ପ୍ରତିଶ୍ରୁତିରେ ଅଟକିଛି ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ

କେନ୍ଦ୍ରାପଡ଼ା ଅଫିସ, ୨୯ା୧୨: କେନ୍ଦ୍ରାପଡ଼ା ଜିଲାର ତିଖିରିଠାରେ ପାଇକା ନଦୀ ଓ ଜଗତ୍‌ସିଂହପୁର ଜିଲା ଚୌଧୁରୀଗଡା ଗ୍ରାମ ନିକଟ ମହାନଦୀରେ ଆନିକଟ ହେବ। ସଂରକ୍ଷିତ ଜଳ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ୮୯ଟି ଗ୍ରାମ ସହିତ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଓ ପାରାଦୀପ ପୌରାଞ୍ଚଳରେ ପାନୀୟ ଜଳ ଯୋଗାଣ ହେବ। ୩୪୪.୬୭ କୋଟିର ଏହି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଙ୍ଗଳବାର ମଞ୍ଜୁରୀ ଦେଇଛି। ପୂର୍ବରୁ ଏହି ଜିଲାରେ ୮୮୬.୨୮ କୋଟି ଟଙ୍କା ୭ ପାନୀୟ ଜଳ ପ୍ରକଳ୍ପ ପାଇଁ ବ୍ୟୟ ବରାଦ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବାରୁ ଗ୍ରାମବାସୀ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଭୂତଳ ଜଳ ସଙ୍କଟ ଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରିପୋର୍ଟ ପାଇଁ କେବଳ ପ୍ରକଳ୍ପକୁ ମଞ୍ଜୁରୀ ମିଳୁଛି। ଜିଲାର ମୋଟ ୧୫୯୧ ରାଜସ୍ବ ଗ୍ରାମ ମଧ୍ୟରୁ ନିର୍ମାଣାଧୀନ ଓ ପ୍ରସ୍ତାବିତ ୭ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ୧୦୦୪ ଗ୍ରାମ ଅଦ୍ୟାବଧି ଉପକୃତ ହୋଇନାହାନ୍ତି। ଏପରି କି ଜଳ ଜୀବନ ମିଶନ ତଥ୍ୟ ଅନୁଯାୟୀ ଜିଲାର ୨୪୯ ପଞ୍ଚାୟତ ମଧ୍ୟରୁ ମାତ୍ର ଗୋଟିଏ ଅର୍ଥାତ ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଡରା ପଞ୍ଚାୟତରେ ଶତ ପ୍ରତିଶତ ଘରକୁ ଟ୍ୟାପ ସଂଯୋଗ ହୋଇଛି। ଏହି ଜିଲାରେ ମୋଟ ୩,୦୪,୭୨୫ ଘର ଅଛି। ଏଥିମଧ୍ୟରୁ ୧,୫୬,୯୦୫ ଘରକୁ ପାଇପ ଯୋଗେ ଜଳ ଯୋଗାଣ ହେଉଥିବା ଦର୍ଶାଯାଇଛି। ମୋଟ ୧୨୯ ଗ୍ରାମକୁ ଶତପ୍ରତିଶତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ଅଞ୍ଚଳରେ ଟ୍ୟାପ ସଂଯୋଗ ସମସ୍ୟା ରହିଛି।

ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ, ସୁନୀଲ କୁମାର ଗନ୍ତାୟତ, ପ୍ରକାଶ କୁମାର ଦାସ, ଆଶିଷ କୁମାର ଦାଶ ପ୍ରମୁଖ କହିଛନ୍ତି, ପାନୀୟ ଜଳ ଯୋଗାଣ ପରି ମୌଳିକ ସମସ୍ୟାର ସମାଧାନକୁ ସ୍ଥାନୀୟ ରାଜନେତା ଓ ପ୍ରଶାସକ ଗୁରୁତ୍ୱ ଦେଉନାହାନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ନଭେମ୍ବର ୮ରେ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକର ୨୦୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଏଥିପାଇଁ ମୋଟ ୨୪୧.୩୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ସେହିପରି ଖରସ୍ରୋତା ପାଣି ବିବାଦ ସୃଷ୍ଟି ହେବାରୁ ରାଜ୍ୟ ସରକାର ୨୦୨୧ ମସିହାରେ ଆଳିର ୧୨୬ ଗଁା ପାଇଁ ୧୧୩.୭୨ କୋଟି ଟଙ୍କା ଓ ରାଜକନିକାରେ ୧୫୬ ଗ୍ରାମ ପାଇଁ ୧୧୪.୧୯ କୋଟି ଟଙ୍କା ବ୍ୟୟରେ ଦୁଇ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଗତ ଅଗଷ୍ଟରେ ପଟ୍ଟାମୁଣ୍ଡାଇର ୧୩୮ ଗ୍ରାମ, ରାଜନଗରର ୨୪୯ ଗ୍ରାମ, ଗରଦପୁରର ୧୩୫ ଗ୍ରାମ ଗ୍ରାମ ପାଇଁ ୩ ପ୍ରକଳ୍ପ ହେବ ବୋଲି ପ୍ରସ୍ତାବ ପାରିତ ହୋଇଛି। ଏଥିରେ ମୋଟ ୪୧୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ସ୍ଥାନୀୟ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଗତ ଅଗଷ୍ଟ ୧୩ ତାରିଖରେ କୃତଜ୍ଞତା ପ୍ରକାଶ କରିଛନ୍ତି। ସଦ୍ୟତମ ଜିଲା ଜଳ ସମ୍ପଦ ବିଭାଗ ସର୍ଭେ ଅନୁଯାୟୀ ଜିଲାର ୫ ବ୍ଲକ ଅଞ୍ଚଳର ଭୂତଳ ଜଳ ଲୁଣିଆ ହୋଇଛି। ଅବଶିଷ୍ଟ ୪ ବ୍ଲକ ଅଞ୍ଚଳରେ ଏହି ସମସ୍ୟା ଉତ୍କଟ ହେବାକୁ ଯାଉଛି। ଲୁଣା ଜଳ ମିଳିବା ସହ ଫ୍ଲୋରାଇଡ ପରି ଉପାଦାନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହାବ୍ୟତୀତ ଏହି ୭ ବ୍ଲକ ଅଞ୍ଚଳର ଭୂତଳ ଜଳ ପରିମାଣ କ୍ରମାଗତ ଭାବେ ହ୍ରାସ ପାଉଥିବା ଜିଲା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି। ଜିଲାରେ ୭ ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଏହାର ମଧୁର ଜଳକୁ ଜିଲାବାସୀଙ୍କ ପାଇଁ ଉପଯୋଗୀ କରାଯାଉନାହିଁ। କୋଷ୍ଟାଲ କେନାଲ ଦ୍ୱାରା ନଦୀ ସଂଯୋଗୀକରଣ ମାଧ୍ୟମରେ ଏହାର ବ୍ୟବହାର କରିବା ଆବଶ୍ୟକ। ଜିଲାରେ ଜଳ ସଙ୍କଟ ଥିବାବେଳେ ଏଠାରେ ପ୍ରବାହିତ ଖରସ୍ରୋତା ନଦୀର ପାଣିକୁ ଚାନ୍ଦବାଲି ଶିଳ୍ପାଞ୍ଚଳକୁ ପଠାଇବା ପାଇଁ ରାଜ୍ୟ ସରକାର ବ୍ୟସ୍ତ ହୋଇଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଏନ୍‌ଜିଟି ମାମଲା ପାଇଁ ମଣିକୁଣ୍ଡା ଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହୋଇଛି। ୭ଟି ମଧ୍ୟରୁ ନିର୍ମାଣାଧୀନ ୨ଟି ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri