ଛୁଟିରେ ଥାଇ ପଦୋନ୍ନତି

କଟକ ଅଫିସ,୩।୫: ରାଜ୍ୟ ପୋଲିସ ବିଭାଗ ବିଭିନ୍ନ ସମୟରେ ନିଜସ୍ବ କାର୍ଯ୍ୟଶୈଳୀକୁ ନେଇ ସମାଲୋଚନା ଘେରକୁ ଆସିଛି। କେତେବେଳେ ପୋଲିସ କର୍ମଚାରୀ ନିଜ କ୍ଷମତାର ଦୂରୁପଯୋଗ କରି ତ ଆଉ କେବେ ଅପରାଧ ସହ ଯୋଡ଼ି ହେବା ଯୋଗୁ ଖାକିରେ ଦାଗ ଲାଗିଛି। ଏଭଳିି ଏକ ଘଟଣା ଦୃଷ୍ଟିକୁ ଆସିଛି। ରାଜ୍ୟ ପୋଲିସ ବିଭାଗର ଜଣେ ଇନ୍ସପେକ୍ଟର ଛୁଟିରେ ଥାଇ ମଧ୍ୟ ପଦୋନ୍ନତି ପାଇଛନ୍ତିି। ୧୯୯୩ ବ୍ୟାଚ୍‌ର ଜଣେ ଇନ୍ସପେକ୍ଟର ବ୍ରହ୍ମପୁରରେ କାର୍ଯ୍ୟରତ ଥିବା ବେଳେ ୨୦୧୭ ଜୁଲାଇରୁ ଶାରୀରିକ ଅସୁସ୍ଥତା ଦେଖାଇ ଛୁଟିରେ ଥିଲେ। ୨୦୧୭ ଡିସେମ୍ବରରେ ତାଙ୍କୁ ଡିଏସ୍‌ପି ଇନ୍‌ଚାର୍ଜ ପଦକୁ ପଦୋନ୍ନତି ସହ କନ୍ଧମାଳକୁ ବଦଳି କରାଯାଇଥିଲା। ମାତ୍ର ସେ ସେଠାକୁ ନ ଯାଇ ଛୁଟିରେ ରହିଥିଲେ। ଦୀର୍ଘ ୩ବର୍ଷ କାଳ ଅସୁସ୍ଥତାଜନିତ ଛୁଟିରେ ଥିବାବେଳେ ପୁଣି ଅଫିସ ଅର୍ଡର ନଂ. ୬୨୯ ତାରିଖ ୧୩ା୨ା୨୧ରେ ତାଙ୍କୁ ଡିଏସ୍‌ପି ଇନ୍‌ଚାର୍ଜ ପଦରୁ ଡିଏସ୍‌ପି ପଦକୁ ପଦୋନ୍ନତି ଦିଆଯାଇ ଏସ୍‌ପି ପିସିଆର୍‌ ସେଲ୍‌ କନ୍ଧମାଳକୁ ବଦଳି କରାଯାଇଥିଲା। ତେବେ ତତ୍କାଳୀନ ବ୍ରହ୍ମପୁର ଏସ୍‌ପି ଆଶିଷ ସିଂଙ୍କ ଅନୁମୋଦନ ବିନା କିପରି ତାଙ୍କର ପଦୋନ୍ନତି ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରି ସ୍ଥଳେ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବିଭାଗୀୟ ପଦୋନ୍ନତି କମିଟି(ଡିପିସି) କିପରି ତାଙ୍କ ପଦୋନ୍ନତିକୁ ଅନୁମୋଦନ କଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ପୋଲିସ ଡିଜି ଏପରି ଘଟଣା ଜାଣିବା ପରେ ବିଭାଗୀୟସ୍ତରରେ ଖୋଳତାଡ଼ କରି ଏକ ରିପୋର୍ଟ ଗୃହ ବିଭାଗକୁ ପଠାଇଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏବେ ଡିଜିପିଙ୍କ ରିପୋର୍ଟ ଉପରେ ଗୃହ ବିଭାଗ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା। ସୂଚନାଯୋଗ୍ୟ, ଅତୀତରେ ଯେଉଁ ପୋଲିସ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସେମାନେ ଏବେ ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ। ଏପରିକି ଭିଜିଲାନ୍ସ ଜାଲରେ ପଡ଼ି ମାମଲାରେ ଛନ୍ଦି ହୋଇଥିବା ପୋଲିସ ଅଫିସରଙ୍କୁ ପଦୋନ୍ନତି ମିଳିବା ସହ ଡିଜିପି ଡିସ୍କ ମିଳିଥିବାର ନଜିର ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri