ଗଞ୍ଜେଇ ଚାଲାଣରେ ଜଡ଼ିତ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ

ଜୟପୁର, ୧୩।୧୧ (ନି.ପ୍ର.)-ଗଞ୍ଜେଇ ଚୋରାଚାଲାଣରେ ଗିରଫ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ନିର୍ଦ୍ଦେଶ ଆସିଥିବା ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ଶନିବାର କହିଛନ୍ତି ା ଏନେଇ ସେ କହିଛନ୍ତି, ଜୟପୁର ସଦର ଥାନା ପୋଲିସ ୨୦୨୧ ଜୁନ୍‌ ୧୧ରେ ଏକ ଗଞ୍ଜେଇ ବୋଝେଇ ଟ୍ରକ୍‌ ଉପରେ ଚଢ଼ାଉ କରିଥିଲା। ଏହି ସମୟରେ ପଞ୍ଜାବ ଲୁଧିଆନାର ଲକ୍ଷ୍ମୀନ୍ଦର ସିଂ ଓ ଜଶ୍‌ପାଲଙ୍କୁ ଗିରଫ କରିଥିଲା। ଏମାନଙ୍କଠାରୁ ୧୨୭୭ କେଜି ଗଞ୍ଜେଇ ଜବତ ହୋଇଥିଲା। ଏନେଇ ପୋଲିସ ୧୦୪/୨୧ର ଏକ ମାମଲା ରୁଜୁ କରିଥିଲା। ଏହି ସମୟରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ଜୟପୁର ହାଇଦ୍ରାବାଦ ଲାଇନର ଆକବର ଏଲିୟସ ମୁରାଦ ଖାନଙ୍କୁ ପୋଲିସ ପରେ ଗିରଫ କରିଥିଲା। ସେ ଏହି କାରବାର କରି ୧ କୋଟି ୩୦ ଲକ୍ଷ ଟଙ୍କା ଜମା କରିଥିଲେ। ଖାନ୍‌ଙ୍କ ଆୟର କିଛି ମାଧ୍ୟମ ନ ଥିବା ବେଳେ ସେ ଏତେ ସମ୍ପତ୍ତି କିପରି କଲେ ତା’ର ଖୋଳତାଡ଼ ସଦର ଥାନା ଅଧିକାରୀ ଈଶ୍ୱର ତାଣ୍ଡି ଓ ବେହେରା କରିଥିଲେ। ୨୦୨୦ରୁ ସେ ଗଞ୍ଜେଇ କାରବାରରେ ଲିପ୍ତ ରହି ଏତେ ପରିମାଣରେ ଟଙ୍କା ଠୁଳ କରିଥିଲେ। କୋଲକାତାର ଏନ୍‌ଡିପିଏସ୍‌ କମ୍ପିଟେଣ୍ଟ ଅଥରଟି ମୁରାଦଖାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ନିର୍ଦ୍ଦେଶ ଦେଇଥିବା ଏସ୍‌ଡିପିଓ ବେହେରା ପ୍ରକାଶ କରିଛନ୍ତି। ମୁରାଦଖାନଙ୍କ ଜମିବାଡ଼ି, ବୁଲେଟ ଗାଡ଼ି , ସ୍କୁଟି ଓ ଜୟପୁର ହାଇଦ୍ରାବାଦ ଲାଇନରେ ୩ ମହାଲ ବିଶିଷ୍ଟ କୋଠା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri