ଏଆଇ ଓ ଉତ୍ପାଦକତା

ଡାରୋନ ଆକେମୋଗ୍ଲୁ

 

ପ୍ରଯୁକ୍ତି ବିଶେଷଜ୍ଞ ଏବଂ ଶିକ୍ଷାବିତ୍‌ଙ୍କ ଅନୁଯାୟୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବିଶ୍ୱକୁ ପରିବର୍ତ୍ତନ କରିବା ପାଇଁ ଏବେ ପ୍ରସ୍ତୁତ। ଆମେ ଜାଣିବାରେ ଏଆଇର ଅଭୂତପୂର୍ବ ଉତ୍ପାଦକତା ଲାଭ ମାଧ୍ୟମରେ ଏହା ସମ୍ଭବ ହେବ। କେତେଜଣ ବିଶ୍ୱାସ କରନ୍ତି ଯେ, ମଣିଷ ଯାହା କରୁଛନ୍ତି ଯନ୍ତ୍ର ତାହାକୁ ଶୀଘ୍ର କରିପାରିବ, ସୀମାହୀନ ସମୃଦ୍ଧିର ଏକ ନୂତନ ଯୁଗକୁ ଗ୍ରହଣ କରିବ ଏବଂ ଅନ୍ୟ ସବୁ ଆକଳନ ସ୍ଥିର କରିବ। ଉଦାହରଣ ସ୍ବରୂପ ଗୋଲ୍ଡସ୍‌ମ୍ୟାନ ସାଚ୍ସ ଆକଳନ କରନ୍ତି ଯେ, ଜେନେରେଟିଭ ଏଆଇ ଆଗାମୀ ଦଶନ୍ଧିରେ ବୈଶ୍ୱିକ ଜିଡିପିରେ ୭% ବୃଦ୍ଧି କରିବ। ମ୍ୟାକନ୍‌ସେ ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ ଅନୁମାନ କରେ ଯେ, ବର୍ତ୍ତମାନଠାରୁ ୨୦୪୦ ମସିହା ମଧ୍ୟରେ ବାର୍ଷିକ ଜିଡିପି ହାର ୩-୪ ପ୍ରତିଶତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଅର୍ଥନୀତିଜ୍ଞମାନେ ଆଶା କରନ୍ତି, ଏଆଇ ଏକ ଶ୍ରମଭିତ୍ତିକ ଲାଭଜନକ ବ୍ୟବସ୍ଥା ସୃଷ୍ଟି କରିବ। ଏହା ବାସ୍ତବରେ ହେବ କି? ନିକଟରେ ଏକ କାଗଜରେ ପ୍ରକାଶିତ ମୋ ଲେଖା ଅନୁଯାୟୀ, ଅଧିକାଂଶ ପୂର୍ବାନୁମାନ ଏବଂ ଅନୁମାନ ଅପେକ୍ଷା ଦୃଷ୍ଟିକୋଣ ଅଧିକ ଅନିଶ୍ଚିତ। ତଥାପି ୨୦ କିମ୍ବା ୩୦ ବର୍ଷ ମଧ୍ୟରେ ଏଆଇ କ’ଣ କରିବ ତାହା କୌଣସି ଆତ୍ମବିଶ୍ୱାସ ସହିତ ପୂର୍ବାନୁମାନ କରିବା ଅସମ୍ଭବ। କାରଣ ନିକଟ ଭବିଷ୍ୟତରେ ଅର୍ଥନୈତିକ କାର୍ଯ୍ୟଗୁଡ଼ିକ ମଧ୍ୟରେ ଅଧିକାଂଶରେ ଏବକାର ପ୍ରଯୁକ୍ତି ଜଡ଼ିତ ହେବା ସହ ସେଗୁଡ଼ିକର ବିକାଶ କରିବ। ଏହା ଅନୁମାନ କରିବା ଯୁକ୍ତିଯୁକ୍ତ ଯେ, ଏଆଇର ସବୁଠାରୁ ବଡ଼ ପରିଣାମ ହେଉଛି ତାହା କିଛି କାର୍ଯ୍ୟକୁ ସ୍ବୟଂଚାଳିତ କରିବା ସହ କିଛି ବୃତ୍ତିରେ ଅନେକ ଶ୍ରମିକଙ୍କୁ ଅଧିକ ଉତ୍ପାଦକକ୍ଷମ କରିବା। ଅର୍ଥନୈତିକ ତତ୍ତ୍ୱ ଏହି ସାମଗ୍ରିକ ପରିଣାମଗୁଡ଼ିକର ମୂଲ୍ୟାଙ୍କନ ପାଇଁ ମାର୍ଗଦର୍ଶନ କରେ। ହୁଲ୍‌ଟେନ ଥିଓରମ ଅନୁଯାୟୀ, ଟୋଟାଲ ଫ୍ୟାକ୍ଟର ପ୍ରଡକ୍ଟିଭିଟି ବା ଜିଡିପି ଓ ସାମଗ୍ରିକ ଇନ୍‌ପୁଟର ଅନୁପାତ (ଟିଏଫ୍‌ପି) ଫଳାଫଳ ହେଉଛି କେବଳ କାର୍ଯ୍ୟାଂଶର ଉତ୍ପାଦ, ଯାହା ହାରାହାରି ମୂଲ୍ୟ ସଞ୍ଚୟ ବା କଷ୍ଟ ସେଭିଂ ଦ୍ୱାରା ବୃଦ୍ଧି ପାଇଥାଏ।
ହାରାହାରି କଷ୍ଟ ସେଭିଂ କେତେ କରାଯାଇପାରିବ, ତାହା ଆକଳନ କରିବା କଷ୍ଟକର। ତେବେ ନିର୍ଦ୍ଦିଷ୍ଟ କାର୍ଯ୍ୟ ଉପରେ ଏଆଇର ପରିଣାମ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଅନୁଧ୍ୟାନ କରାଯାଇଛି। ଉଦାହରଣ ସ୍ବରୂପ, ଶକ୍କେଡ ନୟ ଏବଂ ହୁଇଟ୍‌ଝାଙ୍ଗେ ଲେଖାଲେଖି ଉପରେ ଚାଟ୍‌ ଜିପିଟିର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିଥିବାବେଳେ ଏରିକ୍‌ ବ୍ରିଞ୍ଜୋଲ୍‌ଫସନ, ଡାନିଏଲ ଲି ଏବଂ ଲିଣ୍ଡସେ ରେମଣ୍ଡ ଖାଉଟି ସେବାରେ ଏଆଇର ବ୍ୟବହାର ସମ୍ପର୍କରେ ଆକଳନ କରିଛନ୍ତି। ଏହିସବୁ ଗବେଷଣାକୁ ବିଚାରକୁ ନେଲେ ଜଣାଯାଏ ଯେ, ଏବେ ଉପଲବ୍ଧ ଜେନେରେଟିଭ୍‌ ଏଆଇ ସାଧନଗୁଡ଼ିକ ଶ୍ରମ ମୂଲ୍ୟ ବଞ୍ଚାଇବାରେ ୨୭% ଲାଭ ଦେବା ସହ ସାମଗ୍ରିକ ୧୪.୪% କଷ୍ଟ ସେଭିଂ କରିଥାଏ। ତେବେ ଏଆଇ ଏବଂ ଏହା ସହିତ ସମ୍ବନ୍ଧିତ ପ୍ରଯୁକ୍ତିଗୁଡ଼ିକ ଦ୍ୱାରା କାର୍ଯ୍ୟର ଅଂଶ କିଭଳି ପ୍ରଭାବିତ ହେବ ତାହା ଜାଣିବା ଦରକାର। ଏବକାର ଗବେଷଣାଗୁଡ଼ିକର ତଥ୍ୟଗୁଡ଼ିକୁ ଭିତ୍ତିକରି ମୁଁ ଆକଳନ କରିଛି ଏବଂ ତାହା ଅନୁଯାୟୀ, ଉତ୍ପାଦନ କାର୍ଯ୍ୟଗୁଡ଼ିକର ଅଂଶ ୪.୬% ପ୍ରଭାବିତ ହେବ। ଏହା ସୂଚିତକରେ ଯେ, ଏଆଇ ଦଶ ବର୍ଷ ମଧ୍ୟରେ ଟିଏଫ୍‌ପିରେ କେବଳ ୦.୬୬% ବୃଦ୍ଧି କରିବ ଏବଂ ଏହା ବାର୍ଷିକ ୦.୦୬% ବଢ଼ିବ। ଯେହେତୁ ଏଆଇ ଏବେ ନିବେଶ ବୃଦ୍ଧି କରିବ, ସେଥିପାଇଁ ଜିଡିପି ଅଭିବୃଦ୍ଧି ସାମାନ୍ୟ କିଛି ବଢ଼ିପାରେ, ସମ୍ଭବତଃ ୧-୧.୫% ହୋଇପାରେ। ଏହିସବୁ ସାଂଖିକ ତଥ୍ୟ ଗୋଲ୍ଡମ୍ୟାନ ଶାଚ୍ସ ଏବଂ ମ୍ୟାକିନ୍‌ସେଙ୍କ ନିର୍ଦ୍ଧାରିତ ସଂଖ୍ୟାଠାରୁ ବହୁତ କମ୍‌। ଯଦି ଆପଣ ବଡ଼ ସଂଖ୍ୟା ହାସଲ କରିବାକୁ ଚାହଁୁଛନ୍ତି, ତୁମକୁ ମାର୍କେଟରେ ଉତ୍ପାଦକତା ଲାଭ ବୃଦ୍ଧି କରିବାକୁ ପଡ଼ିବ କିମ୍ବା ଧରିନେବାକୁ ହେବ ଯେ, ଅର୍ଥ ବ୍ୟବସ୍ଥାରେ ଅତ୍ୟଧିକ କାର୍ଯ୍ୟ ପ୍ରଭାବିତ ହେବ। କିନ୍ତୁ କୌଣସି ପରିସ୍ଥିତି ଯଥାର୍ଥ ନୁହେଁ। ସେହିପରି କାର୍ଯ୍ୟର ଅଂଶ ୪.୬%ରୁ ଅଧିକ ହେବାର ସମ୍ଭାବାନା ନାହିଁ। କାରଣ ଏଆଇ କୌଣସିଠାରେ ଲୋକଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ କିମ୍ବା ସାମାଜିକ କାର୍ଯ୍ୟ କରିବାକୁ ସକ୍ଷମ ନୁହେଁ। ୨୦୧୯ରେ ଆମେରିକାର ସମସ୍ତ ବିଜ୍‌ନେସ ଉପରେ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ସର୍ଭେରୁ ଜଣାପଡ଼ିଛି ଯେ, ସେମାନଙ୍କ ମଧ୍ୟରୁ ପାଖାପାଖି ୧.୫% ଏଆଇ ଉପରେ ନିବେଶ କରିଥିଲେ। ଏପରିକି ଏଭଳି ନିବେଶଗୁଡ଼ିକ ଗତ ଦେଢ଼ବର୍ଷରେ ବୃଦ୍ଧି ପାଇଥିଲେ ବି ଏଆଇକୁ ବ୍ୟାପକ କରିବା ଲାଗି ଆମକୁ ଆହୁରି ଅନେକ କିଛି କରିବାକୁ ପଡ଼ିବ। ଅବଶ୍ୟ, ଯଦି ଏଆଇ ବୈଜ୍ଞାନିକ ଆବିଷ୍କାର ପ୍ରକ୍ରିୟାରେ ବୈପ୍ଳବିକ ପରିବର୍ତ୍ତନ ଆଣେ କିମ୍ବା ଅନେକ ନୂତନ କାର୍ଯ୍ୟ ଏବଂ ଉତ୍ପାଦ ସୃଷ୍ଟି କରେ, ତେବେ ମୋର ବିଶ୍ଳେଷଣ ଅପେକ୍ଷା ତାହା ଅଧିକ ପ୍ରଭାବୀ ହୋଇପାରେ। ନୂତନ ଆବିଷ୍କାରଗୁଡ଼ିକ ପରୀକ୍ଷା କରାଗଲେ ପ୍ରକୃତ ଉତ୍ପାଦରେ ପରିଣତ ହେବ। କିନ୍ତୁ ପ୍ରଯୁକ୍ତି ଶିଳ୍ପ ବର୍ତ୍ତମାନ ଶ୍ରମିକମାନଙ୍କ ପାଇଁ ନୂତନ ଉତ୍ପାଦନ କାର୍ଯ୍ୟ ଆରମ୍ଭ କରିବା ପରିବର୍ତ୍ତେ ସ୍ବୟଂଚାଳିତ ଏବଂ ତଥ୍ୟ ସଞ୍ଚାଳନ ଉପରେ ଅତ୍ୟଧିକ ଧ୍ୟାନ ଦେଉଛି।
ଜେନେରେଟିଭ ଏଆଇର ଗ୍ରହଣୀୟତା ସ୍ବାଭାବିକ ଭାବରେ ଘଟିଛି ଓ ଏହା ଭଲ ଭାବରେ ପ୍ରଦର୍ଶନ କରିଛି। ଅର୍ଥାତ୍‌ ସଫଳତା ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଉଛି , ଯେପରିକି ସରଳ ପ୍ରୋଗ୍ରାମିଂ ପ୍ରସ୍ତୁତ କରିବା କିମ୍ବା ସୂଚନା ଯାଞ୍ଚ କରିବା। ଏଠାରେ ବାହ୍ୟ ସୂଚନା ଆଧାରରେ ଏବଂ ସହଜରେ ଉପଲବ୍ଧ ଐତିହାସିକ ତଥ୍ୟକୁ ନେଇ ମଡେଲ ଅନୁଧ୍ୟାନ କରାଯାଇପାରେ। କିନ୍ତୁ କାର୍ଯ୍ୟର ୪.୬%ର ମଡେଲ ୧୦ ବର୍ଷ ମଧ୍ୟରେ ସ୍ବୟଂଚାଳିତ ହେବାର ସମ୍ଭାବାନ ଅଛି। ବିଭିନ୍ନ ଆପ୍ଲିକେଶନର ମୂଲ୍ୟାଙ୍କନ, ସ୍ବାସ୍ଥ୍ୟ ସମସ୍ୟାର ନିରୀକ୍ଷଣ, ବିତ୍ତୀୟ ପରାମର୍ଶ ଦେବା ଭଳି କାର୍ଯ୍ୟର ସଫଳତା ପାଇବା ଲାଗି କୌଣସି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନାହିଁ। ଏହିସବୁ ଘଟଣାରେ ବାହ୍ୟ ଅନୁଧ୍ୟାନରୁ ଜାଣିବା କଷ୍ଟକର। ଏଣୁ ଏବକାର ଶ୍ରମିକମାନଙ୍କ କାର୍ଯ୍ୟ ବଦଳରେ ଏଆଇ ଉପରେ ନିର୍ଭର କରିବାକୁ ହେବ। ଏହି ପରିସ୍ଥିତିରେ ମାନବ ଶ୍ରମ ଉପରେ ପ୍ରମୁଖ ବିକାଶ ଲାଗି କମ୍‌ ସୁଯୋଗ ରହିବ। ଏଣୁ ମୋ ଆକଳନ ଅନୁଯାୟୀ, ୪.୬% କାର୍ଯ୍ୟର ଗୋଟିଏ ତ୍ରୈମାସିକ ସମ୍ପର୍କରେ ଜାଣିବା ଅତ୍ୟନ୍ତ କଷ୍ଟକର ଏବଂ ଏହାର ଉତ୍ପାଦକତା ଲାଭ ମଧ୍ୟ କମ୍‌ ରହିବ। ଥରେ ଯଦି ଏହାର ସମାଧାନ ହୋଇପାରିବ ତେବେ ୦.୬୬% ଟିଏଫ୍‌ପି ଅଭିବୃଦ୍ଧି ସଂଖ୍ୟା ୦.୫୩%କୁ କମି ଆସିବ।
ଶ୍ରମିକ, ମଜୁରି ଏବଂ ଅସମାନତା ଉପରେ ଏଆଇର ପ୍ରଭାବ ରହିଛି। ଭଲ ଖବର ହେଉଛି, ପ୍ରାରମ୍ଭିକ ସ୍ବୟଂଚାଳିତ ଧାରା (ରୋବୋ କିମ୍ବା ସଫ୍ଟଓ୍ବେର ସିଷ୍ଟମ) ତୁଳନାରେ ଏଆଇର ଫଳାଫଳକୁ ଅଧିକ ବିସ୍ତାର କରାଯାଇପାରେ। ଏହା ଯଦି ହୁଏ, ତେବେ ଏହାର ଅସମାନତା ଉପରେ ଅଧିକ ପ୍ରଭାବ ପଡ଼ିବ ନାହିଁ; ଯେପରି ପୂର୍ବ ସ୍ବୟଂଚାଳିକ ପ୍ରଯୁକ୍ତି କରିଥିଲା। ତଥାପି, ମୁଁ କୌଣସି ପ୍ରମାଣ ପାଇନାହିଁ ଯେ ଏଆଇ ଅସମାନତା ହ୍ରାସ କରିବ କିମ୍ବା ବେତନ ବୃଦ୍ଧି କରିବ। ଅର୍ଥନୈତିକ ତତ୍ତ୍ୱ ଏବଂ ଉପଲବ୍ଧ ତଥ୍ୟ ଏଆଇ ପାଇଁ ଏକ ମଧ୍ୟମ, ବାସ୍ତବବାଦୀ ଦୃଷ୍ଟିକୋଣକୁ ସିଦ୍ଧ କରେ। ଆମେ ନିୟମାବଳୀ ବିଷୟରେ ଚିନ୍ତା କରିବା ଉଚିତ ନୁହେଁ, କାରଣ ଏଆଇ ସବୁ ଅଂଶୀଦାରଙ୍କୁ ଲାଭ ପହଞ୍ଚାଇବ, ଏଭଳି ଯୁକ୍ତିକୁ କମ୍‌ ଲୋକ ସମର୍ଥନ କରନ୍ତି। ଅର୍ଥନୀତିଜ୍ଞମାନେ ଏହାକୁ ଏକ ସାଧାରଣ ଉଦ୍ଦେଶ୍ୟସମ୍ମତ ପ୍ରଯୁକ୍ତିବିଦ୍ୟା ବୋଲି କହନ୍ତି। ଆମେ ଏହାକୁ ଏଆଇ ମାଧ୍ୟମରେ ଅନେକ କିଛି କରିପାରିବା। ସ୍ବୟଂଚାଳିତ କାର୍ଯ୍ୟ ତୁଳନାରେ ନିଶ୍ଚିତ ଭାବରେ ଭଲ କାର୍ଯ୍ୟ କରିବାକୁ ଅଛି। କିନ୍ତୁ ଯଦି ଆମେ ପ୍ରଯୁକ୍ତି ଆଶାବାଦକୁ ସହଜରେ ଗ୍ରହଣ କରୁ କିମ୍ବା ପ୍ରଯୁକ୍ତି ଶିଳ୍ପକୁ ଏଜେଣ୍ଡା ସ୍ଥିର କରିବାକୁ ଦେଉ, ତେବେ ଅନେକ ସମ୍ଭାବନା ନଷ୍ଟ ହୋଇପାରେ।
ଇନ୍‌ଷ୍ଟିଚ୍ୟୁଟ ପ୍ରଫେସର, ଇକୋନୋମିକ୍ସ, ଏମ୍‌ଆଇଟି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଡାକ୍ତରଖାନାରେ ବାହାଘର! ଯେଉଁଠି ସମସ୍ତେ ରୋଗରୁ ମୁକ୍ତି ପାଇବା ପାଇଁ ଆସନ୍ତି ସେଠି ପୁଣି ବିବାହ ଭଳି ଏକ କାର୍ଯ୍ୟ। କଥାଟି ଶୁଣିଲେ ଯେ କେହି...

ସୀମା ଭିତରେ ଜିଇବା

ବିପ୍ଳବ   ମଣିଷ ଗୋଟିଏ ସାମାଜିକ ପ୍ରାଣୀ। ତେଣୁ ସାମାଜିକ ବିଧି ବ୍ୟବସ୍ଥା ଭିତରେ ଏକ ଶୃଙ୍ଖଳିତ ଜୀବନଯାପନ ପାଇଁ ଅନେକ ସୀମାରେଖା ତା’ ପାଇଁ...

ଲିଙ୍ଗଗତ ନିରପେକ୍ଷତାର ବାର୍ତ୍ତା

ଡ. ସନ୍ତୋଷ କୁମାର ମହାପାତ୍ର     ଲିଙ୍ଗଗତ ବ୍ୟବଧାନ, ବିଭିନ୍ନ ଲିଙ୍ଗର ଲୋକଙ୍କ ମଧ୍ୟରେ ଆପେକ୍ଷିକ ପାର୍ଥକ୍ୟ, ଯାହା ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଫଳିତ...

ଗୋଟିଏ ନିଯୁକ୍ତି ୩.୨ କୋଟି

୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରରେ ଭାଜପା ସରକାର ଗଢ଼ିଆସିଥିଲା। ନାମକୁମାତ୍ର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର କୁହାଯାଉଥିଲେ ମଧ୍ୟ ସହଯୋଗୀ ଦଳଗୁଡ଼ିକର କୌଣସି ଗୁରୁତ୍ୱ...

ଏଇ ଭାରତରେ

ଅଦରକାରୀ ପୁରୁଣା ଜିନିଷର ପୁନଃବ୍ୟବହାର କରି ଏକ ସୁନ୍ଦର ବଗିଚା କରିଛନ୍ତି ଉତ୍ତରପ୍ରଦେଶ ମିରଟର ସୁରଭି ଯାଦବ। ସେ ଅଦରକାରୀ ବୋତଲ, ବାସନ ଏବଂ ଅନ୍ୟାନ୍ୟ...

ବାପା: ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ

ସଂଗ୍ରାମ କେଶରୀ ପୃଷ୍ଟି   ଅସରା ଅସରା ଦୁଃଖକୁ ହୃଦୟରେ ଚାପି, ଛାତିକୁ ପଥରକରି ସନ୍ତାନକୁ ଏ ଦୁନିଆରେ ପରିଚିତ କରାଇବା ପାଇଁ ନିଜର ଲୁହ...

ପରିବେଶ ସୁରକ୍ଷାରେ ଗ୍ରହର ସୁରକ୍ଷା

ଇଂ. ପ୍ରକାଶ କୁମାର ମହାନ୍ତି   ପଞ୍ଚ ମହାଭୂତ- ପୃଥିବୀ, ଜଳ, ତେଜ, ବାୟୁ ଓ ଆକାଶକୁ ନେଇ ସମଗ୍ର ପ୍ରକୃତିର ସୃଷ୍ଟି। ଆଜି ପ୍ରକୃତିର...

ନୂଆ କ୍ୟାବିନେଟ୍‌

ଭାରତର ନୂତନ ସରକାରର ନୂଆ କ୍ୟାବିନେଟ୍‌ ଏକ ପୁରୁଣା କ୍ୟାବିନେଟ୍‌। ଏଥିରେ ସ୍ବରାଷ୍ଟ୍ର, ଅର୍ଥ, ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀମାନେ ପୂର୍ବଭଳି ରହିଛନ୍ତି। ଏହି ୪ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri