ଗ୍ରୀଷ୍ମରେ ସମସ୍ୟା

ଡା. କାନ୍ତୀ ନାୟକ

 

ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖିବାକୁ ମିଳେ। ତନ୍ମଧ୍ୟରୁ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ହେଉଛି ଏଭଳି ଏକ ସମସ୍ୟା ଯେଉଁଥିପାଇଁ ଲୋକମାନେ ଅନେକ ସମୟରେ ଅସୁବିଧାରେ ପଡ଼ନ୍ତି। ଶରୀରରେ ଅତ୍ୟଧିକ କିମ୍ବା କମ୍‌ ପରିମାଣର ଜଳ ହେତୁ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ଦେଖାଦେଇପାରେ। ଶରୀରରେ ଜଳ ସନ୍ତୁଳନ ବଜାୟ ରଖିବା, କୋଷକୁ ପୁଷ୍ଟିକର ଖାଦ୍ୟ, ଯୋଗାଇବା, ବର୍ଜ୍ୟବସ୍ତୁ ବାହାରକରିବା, ସ୍ନାୟୁକୁ ସଙ୍କେତ ପଠେଇବାରେ ସାହାଯ୍ୟ କରିବା, ମାଂସପେଶୀକୁ ଆରାମ ଦେବା ଏବଂ ମସ୍ତିଷ୍କ ଏବଂ ହୃଦୟ ଭଲ କାର୍ଯ୍ୟ କରିବାରେ ଇଲେକ୍ଟ୍ରୋଲାଇଟ୍‌ର ବିଶେଷ ଭୂମିକା ରହିଛି। ସୋଡିୟମ, ପୋଟାସିୟମ, କ୍ୟାଲ୍‌ସିୟମ, ମ୍ୟାଗ୍ନେସିୟମ, ଫସ୍‌ଫେଟ, କ୍ଲୋରାଇଡ୍‌ ପରି ଉପାଦାନ ଇଲେକ୍ଟ୍ରୋଲାଇଟ୍‌ ବଜାୟ ରଖିବାରେ ସହାୟକ ହୋଇଥାଏ। ଏହି ପୋଷକ ତତ୍ତ୍ୱରେ ଅସନ୍ତୁଳନ ହେଲେ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇପାରେ। ତେଣୁ ଏହାର ଲକ୍ଷଣ ପ୍ରତି ବିଶେଷ ଧ୍ୟାନଦେବା ଆବଶ୍ୟକ। ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ସମସ୍ତଙ୍କ ଶରୀରରେ ସମାନ ଭାବରେ ଦେଖାଦେଇ ନ ଥାଏ। ଛୋଟ ପିଲା, ବୟସ୍କ, ଯୁବବର୍ଗ, ପରିଶ୍ରମୀ ମଣିଷ, ମହିଳାମାନଙ୍କ ପାଇଁ ସେମାନଙ୍କ ଶରୀରର ସଞ୍ଚାଳନ ଓ କର୍ମ ବ୍ୟସ୍ତତାକୁ ଦେଖି ଏହା କମ୍‌ ବେଶି ହୋଇଥାଏ। ତେବେ ବର୍ତ୍ତମାନ ସମୟକୁ ଦେଖିଲେ ପାଣିପାଗରେ କୌଣସି ଶୀତଳତା ନ ଥିବାରୁ ଏବଂ ଖରାରେ, ସମସ୍ତଙ୍କ ଶରୀରରେ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ଦେଖିବାକୁ ମିଳୁଛି। ବାସ୍ତବ କଥା ହେଉଛି ଏହା ସେପରି ଏକ ଭୟଭୀତ ହେଲା ପରି ସ୍ବାସ୍ଥ୍ୟ ସମସ୍ୟା ନୁହେଁ।
ଶରୀରରେ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ଥିବାର ଯଦି ସାମାନ୍ୟତମ ଅନୁଭବ କରନ୍ତି ତେବେ ଆପଣ ଆପଣଙ୍କ ନିୟମିତ ଖାଦ୍ୟ ତାଲିକା ବଦଳାଇ ଖାଦ୍ୟରେ ଜଳ ଓ ତରଳ ପଦାର୍ଥର ମାତ୍ରା ଅଧିକ ରହୁଥିବା ଜିନିଷ ଗ୍ରହଣ କରନ୍ତୁ। ପ୍ରଚୁର ପରିମାଣର ଚିନି ଲୁଣ ପାଣି ଓ ଯଥା ସମ୍ଭବ ଅଧିକ ପରିମାଣର ଓଆର୍‌ଏସ୍‌ ପିଅନ୍ତୁ। କେତେକ ପରିସ୍ଥିତିରେ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ଗୁରୁତର ଏବଂ ଏପରିକି ଜୀବନ ପ୍ରତି ବିପଦ ସୃଷ୍ଟି ମଧ୍ୟ କରିପାରେ। ଏପରି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆପଣଙ୍କ ଶରୀରରେ ଶରୀର ତତ୍ତ୍ୱ ଅନୁଯାୟୀ ଜଳର ପରିମାଣର ମାତ୍ରା ଖସି ଆସିଲେ ବା କମ୍‌ ହୋଇଗଲେ ସେତେବେଳେ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ହୋଇପାରେ। ଏହାର ଅନେକ କାରଣ ମଧ୍ୟ ରହିଛି। ବାନ୍ତି, ଝାଡ଼ା, ଅତ୍ୟଧିକ ଝାଳ ବାହାରିବା ଭଳି ସମସ୍ୟା ଦେଖାଦେଲେ ଡାୟୁରେଟିକ୍‌ ମେଡିସିନ ଖାଇବା ଦ୍ୱାରା କିଡ୍‌ନୀ କିମ୍ବା ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ ଥିଲେ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ହେବା ଆଶଙ୍କା ଅଧିକ ରହିଥାଏ। ତେଣୁ ଏଥିପ୍ରତି ଯତ୍ନବାନ୍‌ ହେବା ଜରୁରୀ।
ସାଧାରଣତଃ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନର ସାମାନ୍ୟ ସ୍ତରରେ ଥିବାବେଳେ ଅନେକ ଲକ୍ଷଣ ଦେଖାଯାଇ ନ ଥାଏ। ଜଣେ ରକ୍ତ ପରୀକ୍ଷା ନ କରିବା ପର୍ଯ୍ୟନ୍ତ ଏହି ସମସ୍ୟା ଚିହ୍ନଟହେବା ସମ୍ଭବ ହୋଇ ନ ଥାଏ। ତେବେ ପରବର୍ତ୍ତୀ ସମୟରେ ଅସ୍ବସ୍ତିକର ସହ ସମସ୍ୟା ଜଣକୁ ବିଚଳିତ କରିବା ସହ ହୃଦ୍‌ସ୍ପନ୍ଦନ, ଥକ୍କାପଣ, ବାନ୍ତି, ଝାଡ଼ା କିମ୍ବା କୋଷ୍ଠକାଠିନ୍ୟ ଏବଂ ପେଟ ସମସ୍ୟା ସୃଷ୍ଟି ହୋଇଥାଏ। କର୍ମଜୀବୀ ମହିଳା ହୁଅନ୍ତୁ ବା ଗୃହିଣୀ ସମସ୍ତେ କର୍ମବ୍ୟସ୍ତ ସମୟରେ ଗ୍ରୀଷ୍ମଦିନରେ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନକୁ ସାମ୍ନା କରିଥାନ୍ତି। ଏହାକୁ କେହି କେହି ଅଣଦେଖା କରିଥାନ୍ତି, କିନ୍ତୁ ଆପଣଙ୍କର ଉଦାସୀନତା ବା ଅବହେଳା ପରବର୍ତ୍ତୀ ସମୟରେ ଅଂଶୁଘାତ ସମସ୍ୟା ପରି ଶରୀରକୁ ସଙ୍କଟାପନ୍ନ କରିଦେବ। ଗ୍ରୀଷ୍ମଦିନରେ ନିଜ ଖାଦ୍ୟପେୟ, ବିଶ୍ରାମ ସହ ଯଥା ସମ୍ଭବ ଟାଣଖରାରୁ ଦୂରେଇ ରହିବା ସର୍ବାଦୌ ବାଞ୍ଛନୀୟ। ପ୍ରଚୁର ପରିମାଣର ବିଶୋଧିତ ପାଣି ପିଇବା ସହ ଶରୀରରୁ ଝାଳ ଦ୍ୱାରା ଅନେକ ପରିମାଣର ବର୍ଜ୍ୟବସ୍ତୁ ବାହାରକୁ ଚାଲିଯାଉଥିଲେ ମଧ୍ୟ ଯଥାସମ୍ଭବ ଫଳରସ, ପଇଡ଼, ଆଖୁରସ, ବେଲପଣା ଓ ଦେଶୀୟ ଫଳରୁ ପ୍ରସ୍ତୁତ ଜୁସ୍‌ ପିଅନ୍ତୁ। ତେବେ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ଇଲେକ୍ଟ୍ରୋଲାଇଟ୍‌ ସନ୍ତୁଳନକୁ ଗ୍ରୀଷ୍ମଦିନରେ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଅଧୀକ୍ଷକ,
ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ହସ୍ପିଟାଲ, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri