ପ୍ରକଳ୍ପ ଅଛି, କାର୍ଯ୍ୟରେ ଲାଗୁନି

ନବରଙ୍ଗପୁର,୨୯।୫(ବି.ପ୍ର.): ସରକାରଙ୍କ ମୁଖ୍ୟ ମୌଳିକ ସୁବିଧା ସୁଯୋଗ ବ୍ୟବସ୍ଥା ଭିତରେ ପାନୀୟ ଜଳ ଯୋଗାଣ ରହିଛି। ତେବେ ନବରଙ୍ଗପୁର ଜିଲା ସଦର ମହକୁମ୍ମାରୁ ମାତ୍ର ୮ କିମି ଦୂରରେ ଥିବା ସାନ ମସିଗାଁ ପଞ୍ଚାୟତ ସଦରରେ ପାଇପ ଯୋଗେ ପାନୀୟ ଜଳ ବ୍ୟବସ୍ଥା ସ୍ବପ୍ନ ପାଲଟିଛି। ପାନୀୟ ଜଳ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ହୋଇ ପାଇପ ବିଛା ଯାଇଛି। ତେବେ ଜନ ସାଧାରଣ ଟୋପାଏ ପାଣି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଅଭିଯୋଗ ହେଉଛି ତଥାପି ବିଭାଗ ଏହାର ସମାଧାନ କରିବା ପରିବର୍ତ୍ତେ ରକ୍ଷଣାବେକ୍ଷଣ ଓ ଟାଙ୍କିକୁ ରଙ୍ଗ ଦେଇ ହାତ ଚିକ୍କଣ କରି ବସିଛି। ଏପଟେ ପାଣିପାଇଁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି।
ନବରଙ୍ଗପୁର ବ୍ଲକ ସାନ ମସିଗାଁ ପଞ୍ଚାୟତ ସଦର ମହକକୁମା ୪ଟି ୱାର୍ଡରେ ବିଭକ୍ତ ହୋଇଛି। ଜନସଂଖ୍ୟା ୫ ହଜାରରୁ ଉର୍ଦ୍ଧ ହେବ। ମାଝି ସାହି, ଉପରସାହି, ଆଦିବାସୀ ସାହି, ଚାଲାଣ ସାହି, ଗୌଡ଼ ସାହି, ତନ୍ତି ସାହି , ଇନ୍ଦ୍ରା କଲୋନୀ ପ୍ରମୁଖ ସାହି ରହିଛି। ୫ ହଜାର ଲୋକଙ୍କ ପାଇଁ ଗାଁରେ ରହିଛି ମାତ୍ର ୯ ଗୋଟି ନଳକୂପ। ସେଥି ମଧ୍ୟରୁ ୨ ଟି ନଳକୂପ ଅଚଳ ଅବସ୍ଥାରେ ରହିଛି। ଗାଁରେ ପାଇପ ପାଣି ଯୋଗାଇବା ପାଇଁ ଆଂଶିକ ଭାବେ ପାଇପ ବିଛା ଯାଇଛି। ତାହା ମଧ୍ୟ ଅତି ନିମ୍ନମାନର। ଅଧାଅଧିକ ପାଇପ ଫାଟି ଗଲାଣି। ଦୁଇଟି ପିଣ୍ଡି କରାଯାଇଛି। ପିଣ୍ଡିକୁ ମଧ୍ୟ ପାଣି ଆସୁନାହିଁ। ଗାଁ ଉପର ମୁଣ୍ଡରେ ବସୁନ୍ଧରା ଯୋଜନାରେ ପାଣି ମଟର ଓ ଟାଙ୍କି କରାଯାଇଛି। ପାଣି ଟାଙ୍କି ହୋଇ ୧୫ ବର୍ଷ ହେଲାଣି। ଟାଙ୍କିରୁ ଟୋପାଏ ପାଣି ଗାଁ ଲୋକେ ପାଇଲେ ନାହିଁ। ଟାଙ୍କି ଉପରେ ବଡ଼ବଡ଼ ଅକ୍ଷରରେ ଲେଖା ଯାଇଛି ପ୍ରତେକ ଘରକୁ ପାଣି। ଗାଁରେ ପାଇପ ପାଣି ଆସୁ ନ ଥିବା ବେଳେ ପ୍ରତେକ ଘରକୁ ପାନୀୟ ଜଳ ବ୍ୟବସ୍ଥା କଥା ସ୍ବପ୍ନ ହୋଇ ରହିଯାଇଛି। ଗାଁରେ ମାତ୍ର ୮ଟି ସଚଳ ନଳକୂପ ରହିଛି। ଜନସଂଖ୍ୟା ଦୃଷ୍ଟିରୁ ପାଣି ପାଇଁ ଗାଁରେ ବିଭିନ୍ନ ସମୟରେ ଲୋକେ ପାଟିତୁଣ୍ଡ ହେଉଛନ୍ତି। ଗୃହପାଳିତ ପ୍ରାଣୀଙ୍କ ପାଇଁ ପାଣିର ମଧ୍ୟ ଘୋର ଅଭାବ । ଗାଁ ନିକଟରେ ୨ଟି ପୋଖରୀ ରହିଛି। ଗୋଟିଏ ପୋଖରୀରେ ପାଣି ରହୁଥିବାରୁ ଗାଁ ଲୋକେ ଗାଧୋଇବା, ଶୌଚ ଓ ଗୃହପାଳିତ ଗାଈ, ଛେଳି ମେଣ୍ଢା ପାଇଁ ବ୍ୟବହାର କରୁଛନ୍ତି। ଗାଁରେ ସ୍ବଚ୍ଛ ଭାରତ ମିଶନ ନାଁରେ ପାଇଖାନା ନାହିଁ। କିନ୍ତୁ ବାହ୍ୟ ମଳ ମୁକ୍ତ ଗାଁ ଭାବେ ପ୍ରଶାସନ ପ୍ରଚାର କରୁଛି। ଏନେଇ ସରପଞ୍ଚ ପୁଷ୍ପଳତା ମାଝିଙ୍କୁ ପଚାରିବାରୁ ପାନୀୟ ଜଳ ସମସ୍ୟା ନେଇ ଜିଲାପାଳ, ସମିତି ବୈଠକ, ଓ ଜିଲା ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗକୁ ଅନେକ ଥର ଚିଠି କରି ଜଣାଇବା ସହ ଅଭିଯୋଗ ମଧ୍ୟ କରାଯାଇଛି। ୨୦ ବର୍ଷ ହେବ ପାଣି ସମସ୍ୟା ଗାଁର ସମାଧାନ ହେଉନାହିଁ। ପଞ୍ଚାୟତକୁ ଆସିଥିବା ଅନୁଦାନ ୫-ଟି ବିଦ୍ୟାଳୟ ପାଇଁ ନେଇଗଲେ। ଉକ୍ତ ଅନୁଦାନ ଥିଲେ ଜନସାଧାରଣଙ୍କ ମୌଳିକ ସୁବିଧା ପାଇଁ ଖର୍ଚ୍ଚ ହୋଇପାରନ୍ତା। କିଛି ନଳକୂପ ଖନନ ହୋଇପାରନ୍ତା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri