ଅଧ୍ୟାପକଙ୍କ ଅକାଳ ବିୟୋଗ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୭।୯ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଅନ୍ତର୍ଗତ କୁନ୍ଦେଇପାଲି ଗ୍ରାମର ଯୁବ ଅଧ୍ୟାପକ କୁମୁଦଚନ୍ଦ୍ର ବାଗ (୪୮)ଙ୍କର ଆଜି ଅକାଳ ବିୟୋଗ ଘଟିଛି। ସେ ଗତ କିଛିଦିନ ଧରି ଅସୁସ୍ଥ ଥିବାରୁ ବୁର୍ଲାସ୍ଥିତ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

ସ୍ବର୍ଗତ ବାଗ ବେଲଖଣ୍ଡିସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ଗତ କିଛିମାସ ଧରି ସେ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇ ଆସୁଥିଲେ।

ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ କର୍ଲାମୁଣ୍ଡା, ରିଷିଡା ଓ ବେଲଖଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଛାତ୍ରବତ୍ସଳ ଅଧ୍ୟାପକ ଭାବେ ସ୍ବର୍ଗତ ବାଗଙ୍କର ବେଶ ସୁନାମ ରହିଥିଲା। ଛାତ୍ରୀଛାତ୍ରଙ୍କ ପ୍ରତି ତାଙ୍କର ସ୍ନେହ ଓ ଶିକ୍ଷା ପ୍ରତି ନିଷ୍ଠା ତାଙ୍କୁ ଜଣେ ଉତ୍ତମ ଶିକ୍ଷକ ଭାବେ ସ୍ବତନ୍ତ୍ର ପରିଚୟ ଦେଇଥିଲା।

ତାଙ୍କ ବିୟୋଗରେ ଶିକ୍ଷକ, ଛାତ୍ରୀଛାତ୍ର, ସହକର୍ମୀ, ବନ୍ଧୁବାନ୍ଧବ ଓ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

ଅମୂଲ୍ୟଙ୍କ ଦୁଃଖ ଶୁଣିଲେ ଜିଲାପାଳ: ବଢ଼ାଇଲେ ସହାୟତାର ହାତ

ଭଞ୍ଜନଗର,୭।୯(ବାବୁଲା ପ୍ରଧାନ): ଅସହାୟଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ମାନବିକତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି। ଭଞ୍ଜନଗର ଉପଖଣ୍ଡ ସାନକୋଦଣ୍ଡା…

ଖମ୍ବରେ ଝୁଲୁଛି ମୃତଦେହ: ଅଞ୍ଚଳରେ ବଢୁଛି ଚର୍ଚ୍ଚା

ବରୀ, ୭।୯ (ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ, ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ ନିକଟରେ ଅର୍ଦ୍ଧନିର୍ମିତ ବ୍ରାହ୍ମଣୀ ସେତୁର ଏକ ଖମ୍ବରେ ଝୁଲନ୍ତା…

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri