ପ୍ରତିଶ୍ରୁତି ଦେଇ ଦୁଗ୍ଧଚାଷୀଙ୍କୁ ପ୍ରତାରଣା

ଛେଣ୍ଡିପଦା,୫।୫(ସ୍ବ.ପ୍ର.): ଚାଷୀଙ୍କ ହାତକୁ ଅଧିକ ଅର୍ଥ ଦେବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। କିନ୍ତୁ ପ୍ରଶାସନ ଉକ୍ତ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକାରୀ କରୁ ନ ଥିବାରୁ ତାହାର ସୁଫଳ ବହୁ ଚାଷୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ଛେଣ୍ଡିପଦା ବ୍ଲକର ଦୁଗ୍ଧ ଚାଷୀମାନେ ଏହାର ଉଦାହରଣ। ଏହି ଚାଷୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ୨/୩ ବର୍ଷ ହେବ ବନ୍ଦ ପଡ଼ିଥିବାବେଳେ ତାହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଏପରି କି ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରଶାସନ ଏହି ଚାଷୀମାନଙ୍କୁ କେବଳ ପ୍ରତାରଣା କରିଚାଲିଛି। ଫଳରେ ଦୁଗ୍ଧ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଧାରଣା ଦେବାକୁ ସେମାନେ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି।
ପ୍ରକାଶ ଯେ, ୨୦୧୭ ମସିହାରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ତୁକୁଡ଼ା ଗ୍ରାମର ୩୧ ଜଣ ଚାଷୀଙ୍କୁ ଜଳଛାୟା ପ୍ରକଳ୍ପ ଜରିଆରେ ଗୋଟିଏ ଲେଖାଏଁ ଗାଈ ଯୋଗାଇ ଦିଆଯାଇଥିଲା। କ୍ଷୀର ବିକ୍ରି ପାଇଁ ଓମ୍‌ଫେଡ ସହ ଜଳଛାୟା ବିଭାଗ ପକ୍ଷରୁ ଲିଙ୍କ୍‌ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଚାଷୀମାନେ ତୁକୁଡ଼ା ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଗଠନ କରି ସଭାପତି ଓ ସମ୍ପାଦକଙ୍କ ନାମରେ ଯୁଗ୍ମ ଜମାଖାତା ପରିଚାଳନା କରିଥିଲେ। ଆରମ୍ଭରୁ ଓମଫେଡ୍‌ର ଛେଣ୍ଡିପଦା ଶୀତଳୀକରଣ କେନ୍ଦ୍ରରେ କ୍ଷୀର ଦିଆଯାଉଥିଲା। ହେଲେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଉକ୍ତ ଶୀତଳୀକରଣ କେନ୍ଦ୍ର ୨/୩ ବର୍ଷ ହେଲା ବନ୍ଦ ହୋଇଯାଇଛି। ଏପରି କି ଉକ୍ତ ପୁରୁଣା ଶୀତଳୀକରଣ କେନ୍ଦ୍ରକୁ ଭଙ୍ଗାଯାଇ ଜିଲା ଖଣିଜ ପାଣ୍ଠି ଅର୍ଥରେ ନୂତନ ଗୃହ ନିର୍ମାଣ କରାଯାଇଛି। ଉକ୍ତ ଗୃହ ଉଦ୍‌ଘାଟନକୁ ୮ ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନ ପାରି ପଡିରହିଛି। ତେଣୁ କେତେଜଣ ଚାଷୀ ଘର ଘର ବୁଲି ଦୁଗ୍ଧ ବିକ୍ରି କରୁଥିବାବେଳେ ସମବାୟ ସମିତି ପକ୍ଷରୁ ଅନୁଗୋଳ ଓମ୍‌ଫେଡ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ଦୁଗ୍ଧ ଦିଆଯାଉଛି। ଓମ୍‌ଫେଡ୍‌ ପ୍ରତି ୧୦ ଦିନରେ ସମିତିର ଯୁଗ୍ମ ଜମାଖାତାରେ ଟଙ୍କା ଜମା କରିବା ପରେ ଏହି ଅର୍ଥ ଚାଷୀ ପାଇଥାନ୍ତି। ଗତବର୍ଷ ୯୮ ହଜାର ଟଙ୍କା ଟିଡିଏସ୍‌ କଟିଥିଲା। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହଯୋଗରୁ ଏହି ଅର୍ଥ ଫେରିଥିଲା। ଏ ବର୍ଷ କିନ୍ତୁ ୨ ଲକ୍ଷ ୧୩ ହଜାର ଟଙ୍କାର ଟିଡିଏସ୍‌ କଟିଥିବାରୁ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। କୋଭିଡ୍‌ ସହାୟତା ଅର୍ଥ ମଧ୍ୟ ଚାଷୀ ପାଇପାରୁନାହାନ୍ତି।

ପରିଚାଳନାଗତ ତ୍ରୁଟି ଚିନ୍ତା ବଢ଼ାଉଛି
୨୦୧୭ ଜୁନରେ ୩୧ଟି ଗାଈଙ୍କୁ ନେଇ ସମିତି ଗଠନ କରାଯାଇଥିଲା। ସମିତି ପକ୍ଷରୁ ପ୍ରଥମେ ଛେଣ୍ଡିପଦା ଶୀତଳୀକରଣ କେନ୍ଦ୍ରକୁ ଦୁଗ୍ଧ ଦିଆଯାଉଥିଲା। ତାହା ବନ୍ଦ ହେବାପରେ ଅନୁଗୋଳ କେନ୍ଦ୍ରକୁ ଦୁଗ୍ଧ ଦିଆଯାଉଛି। ଏଠି ମଧ୍ୟ ପରିଚାଳନାଗତ ତ୍ରୁଟି ଦେଖିବାକୁ ମିଳୁଛି।
-ବୀରେନ କୁମାର ସାହୁ, ସଭାପତି, ତୁକୁଡା ଦୁଗ୍ଧ ସମିତି

ଚାଷୀ ବାରମ୍ବାର କ୍ଷତି ସହୁଛନ୍ତି
ଗତ ବର୍ଷ ବ୍ୟାଙ୍କରେ ୯୮ ହଜାର ଟଙ୍କା ଅଟକି ରହିଥିଲା। ବହୁ କଷ୍ଟରେ ୯୦ ହଜାର ଟଙ୍କା ଆଣି ଚାଷୀଙ୍କୁ ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଚାଷୀମାନେ ବାରମ୍ବାର କ୍ଷତି ସହୁଛନ୍ତି। ଅଭିଯୋଗ କଲେ ସୁଫଳ ମିଳୁ ନାହିଁ।
-କେଦାର ସାହୁ, ସମ୍ପାଦକ, ଦୁଗ୍ଧ ସମବାୟ ସମିତି

ଗାଈକୁ ଦାନା ଦେଇପାରୁନୁ
ତୈଳଦର ବୃଦ୍ଧି ପରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢ଼ିଚାଲିଛି। ଫଳରେ ଦୁଗ୍ଧ ଚାଷୀଙ୍କ ନିକଟରେ ଗାଈକୁ ଦାନା ଦେବାରେ ସମସ୍ୟା ଲାଗିରହିଛି। ଫଳରେ ପରିବାର ବୋଝ ସାଙ୍ଗକୁ ଗାଈକୁ ଦାନା ଯୋଗାଇବା କଷ୍ଟକର ହୋଇପଡିଛି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉ।
-ଚିତ୍ର ବିଶ୍ବାଳ, ଦୁଗ୍ଧ ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

ପୋକ ଲାଗି ଫସଲ ନଷ୍ଟ

ଖଇରା, ୯ା୧୧(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧୀନ ମାଣିତ୍ରୀ, ଜଳଙ୍ଗଗଣ୍ଡିବେଡ, ମହୁଜମପୁର ଆଦି ଗ୍ରାମର ଅଧିବାସୀମାନେ ଧାନଜମିରେ ଜଉଆ ବା ମାଟିଆଗୁଣ୍ଡି ପୋକ...

ସମ୍ବଲପୁରରେ କଟକଣା ନ ମାନିଲେ ଜରିମାନା

ସମ୍ବଲପୁର,୭।୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲାରେ କଟକଣା କଡାକଡି କରାଯାଇଛି। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବୁଧବାର ମାସ୍କ ଚେକିଂ କରାଯାଇଥିଲା। ଏହାସହ...

ସବୁଠି ସାମାଜିକ ଦୂରତାକୁ ବେଖାତିର

  ଟିକିରି,୪ା୫: ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେତେ ସଚେତନ କରାଗଲେ ମଧ୍ୟ ଲୋକେ ବୁଝିବାକୁ ନାରାଜ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲାକୁ...

‘ଶିକ୍ଷକଙ୍କ ସମସ୍ୟା ବୁଝନ୍ତୁ ସରକାର’

ବଇଣ୍ଡା,୩।୧୨(ଡି.ଏନ.ଏ.) ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଆଠମଲ୍ଲିକ ଶାଖା ପକ୍ଷରୁ ଶିକ୍ଷକ ସମସ୍ୟାକୁ ନେଇ ଏକ ଆଲୋଚନାଚକ୍ର...

ଜମାକାରୀଙ୍କ ଅର୍ଥ ହଡ଼ପ

ବାରିପଦା ଅଫିସ,୭ା୧: ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ମୁକ୍ତାପୁର ପଞ୍ଚାୟତର ଶତାଧିକ ଲୋକଙ୍କଠାରୁ କିଓସ୍କ ବ୍ୟାଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣା ପଦାକୁ...

ସୌନ୍ଦର୍ଯ୍ୟ ଦେଖିବେ ସହରବାସୀ

ଅନୁଗୋଳ ଅଫିସ, ୧୯ ।୧୧ ସୁନ୍ଦର ଦିଶିବ ଅନୁଗୋଳ ସହର। ବହୁ କୋଟି ଟଙ୍କା ବ୍ୟୟରେ ଏଥିପାଇଁ ପ୍ରସ୍ତୁତ କରାଯାଇଛି ଭିତ୍ତିଭୂମି। ମାସ ମାସ ଧରି...

ଜିଲାପାଳଙ୍କ କୋର୍ଟରେ ଶୁଣାଣି: ୧୦୩ ଚାଷୀଙ୍କୁ ବୀମାରାଶି ପ୍ରଦାନ ନିର୍ଦ୍ଦେଶ

ଯାଜପୁର ଅଫିସ,୩ା୧: ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଥାଳକୁଡି ଗ୍ରାମ ପଞ୍ଚାୟତର କସବା ଓ ଥାଳକୁଡି ଗ୍ରାମର ୧୦୩ ଚାଷୀଙ୍କ ବୀମା ଅର୍ଥ ହେରଫେର...

ଜାତୀୟ ହସ୍ତତନ୍ତ ଦିବସ: ବାନ୍ଧି ରଖିଛି ବାନ୍ଧକଳା

ଅଗଷ୍ଟ ୭, ଜାତୀୟ ହସ୍ତତନ୍ତ ଦିବସ। ଦେଶରେ ବୁଣାକାରଙ୍କ ଉନ୍ନୟନ ଲାଗି ୨୦୧୫ରୁ ଏହି ଦିବସ ପାଳିତ ହୋଇଆସୁଛି। ହସ୍ତତନ୍ତ, ବାନ୍ଧକଳା କେବଳ ପୁରୁଷଙ୍କ ପାଖରେ...

Advertisement
Archives

Model This Week