ଗ୍ରୀଷ୍ମରେ ସମସ୍ୟା

ଡା. କାନ୍ତୀ ନାୟକ

 

ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖିବାକୁ ମିଳେ। ତନ୍ମଧ୍ୟରୁ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ହେଉଛି ଏଭଳି ଏକ ସମସ୍ୟା ଯେଉଁଥିପାଇଁ ଲୋକମାନେ ଅନେକ ସମୟରେ ଅସୁବିଧାରେ ପଡ଼ନ୍ତି। ଶରୀରରେ ଅତ୍ୟଧିକ କିମ୍ବା କମ୍‌ ପରିମାଣର ଜଳ ହେତୁ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ଦେଖାଦେଇପାରେ। ଶରୀରରେ ଜଳ ସନ୍ତୁଳନ ବଜାୟ ରଖିବା, କୋଷକୁ ପୁଷ୍ଟିକର ଖାଦ୍ୟ, ଯୋଗାଇବା, ବର୍ଜ୍ୟବସ୍ତୁ ବାହାରକରିବା, ସ୍ନାୟୁକୁ ସଙ୍କେତ ପଠେଇବାରେ ସାହାଯ୍ୟ କରିବା, ମାଂସପେଶୀକୁ ଆରାମ ଦେବା ଏବଂ ମସ୍ତିଷ୍କ ଏବଂ ହୃଦୟ ଭଲ କାର୍ଯ୍ୟ କରିବାରେ ଇଲେକ୍ଟ୍ରୋଲାଇଟ୍‌ର ବିଶେଷ ଭୂମିକା ରହିଛି। ସୋଡିୟମ, ପୋଟାସିୟମ, କ୍ୟାଲ୍‌ସିୟମ, ମ୍ୟାଗ୍ନେସିୟମ, ଫସ୍‌ଫେଟ, କ୍ଲୋରାଇଡ୍‌ ପରି ଉପାଦାନ ଇଲେକ୍ଟ୍ରୋଲାଇଟ୍‌ ବଜାୟ ରଖିବାରେ ସହାୟକ ହୋଇଥାଏ। ଏହି ପୋଷକ ତତ୍ତ୍ୱରେ ଅସନ୍ତୁଳନ ହେଲେ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇପାରେ। ତେଣୁ ଏହାର ଲକ୍ଷଣ ପ୍ରତି ବିଶେଷ ଧ୍ୟାନଦେବା ଆବଶ୍ୟକ। ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ସମସ୍ତଙ୍କ ଶରୀରରେ ସମାନ ଭାବରେ ଦେଖାଦେଇ ନ ଥାଏ। ଛୋଟ ପିଲା, ବୟସ୍କ, ଯୁବବର୍ଗ, ପରିଶ୍ରମୀ ମଣିଷ, ମହିଳାମାନଙ୍କ ପାଇଁ ସେମାନଙ୍କ ଶରୀରର ସଞ୍ଚାଳନ ଓ କର୍ମ ବ୍ୟସ୍ତତାକୁ ଦେଖି ଏହା କମ୍‌ ବେଶି ହୋଇଥାଏ। ତେବେ ବର୍ତ୍ତମାନ ସମୟକୁ ଦେଖିଲେ ପାଣିପାଗରେ କୌଣସି ଶୀତଳତା ନ ଥିବାରୁ ଏବଂ ଖରାରେ, ସମସ୍ତଙ୍କ ଶରୀରରେ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ଦେଖିବାକୁ ମିଳୁଛି। ବାସ୍ତବ କଥା ହେଉଛି ଏହା ସେପରି ଏକ ଭୟଭୀତ ହେଲା ପରି ସ୍ବାସ୍ଥ୍ୟ ସମସ୍ୟା ନୁହେଁ।
ଶରୀରରେ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ଥିବାର ଯଦି ସାମାନ୍ୟତମ ଅନୁଭବ କରନ୍ତି ତେବେ ଆପଣ ଆପଣଙ୍କ ନିୟମିତ ଖାଦ୍ୟ ତାଲିକା ବଦଳାଇ ଖାଦ୍ୟରେ ଜଳ ଓ ତରଳ ପଦାର୍ଥର ମାତ୍ରା ଅଧିକ ରହୁଥିବା ଜିନିଷ ଗ୍ରହଣ କରନ୍ତୁ। ପ୍ରଚୁର ପରିମାଣର ଚିନି ଲୁଣ ପାଣି ଓ ଯଥା ସମ୍ଭବ ଅଧିକ ପରିମାଣର ଓଆର୍‌ଏସ୍‌ ପିଅନ୍ତୁ। କେତେକ ପରିସ୍ଥିତିରେ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ଗୁରୁତର ଏବଂ ଏପରିକି ଜୀବନ ପ୍ରତି ବିପଦ ସୃଷ୍ଟି ମଧ୍ୟ କରିପାରେ। ଏପରି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆପଣଙ୍କ ଶରୀରରେ ଶରୀର ତତ୍ତ୍ୱ ଅନୁଯାୟୀ ଜଳର ପରିମାଣର ମାତ୍ରା ଖସି ଆସିଲେ ବା କମ୍‌ ହୋଇଗଲେ ସେତେବେଳେ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ହୋଇପାରେ। ଏହାର ଅନେକ କାରଣ ମଧ୍ୟ ରହିଛି। ବାନ୍ତି, ଝାଡ଼ା, ଅତ୍ୟଧିକ ଝାଳ ବାହାରିବା ଭଳି ସମସ୍ୟା ଦେଖାଦେଲେ ଡାୟୁରେଟିକ୍‌ ମେଡିସିନ ଖାଇବା ଦ୍ୱାରା କିଡ୍‌ନୀ କିମ୍ବା ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ ଥିଲେ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ହେବା ଆଶଙ୍କା ଅଧିକ ରହିଥାଏ। ତେଣୁ ଏଥିପ୍ରତି ଯତ୍ନବାନ୍‌ ହେବା ଜରୁରୀ।
ସାଧାରଣତଃ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନର ସାମାନ୍ୟ ସ୍ତରରେ ଥିବାବେଳେ ଅନେକ ଲକ୍ଷଣ ଦେଖାଯାଇ ନ ଥାଏ। ଜଣେ ରକ୍ତ ପରୀକ୍ଷା ନ କରିବା ପର୍ଯ୍ୟନ୍ତ ଏହି ସମସ୍ୟା ଚିହ୍ନଟହେବା ସମ୍ଭବ ହୋଇ ନ ଥାଏ। ତେବେ ପରବର୍ତ୍ତୀ ସମୟରେ ଅସ୍ବସ୍ତିକର ସହ ସମସ୍ୟା ଜଣକୁ ବିଚଳିତ କରିବା ସହ ହୃଦ୍‌ସ୍ପନ୍ଦନ, ଥକ୍କାପଣ, ବାନ୍ତି, ଝାଡ଼ା କିମ୍ବା କୋଷ୍ଠକାଠିନ୍ୟ ଏବଂ ପେଟ ସମସ୍ୟା ସୃଷ୍ଟି ହୋଇଥାଏ। କର୍ମଜୀବୀ ମହିଳା ହୁଅନ୍ତୁ ବା ଗୃହିଣୀ ସମସ୍ତେ କର୍ମବ୍ୟସ୍ତ ସମୟରେ ଗ୍ରୀଷ୍ମଦିନରେ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନକୁ ସାମ୍ନା କରିଥାନ୍ତି। ଏହାକୁ କେହି କେହି ଅଣଦେଖା କରିଥାନ୍ତି, କିନ୍ତୁ ଆପଣଙ୍କର ଉଦାସୀନତା ବା ଅବହେଳା ପରବର୍ତ୍ତୀ ସମୟରେ ଅଂଶୁଘାତ ସମସ୍ୟା ପରି ଶରୀରକୁ ସଙ୍କଟାପନ୍ନ କରିଦେବ। ଗ୍ରୀଷ୍ମଦିନରେ ନିଜ ଖାଦ୍ୟପେୟ, ବିଶ୍ରାମ ସହ ଯଥା ସମ୍ଭବ ଟାଣଖରାରୁ ଦୂରେଇ ରହିବା ସର୍ବାଦୌ ବାଞ୍ଛନୀୟ। ପ୍ରଚୁର ପରିମାଣର ବିଶୋଧିତ ପାଣି ପିଇବା ସହ ଶରୀରରୁ ଝାଳ ଦ୍ୱାରା ଅନେକ ପରିମାଣର ବର୍ଜ୍ୟବସ୍ତୁ ବାହାରକୁ ଚାଲିଯାଉଥିଲେ ମଧ୍ୟ ଯଥାସମ୍ଭବ ଫଳରସ, ପଇଡ଼, ଆଖୁରସ, ବେଲପଣା ଓ ଦେଶୀୟ ଫଳରୁ ପ୍ରସ୍ତୁତ ଜୁସ୍‌ ପିଅନ୍ତୁ। ତେବେ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ଇଲେକ୍ଟ୍ରୋଲାଇଟ୍‌ ସନ୍ତୁଳନକୁ ଗ୍ରୀଷ୍ମଦିନରେ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଅଧୀକ୍ଷକ,
ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ହସ୍ପିଟାଲ, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri