋଇଥିଲା। ରାଜନୈତିକ ଚିଠା ପ୍ରସ୍ତାବରେ ୱାଗନ କାରଖାନା ସମେତ ଦୁଇ ନୂଆ ରେଳପଥ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଥିଲା। ତାହାର ମଧ୍ୟ ବର୍ଷେ ପୂରିବାକୁ ଯାଉଛି ଏବଂ ବିଜେଡି ମଧ୍ୟ ପ୍ରସ୍ତାବ ଗୃହୀତ କରାଇ ଚୁପ୍‌ ରହିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଏବଂ ନିର୍ବାଚିତ ସାଂସଦମାନେ ଲୋକସଭାରେ ପ୍ରସଙ୍ଗ ଉଠାଇବାକୁ ସଚେତନ ମହଲରୁ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri