ଛୁଟିରେ ଥାଇ ପଦୋନ୍ନତି

କଟକ ଅଫିସ,୩।୫: ରାଜ୍ୟ ପୋଲିସ ବିଭାଗ ବିଭିନ୍ନ ସମୟରେ ନିଜସ୍ବ କାର୍ଯ୍ୟଶୈଳୀକୁ ନେଇ ସମାଲୋଚନା ଘେରକୁ ଆସିଛି। କେତେବେଳେ ପୋଲିସ କର୍ମଚାରୀ ନିଜ କ୍ଷମତାର ଦୂରୁପଯୋଗ କରି ତ ଆଉ କେବେ ଅପରାଧ ସହ ଯୋଡ଼ି ହେବା ଯୋଗୁ ଖାକିରେ ଦାଗ ଲାଗିଛି। ଏଭଳିି ଏକ ଘଟଣା ଦୃଷ୍ଟିକୁ ଆସିଛି। ରାଜ୍ୟ ପୋଲିସ ବିଭାଗର ଜଣେ ଇନ୍ସପେକ୍ଟର ଛୁଟିରେ ଥାଇ ମଧ୍ୟ ପଦୋନ୍ନତି ପାଇଛନ୍ତିି। ୧୯୯୩ ବ୍ୟାଚ୍‌ର ଜଣେ ଇନ୍ସପେକ୍ଟର ବ୍ରହ୍ମପୁରରେ କାର୍ଯ୍ୟରତ ଥିବା ବେଳେ ୨୦୧୭ ଜୁଲାଇରୁ ଶାରୀରିକ ଅସୁସ୍ଥତା ଦେଖାଇ ଛୁଟିରେ ଥିଲେ। ୨୦୧୭ ଡିସେମ୍ବରରେ ତାଙ୍କୁ ଡିଏସ୍‌ପି ଇନ୍‌ଚାର୍ଜ ପଦକୁ ପଦୋନ୍ନତି ସହ କନ୍ଧମାଳକୁ ବଦଳି କରାଯାଇଥିଲା। ମାତ୍ର ସେ ସେଠାକୁ ନ ଯାଇ ଛୁଟିରେ ରହିଥିଲେ। ଦୀର୍ଘ ୩ବର୍ଷ କାଳ ଅସୁସ୍ଥତାଜନିତ ଛୁଟିରେ ଥିବାବେଳେ ପୁଣି ଅଫିସ ଅର୍ଡର ନଂ. ୬୨୯ ତାରିଖ ୧୩ା୨ା୨୧ରେ ତାଙ୍କୁ ଡିଏସ୍‌ପି ଇନ୍‌ଚାର୍ଜ ପଦରୁ ଡିଏସ୍‌ପି ପଦକୁ ପଦୋନ୍ନତି ଦିଆଯାଇ ଏସ୍‌ପି ପିସିଆର୍‌ ସେଲ୍‌ କନ୍ଧମାଳକୁ ବଦଳି କରାଯାଇଥିଲା। ତେବେ ତତ୍କାଳୀନ ବ୍ରହ୍ମପୁର ଏସ୍‌ପି ଆଶିଷ ସିଂଙ୍କ ଅନୁମୋଦନ ବିନା କିପରି ତାଙ୍କର ପଦୋନ୍ନତି ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରି ସ୍ଥଳେ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବିଭାଗୀୟ ପଦୋନ୍ନତି କମିଟି(ଡିପିସି) କିପରି ତାଙ୍କ ପଦୋନ୍ନତିକୁ ଅନୁମୋଦନ କଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ପୋଲିସ ଡିଜି ଏପରି ଘଟଣା ଜାଣିବା ପରେ ବିଭାଗୀୟସ୍ତରରେ ଖୋଳତାଡ଼ କରି ଏକ ରିପୋର୍ଟ ଗୃହ ବିଭାଗକୁ ପଠାଇଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏବେ ଡିଜିପିଙ୍କ ରିପୋର୍ଟ ଉପରେ ଗୃହ ବିଭାଗ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା। ସୂଚନାଯୋଗ୍ୟ, ଅତୀତରେ ଯେଉଁ ପୋଲିସ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସେମାନେ ଏବେ ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ। ଏପରିକି ଭିଜିଲାନ୍ସ ଜାଲରେ ପଡ଼ି ମାମଲାରେ ଛନ୍ଦି ହୋଇଥିବା ପୋଲିସ ଅଫିସରଙ୍କୁ ପଦୋନ୍ନତି ମିଳିବା ସହ ଡିଜିପି ଡିସ୍କ ମିଳିଥିବାର ନଜିର ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?