ସମାଜର ପ୍ରଗତି ଓ ଦୁର୍ଗତି

ସମୟକ୍ରମେ ସମାଜରେ ପରିବର୍ତ୍ତନ ଘଟିଥାଏ। ଏହି ପରିବର୍ତ୍ତନ ସମ୍ପର୍କରେ ସମାଜଶାସ୍ତ୍ରରୁ ବାସ୍ତବ ଆକଳନ କରି ହେବ। ଫରାସୀ ଚିନ୍ତକ ଅଗଷ୍ଟ କମ୍‌ଟେ (୧୭୯୮-୧୮୫୭)ଙ୍କୁ ସମାଜଶାସ୍ତ୍ରର ଜନକ (ଫାଦର ଅଫ୍‌ ସୋସିଓଲଜି) ଭାବେ ନାମିତ କରାଯାଇଛି। ୧୮୩୦ରେ ପ୍ରଣୀତ ଏହି ଶାସ୍ତ୍ରରେ କମ୍‌ଟେ ଉଲ୍ଲେଖ କରିଛନ୍ତି, ସାମାଜିକ ପରିବର୍ତ୍ତନ ସକାଶେ ଆମ ପିଢ଼ି ଇଞ୍ଜିନ୍‌ ପରି କାମ କରେ। ଅର୍ଥାତ୍‌ ପିଢ଼ି ବଦଳିଲେ ସମାଜ ମଧ୍ୟ ବଦଳିବ।
ସାଧାରଣତଃ ଗୋଟିଏ ପିଢ଼ି ହେଉଛି କୌଣସି ପରିବାରର ସଦସ୍ୟ ଥିବା ଜେଜେବାପା, ବାପା, ପୁତ୍ର, ନାତିର ଏକତ୍ର ଜୀବିତ ଅବସ୍ଥାର ଆୟୁକାଳକୁ ବୁଝାଏ। ଏହାର ଅବଧି କୋଡ଼ିଏରୁ ତିରିଶ ବର୍ଷ ବୋଲି ଧରାଯାଏ। ଜଣେ ଜନ୍ମ ହେବାଠାରୁ ବଡ଼ ହୋଇ ପ୍ରାପ୍ତବୟସ୍କ ହେବା ସକାଶେ ସାଧାରଣତଃ ଏହି ବୟସ ଦରକାର କରେ। ସମାଜ ବିଜ୍ଞାନୀମାନେ ସମୟକୁ ବିଭିନ୍ନ ପିଢ଼ି ଭାବେ ବିଭକ୍ତ କରିଥା’ନ୍ତି। ଉଦାହରଣ ଭାବେ ବିଂଶ ଓ ଏକବିଂଶ ଶତାବ୍ଦୀ ଉପରେ ଆଲୋକପାତ କରାଯାଇପାରେ।
ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪-୧୮) ପ୍ରଭାବରୁ ହେମିେଂଓ୍ବ, ଫିଜରାଲଡ, ଟି.ଏସ୍‌. ଇଲିଏଟ୍‌ଙ୍କ ପରି କେତେ ଜଣ ଲେଖକଙ୍କ ରଚନାରେ ଲକ୍ଷ୍ୟହୀନତା, କ୍ଷତି ସହିଥିବା ପରି ଯନ୍ତ୍ରଣାର ଅନୁଭୂତି ପ୍ରମୁଖ ବିଷୟବସ୍ତୁ ହେଲା। ୧୮୮୩ରୁ ୧୯୦୦ ମଧ୍ୟରେ ଜନ୍ମିତ ବ୍ୟକ୍ତିମାନେ ପ୍ରଥମ ବିଶ୍ୱଯୁଦ୍ଧ ବେଳକୁ ପରିପକ୍ୱ ଅବସ୍ଥାରେ ଉପନୀତ ହୋଇଥିଲେ। ସେମାନେ ‘ନଷ୍ଟ ପିଢ଼ି’ (ଲଷ୍ଟ ଜେନେରେଶନ)ର ବାର୍ତ୍ତାବହ। ଅବଶ୍ୟ ପରବର୍ତ୍ତୀ କାଳରେ ୧୯୨୦ରୁ ୧୯୨୯ଯାଏ ସଙ୍ଗୀତ, ଫ୍ୟାଶନ, ପାଶ୍ଚାତ୍ୟ ସଂସ୍କୃତି ସମୃଦ୍ଧଶାଳୀ ହୋଇଥିଲା। ଶିଳ୍ପ ଜଗତରେ ବିଦ୍ୟୁତ୍‌ ଶକ୍ତି, ଅଟୋ ମୋବାଇଲର ପ୍ରଚଳନ ସମାଜକୁ ଉନ୍ନତ ଜୀବନଯାପନ ପାଇଁ ସୁଯୋଗ ଦେଇଥିଲା। ଏହି ଉଲ୍ଲେଖନୀୟ ଘଟଣାମାନ ହେଉଛି ‘ନଷ୍ଟ ପିଢ଼ି’ର ବିଶେଷତ୍ୱ। ଅବଶ୍ୟ ସ୍ପେନିଶ୍‌ ଫ୍ଲୁ (୧୯୧୮-୨୦)ର ଭୂମିକା ନକାରାତ୍ମକ ଥିଲା।
୧୯୦୧-୧୯୨୭ ମଧ୍ୟରେ ଜନ୍ମିତ ପିଢ଼ିକୁ ସର୍ବୋତ୍କୃଷ୍ଟ ପିଢ଼ି (ଗ୍ରେଟେଷ୍ଟ ଜେନେରେଶନ) ବୋଲି କୁହାଯାଏ। ସେମାନେ ମହା ମାନ୍ଦାବସ୍ଥା (ଗ୍ରେଟ୍‌ ଡିପ୍ରେଶନ: ୧୯୨୯-୧୯୩୯) ଭୋଗିବା ପରେ ଯୁବାବସ୍ଥାରେ ପହଞ୍ଚତ୍ଛନ୍ତି। ତା’ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୩୯-୧୯୪୫) ଚତୁର୍ଦ୍ଦିଗରେ ଆତଙ୍କର ବାତାବରଣ ସୃଷ୍ଟି କଲା। ସାମରିକ ଓ ସାଧାରଣ ବ୍ୟକ୍ତି ମଧ୍ୟରେ ପାର୍ଥକ୍ୟ ହ୍ରାସ ପାଇଲା। ରାଷ୍ଟ୍ରର ସମସ୍ତ ସମ୍ପଦ ଯୁଦ୍ଧ ପାଇଁ ବିନିଯୋଗ କରାଗଲା। ଗୁଳିଗୋଳା, ବୋମା, ସାମରିକ ଯାନବାହନର ପ୍ରାବଲ୍ୟ ସମାଜକୁ ସତତ ଭୟଭୀତ କଲା। ତେବେ ବହୁ ବ୍ୟକ୍ତି ଅସୀମ ବୀରତ୍ୱ ଓ ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇ ଯୁଦ୍ଧଭୂମିରେ ଅବତୀର୍ଣ୍ଣ ହୋଇଥିଲେ। ବିଶ୍ୱ ମାନ୍ଦାବସ୍ଥା ଓ ବିଶ୍ୱଯୁଦ୍ଧ ପରି ବିପର୍ଯ୍ୟୟମାନଙ୍କ ସମ୍ମୁଖୀନ ହୋଇଥିବାରୁ ତାହା ସର୍ବଶ୍ରେଷ୍ଠ ପିଢ଼ି ଭାବେ ବିବେଚିତ। ଏହାକୁ ଅନୁସରଣ କଲା ନିସ୍ତବ୍ଧ ପିଢ଼ି ବା ସାଇଲେଣ୍ଟ ପିରିୟଡ଼ (୧୯୨୮-୧୯୪୫)। ଏହି ଅବଧିରେ ଲୋକେ ପାରମ୍ପରିକ ପ୍ରଥା ମାନିଲେ, ଦୃଷ୍ଟିକୋଣକୁ ସୀମିତ କଲେ। ତାଙ୍କ ନୀତି ହେଲା- ”ନଷ୍ଟ କର ନାହିଁ, ଅଧିକ ଇଚ୍ଛା କର ନାହିଁ।“
ତତ୍‌ ପରବର୍ତ୍ତୀ ପିଢ଼ିମାନ ହେଉଛନ୍ତି: ବେବି ଜୁମର (ଜନ୍ମ ସମୟ: ୧୯୪୬-୧୯୬୪)। ଗୁରୁତ୍ୱପୂର୍ଣ୍ଣ ଘଟଣାମାନ ହେଉଛି: ଜନ୍ମହାର ବୃଦ୍ଧି, ଭିଏଟ୍‌ନାମ ଯୁଦ୍ଧ, ହିପ୍ପୀ ସଂସ୍କୃତି, ୧୯୬୦ ଦଶକର ବିଭିନ୍ନ ସାମାଜିକ ଆନ୍ଦୋଳନ। ତା’ପରେ ପହଞ୍ଚିଲା: ଜେନ୍‌- ଏକ୍ସ। ୧୯୬୫ରୁ ୧୯୮୦ ମଧ୍ୟରେ ଜନ୍ମିତ ସନ୍ତାନ। ଏହି ପିଢ଼ିରେ ଜନ୍ମ ନିୟନ୍ତ୍ରଣ, ସ୍ବାମୀ-ସ୍ତ୍ରୀ ଉଭୟେ କର୍ମଜୀବୀ, ଛାଡ଼ପତ୍ର ବୃଦ୍ଧି, ଏକକ ଅଭିଭାବକ ପରିବାର। ଜେନେରେଶନ ଏକ୍ସ ମଧ୍ୟ ‘ବେବି ବଷ୍ଟ’ ବା ‘ମିଡଲ ଚାଇଲ୍‌ଡ’ ରୂପେ ନାମିତ।
ଜେନ୍‌-ଓ୍ବାଇ (ଜେନେରେଶନ ଓ୍ବାଇ)ରେ ୧୯୮୧-୧୯୮୬ ମଧ୍ୟରେ ଭୂମିଷ୍ଠ ସନ୍ତାନମାନେ ଅନ୍ତର୍ଭୁକ୍ତ। ସେମାନେ ‘ମିଲେନିଆଲ’ ବା ‘ଡିଜିଟାଲ ନେଟିଭ’ ଭାବେ ପରିଚିତ। ସେମାନେ ଟେକ୍ନୋଲୋଜି ସହ ପ୍ରତିଦିନ ନିବିଡ଼ ଭାବେ ସଂପୃକ୍ତ। ଉଚ୍ଚାଭିଳାଷ, ସୃଜନଶୀଳତା, ବିଭିନ୍ନତା ଓ ସହଭାଗିତା ସେମାନଙ୍କ ଅନ୍ୟାନ୍ୟ ଲକ୍ଷଣ। ଏତଦ୍‌ବ୍ୟତୀତ ଏହି ପିଢ଼ି ଇଣ୍ଟରନେଟ୍‌ ସହ ଯୋଡ଼ି ହେବାରେ ପ୍ରଥମ ଜେନେରେଶନ। ମୋବାଇଲ ଓ ସାମାଜିକ ଗଣମାଧ୍ୟମ ସହ ପ୍ରଥମେ ଅଭ୍ୟସ୍ତ ହେଲେ। ତେଣୁ ଯଥାର୍ଥ ଭାବେ ସେମାନେ ହେଲେ ଗ୍ଲୋବାଲ ଜେନେରେଶନ।
ଜେନ୍‌-ଜେଡ୍‌ର ଅନ୍ତର୍ଭୁକ୍ତ ବ୍ୟକ୍ତିମାନେ ୧୯୯୭ରୁ ୨୦୧୦ ମଧ୍ୟରେ ଜନ୍ମ ଗ୍ରହଣ କରିଛନ୍ତି। ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ବା ଆମେରିକାର ଯୌଥ ସୌଧର ଧ୍ୱଂସ ପରି ଲୋମହର୍ଷଣକାରୀ ଘଟଣା ସେମାନଙ୍କ ବାଲ୍ୟାବସ୍ଥାକୁ ପ୍ରଭାବିତ କରିଥିଲା। ଜୀବନସାରା ଏହାର ପ୍ରଭାବ ସେମାନଙ୍କଠାରେ ଏକ ଅଲିଭା ଓ ଅଦୃଶ୍ୟ ଶକ୍ତି ପରି କାମ କରିଥାଏ। ସେମାନେ ପୂର୍ବ ପିଢ଼ି ଅପେକ୍ଷା ଅଧିକ ଡିଜିଟାଲ ଓ ପ୍ରଯୁକ୍ତି ଜ୍ଞାନ ସହ ପରିଚିତ। ଅଧିକ ବାସ୍ତବବାଦୀ, ରକ୍ଷଣଶୀଳ ଓ ଚାକିରିରେ ନିରାପତ୍ତା ପ୍ରତି ଅନୁରକ୍ତ। ସ୍ବାଧୀନଚେତା ଓ ସମଲିଙ୍ଗୀ ସଂପର୍କ ପ୍ରତି ଅନୁକୂଳ ମନୋଭାବ, ମାନସିକ ସୁସ୍ଥତା ପ୍ରତି ଧ୍ୟାନଶୀଳ।
୨୦୧୦ ପରଠାରୁ ଅଦ୍ୟାବଧି ସମାଜକୁ ଆସିଥିବା ଶିଶୁ ଓ କିଶୋରମାନେ ଆଲ୍‌ଫା ଜେନେରେଶନ ମଧ୍ୟରେ ସ୍ଥାନିତ। ଏମାନଙ୍କଠାରେ ଡିଜିଟାଲ ଓ ଟେକ୍ନୋଲୋଜିର ପ୍ରୟୋଗ କ୍ଷେତ୍ରରେ ପୂର୍ବ ପିଢ଼ିଠାରୁ ଅଧିକ ପାରଦର୍ଶିତା ପରିଲକ୍ଷିତ ହୁଏ। କୃତ୍ରିମ ବୁଦ୍ଧିମତ୍ତା ସେମାନଙ୍କ ଜୀବନଯାପନ ଶୈଳୀ ମଧ୍ୟରେ ପ୍ରବେଶ କରିଛି। ସେମାନେ ଅଧିକ ସ୍ମାର୍ଟ। କିନ୍ତୁ ଅତ୍ୟଧିକ ଇନ୍‌ଫର୍ମେଶନର ବୋଝ ଓ ତାହା ଶୀଘ୍ର ଶୀଘ୍ର ଜାଣିବା ପାଇଁ ଅତିଶୟ ଆଗ୍ରହ ଫଳରେ କୌଣସିଥିରେ ସେମାନେ ଏକାଗ୍ରତା ରକ୍ଷା କରି ପାରିନାହାନ୍ତି। ସୃଜନଶୀଳତା ଓ କଳ୍ପନା କରିବା ଶକ୍ତିରେ ହ୍ରାସର ଶିକାର ହୁଅନ୍ତି। ଏତଦ୍‌ବ୍ୟତୀତ ନିଃସଙ୍ଗତା, ଅବସାଦ, ଅତ୍ୟଧିକ ସଫଳ ହେବା ଲାଳସା ଚରିତାର୍ଥ ନ କରିପାରିବା, ଅପୂର୍ଣ୍ଣତା ଯୋଗୁ ଦୁଃଖ ସେମାନଙ୍କ ଚାଲିଚଳନ, ବ୍ୟବହାର ଓ କାର୍ଯ୍ୟବିଧି ଉପରେ ନକାରାମତ୍କ ପ୍ରଭାବ କ୍ରମଶଃ ବିସ୍ତାର କରେ।
ଅବଶ୍ୟ ଏହା ଅନସ୍ବୀକାର୍ଯ୍ୟ ଯେ, ଏହି ପିଢ଼ି ସଂପୂର୍ଣ୍ଣ ଭାବେ ଚଳିତ ଏକବିଂଶ ଶତାବ୍ଦୀରେ ଭୂମିଷ୍ଠ ହୋଇଥିବାରୁ ଅଧିକ ପ୍ରଭାବଶାଳୀ ଓ ଜଟିଳ ବିଷୟ ସହଜରେ ବୁଝିପାରନ୍ତି। ବିଭିନ୍ନ ଅତ୍ୟାଧୁନିକ ଗାଜେଟ୍‌ର ବଟନ ବ୍ୟବହାରରେ ସେମାନେ ସହଜ ଅନୁଭବ କରନ୍ତି। ଘରେ ଶିରି, ଆଲେକ୍ସା, ଗୁଗୁଲ ଆସିଷ୍ଟାଣ୍ଟକୁ ଆଦେଶ ଦେଇ ଦୈନନ୍ଦିନ ଜୀବନ ଅଧିକାଂଶ ସମୟ ବିତାଇଥାନ୍ତି। ତେବେ କୃତ୍ରିମ ସ୍ବର ଓ ଦୃଶ୍ୟର ପ୍ରାବଲ୍ୟ ଯୋଗୁ ସେମାନେ ଅନ୍ୟମାନଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ, ଆଳାପରୁ ବଞ୍ଚିତ ହୁଅନ୍ତି। ଏହା ସାମାଜିକ ସମ୍ପର୍କକୁ ଉପରଠାଉରିଆ କରିଦିଏ। ଅନ୍ତରଙ୍ଗତା ଅନେକାଂଶରେ ଲୁପ୍ତ ହୋଇଯାଏ। ମଣିଷ-ସମାଜରେ ରହି ନ ରହିବା ତୁଲ୍ୟ ଦୁଃଖଦ ସ୍ଥିତି ଜାତ କରେ।
କେତେ ଜଣ ସମାଜଶାସ୍ତ୍ରୀ ଆଲ୍‌ଫା କମ୍ପ୍ଲେକ୍ସ ମାଧ୍ୟମରେ ଉଦ୍ଭୂତ ହେଉଥିବା ସମସ୍ୟାଗୁଡ଼ିକ ପ୍ରତି ଅଙ୍ଗୁଳି ପ୍ରଦର୍ଶନ କରନ୍ତି। ଏହି ପିଲାମାନେ ଘରର ମୁରବି ପରି ଆଦେଶ ଦିଅନ୍ତି। ପ୍ରଭୁତ୍ୱ ବିସ୍ତାର କରନ୍ତି, ନିଜେ ବିଧି ବ୍ୟବସ୍ଥା ନିର୍ଦ୍ଧାରଣକାରୀ ହୋଇଯା’ନ୍ତି। ଅଭିଭାବକମାନଙ୍କୁ ହେୟ ଜ୍ଞାନ କରନ୍ତି ଏବଂ ସେମାନଙ୍କ ଆଜ୍ଞାଧୀନ ହୋଇ ନ ଥା’ନ୍ତି।
ଏହି ଦୃଷ୍ଟିରୁ ସେମାନଙ୍କୁ ଲାଳନପାଳନ କରି ମଣିଷ କରିବା ଏକ ଗୁରୁତର ଓ ଗମ୍ଭୀର ଆହ୍ବାନ। ସେମାନେ ହେଉଛନ୍ତି ଆମ ସମାଜର ଭବିଷ୍ୟତ। ଆଲ୍‌ଫା କମ୍ପ୍ଲେକ୍ସର ନିବାରଣ କରି ସେମାନଙ୍କଠାରେ ସ୍ପଷ୍ଟ ପରିଲକ୍ଷିତ ହେଉଥିବା ବହୁ ସୁଗୁଣକୁ ଉଚ୍ଚତମ ସୋପାନରେ ପହଞ୍ଚାଇବା ଗୁରୁଜନମାନଙ୍କ କର୍ତ୍ତବ୍ୟ। ଶୃଙ୍ଖଳିତ ଓ ଉନ୍ନତ ସମାଜ ଆମର ଧ୍ୟେୟ ହେଉ।

ଡ. ନିଖିଳାନନ୍ଦ ପାଣିଗ୍ରାହୀ
ମୋ:୯୦୭୮୭୪୩୮୪୦


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri