Posted inଜାତୀୟ

ପ୍ରକଳ୍ପ ବିଳମ୍ବିତ, ଖର୍ଚ୍ଚ ବଢ଼ୁଛି

ନୂଆଦିଲ୍ଲୀ,୧୦ା୪: ଦେଶର ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ସର୍ବାଧିକ ବିଳମ୍ବିତ ହୋଇଥିବା ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ରିପୋର୍ଟ ଅନୁସାରେ ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରରେ ୭୧୭ ପ୍ରକଳ୍ପ ମଧ୍ୟରୁ ୪୦୭ ବିଳମ୍ବିତ ହେଇଥିବାବେଳେ ରେଳପଥର ୧୧୪, ପେଟ୍ରୋଲିୟମ୍‌ ଶିଳ୍ପର ୮୬ ପ୍ରୋଜେକ୍ଟ ବିଳମ୍ବିତ ହୋଇଛି।

କ୍ଷେତ୍ରରେ ୧୭୩ ପ୍ରକଳ୍ପ ମଧ୍ୟରୁ ୧୧୪ ପ୍ରୋଜେକ୍ଟ କାର୍ଯ୍ୟ ମନ୍ଥର ଗତିରେ ଚାଲୁଛି। ପେଟ୍ରୋଲିୟମ୍‌ ସେକ୍ଟରର ୧୪୬ ପ୍ରକଳ୍ପ ମଧ୍ୟରୁ ୮୬ଟି ପଛରେ ପଡ଼ିଯାଇଥିବା ଭିତ୍ତିଭୂମି ପ୍ରକଳ୍ପ ଫ୍ଲାସ୍‌ ରିପୋର୍ଟ ୨୦୨୩ ଫେବୃୟାରୀରୁ ଜଣାପଡ଼ିଛି। ୧୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର କେନ୍ଦ୍ରୀୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ତଦାରଖ କାର୍ଯ୍ୟ ପରିସଂଖ୍ୟାନ ଓ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ଅଧୀନ ଇନ୍‌ଫ୍ରାଷ୍ଟକ୍ଚର ଆଣ୍ଡ୍‌ ପ୍ରୋଜେକ୍ଟ ମନିଟରିଂ ଡିଭିଜନ୍‌ (ଆଇପିଏମ୍‌ଡି) କରିଥାଏ। ରିପୋର୍ଟ ଅନୁସାରେ ମୁନିରାବାଦ-ମହବୁବ୍‌ନଗର ରେଳ ପ୍ରକଳ୍ପ ସର୍ବାଧିକ ୨୭୬ ମାସ ବିଳମ୍ବିତ ହୋଇଛି। ଦ୍ୱିତୀୟ ସର୍ବାଧିକ ବିଳମ୍ବିତ ପ୍ରକଳ୍ପ ହେଉଛି ଉଦ୍ଧମପୁର-ଶ୍ରୀନଗର-ବାରମୂଲା ରେଳ ପ୍ରୋଜେକ୍ଟ, ଯାହାକି ୨୪୭ ମାସ ପଛେଇଯାଇଛି। ତୃତୀୟ ସର୍ବାଧିକ ବିଳମ୍ବିତ ପ୍ରକଳ୍ପ ହେଉଛି ବେଲାପୁର-ସିଉଡ୍‌-ଅର୍ବାନ ଇଲେକ୍ଟ୍ରିଫାଏଡ୍‌ ଡବଲ୍‌ ଲାଇନ୍‌, ଯାହାକି ନିର୍ଦ୍ଧାରିତ ସମୟଠାରୁ ୨୨୮ ମାସ ପଛରେ ପଡ଼ିଯାଇଛି।

ଫ୍ଲାସ୍‌ ରିପୋର୍ଟରେ ୧,୪୧୮ ସେଣ୍ଟ୍ରାଲ ସେକ୍ଟର ଇନ୍‌ଫ୍ରାଷ୍ଟକ୍ଚର ପ୍ରୋଜେକ୍ଟ ସମ୍ପର୍କିତ ତଥ୍ୟ ରହିଛି। ସେଥିରୁ ପ୍ରତ୍ୟେକ ପ୍ରକଳ୍ପର ମୂଲ୍ୟ ୧୫୦ କୋଟି କିମ୍ବା ତଦୂର୍ଦ୍ଧ୍ୱ ଟଙ୍କା। ସେହିପରି ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରି ନ ଥିବା ୮୨୩ଟି ପ୍ରୋଜେକ୍ଟ ରହିଛି। ୩୪୬ ପ୍ରୋଜେକ୍ଟର ବ୍ୟୟଅଟକଳ ନିର୍ଦ୍ଧରିତ ବଜେଟକୁ ବଳିଯାଇଛି। ୨୪୨ ପ୍ରକଳ୍ପର ଉଭୟ ସମୟ ଓ ନିର୍ମାଣ ଖର୍ଚ୍ଚ ମୂଳ ଆକଳନଠାରୁ ଢେର ବଢ଼ିଯାଇଛି। ୮୨୩ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟକୁ ଅତିକ୍ରମ କରିଥିବାବେଳେ ୧୫୯ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହୋଇ ନ ପାରି ଅତିରିକ୍ତ ଭାବେ ବିଳମ୍ବିତ ହୋଇଛି। ଏହି ୧୫୯ ପ୍ରକଳ୍ପ ମଧ୍ୟରୁ ୩୮ଟି ହେଉଛି ମେଗା ପ୍ରୋଜେକ୍ଟ, ଯାହାର ବ୍ୟୟଅଟକଳ ୧,୦୦୦ କୋଟି କିମ୍ବା ତଦୂର୍ଦ୍ଧ୍ୱ ଟଙ୍କା।

ଓ ରାଜପଥ ସେକ୍ଟରରେ ୭୧୭ ପ୍ରୋଜେକ୍ଟକୁ ଅନୁମୋଦନ ମିଳିବା ସମୟରେ ସେଗୁଡ଼ିକ ପାଇଁ ୩,୯୭,୨୫୫.୪୭ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। କିନ୍ତୁ ନିର୍ମାଣ ବିଳମ୍ବିତ ହୋଇଥିବାରୁ ବର୍ତ୍ତମାନ ସେଗୁଡ଼ିକ ପାଇଁ ୪,୧୪,୪୪୦ କୋଟି ଟଙ୍କା ଅର୍ଥାତ୍‌ ଅତିରିକ୍ତ ୪.୩% ଅର୍ଥ ଖର୍ଚ୍ଚ କରାଯିବ। ଅନୁରୂପ ଭାବେ ୧୭୩ ରେଲଓ୍ବେ ପ୍ରୋଜେକ୍ଟ ନିର୍ମାଣ ପାଇଁ ପୂର୍ବରୁ ୩୭,୨୭୬୧.୪୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା, ଯାହାକି ଏବେ ୬,୨୬,୬୩୨.୫୨ କୋଟି ଟଙ୍କାରେ ପହଞ୍ଚତ୍ଛି। ପେଟ୍ରୋଲିୟମ୍‌ ସେକ୍ଟରରେ ୧୪୬ଟି ପ୍ରକଳ୍ପ ପାଇଁ ୩,୬୭,୬୧୫.୬୭ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ବିଳମ୍ବ କାରଣରୁ ଏହାର ବର୍ତ୍ତମାନ ଖର୍ଚ୍ଚ ୩,୮୫,୧୧୭.୦୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?