ଗଞ୍ଜେଇ ଚାଲାଣରେ ଜଡ଼ିତ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ

ଜୟପୁର, ୧୩।୧୧ (ନି.ପ୍ର.)-ଗଞ୍ଜେଇ ଚୋରାଚାଲାଣରେ ଗିରଫ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ନିର୍ଦ୍ଦେଶ ଆସିଥିବା ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ଶନିବାର କହିଛନ୍ତି ା ଏନେଇ ସେ କହିଛନ୍ତି, ଜୟପୁର ସଦର ଥାନା ପୋଲିସ ୨୦୨୧ ଜୁନ୍‌ ୧୧ରେ ଏକ ଗଞ୍ଜେଇ ବୋଝେଇ ଟ୍ରକ୍‌ ଉପରେ ଚଢ଼ାଉ କରିଥିଲା। ଏହି ସମୟରେ ପଞ୍ଜାବ ଲୁଧିଆନାର ଲକ୍ଷ୍ମୀନ୍ଦର ସିଂ ଓ ଜଶ୍‌ପାଲଙ୍କୁ ଗିରଫ କରିଥିଲା। ଏମାନଙ୍କଠାରୁ ୧୨୭୭ କେଜି ଗଞ୍ଜେଇ ଜବତ ହୋଇଥିଲା। ଏନେଇ ପୋଲିସ ୧୦୪/୨୧ର ଏକ ମାମଲା ରୁଜୁ କରିଥିଲା। ଏହି ସମୟରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ଜୟପୁର ହାଇଦ୍ରାବାଦ ଲାଇନର ଆକବର ଏଲିୟସ ମୁରାଦ ଖାନଙ୍କୁ ପୋଲିସ ପରେ ଗିରଫ କରିଥିଲା। ସେ ଏହି କାରବାର କରି ୧ କୋଟି ୩୦ ଲକ୍ଷ ଟଙ୍କା ଜମା କରିଥିଲେ। ଖାନ୍‌ଙ୍କ ଆୟର କିଛି ମାଧ୍ୟମ ନ ଥିବା ବେଳେ ସେ ଏତେ ସମ୍ପତ୍ତି କିପରି କଲେ ତା’ର ଖୋଳତାଡ଼ ସଦର ଥାନା ଅଧିକାରୀ ଈଶ୍ୱର ତାଣ୍ଡି ଓ ବେହେରା କରିଥିଲେ। ୨୦୨୦ରୁ ସେ ଗଞ୍ଜେଇ କାରବାରରେ ଲିପ୍ତ ରହି ଏତେ ପରିମାଣରେ ଟଙ୍କା ଠୁଳ କରିଥିଲେ। କୋଲକାତାର ଏନ୍‌ଡିପିଏସ୍‌ କମ୍ପିଟେଣ୍ଟ ଅଥରଟି ମୁରାଦଖାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ନିର୍ଦ୍ଦେଶ ଦେଇଥିବା ଏସ୍‌ଡିପିଓ ବେହେରା ପ୍ରକାଶ କରିଛନ୍ତି। ମୁରାଦଖାନଙ୍କ ଜମିବାଡ଼ି, ବୁଲେଟ ଗାଡ଼ି , ସ୍କୁଟି ଓ ଜୟପୁର ହାଇଦ୍ରାବାଦ ଲାଇନରେ ୩ ମହାଲ ବିଶିଷ୍ଟ କୋଠା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri