ପ୍ରତିଶ୍ରୁତି ଦେଇ ଦୁଗ୍ଧଚାଷୀଙ୍କୁ ପ୍ରତାରଣା

ଛେଣ୍ଡିପଦା,୫।୫(ସ୍ବ.ପ୍ର.): ଚାଷୀଙ୍କ ହାତକୁ ଅଧିକ ଅର୍ଥ ଦେବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। କିନ୍ତୁ ପ୍ରଶାସନ ଉକ୍ତ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକାରୀ କରୁ ନ ଥିବାରୁ ତାହାର ସୁଫଳ ବହୁ ଚାଷୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ଛେଣ୍ଡିପଦା ବ୍ଲକର ଦୁଗ୍ଧ ଚାଷୀମାନେ ଏହାର ଉଦାହରଣ। ଏହି ଚାଷୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ୨/୩ ବର୍ଷ ହେବ ବନ୍ଦ ପଡ଼ିଥିବାବେଳେ ତାହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଏପରି କି ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରଶାସନ ଏହି ଚାଷୀମାନଙ୍କୁ କେବଳ ପ୍ରତାରଣା କରିଚାଲିଛି। ଫଳରେ ଦୁଗ୍ଧ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଧାରଣା ଦେବାକୁ ସେମାନେ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି।
ପ୍ରକାଶ ଯେ, ୨୦୧୭ ମସିହାରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ତୁକୁଡ଼ା ଗ୍ରାମର ୩୧ ଜଣ ଚାଷୀଙ୍କୁ ଜଳଛାୟା ପ୍ରକଳ୍ପ ଜରିଆରେ ଗୋଟିଏ ଲେଖାଏଁ ଗାଈ ଯୋଗାଇ ଦିଆଯାଇଥିଲା। କ୍ଷୀର ବିକ୍ରି ପାଇଁ ଓମ୍‌ଫେଡ ସହ ଜଳଛାୟା ବିଭାଗ ପକ୍ଷରୁ ଲିଙ୍କ୍‌ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଚାଷୀମାନେ ତୁକୁଡ଼ା ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଗଠନ କରି ସଭାପତି ଓ ସମ୍ପାଦକଙ୍କ ନାମରେ ଯୁଗ୍ମ ଜମାଖାତା ପରିଚାଳନା କରିଥିଲେ। ଆରମ୍ଭରୁ ଓମଫେଡ୍‌ର ଛେଣ୍ଡିପଦା ଶୀତଳୀକରଣ କେନ୍ଦ୍ରରେ କ୍ଷୀର ଦିଆଯାଉଥିଲା। ହେଲେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଉକ୍ତ ଶୀତଳୀକରଣ କେନ୍ଦ୍ର ୨/୩ ବର୍ଷ ହେଲା ବନ୍ଦ ହୋଇଯାଇଛି। ଏପରି କି ଉକ୍ତ ପୁରୁଣା ଶୀତଳୀକରଣ କେନ୍ଦ୍ରକୁ ଭଙ୍ଗାଯାଇ ଜିଲା ଖଣିଜ ପାଣ୍ଠି ଅର୍ଥରେ ନୂତନ ଗୃହ ନିର୍ମାଣ କରାଯାଇଛି। ଉକ୍ତ ଗୃହ ଉଦ୍‌ଘାଟନକୁ ୮ ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନ ପାରି ପଡିରହିଛି। ତେଣୁ କେତେଜଣ ଚାଷୀ ଘର ଘର ବୁଲି ଦୁଗ୍ଧ ବିକ୍ରି କରୁଥିବାବେଳେ ସମବାୟ ସମିତି ପକ୍ଷରୁ ଅନୁଗୋଳ ଓମ୍‌ଫେଡ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ଦୁଗ୍ଧ ଦିଆଯାଉଛି। ଓମ୍‌ଫେଡ୍‌ ପ୍ରତି ୧୦ ଦିନରେ ସମିତିର ଯୁଗ୍ମ ଜମାଖାତାରେ ଟଙ୍କା ଜମା କରିବା ପରେ ଏହି ଅର୍ଥ ଚାଷୀ ପାଇଥାନ୍ତି। ଗତବର୍ଷ ୯୮ ହଜାର ଟଙ୍କା ଟିଡିଏସ୍‌ କଟିଥିଲା। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହଯୋଗରୁ ଏହି ଅର୍ଥ ଫେରିଥିଲା। ଏ ବର୍ଷ କିନ୍ତୁ ୨ ଲକ୍ଷ ୧୩ ହଜାର ଟଙ୍କାର ଟିଡିଏସ୍‌ କଟିଥିବାରୁ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। କୋଭିଡ୍‌ ସହାୟତା ଅର୍ଥ ମଧ୍ୟ ଚାଷୀ ପାଇପାରୁନାହାନ୍ତି।

ପରିଚାଳନାଗତ ତ୍ରୁଟି ଚିନ୍ତା ବଢ଼ାଉଛି
୨୦୧୭ ଜୁନରେ ୩୧ଟି ଗାଈଙ୍କୁ ନେଇ ସମିତି ଗଠନ କରାଯାଇଥିଲା। ସମିତି ପକ୍ଷରୁ ପ୍ରଥମେ ଛେଣ୍ଡିପଦା ଶୀତଳୀକରଣ କେନ୍ଦ୍ରକୁ ଦୁଗ୍ଧ ଦିଆଯାଉଥିଲା। ତାହା ବନ୍ଦ ହେବାପରେ ଅନୁଗୋଳ କେନ୍ଦ୍ରକୁ ଦୁଗ୍ଧ ଦିଆଯାଉଛି। ଏଠି ମଧ୍ୟ ପରିଚାଳନାଗତ ତ୍ରୁଟି ଦେଖିବାକୁ ମିଳୁଛି।
-ବୀରେନ କୁମାର ସାହୁ, ସଭାପତି, ତୁକୁଡା ଦୁଗ୍ଧ ସମିତି

ଚାଷୀ ବାରମ୍ବାର କ୍ଷତି ସହୁଛନ୍ତି
ଗତ ବର୍ଷ ବ୍ୟାଙ୍କରେ ୯୮ ହଜାର ଟଙ୍କା ଅଟକି ରହିଥିଲା। ବହୁ କଷ୍ଟରେ ୯୦ ହଜାର ଟଙ୍କା ଆଣି ଚାଷୀଙ୍କୁ ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଚାଷୀମାନେ ବାରମ୍ବାର କ୍ଷତି ସହୁଛନ୍ତି। ଅଭିଯୋଗ କଲେ ସୁଫଳ ମିଳୁ ନାହିଁ।
-କେଦାର ସାହୁ, ସମ୍ପାଦକ, ଦୁଗ୍ଧ ସମବାୟ ସମିତି

ଗାଈକୁ ଦାନା ଦେଇପାରୁନୁ
ତୈଳଦର ବୃଦ୍ଧି ପରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢ଼ିଚାଲିଛି। ଫଳରେ ଦୁଗ୍ଧ ଚାଷୀଙ୍କ ନିକଟରେ ଗାଈକୁ ଦାନା ଦେବାରେ ସମସ୍ୟା ଲାଗିରହିଛି। ଫଳରେ ପରିବାର ବୋଝ ସାଙ୍ଗକୁ ଗାଈକୁ ଦାନା ଯୋଗାଇବା କଷ୍ଟକର ହୋଇପଡିଛି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉ।
-ଚିତ୍ର ବିଶ୍ବାଳ, ଦୁଗ୍ଧ ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri