ମାଳିଦାଦର ପ୍ରାଥମିକ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ: ସ୍ଥିତି ସମୀକ୍ଷା  କଲେ…

ଅମରପାଲି,୧୯।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନ ତୈଲା ପଞ୍ଚାୟତର ମାଳିଦାଦର ପ୍ରାଥମିକ ବିଦ୍ୟାଳୟକୁ କମ ପିଲା ଦର୍ଶାଇ ବନ୍ଦ କରି ଦିଆଯାଇଛି। ଏ ନେଇ ଗ୍ରାମର ମହିଳାମାନେ ସୁବର୍ଣ୍ଣପୁର ଜିଲାପାଳ ଡ.ନୃପରାଜ ସାହୁଙ୍କୁ ଗୁରୁବାର ଏକ ଦାବିପତ୍ର ପ୍ରଦାନ କରିଥିଲେ। ବନ୍ଦ ଥିବା ଉକ୍ତ ସ୍କୁଲକୁ ପୁନର୍ବାର ଖୋଲିବାକୁ ଦାବି କରିଥିଲେ।
ଅଭିଯୋଗ ପରେ ଜିଲାପାଳ ଏକ ଟିମ୍‌କୁ ନିର୍ଦ୍ଦେଶ ଦେଇ ଉକ୍ତ ଗ୍ରାମର ବନ୍ଦ ଥିବା ସ୍କୁଲ ଓ ଗ୍ରାମର ଛାତ୍ରୀଛାତ୍ରଙ୍କ ସମସ୍ୟା ଅବଗତ ନିମନ୍ତେ ପଠାଇଥିଲେ। ଶନିବାର ଏହି ଟିମ ମାଳିଦାଦରକୁ ଯାଇ ବନ୍ଦ ଥିବା  ସ୍କୁଲର ସ୍ଥିତି ନିରୀକ୍ଷଣ କରିବା ସହିତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ତେବେ  ଗ୍ରାମରେ ଏବେ ଉକ୍ତ ସ୍କୁଲରେ ପଢ଼ିବା ପାଇଁ ପ୍ରାୟ ୨୮ ଜଣ ଛାତ୍ରୀଛାତ୍ର ଥିବା ଦେଖିଥିଲେ। ସମସ୍ତ ପିଲା ଏବେ ଗ୍ରାମରୁ ଦୂରରେ ଥିବା ଦାଦରପାଲି ୟୁପି ସ୍କୁଲକୁ ବିପଦପୂର୍ଣ୍ଣ ଭାବେ ଚାଲିଚାଲି ପଢି ଯାଉଥିବା ଦେଖିବାକୁ ମିଳିଥିଲା। ଜିଲାପାଳଙ୍କ ନିର୍ଦ୍ଦେଶରେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଶାନ, ଦୁର୍ଜନତୈଲା ସିଆରସିସି ଅଶୋକ ଲୁହା, ଦାଦରପାଲି ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଗୋପାଳ ପ୍ରଧାନ ମିଳିତ ଭାବେ ମାଳିଦାଦରକୁ ଆସି ସ୍ଥିତି ନିରୀକ୍ଷଣ କରିଛନ୍ତି।
ସୂଚନା ଅନୁସାରେ, ମାଳିଦାଦର ଗ୍ରାମରେ  ପ୍ରାୟ ୫୦ରୁ ଅଧିକ ପରିବାର ରୁହନ୍ତୁ। ଗ୍ରାମରେ ପ୍ରାଥମିକ ଶିକ୍ଷା ପାଇଁ ଗତ ୨୦୦୪ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଇଥିଲେ। ଏଠାରେ ପିଲାଙ୍କୁ ପଢ଼ାଇବା ପାଇଁ ଦୁଇ ଜଣ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା। ମାତ୍ର ୨୦୨୧ରେ ଉକ୍ତ ସ୍କୁଲରେ କମ ପିଲା ଦର୍ଶାଇ ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା।

ଏହି ସ୍କୁଲ ବନ୍ଦ ପରେ ଏଠାରେ ପଢୁଥିବା ପିଲାଙ୍କୁ ଗ୍ରାମଠାରୁ ପ୍ରାୟ ୩ କିମି ଦୂରରେ ଥିବା ଦାଦରପାଲି ସ୍କୁଲକୁ ପଢ଼ି ଯିବାପାଇଁ ନିର୍ଦ୍ଦେଶ ଦିଆଗଲା। ଫଳରେ ଛୋଟ ଛୋଟ ପିଲାମାନେ ସ୍କୁଲକୁ ଏକୁଟିଆ ଯିବାରେ ସମସ୍ୟା ହେଉଛି। ଅଧିକାଂଶ ସମୟର ପିଲାମାନେ ସ୍କୁଲକୁ ପଢିବାକୁ ଯାଇ ପାରିଲେ ନାହିଁ। ତେଣୁ ଗ୍ରାମର ମହିଳାମାନେ ପୁନର୍ବାର ଉକ୍ତ ସ୍କୁଲକୁ ଖୋଲିବାକୁ ଦାବି କରିଥିଲେ। ଏବେ ଜିଲାପାଳଙ୍କ ତତ୍ପରତା ପରେ ପୁଣିଥରେ ସ୍କୁଲ ଖୋଲିବା ନେଇ ଆଶା ସଞ୍ଚାର ହୋଇଥିବା ଗ୍ରାମବାସୀପ୍ରକାଶ କରିଛନ୍ତି।

 

Dharitri – Odisha’s No.1, Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?